ହୋମ / ସ୍ଵାସ୍ଥ୍ୟ / ଆୟୁଷ / ଏକାଧିକ ଔଷଧୀୟ ଗୁଣ ଯୁକ୍ତ ଗୁଳ୍ମ : ଭୂଇଁନିମ୍ବର ଚାଷ ପ୍ରଣାଳୀ
ସେଆର କରନ୍ତୁ

ଏକାଧିକ ଔଷଧୀୟ ଗୁଣ ଯୁକ୍ତ ଗୁଳ୍ମ : ଭୂଇଁନିମ୍ବର ଚାଷ ପ୍ରଣାଳୀ

ପାଟିକୁ ପିତା ଲାଗିଥାଇ ପରେ, ହେଲେ ଭୂଇଁ ନିମ୍ବର ହିତ ଅନେକ ।

ଭୂଇଁନିମ୍ବ

ପାଟିକୁ ପିତା ଲାଗିଥାଇ ପରେ, ହେଲେ ଭୂଇଁ ନିମ୍ବର ହିତ ଅନେକ । ମ୍ୟାଲେରିଆ ଜ୍ଵର, ଯକୃତ ଜନିତରୋଗ, ଚର୍ମରୋଗ ପାଇଁ ଭୂଇଁନିମ୍ବ ଅତ୍ୟନ୍ତ ଫଳପ୍ରଦ । କେବଳ ମନୁଷ୍ୟ ସ୍ୱାସ୍ଥ୍ୟ ନୁହିଁ ପଶୁଚିକିତ୍ସା ଓ କୃଷି କ୍ଷେତ୍ରତଥ୍ୟ ସଶ୍ୟ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଏହା ଲାଭଦାୟକ ବିବେଚିତ ହୋଇଛି ।

ଭୂଇଁ ନିମ୍ବ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭରତ ବର୍ଷର ଚାରିଆଡେ ଦେଖାଯାଏ । ଏହା ମୁଖ୍ୟତଃ ଏକ ଜଙ୍ଗଳୀ ଗୁଳ୍ମ । ଜଙ୍ଗଲ ଭିତରେ ଓ ସନିକଟ ଖୋଲା ଭୂମିରେ ବହୁଳ ଭାବରେ ଦେଖାଯାଇ । ବଙ୍ଗଳା ଭାଷାରେ ଏହାକୁ କାଲମେଘ କୁହାଯାଏ । ମ୍ୟାଲେରିଆ ପ୍ରତିଷେଧକ ପାଇଁ ହୋମିଓପ୍ୟାଥିକର ସର୍ବୋକୃଷ୍ଟ ଔଷଧ ‘ କାଲମେଘ’ ଏହି ଗୁଳ୍ମରୁ ପ୍ରସ୍ତୁତ ହୋଇଥାଏ । ହୋମିଓପ୍ୟାଥିକ ସିଦ୍ଧ, ୟୁନାନୀ, ଆୟୁର୍ବେଦିକ ଓ ଏଲୋପ୍ୟାଥିକ ଔଷଧ ତିଆରିରେ ଭୂଇଁନିମ୍ବର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ଏହି ଗୁଳ୍ମର ଚାଷ ଦିଗରେ ସେତେଟା ଗୁରୁତ୍ଵା ଦିଆଯାଇପାରୁ ନ ଥିବାରୁ ପ୍ରାକୃତିକ ରୂପରେ ବଣ ଗଙ୍ଗଲରୁ ଏହା ସଂଗ୍ରହ ହେଉଛି । ସଂଗ୍ରହ ପାଇଁ ଗୁଳ୍ମଟି କୁ ଓପାଡି ଅଣାଯାଉଥିବାରୁ ଜଙ୍ଗଲରେ ଏହାର ଘଞ୍ଚତା କ୍ରମଶଃ କମିବାରେ ଲାଗିଛି । ବ୍ୟବସାୟୀକ ଭାବେ ଏହି ଗୁଳ୍ମଟିକୁ ଚାଷ କରାଯାଇ ପାରିଲେ ଚାଷୀ ମାନଙ୍କର ଆର୍ଥିକ ଅବସ୍ଥା ଯେ ବଦଳା ଯାଇ ପାରନ୍ତା ଏହା କହିବା ନିଃସନ୍ଦେହ ।

  • ମୁତ୍ତିକା – ସବୁ ପ୍ରକାର ମାଟିରେ ଚାଷ କରାଯାଇ ପାରିବ । ପାଣି ଜମାହୋଇ ରହୁ ନ ଥିବା ସହଜରେ ଗଡି ଯାଉଥିବା ଅଥଭା ନିଷ୍କାସିତ ହୋଇ ଯାଉଥିବା କୃଷ୍ଣକାର୍ପାସ୍ ଓ ବାଲିଆ ଦୋରସା ମାଟିରେ ଏହା ବଢିପାରିବ । ମୁତ୍ତିକାର ପି. ଏଚ. ୬-୫ ପର୍ଯ୍ୟନ୍ତ ରହିବା ଆବଶ୍ୟକ ।
  • ଜଳବାୟ – ଆମ ଦେଶରେ ଅନୁଭୂତ ଜଳବାୟୁ ଏହି ଗୁଳ୍ମ ପାଇଁ ଅନୁକୁଳ । ଉଷ୍ମକଟିବନ୍ଧିୟ ଜଳବାଯୁରେ ଏହାର ଚାଷ ଭଳି କରି ହୁଏ । ଥଣ୍ଡା ଅଞ୍ଚଳରେ ଏହି ଚାଷ କରି ହେଉ ନ ଥିବାରୁ ଉଷ୍ମ ଜଳବାୟୁ ଥିବା ଅଞ୍ଚଳରେ କରାଯାଇ ପାରେ ।
  • ଜମିପ୍ରସ୍ତୁତି – ଜମିରୁ ଘାସ ମୂଳ ବାହାରି ଆସିବା ଭଳି ଗଭୀର କରି ହଲ କରିବାକୁ ହୋଇଥାଏ । ଏକର ପ୍ରତି ୫୦୦ କେ.ଜି ସଢା ଗୋବର କ୍ଷତ ମିଶାଇ ଦ୍ଵିତୀୟ ବାର ହଲ କରିବା ଉଚିତ୍ । ତା ପରେ ଆଉ ଥରେ ଏପରି ମୋଟ ତିନି ଥର କରିଦେବା ଉଚିତ୍ । ଅନାବନା ଗଛ, ଘାସ ଇତ୍ୟାଦି ଭଲ ଭାବେଜମିରୁ ବାହାର କରିଦେବା ଆବଶ୍ୟକ ।

ପରିଚିତ

ଛୋଟିଆ ଗଛ । ଉଚ୍ଚତା ୨ ଫୁଟରୁ ଅଧିକ ନୁହିଁ । ପତ୍ରର ଲମ୍ବ ୨ ଇଞ୍ଚ ଓ ଓସାର ୧/୨ ରୁ ୧ ଇଞ୍ଚ ହୋଇଥାଏ । ପ୍ରତ୍ୟକ କୋଣରୁ ଶାଖା ଓ ପ୍ରଶାଖା ବାହାରି ଥାଏ । ବାଇଗଣୀ ରଙ୍ଗର ଫୁଲ ହୋଇଥାଏ । ବାହ୍ୟ କୋଷ ପାଞ୍ଚ କୋଠରିଯୁକ୍ତ ହୋଇଥାନ୍ତି । ପୁଷ୍ପାନ୍ତର କୋଷ ଅଧା ଇଞ୍ଚ ଯୁକ୍ତ ଦୁଇ ଓଷ୍ଠରେ ବିଭକ୍ତ ତଥା ଦେଖିବା ପାଇଁ ଧଳା, ଫୁଲ ଗୁଡିକ ସରୁ ସରୁ ୧/୪ ଇଞ୍ଚ ପର୍ଯ୍ୟନ୍ତ ଲମ୍ବ ହୋଇଥାନ୍ତି । ତାରା ରୋପଣ – ଚାରା ରୋପଣ ପାଇଁ ଉପୟୁକ୍ତ ସମୟ ହୋଇଥିଲେ ନର୍ସରୀରୁ ଚାରା ଉପାଡି ଆଣି ଏହାର ମୂଳକୁ ବିଶୋଧନ କରିବାକୁ ହୁଏ ।

ବାୟୋଜାଇମ ସିଡ୍ ପ୍ଲସ୍ ୨ ମି.ଲି ଆଣି ୧୦୦ ମି.ଲି ପାଣିରେ ମିଶାଇ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଏହାର ମୂଳକୁ ବୁଡାଇ ରଖିଲେ ତାରା ବିଶୋଧିତ ହୋଇଥାଏ । ବିଶୋଧିତ ଚାରା ଗୁଡିକରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ବିଶୋଧିତ ଚାରା ଗିଡିକୁ ୧-୧ ଫୁଟ୍ ଦୁରତ୍ଵ ରାଖୀ ରୋପଣ କରିବାକୁ ହୋଇଥାଏ ।

ଜଳ ସେଚନା- ଏହା ଏକ ବର୍ଷ ଦିନିଆ ଫସଲ ହୋଇଥିବାରୁ ଜଳ ସେଚନର ଆବଶ୍ୟକତା ପଡେ ନାହିଁ । ଯଦି ବର୍ଷା ନ ହୁଏ ତେବେ ୨୦ ଦିନ ବ୍ୟବଧାନରେ ଜଳସେଚନ କରାଯିବା ଉଚିତ୍ ।

କୋଡାଖୁସା – ମଝିରେ ମଝିରେ କୋଡାଖୁସା କାଲେ ମାଟି ହାଲ୍କା ହେବା ସହ ଅନାବତା ଗଛ ମାରି ଯାଇଥାଏ । ଗଛ ଗୁଡିକ ଭଲ ଭାବରେ କୋଡାଖୁସା କରିବାର ଆବଶ୍ୟକତା ରହିଛି ।

ଫସଲ ଅମଳ – ଛରା ରୋପଣ ସମୟର ୧୦୦ ରୁ ୧୨୦ ଦିନ ପରେଫସଲ କାଟିବା ଆବଶ୍ୟକ । ଫସଲ କାଟିବା ପରେ ପରେ ମୂଳରୁ ପୁଣି ଶାଖା ବାହାରି ନୂଆ ଗଛ ବାହାରିଥାଏ ।ଥରେ ଲଗାଇଲେ ୨-୩ ଥର ପର୍ଯ୍ୟନ୍ତ ଏହି ପରି କାଟି ଅମଳ କରାଯାଇ ପାରିବ । ଏକ ଏକାର ଜମିରୁ ୫ ଟନ ପର୍ଯ୍ୟନ୍ତ ଅମଳ କରିହେବ ।

ଆୟବ୍ୟୟ – ସମସ୍ତ ଖର୍ଚ୍ଚ ବାଦ ଦେଇ ପ୍ରଥମ ବର୍ଷ ଏକର ପ୍ରତି ୫୦୦ ଟଙ୍କାର ଲାଭ ହୋଇଥାଏ । ଗାଈ ଗୋରୁ ଖାଉ ନ ଥିବାରୁ, ଜଳ ସେଚନର ଆବଶ୍ୟକତା ପଡୁ ନ ଥିବାରୁ, ଗୋବର କ୍ଷତ ବ୍ଯତୀତ ଅନ୍ୟ କିଛି ସାର ପ୍ରୟୋଗର ଆବଶ୍ୟକତା ନ ଥିବାରୁ ଏବଂ ପରିତ୍ୟକ୍ତ ଜମିରେ ଏହି ଗୁଳ୍ମର ଚାଷ କରାଯାଇ ପାରୁଥିବାରୁ ଏହି ଚାଷ ବେଶ୍ ଲାଭଜନକ ସାବ୍ୟସ୍ତ ହୋଇଛି ।

ଔଷଧୀୟ ଗୁଣ

ଜ୍ଵର- ମୁଠାଏ ତାଜା ପତ୍ରକୁ ଅଧା ଲିଟର ପାଣିରେ ସିଝାଇ୩୦ ମି.ଲି. ଅବଶିଷ୍ଟାନ୍ସ ରହିଲେ ତାକୁ ଚଣି ସକାଳ ଓ ସନ୍ଧ୍ୟାରେ ୩ ଦିନ ଖାଲି ପେଟରେ ସେବନ କାଲେ ଜ୍ଵର ହୋଇଥାଏ ।

ଯକୃତ ଜନିତ ରୋଗ – ୨୦ ଗ୍ରାମ ଶୁଖିଲା ଚେରକୁ ଅଧ ଲିଟର ପାଣିରେ ଫୁଟାଇ ତାର ଚାରି ଭାଗରୁ ଭାଗେ ରହିଲେ ଦିନକୁ ୨ ଥର କରି ଦୁଇ ସପ୍ତାହ ପର୍ଯ୍ୟନ୍ତ ସେବନ କରିଲେ ଯକୃତ ଜନିତ ରୋଗ ଭଲ ହୋଇଥାଏ ।

ମ୍ୟାଲେରିଆ – ୫ ରୁ ୧୦ ଗ୍ରାମ ପରିମାଣର ତାଜା ପାତ୍ର ସକାଳ ଓ ସନ୍ଧ୍ୟାରେ ବାଟି ତାର ସ୍ଵରସ ପାନ କଲେ ୧୦ ଦିନ ମଧ୍ୟରେ ମ୍ୟାଲେରିଆ ଉପଶମ ହୋଇଥାଏ । ଖାଲି ପେଟରେ ଏହାର ପତ୍ର ରସ ସପ୍ତାହକୁ ଦୁଇ ଥର ପାନ କଲେ ମ୍ୟାଲେରିଆ ପ୍ରତିଷେଧକ ହୋଇଥାଏ । ତତ୍ ସହିତ ସମସ୍ତ ପ୍ରକାର ଚର୍ମ ରୋଗ, ହାଡଫୁଟି, ମିଳିମିଳା, ଆଦି ରୋଗ ହେବାର ସମ୍ଭାବନା ନ ଥାଏ ।

କୃମି – ୫ ଗ୍ରାମ ଓଜନର ଭୂଇଁନିମ୍ବ ପତ୍ର ସକକାଳୁ ଖାଲି ପେଟରେ ଉଷୁମ ପଣି ସହିତ ସେବନ କଲେ ସମସ୍ତ ପ୍ରକାର କୃମି ନଷ୍ଟ ହୋଇ ଯାଆନ୍ତି ।

ଚର୍ମରୋଗ – ଭୂଇଁନିମ୍ବର ସର୍ବାଙ୍ଗକୁ ଭଲ ଭାବେ ଧୋଇ ଛାଇରେ ଶୁଖାଇ ଚୂର୍ଣ୍ଣକରି ଗରମ ପାଣିରେ ମଣ୍ଡ ପରି କରି ପ୍ରଭାବି ଅଂଶରେ ୪/୫ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ରଖି ପରେ ଧୋଇ ଦେଲେ ଏଥିରୁ ସୁଫଳ ମିଳିଥାଏ ।

ଆମ ରାଜ୍ୟସମସ୍ତ ପାର୍ବତ୍ୟ ତଥା ଆଦିବାସୀ ବହୁଳ ଜିଲ୍ଲା ଗୁଡିକରେ ଭୂଇଁନିମ୍ବର ବାହୁଲତା ଦେଖାଯାଏ । ମୟୂରଭଞ ଜିଲ୍ଲାର ପଶ୍ଚିମବଙ୍ଗ ଓ ରାଞ୍ଚି, କେଉଁଝର ଓ ସୁନ୍ଦରଗଡରୁ ଛତିଶଗଡ, ରାୟଗଡା ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, କୋରାପୁଟ ଜିଲ୍ଲା ଜଙ୍ଗଲ ଗୁଡିକରୁ ଛତିଶଗଡ ରାଜ୍ୟ ଭୂଇଁନିମ୍ବ ରପ୍ତାନି କରାଯାଏ । ଆମ ରାଜ୍ୟର କେତେକ ପାର୍ମାସ୍ୟୁଇଟିକାଲ୍ସ କମ୍ପାନୀ ପ୍ରାଥମିକ ସଂଗ୍ରହକାରୀଙ୍କଠାରୁ ବଣ ଜଙ୍ଗଲରୁ ଏହି ଗୁଳ୍ମକୁ ସଂଗ୍ରହ କରିନେଇଥାନ୍ତି । କାଁ ଭାଁ କେତେକ ଚାଷୀଙ୍କୁ ବାଦ୍ ଦେଲେ ଅନ୍ୟ କେଉଠି କିଏ ଏହି ମୁଲ୍ୟବାନ ବହୁବିଧ ଉପଚାର ରେ ପ୍ରୟୋଗ କରାଯାଉଥିବା ଗୁଳ୍ମଟିକୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ପ୍ରକୃତିକ ଜଙ୍ଗଲରେ ଏହାର ସ୍ଥିତି ପ୍ରତି ଆଶଙ୍କା ସୃଷ୍ଟି ହେବାରେ ଲାଗିଛି । ଦିନକୁ ଦିନ ଏହାର ଅଦ୍ଵିତୀୟ ଗୁଣାବଳୀର ପରିପ୍ରକାଶ ଘଟୁଥିବା ବେଳେ ରାଷ୍ଟ୍ରୀୟ ତଥା ଆନ୍ତଃରାଷ୍ଟ୍ରୀୟ ସ୍ତରରେ ଚାହିଦା ବଢୁଥିବା ବେଳେ ଏହି ଗୁଳ୍ମ ପ୍ରଜାତିର ଚାଷ ପାଇଁ ଚାଷୀମାନେ ଆଗେଇ ଆସିବା ଆବଶ୍ୟକ । ଅଧିକ ସୂଚନା ପାଇଁ ‘ ସମ୍ବନ୍ଧ’ କିମ୍ବା ରାଜ୍ୟ ଔଷଧୀୟ ବୃକ୍ଷଲତା ପରିଷଦ ସହ ଯୋଗାଯୋଗ କରି ପାରନ୍ତି ।

ଆଧାର

ସମ୍ବନ୍ଧ (NGO)

3.06666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top