ହୋମ / ସ୍ଵାସ୍ଥ୍ୟ / ଆୟୁଷ / ଆମବାତ ଓ ତା’ର ସଫଳ ଚିକିତ୍ସା
ସେଆର କରନ୍ତୁ

ଆମବାତ ଓ ତା’ର ସଫଳ ଚିକିତ୍ସା

ଆୟୁର୍ବେଦରେ ବର୍ଣ୍ଣିତ ୧୨୦ ପ୍ରକାର ବାତରୋଗ ମଧ୍ୟରୁ ଆମବାତ ଅନ୍ୟତମ । ଏହା ଏକ କଷ୍ଟସାଧ୍ୟ ରୋଗ । ଯାହାକି ସମଗ୍ର ଭାରତ ବର୍ଷରେ ସବୁ ବୟସର ଲୋକଙ୍କ ମଧ୍ୟରେ ଦେଖା ଯାଇଥାଏ ।

ବାତରୋଗ

ଆୟୁର୍ବେଦରେ ବର୍ଣ୍ଣିତ ୧୨୦ ପ୍ରକାର ବାତରୋଗ ମଧ୍ୟରୁ ଆମବାତ ଅନ୍ୟତମ । ଏହା ଏକ କଷ୍ଟସାଧ୍ୟ ରୋଗ । ଯାହାକି ସମଗ୍ର ଭାରତ ବର୍ଷରେ ସବୁ ବୟସର ଲୋକଙ୍କ ମଧ୍ୟରେ ଦେଖା ଯାଇଥାଏ । ୪୦ ବର୍ଷ ଭିତରେ ଏହି ରୋଗ ବେଶୀ ଭାଗ ଲୋକଙ୍କ ମଧ୍ୟରେ ହୁଏ । ହାତର ମଧ୍ୟମ ଆଙ୍ଗୁଳିରୁ ଆରମ୍ଭ ହୋଇ ଅନ୍ୟ ଆଙ୍ଗୁଳିମାନଙ୍କୁ ସଂଚାରିତ ହୋଇଥାଏ । ପ୍ରଥମାବସ୍ଥାରୁ ଏହି ରୋଗ ଅଧିକ ପ୍ରଭାବଶାଳୀ ହୋଇ ନଥାଏ । ସମୟାନୁକ୍ରମେ ଅଥବା ପୁରାତନ ଅବସ୍ଥାରେ ଏହା ସ୍ନାୟ ଓ ମାଂସପେଶୀ ମାନଙ୍କୁ ଶୁଷ୍ମ କରିଥାଏ ।

ଭାବ ପ୍ରକାଶଙ୍କ ମତରେ ମୁଖ୍ୟତଃ ଏହି ରୋଗରେ ବଡ ବଡ ସନ୍ଧି ବିକୃତି ହୋଇଥାଏ । ରୋଗ ସଂକ୍ରମଣ ସମୟରେ ସମସ୍ତ ସନ୍ଧି ଏକ ସମୟରେ ବିକୃତ ହୋଇ ନଥାଏ । ପ୍ରଥମାବସ୍ଥାରେ  ଯେଉଁ ସନ୍ଧି ବିକୃତ ହୋଇଥାଏ, ତାହା ଦିନେ କିମ୍ବା ଦୁଇ ମଧ୍ୟରେ କମି ଯାଇଥାଏ କିନ୍ତୁ ପୁନଃଶ୍ଚ କିଛି ଦିନ ପରେ ଆରମ୍ଭ ହୋଇଥାଏ ।

ଆମବାତ ‘ଆମ’ ଓ ‘ବାତ’ ଦୁଇଟି ଶବ୍ଦର ମିଶ୍ରଣରୁ ସୃଷ୍ଟି । ଆମ ଅର୍ଥ ଅଜୀର୍ଣ୍ଣ ଓ ବାତର ଅର୍ଥ ବାତ ଦୋଷ । ଆମ ରସ ବାୟୁଦ୍ଵାରା ପ୍ରରିତ ହୋଇ ରକ୍ତ ବାହିନୀ ଦ୍ଵାରା ସର୍ବ ଶାରୀରରେ ପରିଭ୍ରମଣ କରି ଆମବାତ ରୋଗ ସୃଷ୍ଟି କରିଥାଏ ।

କାରଣ

  • ବିରୁଦ୍ଧ ଆହାର ( ମାଛ+ଦୁଧ) ( ଘୁତ+ ମଧୁ) ସମ ମାତ୍ରାରେ ସେବନ
  • ସ୍ନିଗ୍ଧ ଭୋଜନ ପରେ ବ୍ୟାୟାମ
  • କୌଣସି ପରିଶ୍ରମ ନ କରିବା

ଆନୁପ ଜୀବର ମାଂସ ସେବନ କରିବା ଦୂଷିତ, ଜଳ ପାନ କରିବା ଦ୍ଵାରା ଆମରସ ବାତ ଦୋଷ ଦ୍ଵାରା ପ୍ରେରିତ ହୋଇ କଫର ସ୍ଥାନ ଆମାଶୟ, ସନ୍ଧି, ହୃଦୟ ପ୍ରଦେଶକୁ ଗତିକରି କଫ ସହିତ ମିଶି କୁପିତ ହୋଇଥାଏ । ଏହି ଆମ ରସ ପୁନୁଶ୍ଚ ବାୟୁ ଦ୍ଵାରା ପ୍ରେରିତ ହୋଇ ଧମନୀ ଗୁଡିକରେ ପ୍ରସେବ କରିଥାଏ । ଏବଂ ତିନି ଦୋଷର ପ୍ରକୋପ ଶରୀରର ସ୍ରୋତରେ କ୍ଲେଦ ଉତ୍ପନ୍ନ କରିଥାଏ । ବାତ ଓ ଆମ ଏକ ସମୟରେ ପ୍ରକୁପିତ ହୋଇ କୋଷ୍ଠ, ତ୍ରିକ ପ୍ରଦେଶତଥା ସନ୍ଧି ମାନଙ୍କରେ ପ୍ରବେଶ କରି ଆମବାତ ରୋଗ ସୃଷ୍ଟି କରିଥାଏ ।

ଭାବପ୍ରାକାଶକଙ୍କ ମତରେ ଯୁବକ ଅବସ୍ଥାରେ ଅର୍ଥାତ ୩୦ ବର୍ଷ ପରେ ଏହି ରୋଗ ପ୍ରାୟ ଦେଖା ଯାଇଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କୁ ଏହି ରୋଗ ଅଧିକ ମାତ୍ରାରେ ହୋଇଥାଏ । ଥଣ୍ଡା ଜଳବାୟୁରେ ବାସ କରୁଥିବା ବ୍ୟକ୍ତି ମାନଙ୍କୁ ଏହି ରୋଗ ହୋଇଥାଏ । ଉଷ୍ଣ ଜଳବାୟୁରେ କମ୍ ହୋଇଥାଏ । ପାଣିରେ ଓଦା ହେବା, ଓଦା ବସ୍ତ୍ର ପରିଧାନ କରୀୟ ରହିବା, ସନ୍ତସନ୍ତିଆ ସ୍ଥାନରେ ବାସ କରିବା ଝାଳ ବାହାରିବା ଅବସ୍ଥାରେ ପବନ ସଂସ୍ପର୍ଶରେ ଆସିବା ଓ ଦରିଦ୍ରତା ଆଦି କାରଣରୁ ମଧ୍ୟ ଆମବାତ ହୋଇଥାଏ । ନାସା, ଗଲାଓ ଟନସିଲ୍ ଆଦି ଦୂଷିତ କାରଣରୁ ଆମବାତ ହୋଇଥାଏ ।

ଲକ୍ଷଣ

ସମସ୍ତ ଅଙ୍ଗରେ ପୀଡା ଅନୁଭବ କରିବା, ଖାଦ୍ୟ ଗ୍ରହଣରେ ଅନିଚ୍ଛା, ଆଳସ୍ୟ, ଶରୀର ଓଜନ ଲାଗିବା, ଜ୍ଵର ଖାଦ୍ୟ ହଜମ ନ ହେବା, ହାତ ଗୋଡ, ସିର, ଜାଣୁ ତଥା ଊରୁର ସନ୍ଧିମାନଙ୍କରେ ପୀଡାଯୁକ୍ତ ଶୋଥ ଉତ୍ପନ୍ନ ହୋଇଥାଏ । ବିଶେଷତଃ ଯେଉଁ ସ୍ଥାନରେ ଆମରସ ପହଞ୍ଚିଥାଏ ସେଠାରେ ବିଛା କାମୁଡିବାର ସଦୃଶ ଅନୁଭବ ହୋଇଥାଏ । ଏହି ରୋଗର ତ୍ରୀବ୍ର ଅବସ୍ଥାରେ ପାଟିରୁ ଲାଲସ୍ରାବ, ରାତ୍ରିରେ ନିଦ୍ରା ନ ହେବା, ଶୋଷ ଲାଗିବା, ମୁର୍ଚ୍ଛା, ଭ୍ରମ କୋଷ୍ଠବଦ୍ଧତା ଆଦି ଲକ୍ଷଣ ଦେଖା ଯାଇଥାଏ । ବିଶେଷତଃ ରାତ୍ରି ସମୟରେ ସ୍ଵାଭାକବିକ ଅବସ୍ଥାରେ ବାୟୁବୃଦ୍ଧି ହେବା ଦ୍ଵାରା ଯନ୍ତ୍ରଣା  ଅଧିକ ଅନୁଭବ ହୋଇଥାଏ ।

ଦୋଷାଧିକ୍ୟତା ଦୃଷ୍ଟିରୁ ବାତାଧିକରେ ପୀଡା ଅଧିକ ଅନୁଭବ ହୋଇଥାଏ । ପିତାଧିକ୍ୟରେ ସଂକ୍ରମଣ ସ୍ଥାନ ଜଳାପୋଡା ସହ ଲାଲ ଦେଖା ଯାଇଥାଏ । ଯଦି କଫ ଦୋଷାଧିକ୍ୟ ହୋଇଥାଏ ତେବେ ସଂକ୍ରମିତ ସ୍ଥାନ କୁଣ୍ଡାଇ ହେବା ସହ ଓଜନିଆ ମଧ୍ୟ ଲାଗିଥାଏ ।

ଦୋଷାଧିକ୍ୟତା ଦୃଷ୍ଟିରୁ ବାତାଧିକରେ ପୀଡା ଅଧିକ ଅନୁଭବ ହୋଇଥାଏ । ପିତାଧିକ୍ୟରେ ସଂକ୍ରମଣ ସ୍ଥାନ କୁଣ୍ଡାଇ ହେବା ସହ ଓଜନିଆ ମଧ୍ୟ ଲାଗିଥାଏ ।

ଏକ ଦୋଷକ ଆମବାତ ସାଧ୍ୟ ଦ୍ଵି ଦୋଷଜ ଯାପ୍ୟ ତଥା ସର୍ବଶରୀର ବ୍ୟାପୀ ଶୋଥ ଯୁକ୍ତ ସନ୍ନିପାତିକ ଆମବାତ ଅସାଧ୍ୟ ହୋଇଥାଏ ।

ଦୋଷ-ଦୁଷ୍ୟ ଅଧିଷ୍ଠାନ

ଦୋଷ- ବାତ ପ୍ରଧାନ ତ୍ରିଦୋଷ

ଦୂଷ୍ୟ-ରସ, ସ୍ନାୟୁ

ଅଧିଷ୍ଠାନ- ସମୟ ସନ୍ଧିସ୍ଥଳ

ସ୍ରୋତ- ରସବହ

ସ୍ରୋତତଃ ଦୃଷ୍ଟି- ସଂଗ

ରୋଗମାର୍ଗ – ମଧ୍ୟମ ରୋଗ ମାର୍ଗ

ପାରମ୍ପରିକ ଚିକିତ୍ସା

  • ରୋଗୀର ବଳାବଳକୁ ବିଚାର କରି ଉପବାସ କରିବା ।
  • ବାଲିକୁ ଗରମ କରି କପଡାରେ ଗୁଡାଇ ପୀଡିତ ସ୍ଥାନରେ ସେକ ଦେବା ।
  • ଶୁଣ୍ଠି, ହରିଡା, ବଚ, ଗୁଳୁଚିକୁ ସମ ଭାଗରେ ନେଇ କ୍ଵାଥ ତିଆରି କରି ୨୦ ଗ୍ରାମ କ୍ଵାଥକୁ ସକାଳ ଓ ସନ୍ଧ୍ୟାରେ ସେବନ କରିବା ଉଚିତ୍ ।
  • ରାଣି ୧ ଚାମୁଚରେ ଅଧା ଚାମୁଚ ଶୁଣ୍ଠି ମିଶାଇ ଏକତ୍ର ବାଟି ୨ ଥର କରି ୧ ମାସ ସେବନ କରିବା ଉଚିତ୍ । ଦୁଦୁରା, ବାସଙ୍ଗ, ଜଡା ଓ ବେଗୁନିଆ ସମସ୍ତ ପତ୍ରକୁ ଏକତ୍ର ନେଇ ଗରମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ୧ ମାସ ସେକ ଦେବା ଉଚିତ ।
  • ହରିତକୀ ଚୂର୍ଣ୍ଣ ୩ ଗ୍ରାମ ଓ ଏରଣ୍ଡ ତୈଳ ୧୫ ଗ୍ରାମ ମିଶାଇ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ଗ୍ରହଣ କରିବା ଉଚିତ୍ । ଜଡା ମଞ୍ଜି ଓ ଶୁଣ୍ଠି ଚୂର୍ଣ୍ଣ ପ୍ରତ୍ୟେକ ୩ ଗ୍ରାମ୍ ନେଇ ୨୦୦ ମି.ଲି. କ୍ଷୀରରେ ମିଶାଇ କ୍ଷିରୀ ପ୍ରସ୍ତୁତ କରି ଦିନକୁ ୨ ଥର ସେବନ କରିବା ଉଚିତ୍ ।

ଦୁଦୁରା

ମୁଁ ଦୁଦୁରା ଗଛ । ମୋର ଉଚ୍ଚତା ୩ ରୁ ୪ ଫୁଟ । ମୋର ବଡ ପତ୍ର । କାହାଳୀ ସଦୃଶର ଫୁଲ । ଶିବ ପୂଜା ପାଇଁ ମୋର ଫୁଲ ଲୋଡା ପଡିଥାଏ । ମୋତେ ବିଷାକ୍ତ ଗଛ ବୋଲି ଲୋକ ଲୋକ କହିଥାଆନ୍ତି । ହେଲେ ମୋ ପତ୍ର ବାତ ରୋଗୀଙ୍କ ଯନ୍ତ୍ରଣା ଦୂରକରେ । ବିନ୍ଧୁଥିବା ସ୍ଥାନରେ ମୋ ପତ୍ର ଗରମ କରି କପଡାରେ ବାନ୍ଧି ସେକ ଦେଲେ ଯନ୍ତ୍ରଣା କମେ ।

ବାସଙ୍ଗ

ଦୁଦୁରା ପରି ମୁଁ ମଧ୍ୟ ଏକ ସବୁ ଦିନିଆ ଗଛ । ମୋର ଉଚ୍ଚତା ୮ ରୁ ୧୦ ଫୁଟ । ମୁଁ ସାଧାରଣତଃ ବାଡ ବଗିଚାରେ ଲାଗିଥାଏ । ମୋତେ ଗାଈ ଗୋରୁ ମାନେ ଖାଇ ପାରି ନ ଥାନ୍ତି । ମୋର ପତ୍ରକୁ ଖଣ୍ଡ ଖଣ୍ଡ କରି କାଟି ଗରମ କରି ସେକ ଦେଲେ କଫ ଦୋଷରୁ ହେଉଥିବା ଆମବାତ ଭଲ ହୋଇଥାଏ ।

ଜଡା

ମୋର ଉଚ୍ଚତା  ୫ ରୁ ୧୦ ଫୁଟ ହୋଇଥାଏ । ମୋ ମଞ୍ଜିରୁ ତେଲ ହୁଏ । ଏହି ତେଲ ୪ ଟୋପା ଗରମ କ୍ଷୀର ସହ ସେବନ କଲେ ଆମ ବାତ ରୋଗରେ ଆମ ଡୋସାକୁ କାଟିବା ସହ ପତ୍ର ସେକରେ ବାତ ରୋଗ ଭଲ ହୋଇଥାଏ । ମର ପତ୍ରକୁ ଖଣ୍ଡ କରି କାଟି ଗରମ କରି ସନ୍ଧି ଯନ୍ତ୍ରଣା ସ୍ଥାନରେ ଗରମ ସେକ ଦେଲେ ଯନ୍ତ୍ରଣା ଦୂର ହୁଏ ।

ବେଗୁନିଆ

ଦୁଦୁରା, ବାସଙ୍ଗ, ଜଡା ପରି ମୁଁ ମଧ୍ୟ ବାତ ରୋଗୀଙ୍କୁ ପାଇଁ ଏକ ଅତି ହରକାରୀ ଗଛ । ସହ ସହ ବର୍ଷ ଧରି ଶସ୍ୟ ସଂରକ୍ଷଣ ପାଇଁ ଲୋକେ ମୋ ପତ୍ରକୁ ବ୍ୟବହାର କରନ୍ତି । ମୋ ତେଲ ମାଲିସ କଲେ ବାତ ରୋଗୀ ଭଲ ହୋଇଥାଏ ।

ଆୟୁର୍ବେଦ  ଚିକିତ୍ସା ଦ୍ଵାରା ( ଶାସ୍ତ୍ରୀୟ ଔଷଧ)

  1. ମଳବଦ୍ଧତା ( କୋଷ୍ଠବଦ୍ଧ) ମିନିତ୍ତ ବୈଶ୍ଵାନର ଚୂର୍ଣ୍ଣ, ହିଙ୍ଗ୍ୱାଦି ଚୂର୍ଣ୍ଣ ବା ତ୍ରିଫଳା ଚୂର୍ଣ୍ଣ ଆଦିର ଗୋଟିଏ ପ୍ରକାର ଚୂର୍ଣ୍ଣ ରାତିରେ ଖାଦ୍ୟପରେ ଶୋଇବା ପୂର୍ବରୁ ୨ ଚାମୁଚ ଚୂର୍ଣ୍ଣକୁ ଉଷୁମ ପାଣି ସହିତ ସେବନ କରିବା ଉଚିତ୍, ) ଚୂର୍ଣ୍ଣ ମାତ୍ରା-୩-୬ ଗ୍ରାମ)
  2. ଅଗ୍ନିମାନ୍ଦ୍ୟ ନିମିତ୍ତ ଅଗ୍ନିତୁଣ୍ଡୀ ବଟି, ଚିତ୍ରକାଦି ବଟି ବା ରସୋନ ବଟି ଆଦି ଯେ କୌଣସି ଗୋଟିଏ ପ୍ରକାର ବଟିକୁ ସକାଳ ଓ ସନ୍ଧ୍ୟାରେ ଦିନକୁ ୨ ଥର କରି ଖୋଲି ପେଟରେ ଅଳ୍ପ ଉଷୁମ ଜଳ ସହ ସେବନ କରିବା ଉଚିତ୍ ( ବଟି ମାତ୍ରା- ୨ରୁ ୩ଟି)
  3. ଶୋଥ ନିମିତ୍ତ ସିଂହନାଦ, ଯୋଗରାଜ, କୌଶର, ବାତାରା ଏବଂ ତ୍ରୟୋଦଶାଙ୍ଗ ଗୁଗୁଲ ମଧ୍ୟରୁ ଯେ କୌଣସି ଗୋଟିଏ ଏକୁ ସକାଳ ଓ ସନ୍ଧ୍ୟା ଜଳଖିଆ ପରେ ୨ ଟି କରି ସେବନ କରିବା ଉଚିତ୍ ।
  4. ବେଦନା ଶାନ୍ତି ନିମିତ୍ତ ରସୌଷଧି ମଧ୍ୟରୁ ବାତଗଞ୍ଜାକୁଶ, ଆମବାତାରି, ହିଙ୍ଗୁଳେଶ୍ଵର ଆଦିରୁ ଗୋଟିଏ ପ୍ରକାର ରସୌଷଧିକୁ ଦନକୁ ୨ ଥର କରି ୨ ଟି ଲେଖାଏଁ ଖାଦ୍ୟପରେ ଗ୍ରହଣୀୟ ।
  5. ପିଡା ଶମନ ନିମନ୍ତେ ପଞ୍ଚଗୁଣା ତୈଳ, ପ୍ରସାରଣୀ ତୈଳ, ସୈନ୍ଧବାଦି ତୈଳ ବା ନାରାୟଣ ତୈଳ ଯେ କୌଣସି ଗୋଟିଏ ପ୍ରକାର ତୈଳକୁ ସକାଳେ ଓ ରାତିରେ ୨ ଥର ଆକ୍ରାନ୍ତ ସ୍ଥାନରେ ମାଲିସ କରିବା ଆବଶ୍ୟକ  ।
  6. ରକ୍ତ ବିଶୋଧନ ନିମନ୍ତେ ଅମୃତାରିଷ୍ଟ, ପୁନନର୍ବାସବ, ବଳାରିଷ୍ଟ ଆଦିରୁ ଯେ କୌଣସି ଗୋଟିଏ ୪ ଚାମୁଚ କରି ଦିନକୁ ୨ ଥର ( ଦ୍ଵିପ୍ରହର ଓ ରାତ୍ରିର) ଖାଦ୍ୟ ପରେ ସମାନମାତ୍ରାରେ ପାଣି ମିଶାଇ ସେବନ କରିବା ଆବଶ୍ୟକ ।

ଆମବାତ ରୋଗର ଚୁମ୍ବକୀୟ ଚିକିତ୍ସା

ଆମ ବାଟାର ଚିକିତ୍ସା ମଧ୍ୟ ଚୁମ୍ବକୀୟ ପଦ୍ଧତିରେ କରାଯାଇଥାଏ । ଚୁମ୍ବକୀୟ ଚିକିତ୍ସା ପଦ୍ଧତିରେ ବର୍ଣ୍ଣନା କରାଯାଇ ଥିବା ୫ଟି ପ୍ରକ୍ରିୟା ମଧ୍ୟରୁ ପ୍ରଥମ ଓ ୫ମ ପ୍ରକ୍ରିୟାକୁ ଗ୍ରହଣ କରାଯାଇଥାଏ ।

ପ୍ରଥମ ପ୍ରକ୍ରିୟା –

ଦକ୍ଷିଣ ହାତର ପାପୁଲିକୁ  ଚୁମ୍ବକର ଉତ୍ତର ପାର୍ଶ୍ଵରେ (pole) ଏବଂ ବାମ ହାତର ପାପୁଲିକୁ ଚୁମ୍ବକର ଦକ୍ଷିଣ ପାର୍ଶ୍ଵରେ ରଖାଯାଇଥାଏ । ଏହି ପ୍ରକ୍ରିୟା ସାଧାରଣତଃ ୧୦ ମିନିଟ  ପର୍ଯ୍ୟନ୍ତ କରାଯାଇଥାଏ ।

୫ମ ପ୍ରକ୍ରିୟା –

ଦକ୍ଷିଣ ପାଦର ତଳ ଭାଗକୁ ସାଧାରଣତଃ ଚୁମ୍ବକର ଉତ୍ତମ ପାର୍ଶ୍ଵ ଉପରେ ଏବଂ ବାମ ପାଦକୁ ଚୁମ୍ବକର ଦକ୍ଷିଣ ପାର୍ଶ୍ଵ (pole) ଉପରେ ୧୦-୧୫ ମିନିଟ୍  ପର୍ଯ୍ୟନ୍ତ ଦିନକୁ ୨ଥର ରଖିବା ଉଚିତ୍ ଯଦ୍ଵାରା ପାଦରେ ଥିବା ସମସ୍ତ ଶିରା ପ୍ରଶିରା ସକ୍ରିୟ  ହୋଇଥାନ୍ତି ।

ପ୍ରାକୃତିକ ପଦ୍ଧତିରେ ଆମବାତର ଚିକିତ୍ସା

ଆମ ବାଟରେ ଆକ୍ରାନ୍ତ ଶିଶୁକୁ ପ୍ରଥମେ ଗୋଟିଏ ଶେଯରେ ଶୁଆଇ ଦେବା ଉଚିତ୍ । ତା’ପରେ ତାକୁ କିଛି ଫଳରସ ବିଶେଷକରି କମଳାରସ ପିଲାଇବା ଉଚିତ୍, ସେଥିରେ ୫୦ ଭାଗ ଜଳ + ୫୦ ଭାଗ ରସ ମିଶ୍ରଣ କରାଯାଇଥାଏ ।

ଗରମ ଓ ଥଣ୍ଡା ସେକ ଦେବା ଉଚିତ୍ । ଏହା ଦିନରେ ୫-୬ ଥରସି ଦେବା ଉଚିତ୍ ।

ରୋଗୀର ଶରୀରର ତାପମାତ୍ରା କମିଲା ପରେ ତାକୁ ଫଳ ଜାତୀୟ ଖାଦ୍ୟ ଦେ୪ବା ଉଚିତ୍ । ଯଥା-ସେଓ, ସପୁରି, ପଣସ ଅଙ୍ଗୁର, କମଳା, ଅମୃତଭଣ୍ଡା ତଥା ଋତୁ ଅନୁଯାୟୀ ଫଳ ମଧ୍ୟ । ଏତଦ୍ ବ୍ୟତୀତ ( ଶତାବରି ମଞ୍ଜି, କଳାଜିରା, ସେଥି ଏବଂ ଜୁଆଣିକୁ ସମଭାଗ ନେଇ ଭଲ ଭାବରେ ଗୁଣ୍ଡ କରାଯାଇଥାଏ । ୩ ଗ୍ରାମ ଚୂର୍ଣ୍ଣକୁ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ଜଳ ସହିତ ସେବନ କରିବା ଉଚିତ୍ । ଏହା ଦ୍ଵାରା ଆମବାଟରେ ଶୋଥ କମିଯାଇଥାଏ ।

ବାହ୍ୟ ପ୍ରୟୋଗ ନିମନ୍ତେ ୧ କେ.ଜି. ଜଡା ଗଛ ଛେରକୁ ୩ ଲିଟର ଜଳରେ ଗରମ କରାଯାଇଥାଏ ଏବଂ ଏକଚତୁର୍ଥାଂଶ ରହିଲା ପରେ ସେଥିରେ ୧/୨ କେ.ଜି. ଜଡା ତେଲ ମିଶାଇ ଗରମ କରାଯାଇଥାଏ । ସଂପୂର୍ଣ୍ଣ ଜଳୀୟ ଅଂଶ ବାଷ୍ପିଭୂତ ହେଲା ପରେ ବାକି ଜଡାତେଲ ଆକ୍ରାନ୍ତ ହୋଇଥିବା ସ୍ଥାନରେ ମାଲିସ କରାଯାଇଥାଏ ଏବଂ ପରେ ସେହି ସ୍ଥାନକୁ କପଡାରେ ବାନ୍ଧି ଦିଆଯାଇଥାଏ ।

ଯୋଗ ମତରେ ଆମବାତର ଚିକିତ୍ସା

ଯୋଗ ଅନୁସାରେ ଆମବାତର ଉପଶମ ନିମନ୍ତେ ପବନ ମୁକ୍ତାସନ କରାଯାଇଥାଏ । ପବନ ମୁକ୍ତାସନ କରିବା ପୂର୍ବରୁ ଶବାସନ କରିବାକୁ ପଡିଥାଏ, କାରଣ ଏହି ଆସନ ଦ୍ଵାରା ଶରୀର ଓ ମନର ସ୍ଥିତି ମୁକ୍ତ ହୋଇଥାଏ । ଶରୀର ଓ ମନ ସ୍ଥିର ହୋଇଥାଏ ।

ଶବାସନ

ପ୍ରଥମେ ଚଟାଣ ଉପରେ କମ୍ବଳ ପକାଇ ଲମ୍ବହୋଇ ଶୋଇବାକୁ ପଡିଥାଏ । ଏଥିରେ ମୁହଁ ଉପରେ ଆଡକୁ ରହିଥାଏ । ହାତ ଓ ଗୋଡ ସିଧା ରଖାଯାଇଥାଏ ଏବଂ ହାତର ପାପୁଲିକୁ ମଧ୍ୟ ଉପରେ ଆଡକୁ ରାଖାଯାଇଥାଏ ।  ତା’ପରେ ନିଶ୍ଵାସ ଓ ପ୍ରଶ୍ଵାସ ସ୍ଥିର କରି କିଛି ସମୟ ପର୍ଯ୍ୟନ୍ତ ଶ୍ଵାସକ୍ରିୟାକୁ ଗଣିବାକୁ ପଡିଥାଏ । ଯଦ୍ଵାରା ମନ ସ୍ଥିର ରହେ । ଶରୀରର ସମସ୍ତ ମାଂସପେଶୀ  ଓ ସନ୍ଧି ମାନଙ୍କୁ ଢିଲା କରାଯାଇ ଥାଏ । ମନ ଓ ଶରୀର ସ୍ଥିର ହେଲାପରେ ପବନ ମୁକ୍ତାସନ କରାଯାଇ ଥାଏ ।

ପବନ ମୁକ୍ତାସନ

ଶବାସନ କରିବା ପରେ ପ୍ରଥମେ ଦକ୍ଷିଣ ଗୋଡକୁ ଉପରକୁ ବଙ୍କାଇବାକୁ ପଡିଥାଏ, କିନ୍ତୁ ବାମ ଗୋଡକୁ ଭୂମି ସହିତ ସିଧା ରଖାଯାଇ ଥାଏ ।  ତା’ ପରେ ହାତ  ଦୁଇଟିକୁ ଆଣ୍ଠୁ ସହିତ ଛନ୍ଦି ଦିଆ ଯାଇଥାଏ । ତା’ ପରେ ଜଙ୍ଘ ପ୍ରଦେଶକୁ ଛାତି ଆଡକୁ ଅଣାଯାଇଥାଏ ଏବଂ ମୁଣ୍ଡ ଓ କାନ୍ଧୁକୁ ଉପରକୁ ଉଠାଯାଇଥାଏ ଏବଂ ଆଣ୍ଠୁକୁ ନାକର ମଝିରେ ରଖାଯାଇଥାଏ । ଶେଷରେ ଏହି ଅବସ୍ଥାରେ ୫ ମିନିଟ୍ ପର୍ଯ୍ୟନ୍ତ ରହିବ, ତା’ ପରେ ଏହା-୩-୫ ଥର ପର୍ଯ୍ୟନ୍ତ ଅଭ୍ୟାସ କରିବ ।

ବୈଜ୍ଞାନିକ ମାଲିସ ଅନୁସାରେ ଆମବାତର ଚିକିତ୍ସା

ଆମବାଟ ରୋଗ ସାଧାରଣ ରକ୍ତ ଦୂଷିତ କାରଣରୁ ହିଁ ହୋଇଥାଏ । ତେଣୁ ଯେପରି ଭାବରେ ମଳବଦ୍ଧ ନାସ ନିମନ୍ତେ ଏନିମା, କଟିସ୍ନାନ, ଆଦି କର୍ମ କରାଯାଇ ଥାଏ, ଠିକ୍ ସେହିପରି ମାଲିସ କରିବା ଦ୍ଵାରା ରକ୍ତନଳିକା ପରିଷ୍କାର ହେବା ସହିତ ରକ୍ତର ସଂଚାର ଭଲରେ ହୋଇଥାଏ ।

ସାଧାରଣଃ ରୋଗୀର ବଳାନୁସାରେ ମାଲିସ କର୍ମ କରାଯାଇ ଥାଏ । ଏଥିରେ ପ୍ରଥମେ ଆଘାତ ହୋଇଥିବା ସ୍ଥାନରେ୪ ଆଙ୍ଗୁଠି ସାହାଯ୍ୟରେ ଧୀରେ ଧୀରେ ସେହି ସ୍ଥାନର ଚତୁଃପାର୍ଶ୍ଵକୁ ଚାପ ଦେଇ ହୃଦୟ ପର୍ଯ୍ୟନ୍ତ ମାଲିସ କରିବା ଆବଶ୍ୟକ । ଏଥି ନିମନ୍ତେ ଅଗ୍ନି ତଥା ଲାଲ ବୋତଲରେ ଥିବା ତୈଳ ଆବଶ୍ୟକ ହୋଇଥାଏ ।

ମାଲିସ କରିସାରିବା ପରେ ରୋଗୀକୁ କିଛି ସମୟ ଖରାରେ ରଖାଯାଇ ଥାଏ ଏବଂ ତା’ ପରେ ଅନ୍ୟ ସବୁ ଉପଚାର କରିବା ଆବଶ୍ୟକ ।

ଏହା ବ୍ୟତୀତ ଏହି ରୋଗରେ ଉପବାସ ହିଁ ସବୁଠାରୁ ବେଶି ଲାଭପ୍ରଦ ହୋଇଥାଏ । ଉପବାସରେ  ରୋଗୀକୁ ମହୁ ମିଶ୍ରିତ ଲେମ୍ବୁପାଣି ଦିନକୁ ୪-୫ ଥର ଦେବା ( ୧-୧ ୧/୧  ଚାମୁଚ  ଉଚିତ । ୫-୬ ଦିନ ଉପବାସ ରୋଗୀକୁ ସବୁଜ ପନି ପାରିବା  ଏବଂ ଫଳରସ ପାନ କରିବାକୁ ଦେବା ଉଚିତ୍ । ଖାଦ୍ୟରେ ସାଧାରଣତଃ ଚୋକଡ, ଅତାର ରୁଟି, ଦୁଧ ଫଳ, ସାଲାଡ ଆଦି ଉପଯୋଗୀ । ପାଳଙ୍ଗ ଶାଗ ବର୍ଜନୀୟ । ଋସୁନ – ଏହାସ ରୋଗର ପରମ ଔଷଧ ଅଟେ । ଖାତା ଜାତୀୟ ପଦାର୍ଥ ମଧ୍ୟ  ବର୍ଜନୀୟ ।

ଆଧାର:ସମ୍ବନ୍ଧ (NGO)

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top