ଡେଙ୍ଗୁଜ୍ଵରର ଆୟୁର୍ବେଦୀୟ ଉପଚାର
ଡେଙ୍ଗୁ ଭାଇରସ୍
ଆରନୋ ଭାଇରସ୍, ଡେଙ୍ଗୁ ଭାଇରସ୍ ଦ୍ଵାରା ହୋଇଥାଏ । ସାଧରଣତଃ ଦିନରେ କାମୁଡୁଥିବା କଳା ଦାଗଯୁକ୍ତ ମଶା (ଏଡିସ୍) ଦ୍ଵାରା ଏହା ବ୍ୟାପିଥାଏ । ଏହି ମଶା ରୋଗୀଠାରୁ ରକ୍ତ ଖାଇବା ସମୟରେ ଭାଇରସ୍ ମଧ୍ୟ ତାହା ସହ ଆସିଥାଏ ଓ ସେହି ମଶା ସୁସ୍ଥ ରୋଗୀକୁ କାମୁଡିଲେ ତାହା ଦେହରେ ପ୍ରବେଶ କରିଥାଏ ।
ଚିକିତ୍ସା
- ସର୍ବପ୍ରଥମେ ସମ୍ପୁର୍ଣ୍ଣ ଭାବରେ ମଳ ନିଷ୍କାସନର ଚିକିତ୍ସା ଆବଶ୍ୟକ । ପ୍ରଥମେ କଟୁକି ଚୂର୍ଣ୍ଣ ଜଳ ସହ ସେବନ କରିବେ । ତା’ ପରେ ଜ୍ଵରନାଶକ ଔଷଧ ପ୍ରୟୋଗ କରିବା ଆବଶ୍ୟକ। ଏହାପରେ.... ମକରଧିଜ- ୬୦ ମିଗ୍ରା, ସ୍ଵର୍ଣ୍ଣବସନ୍ତ ମାଳତି ରସ- ୬୦ ମିଗ୍ରା, ପ୍ରବାଳ ପିଷ୍ଟି- ୧୨୫ ମିଗ୍ରା, ନବାୟସ ଲୌହ- ୨୫୦ ମିଗ୍ରା, ଶୀତୋପଳାଦି ଚୂର୍ଣ୍ଣ-୧ ଗ୍ରାମ୍ କୁ ଏକତ୍ର ମିଶାଇ ମହୁ ସହ ଘୋଟି ସକାଳ, ସନ୍ଧ୍ୟାରେ ପ୍ରୟୋଗ କରିବେ ଏବଂ ଖାଦ୍ୟ ଖାଇବା ପରେ ଅଶ୍ଵଗନ୍ଧାରିଷ୍ଟ/ ଦ୍ରାକ୍ଷାରସ ୨ ଚାମଚ – ସମାନ ଜଳ ସହ ସେବନ କରିବେ ।
- ଉକ୍ତ ଜ୍ଵରରେ ଲକ୍ଷ୍ମୀବିଳାସ ରସ, ତ୍ରିଭୁବନ କୀର୍ତ୍ତି ରସ, କୃଷ୍ଣ ଚତୁର୍ମୁଖ ରସର ମଧ୍ୟ ପ୍ରୟୋଗ କରାଯାଇଥାଏ ।
- ରୋଗୀକୁ ଉପବାସରେ ରାଖୀ ତା’ପରେ କିଛି ଫଳରସ ପିଇବାକୁ ଦେଇ ଲକ୍ଷ୍ମୀନାରାୟଣ ରସ – ୨୫୦ ମି.ଗ୍ରା, ଯୋଗରାଜ ଗୁଗୁଲ ୨୫୦ ମି.ଗ୍ରା ତ୍ରିଭୁବନ କୀର୍ତ୍ତି ରସ ୨୫୦ ମି.ଗ୍ରା ଅଭ୍ରରସ୍ମ ୧୨୫ ମି.ଗ୍ରା ଓ ଗୋଦନ୍ତି ଭସ୍ମ ୧୨୫ ମି.ଗ୍ରା ଏକତ୍ର ମିଶାଇ ଦିନକୁ ୩ଥର ଦଶମୂଳ କ୍ଵାଥିରେ ସେବନ କରାଇବେ ।
- ଜ୍ଵର ତୀବ୍ର ହେଲେ ଓଦା କପଡାକପାଳରେ ଦେଇ ଶରୀରକୁ ଥଣ୍ଡା ଜଳ ଦ୍ଵାରା ପୋଛନ୍ତୁ । ତତ୍ ପରେ ବେତାଳ ରସ- ୧୨୦ ମି.ଗ୍ରା, ମୃତ୍ୟୁଞ୍ଜୟ ରସ- ୧୨୦ ମି.ଗ୍ରା, କୃଷ୍ଣ ଚତୁର୍ମୁଖ ରସ ୧୨୦ ମି.ଗ୍ରା, ଗୁଡିଚି ସତ୍ତ୍ଵ ୫୦୦ ମି.ଗ୍ରାକୁ ମିଶାଇ ତିନି ମାତ୍ରାରେ ଭାଗ କରିବେ । ଏକ ମାତ୍ରାରେ ଜୁଆଣୀ ଚୂର୍ଣ୍ଣ ସହ ମହୁ ମିଶାଇ ଦିନକୁ ୫ଥରପ୍ରୟୋଗ କରିବେ । ଉକ୍ତ ଔଷଧ ସେବନ ପୂର୍ବରୁ ଆୟୁର୍ବେଦିକ ଚିକିତ୍ସକଙ୍କ ପରାମର୍ଶ ନିତାନ୍ତ ଜରୁରୀ ।
ରୋଗୀ ସାର୍ବଦା ମଶାରୀ ମଧ୍ୟରେ ରହିବା ଆବଶ୍ୟକ । ରୋଗୀ ସୁଷମ ଖାଦ୍ୟ ଓ ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବା ଦରକାର ଜ୍ଵର ହେବା ମାତ୍ରେ ପ୍ରଥମେ ଡେଙ୍ଗୁରକ୍ତ ପରୀକ୍ଷା କରାଯିବା ପ୍ରୟୋଜନ । ତତ୍ ପରେ ରୋଗୀ ର ଚିକିତ୍ସା ନିତାନ୍ତ ଜରୁରୀ ।
ଆଧାର ଧରିତ୍ରୀ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.