অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଋତୁ କଷ୍ଟ

ଋତୁ କଷ୍ଟ

ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ । ଏହି ରୋଗ ପ୍ରାୟତଃ ବହୁ ସ୍ତ୍ରୀଲୋକଙ୍କ ନିକଟରେ ଦେଖାଯାଏ । ଋତୁ ପୂର୍ବରୁ ବା ଋତୁ ସମୟରେ ଅତ୍ୟଧିକ କାଟିଲାପରି ତଳିପେଟରେ କଷ୍ଟ ହୁଏ ।

ଏପରିକ ରୋଗୀ କଷ୍ଟରେ ପେଟକୁ ଧରି ଗଡିଥାଏ ।

ଲକ୍ଷଣ

  1. ତଳିପେଟରେ ଋତୁ ସମୟରେ ବା ପୂର୍ବରୁ କର୍ତ୍ତନବତ୍ ଅତି ପୀଡା ହୁଏ ।
  2. ରୋଗୀର ସମସ୍ତ ଶରୀରରେ ଯନ୍ତ୍ରଣା ହୁଏ ।
  3. ଋତୁ ସମୟ ଶେଷରେ ବାତ ଗତୁ ହୋଇଗଲେ ଉକ୍ତ ଯନ୍ତ୍ରଣା ଉପଶମ ହୋଇଥାଏ ।
  4. ବେଦନା ସମୟରେ ରୋଗୀ ନିଜର ସ୍ଥିତି ମଧ୍ୟ ସମୟସମୟରେ ଭୁଲିଯାଏ ।
  5. ଉକ୍ତ ସମୟରେ ରୋଗୀ ଛିଡିଛିଡା ମଧ୍ୟ ହୋଇଥାଏ ।

କାରଣ

ଏହାର କାରଣ ସେପରି ପ୍ରାୟତଃ କିଛି ନାହିଁ । ଏହା ଶରୀରକୁ ନେଇ ହୋଇଥାଏ । କେତେକଙ୍କର ହୁଏ କେତେକଙ୍କର ହୁଏ ନାହିଁ ମଧ୍ୟ । ଏହା ଜନ୍ମଗତ କାରଣରୁ ଅର୍ଥାତ୍ ମା’ର ଥିଲେ ଝିଅର ମଧ୍ୟ କେତେକାଂଶରେ ହୋଇଥାଏ । କେତେଙ୍କର ବିବାହ ପରେ ମଧ୍ୟ ଏହା କମିଯାଇଥାଏ ।

ତୁଟୁକା ଚିକିତ୍ସା

  1. ଜବାଫୁଲ ଶୋଧିତ ହିଙ୍ଗୁ ଓ ସୁଣ୍ଠି ସମଭାଗ ନେଇ ମିଶାଇ ୨୫୦ ମି.ଗ୍ରାର ବଟିକା କରିବ ଓ ତାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ଜଳ ସହ ପାନ କରିବ ।
  2. ଜବାଫୁଲସହ ପୁରୁଣା ଆଖୁ ଗୁଡ ମିଶାଇ ସକାଳ ସନ୍ଧ୍ୟା ଖାଇବ ।

ଔଷଧ

  • ରାଜପ୍ରବର୍ତ୍ତନୀ ବଟା ୧ଟି ଲେଖାଏଁ ବଟିକା ଉକ୍ଷମ ଜଳ ସହ ଦିନକୁ ୨ ଥର ।
  • ବୃହତ୍ ମେଥିମୋଦକ – ଆର୍ତ୍ତବସୁଦ୍ଧି କ୍ଵାର୍ଥ ସହ ଦିନକୁ ୨ ଥର ୫ ଗ୍ରାମ୍ ଲେଖାଏଁ ।
  • ଆସୋକାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
  • ଅନ୍ୟାନ୍ୟ ଔଷଧ – ଅଶୋକ, ଘୃତ, ଦଶମୁଲାରିଷ୍ଟ ଇତ୍ୟାଦି ।

ଆଧାର-ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate