অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆୟୁର୍ବେଦରେ ରହିଛି ରୋଗକୁ ସମୂଳ ନାଶର ପ୍ରକ୍ରିୟା

ଆୟୁର୍ବେଦରେ ରହିଛି ରୋଗକୁ ସମୂଳ ନାଶର ପ୍ରକ୍ରିୟା

ଆୟୁର୍ବେଦ

ଆଧୁନିକ ଚିକିତ୍ସା ବିଶେଷଜ୍ଞ ରୋଗବ୍ୟାଧିରୁ ରକ୍ଷା ପାଇଁ ଏବେ ଆୟୁର୍ବେଦ ଆଡକୁ ମୁହାଁଇଲେଣି ।ଏଲୋପଥିରେ ରୋଗର ଉପଚାର ନିଶ୍ଚୟ ଅଛି , କିନ୍ତୁ ରୋଗରୁ ରକ୍ଷା ହୋଇପାରିନଥାଏ । କିନ୍ତୁ ଆୟୁର୍ବେଦରେ ରୋଗର ଉପଚାର ସହ ଏଥିରୁ ରକ୍ଷା ବି ମିଳେ । ଏଥିପାଇଁ ଏଲୋପଥିର ଡାକ୍ତର ମଧ୍ୟ ଆୟୁର୍ବେଦର ଔଷଧକୁ ପ୍ରୋତ୍ସାହିତ କରୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ ଏଲୋପଥି ଓ ଆୟୁର୍ବେଦ ର ସମାବେଶରେ ବେମାରୀର ପ୍ରଭାବକୁ ନାଶ କରିହେବ ଓ ରୋଗରୁ ଉପଶମ ମିଳିପାରିବ ।

ଆୟୁଷ ମନ୍ତ୍ରାଳୟ ଏହି ପଥିଗୁଡିକର ସମାବେଶକୁ ଖୁବ୍ ଜୋରଦେଇଛନ୍ତି । । ମନ୍ତ୍ରାଳୟ ଚାହୁଁଛି କି ଆୟୁର୍ବେଦ ର ଔଷଧକୁ ପ୍ରୋତ୍ସାହିର କରାଯାଉ । ମନ୍ତ୍ରାଣୟ ଅନେକ ଏମିତି ଔଷଧକୁ ଚିହ୍ନିତ କରିଛି , ଯାହା ବଜାରରେ ବଡ ଜୋରସୋରରେ ଏଲୋପଥି ଚିକିତ୍ସକଙ୍କ ଦ୍ୱାରା ଲେଖାଯାଉଛି । ଏଥିମଧ୍ୟରେ ଡାଇବେଟିସ୍ ଔଷଧ ମଧ୍ୟ ଅଛି । ଯାହାକୁ ସିଏସଆଇଆର୍ ର  ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । ଏହି ଔଷଧ ରୋଗୀର ସୁଗାର ଲେବଲକୁ କମ୍ କରିଦିଏ , ଯିଏ ଡାଇବେଟିସର ପ୍ରାରମ୍ଭିକ ଅବସ୍ଥାରେ ଥିବେ । ଆଉ ଏହା ରୋଗ ବଢିବାରେ ରୋକି ଥାଏ । ଏଥିରେ ଆହୁରି ଏମିତି ତତ୍ତ୍ୱ ଅଛି , ଯାହା ଆଣ୍ଟିଅକ୍ସିଡେଂଟ ଯୁକ୍ତ ହୋଇଥାଏ । ଏହା ପୋଷଣ ଦୃଷ୍ଟିରୁ ଉପଯୋଗୀ ଅଟେ ।

ଉପକାରିତା

ଆୟୁର୍ବେଦ ଦ୍ୱାରା କିଡନୀ ରୋଗର ଚିକିତ୍ସା ନିକଟରେ କିଡନୀ ରୋଗର ବିଶେଷଜ୍ଞଙ୍କର ଏକ ସମ୍ମିଳନୀରେ ଏଲୋପଥିର ଚିକିତ୍ସକମାନେ ଆୟୁର୍ବେଦ ଔଷଧ ନିରି କିଏଫଟିକୁ ପ୍ରସ୍ଥାବିତ କରିଛନ୍ତି । ପ୍ରକୃତରେ ଏହି ଔଷଧ କିଡନୀ ଖରାପକକୁ ରୋକିଥାଏ । ଯଦି କୈାଣସି ବ୍ୟକ୍ତିଙ୍କର କିଡନୀରେ ଖରାପ ଅବସ୍ଥା ଆସେ ତ ନିରି କିଏଫଟି ର ସେବନ ଦ୍ୱାରା ଏହାକୁ କମାଯାଇଥାଏ । ଦିଲ୍ଲୀର ସର ଗଙ୍ଗାରାମ ଡାକ୍ତରଖାନାର କିଡନୀ ରୋଗ ବିଶେଷଜ୍ଞ ଡା. ଉନୀଷ ମଲିକ୍ କହିଛନ୍ତି ଏଲୋପଥିରେ କିଡନୀ ବେମାରୀ ଠିକ୍ କରିବା ଔଷଧ କମ୍ ଅଛି । ଏଲୋପଥିରେ ଚିକିତ୍ସା ଡାୟଲିସିସ୍ ଓ ଟ୍ରାନ୍ସପ୍ଲାଟ ମଧ୍ୟ ଅଛି । କିନ୍ତୁ ଆୟୁର୍ବେଦ କୁ ଯଦି ଗ୍ରହଣ କରାଯାଏ ନିରି କିଏଫଟି କିଡନୀ ଖରାପ ହୋବରୁ ରୋକି ଥାଏ । ଏହି ଔଷଧ ଆଜି ବି କିଡନୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବହାର କରାଯାଉଛି ।

ରୋଗୀକୁ ମିଳିପାରେ ଲମ୍ବା ଆୟୁଷ ଜଣାଶୁଣା ଆୟୁର୍ବେଦ ବିଶେଷଜ୍ଞ ଡା.ରାମନିବାସ ପରାଶରଙ୍କ ଅନୁସାରେ ଏମିତି ଔଷଧର ତାଲିକା ଖୁବ୍ ଲମ୍ବା ଅଟେ । ଯାହା ଏଲୋପଥିର ଡାକ୍ତରଙ୍କ ଦ୍ୱାରା ନିଜର ରୋଗୀଙ୍କୁ ଲେଖା ଯାଏ । ଡା. ପରାଶରଙ୍କ ଅନୁସାରେ ମାନସିକ ଅବସାଦରୁ ବଂଚିବା ପାଇଁ ଆଜି ମଧ୍ୟ ଅଶ୍ୱଗନ୍ଧାକୁ ଲୋକେ ବ୍ୟବହାର କରୁଛନ୍ତି । ପରାଶରଙ୍କ ଅନୁସାରେ , ଏଲୋପଥି ଓ ଆୟୁର୍ବେଦର ସମାବେଶ ଲୋକଙ୍କୁ ରୋଗରୁ ରକ୍ଷା କରି ରୋଗୀଙ୍କୁ ଲମ୍ବା ଆୟୁଷ ଦେଇପାରିବ ।

ଆଧାର : ଓଡିଶା ଆୟୁର୍ବେଦ ସେବା ସଦନ


Last Modified : 12/6/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate