অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଉପଦଂଶ

ଉପଦଂଶ

ଉପଦଂଶ ଏକ ସଂକ୍ରାମକ ଅସୁରକ୍ଷିତ ଯୌନ ସମ୍ପର୍କିତ ରୋଗ । ଏହା ସ୍ତ୍ରୀ ପୁରୁଷ ଏ ସନ୍ତାନକୁ ମଧ୍ୟ ହୋଇଥାଏ । ଉପଦଂଶ ସଂକ୍ରମିତ ପୁରୁଷ ସ୍ତ୍ରୀ ସହ ଓ ସ୍ତ୍ରୀ ପୁରୁଷ ସହ ଯୌନସମ୍ପର୍କ ରଖିଲେ ହୋଇଥାଏ । ପୁରୁଷ ସଂକ୍ରମିତ ହୋଇଥିଲେ ଯେତେ ଶୀଘ୍ର ସ୍ତ୍ରୀକୁ ନ ହୁଏ ମାତ୍ର ସ୍ତ୍ରୀ ସଂକ୍ରମଣ ହୋଇଥିଲେ ପଥମଥର ମିଳିନରେ ମଧ୍ୟ ପୁରୁଷକୁ ଉକ୍ତ ରୋଗ ସଂକ୍ରମିତ ହୋଇଥାଏ ।

ଲକ୍ଷଣ

ପୁରୁଷ

  1. ବହଳିଆ ସବୁଜଯୁକ୍ତ ଦଳଦିଆ ଗନ୍ଦସ୍ରାବ ଯୌନନେନ୍ଦ୍ରିୟରୁ ହୁଏ ।
  2. ପରିସ୍ରା ସମୟରେ ଅତ୍ୟଧିକ କଷ୍ଟ ହୁଏ ।
  3. ଲିଙ୍ଗର ଅଗ୍ରଭାସ ଫୁଲିକରି ଦରଜ ଅନୁଭବ ହୁଏ ,।
  4. ବେଶି ସ୍ରାବ ହେଲେ ଲିଙ୍ଗର ପାର୍ଶ୍ଵରେ ଥିବା ଗ୍ରନ୍ଥି ଫୁଲିଯାଏ।
  5. Prostategland ଟି ଫୁଲିଯାଏ ।
  6. ଶୁକ୍ରନଳୀଟି ଚାପିଲେ ଫୁଲିଳା ଭଳି ଜଣାଯାଏ।
  7. ଗଣ୍ଠିଗୁଡିକ ଦରଜ ରହେ ।
  8. ଶରୀର ଅତ୍ୟନ୍ତ ଦୁର୍ବଳ ଲାଗିବା ସହ ବିନ୍ଧା ଓ ଦରଜ ଲାଗେ ।
  9. ସମୟ ସମୟରେ ସ୍ଥାନିକ ଜ୍ଵଳନ ହୋଇପାରି ବୋଧହୁଏ ।

10.  ଉକ୍ତ ଲସା ବାହାରିବା ସମୟରେ ଅତି ପୀଡା ହୁଏ ।

ସ୍ତ୍ରୀ

  1. ଯୋନିରୁ ଦୁର୍ଗନ୍ଧଯୁକ୍ତ ସ୍ରାବ ହୁଏ ।
  2. ଏଥିରେ ସାଧାରଣତଃ ଗର୍ଭାଶୟ ମୁଖ ( cervix)ଟି   ଫୁଲିଥାଏ ।
  3. ପରିସ୍ରା ବାରମ୍ବାର ବା କମ୍ ହୁଏ ।
  4. ଗ୍ରନ୍ଥି ଗୁଡିକ ପ୍ରାୟ ମୁଖ୍ଯତଃ   ଜଂଘ ଗ୍ରନ୍ଥି ( Inguinalgland) ପ୍ରାୟତଃ ଫୁଲିଥାଏ ।
  5. ଗଣ୍ଠିଗୁଡିକ ଦରଜ । ବିନ୍ଧା ବା ଫୁଲିଥାଏ ।
  6. ପରିସ୍ରା ନଳୀ ରେ ଫୁଲା ଥାଏ ବା ଦରଜ ଥାଏ ।
  7. କ୍ରମଶଃ ଗଣ୍ଠିବିନ୍ଧା ଓ ଦରଜ ହୁଏ । ଚକ୍ଷୁଗୁଡିକ ଲାଲ ବା ଫୁଲା ରହେ ବା ପାଣି ଗଦେ । ଶେଷରେ ଉକ୍ତ ରୋଗର ଚିକିତ୍ସା ନ କଲେ କର୍କଟ ମଧ୍ୟ ହୋଇପାରେ ।

ଚିକିତ୍ସା

  1. ସଂକ୍ରମିତ ପୁରୁଷ, ସ୍ତ୍ରୀ ଇଭୟ ମିଲନ ନିଷେଧଯେତେ ପର୍ଯ୍ୟନ୍ତ ଉକ୍ତ ସଂକ୍ରମଣ ନ କମିଛି ।
  2. ପ୍ରତ୍ଯେକ ଦିନ କିଛି ନିମ୍ବ ଛାଲି ବା ପାତ୍ର ନେଇ ତା’ର ଚାରିଗୁଣ ଜଳ ଦେଇ ନିଆଁରେ ଶିଝାଇବେ । ୧ ଗୁଣ ଜଳ ରହିଲେ ଓହ୍ମାଳ ଛାଣି ସେହି ଜଳରେ ପୁରୁଷର ଳିଙ୍ଗ ଓ ସ୍ତ୍ରୀର ଯାଉନାଙ୍ଗ ଓ ଗର୍ଭାଶୟ ମୁଖ୍ୟ ( Cervix) କୁ ସକାଳ ଓ ସନ୍ଧ୍ୟାରେ ୨ ଥର ଧୌତ କରିବା ଉଚିତ୍ ।
  3. ଯୌନେନ୍ଦ୍ରିୟକୁ ବା ଜନନେନ୍ଦ୍ରିୟକୁ ଧୌତ ପରେ ଖାଣ୍ଟି ଗୋଘୁତ – ୧୦୦ ଗ୍ରାମ ନିମ୍ବ ଛାଲି ଗୁଣ୍ଡ – ୫୦ ଗ୍ରାମହଳଦୀ – ୫୦ ଗ୍ରାମ, କାଶୀଶ – ୨୦ ଗ୍ରାମ ଗୁଣ୍ଡକରି ମିଶାଇ ମଲମ ଭଳି ହେଲେ ଳିଙ୍ଗ ଓ ଗର୍ଭାଶୟ ମୁଖ୍ୟରେ ଲଗାଇବେ ।
  4. ଆବସ୍ଥିକ ଲକ୍ଷଣକୁ ନେଇ ଚିକିତ୍ସା କରିବା ଉଚିତ୍ । ଅର୍ଥାତ୍ ଦେହ ଦରଜ ଥିଲେ ଦେହଦରଜ ଔଷଧ ଖାଇବ । ମୁଣ୍ଡ ବିନ୍ଧା ହେଲେ ମୁଣ୍ଡବିନ୍ଧା ଔଷଧ ଖାଇବ ଇତ୍ୟାଦି ।
  5. ନିମ୍ନୋକ୍ତ ଔଷଧକୁ ଉଭୟ ସ୍ତ୍ରୀ ଓ ପୁରୁଷ ପାନ କରିବେ ତଥା ମୈଥୁନ ବର୍ଜନୀୟ ଓ ସର୍ବଦା ସଂକ୍ରମଣରୁ ଦୂରରେ ରହିବା ପାଇଁ ଚେଷ୍ଟିତ ହେବେଯଥା – ଲୁଗାପଟା ପ୍ରତ୍ୟେହ ଗରମ ପାଣିରେ
  6. ଧୌତ କରିବେ ଓ ସର୍ବଦ ସଫା ରହିବାକୁ ଚେଷ୍ଟା କରିବେ ।

ଆଧାର  ଡା . ଅନିଲ କୁମାର ଦାଶ, ସରକାରୀ ଆୟୁର୍ବେଦ ଚିକିତ୍ସା

Last Modified : 9/19/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate