অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏସିଡିଟି ବା ଅମ୍ଳପିତ୍ତ

ଏସିଡିଟି ବା ଅମ୍ଳପିତ୍ତ

ଉପକ୍ରମ

ପ୍ରଥମେ ଆମେ ଆମର ଖାଦ୍ୟପେୟ ନେଇ ଯତ୍ନବାନ ହେବା ଉଚିତ୍ । ଆମେ ଖାଉଥିବା ଖାଦ୍ୟ, ତାହା ଶରୀର ପାଇଁ ଯଦି ପିତ୍ତାଧିକ୍ୟ ଥାଏ ଏବଂ ପିତ୍ତଜନିତ ବିହାରାଦି କରାଯାଏ, ଏହା ବିଦଗ୍ଧ ହୋଇ ଅମ୍ଳପିତ୍ତ ବା ଏସିଡିଟି ରୋଗ ସୃଷ୍ଟି କରିଥାଏ । ଆହାର ସମୟରେ କେତେକ ଖାଦ୍ୟ ଏକାଠି ଖାଇଲେ ବା ବିରୁଦ୍ଧ ଭୋଜନ କଲେ ଶରୀରରେ ପିତ୍ତ ବୃଦ୍ଧି ହୁଏ ।

ଏକସଙ୍ଗେ କ୍ଷୀର ଓ ବେଳ, କ୍ଷୀର ଓ ଲେମ୍ବୁ, କ୍ଷୀର ଓ କୋଳଥ, କ୍ଷୀର ଓ ଶୁଷ୍କଶାଗ, ମତ୍ସ୍ୟ ଓ ଗୁଡ ଆଦି ଖାଇବା ଏବଂ ଦୂଷିତ ଅନ୍ନ ବିଦାହୀ ଦ୍ରବ୍ୟ, ପିତ୍ତ ସୃଷ୍ଟିକାରୀ ପାନୀୟ ପାଇଁ ମଧ୍ୟ ଶରୀରରେ ପିତ୍ତ ସଞ୍ଚିତ ହୋଇ ରହେ । ଏହା ମାତ୍ରାଧିକ ପରିମାଣରେ ଜମିରହି ଶେଷରେ ଏସିଡିଟି ରୋଗରେ ପରିଣତ ହୋଇଥାଏ । ବେଳେବେଳେ ମୁଖ୍ୟରେ ମଧ୍ୟ ଅମ୍ଳସ୍ଵାଦ ଅନୁଭୂତ ହୁଏ ।

ଖାଲି ପେଟରେ ରହିଲେ ଆମାଶୟରୁ ନିର୍ଝରିତ ହେଉଥିବା ଅମ୍ଳ ବା ହାଇଡ୍ରୋକ୍ଳୋରିକ୍ ଏସିଡ ଏହି ରୋଗ ସୃଷ୍ଟ କରିବାରେ ସାହାଯ୍ୟ କରିବା ସହିତ ରୋଗୀକୁ ବ୍ୟସ୍ତ କରିପକାଏ । ବେଳେ ବେଳେ ରୋଗୀ ଉଦର ପୀଡା ଭୋଗ କରେ ।

ଏହି ରୋଗ ହେଲେ ରୋଗୀ ଖାଉଥିବା ଖାଦ୍ୟ ଭଲଭାବେ ହଜମ ହୁଏ ନାହିଁ । ପାଟିକୁ ସବୁ ଅରୁଚି ଲାଗେ । ଭୋକ ହେଉଥିଲେ ବି ଅରୁଚି ହେତ ଖାଇବାକୁ ଆଦୌ ଇଚ୍ଛା ହୁଏ ନାହିଁ । ତୃଷ୍ଣା, ଅମ୍ଲୋଦଗାର, ଅଗ୍ନିମାନ୍ଦ୍ୟ, କ୍ଳାନ୍ତିବୋଧ ଏପରିକି ବେଳେ ବେଳେ ଶରୀରରେ ଶିହରଣ ସୃଷ୍ଟି ହେବା, ଛାତି ଓ ଗଳାରେ ଦାହ ଆଦି ଲକ୍ଷଣମାନ ପ୍ରକାଶ ପାଇଠେ । ଏପରି ଲକ୍ଷଣ ପୁରୁଣା ହେଲେ ଏଥିରେ କଣ୍ଠ, ହୃଦୟ, କୁଷିଦେଶରେ ଦାହ, ଶିର ବେଦନା, ହସ୍ତପାଦ ଦାହ, ଦେହରେ ଉଷ୍ଣତା, ଘନଘନ ବମନ ଇତ୍ୟାଦି ଲକ୍ଷଣ ମଧ୍ୟ ପରିଲକ୍ଷିତ ହୁଏ । ବେଳେ ବେଳେ ପୀଡକା, କଣ୍ଡୁ ଓ ଶିରକମ୍ପ ଇତ୍ୟାଦି ଉପଦ୍ରବ ମଧ୍ୟ ଦେଖାଦେଇଥାଏ ।

ଏହି ରୋଗ ପ୍ରତି ରୋଗୀ ସଚେତନ ରହି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ତତକ୍ଷୀଣତ୍ ପରାମର୍ଶ କାଇବା ଆବଶ୍ୟକ।

ଏସିଡିଟି ହୋଇ ଯଦି ଉଦରପୀଡା ଆରମ୍ଭ ହୋଇଥାଏ କେତେକ ଏହାକୁ ଶୂଳଜାତୀୟ ରୋଗ ବୋଲି ଅଭିହିତ କରନ୍ତୁ । ଉଭୟ ରୋଗର କେତେକ ଲକ୍ଷଣ ଓ ଚିକିତ୍ସା ପ୍ରଣାଳୀରେ ସମାନତା ପରିଲକ୍ଷିତ ହେଉଥିବା ହିଁ ଏହା ଏକକ ଶ୍ରେଣୀଭୁକ୍ତ ରୋଗ ନୁହେଁ କାରଣ ଶୂଳ ରୋଗରେ ବାତଜ ପ୍ରାଧାନ୍ୟ ପରିଲକ୍ଷିତ ହେବା ସହିତ ପ୍ରବଳ ପୀଡା ହୁଏ ଓ ଜଳାପୋଡା କମ୍ ଦେଖାଦେଇଥାଏ ।

ସହଜ ଚିକିତ୍ସା

  1. ମହୁ ସହିତ ପିପ୍ପଳୀ ଚୂର୍ଣ୍ଣ ଅଥବା ସଂଧ୍ୟା ସମୟରେ ଚିନି ସହିତ ପାଚିଲା ଲେମ୍ବୁ ଖାଇଲେ ଏହି ରୋଗରୁ ଆରାମ ମିଳିଥାଏ ।
  2. ବାନ୍ତି ହେଉଥିଲେ ରୋଗୀ ପୋଟଳପତ୍ର, ଶୁଣ୍ଠି, ଗୁଡୁକୀ ଓ ତୁଟୁକା ପାଣିରେ ପ୍ରତ୍ୟକ ପାନକଲେ ପୀଡା, ଦାହ ଓ ବାନ୍ତି ପ୍ରଶମିତ ହୋଇ ଆରାମ ମିଳେ ।
  3. ଶଇଠକାଠ, ଗୁଡୁଚୀ, ଯଷ୍ଟିମଧୁ ଓ ଦାରୁହଳଦୀ ସବୁର କ୍ଵାଥରେ ମହୁ ପ୍ରକ୍ଷେପ ଦେଇ ପାନକଲେ ରୋଗରୁ ଉପଶମ ମିଳିଥାଏ ।
  4. ହରିତକୀ ଓ ଦ୍ରାକ୍ଷକୁ ମଧୁ ବା ପୁରାତନ ଗୁଡ ସହ ସେବନ କଲେ ଏସିଦିତି ରୋଗୀ ଆରୋଗ୍ୟ ପ୍ରାପ୍ତ ହୋଇଥାଏ ।
  5. ପିପ୍ପଳୀ, ଦ୍ରାକ୍ଷା, ହରିଡା, ଚିନି, ଧନିଆ ଓ ଦୁର୍ଲଭା ଆଡିକୁ ଗୁଣ୍ଡକରି ମଧୁସହ କୁଟି ଆବଶ୍ୟକୀୟ ଅନୁପାତରେ ଗରମ ଜଳ ସହ ସକାଳେ ଓ ସଂଧ୍ୟାରେ ସେବନ କଲେ ରୋଗୀ ଆରୋଗ୍ୟ ଲାଭ କରିଥାଏ ।
  6. କେତେକ ପିତ୍ତ ପ୍ରଶମନ କ୍ଵାଥର ମଧ୍ୟପ୍ରୟୋଗ କରାଯାଇଥାଏ । ସେଗୁଡିକ ହେଲା- ଶାସ୍ତ୍ରୀଯ ଔଷଧ ତ୍ରିଫଲାଦି କ୍ଵାଥ, ଗୁଡୁଖାଦି କ୍ଵାଥ ଓ ପୋଟଲାଦି କ୍ଵାଥ । ରୋଗୀର ଅବସ୍ଥାକୁ ଲକ୍ଷ କରି ଲୀଳା ବିଳାସରସ, ଅମ୍ଳପିତାନ୍ତକରସ, ମହାପିତାନ୍ତକ ରସ, କ୍ଷୁଧାବତୀ ବଟିକା, ଅଭ୍ରରସାୟନ ଆଷଳକୀ ରସାୟନ, ଅବି ପିତ୍ତକର ଚୂର୍ଣ୍ଣ ଅମ୍ଳପିତାନ୍ତକ ମୋଦକ, ଶୁଣ୍ଠିଖଣ୍ଡ, ପିପ୍ପଳୀ ଖଣ୍ଡ ବୃହତ୍ ପିପ୍ପଳୀ ଖଣ୍ଡ, ଷଣାବରୀ ଘୃତ ଜୀରକାଦି ମୋଦକ, ଦ୍ରାକ୍ଷାଘୃତ ଓ ବିଲ୍ଵତୈଳ ପ୍ରୟୋଗ କରାଗଲେ ଉପଶମ ମିଳିଥାଏ ।

ପଥ୍ୟାପଥ୍ୟ

ଏହି ରୋଗ ହୋଇଥିଲେ ଆହାର ଲଘୁଓ ସୁପାଚ୍ୟ ହେବା ଆବଶ୍ୟକ । ରୋଗୀ ପ୍ରତ୍ୟହ ଆହାର ବେଳେ କେଉଁ କେଉଁ ଖାଦ୍ୟ ଖାଇବା ଉଚିତ୍ ଓ ଅନୁଚିତ ସେଥିପ୍ରତି ଯଥେଷ୍ଟ ସତର୍କତା ଅବଲମ୍ଭନ କରାଯିବା ଉଚିତ୍ । ଏହି ରୋଗରେ ପୁରୁଣା ଶାଳିଧାନର ଚାଉଳ, ଯବ, ଗହମ, ମୁଗ କାକୁଡି, କଲରା ପୋଟଳ, ହିଡିମିଚିକା, ବେଣାଚାର, ଜାଙ୍ଗଲ ମାଂସରସ, ଡାଳିମ୍ବ, ପକ୍ଵ କୁଷ୍ମାଣ୍, ଆମଳକୀ, କଞ୍ଚଳକଦଳୀ, ସଜନାଛୁଇଁ ଆଦି ତଟକା ସବୁଜ ପାରିବା ଖାଇବା ଆବଶ୍ୟକ । ପଇଡ ଜଲ ପାନୀୟ ରୂପେ ବ୍ୟବହାର କଲେ ଉପକାର ମିଳିଥାଏ ।

ଆଧାର:ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 8/5/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate