অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଧଇଁ

ଉପକ୍ରମ

ଧଇଁ, ଦମା  ବା ଶ୍ଵାସର  କାରଣ  ଶ୍ଵାସନଳୀର  ପ୍ରଦାହଠାରୁ ଆରମ୍ଭକରି  ଏଲାର୍ଜି  ପର୍ଯ୍ୟନ୍ତ   ଯାହା  ବା  ହେଉ; ଶିଶୁ  ହେଉ , ତରୁଣ  ହେଉ  ବା  ବୃଦ୍ଧ  କୁହନ୍ତୁ – କେତେକ  ଲୋକଙ୍କଠାରେ  ଏହା  ନିର୍ଦ୍ଧିଷ୍ଟଭାବରେ  ବର୍ଷାଦିନରେ  ଏକ  ସଙ୍କଟଜନକ  ପରିସ୍ଥିତି  ସୃଷ୍ଟି  କରିଥାଏ   ।

ଅବେଳରେ  ହଠାତ୍  ଏହା  ଆରମ୍ଭ  ହୋଇ  ରୋଗୀ  ତଥା  ତାଙ୍କ  ପରିବାରକୁ  ଏକ  ବିବ୍ରତ  ଅବସ୍ଥାରେ  ପକାଇଥାଏ   । ସଙ୍ଗେ  ସଙ୍ଗେ  ଏ  କଷ୍ଟ  ଦୂରପାଇଁ  ବ୍ୟବସ୍ଥା  ନ କଲେ  ଖୁବ୍  ଶୀଘ୍ର  ଏହା  ଏକ  ସାଂଘାତିକ  ଅବସ୍ଥାରେ   ପକାଇ  ମରଣାନ୍ତକ  ଯନ୍ତ୍ରଣା   ଆଣିଥାଏ ଓ  ଯଥାଶୀଘ୍ର  ହାସପାତାଳରେ  ଭର୍ତ୍ତିକରିବାର  ଆବଶ୍ୟକତା  ପଡେ   ।

ଔଷଧ ସୂଚନା

ତେଣୁ  ନିମ୍ନଲିଖିତ  ଔଷଧମାନଙ୍କରୁ  ଗୋଟିଏ  ଲେଖାଏଁ  ଶିଶି  ଗୁଳି  ଆକାରରେ  ପାଖରେ  ରଖି, ରୋଗୀର  ଅବସ୍ଥାନୁସାରେ, ପ୍ରଦତ୍ତ  ଲକ୍ଷଣ  ଗୁଡିକର  ନିର୍ଦ୍ଦେଶାନୁଯାୟୀ  ଯଦି  ସେଥିରୁ  ଥରକେ  ୪/୫ଟି  ଗୁଳି  ବା  ମୂଳଅର୍କ  (Q) ହୋଇଥିଲେ  ୫/୧୦ ଟୋପା  ସାମାନ୍ୟପାଣିରେ   ମିଶାଇ, ଚାମୁଚିଏକରି  ଘଣ୍ଟାଏ  ଦୁଇଘଣ୍ଟା  ଅନ୍ତରରେ  ବ୍ୟବହାର  କରାଯାଏ  ତାହାହେଲେ  ଯଥାଶୀଘ୍ର  ଏକ  ସଙ୍କଟଜନକ  ମୂହୁର୍ତ୍ତକୁ  ଏଡାଇ  ଦିଆଯାଇ  ପାରିବ  ।

  1. ଏଣ୍ଟିମଟାର୍ଟ : ୩୦ – ୨୦୦
  2. ଭୀଷଣ  ଶ୍ଵାସକଷ୍ଟ, ଛାତିରେ   ତରଳ  କଫ  ଯେପରି  ଭର୍ତ୍ତିହୋଇ  ରହିଛି  ଅଥଚ   ବାହାର  କରିବାକୁ  ରୋଗୀର  ଶକ୍ତି  ନାହିଁ , ରୋଗୀ  ଭୀଷଣ  ଅବସନ୍ନ, କପାଳରେ  ଥଣ୍ଡା  ବିନ୍ଦୁ  ବିନ୍ଦୁ  ଝାଳ, ଜିଭରେ  ମଇଳାର  ଆବରଣ  ଅଥଚ  ତା ଭିତରୁ  ଯେପରି  ନାଲିଗଜା   ବାହାରିଛି – ଏପରି  ଦେଖାଯାଉଥିବ   ।

  3. ଇପିକାକ : ୬ – ୨୦୦
  4. ଜ୍ଵର  ଛାତିରେ  କଫ  ଜମା  ହେଲାଭଳି   ଜଣା  ଯାଉଥିଲେ  ମଧ୍ୟ  ଯେତେ  କାଶିଲେ  ତାହା  ବାହାରୁ  ନ ଥିବ,   ପ୍ରତି  କାଶ  ସହିତ  ଅଇ  ଉଠାଉଥିବ  ଅଥଚ  ବାନ୍ତି  ହେଉ ନ ଥିବ, ଜିଭ  ପରିଷ୍କାର   । ଶୋଷ  ଜମାରୁ ନ ଥିବ   ।

  5. ଡଲକାମେରା : ୬ – ୨୦୦
  6. ହଠାତ୍  ଗରମ  ଓ  ହଠାତ୍ ବର୍ଷାହୋଇ  ଥଣ୍ଡା – ଏଭଳି  ପରିବର୍ତ୍ତିତ  ପାଗରେ  ପ୍ରଥମେ  ନାକରୁ  ସାମାନ୍ୟ  ପାଣି  ବୋହି,  ବାଉଁଶୀ  ବାଜିଲା  ଭଳି  ନିଶ୍ଵାସ  ଚାଲିବା  ପରେ , ଜ୍ଵର ହୋଇ  ଛାତିରେ  କଫ  ଭର୍ତ୍ତି  ହୋଇଯାଏ, ରାତିରେ  ଝାଳ  ବହେ  ଓ  ତାହା  ଦୁର୍ଗନ୍ଧଯୁକ୍ତ,  ବହୁତ  କାଶିଲେ  ସାମାନ୍ୟ  କଫ  ବାହାରେ, ବେଳେବେଳେ  ପେଟ  କାଟିହୋଇ  ନାଳ  ଝାଡା  ହୁଏ  ।

  7. ନେଟ୍ରାମ  ସଲଫ: ୬-୨୦୦
  8. ଧାତୁଗତ  ପ୍ରବଣତାରୁ  ପ୍ରତି  ବର୍ଷାଋତୁରେ  ଏହି  କଷ୍ଟ  ଦେଖାଦିଏ  ଓ  ରୋଗର  କସ  ଭୋର ୪/୫ ଘଣ୍ଟାରେ  ବଢେ   । ଖୁବ୍  କଷ୍ଟଦାୟକ  କାଶ, ରୋଗୀ  କାଶିଲାବେଳେ  ନିଜ  ଛାତିକୁ  ବିକଳରେ  ଜାବୁଡି  ଧରେ   । ସବୁଜ  ରଙ୍ଗର  ଅଠାଳିଆ  କଫ, ଏହା  ସହିତ  ଅଧିକାଂଶ  ସମୟରେ  ସକାଳୁଆ  ଅଜୀର୍ଣ୍ଣ  ଝାଡା   ।

  9. ଆର୍ସେନିକ  ଏଲବ : ୬-୨୦୦
  10. ଅତ୍ୟନ୍ତ  ବ୍ୟସ୍ତତା, ମହୁର୍ମୁହୁ  ପାଣି  ପିଇବା  ସହିତ  ମୃତ୍ୟୁଭୟ   । ଦିନ  ଦ୍ଵିପ୍ରହର  ବା  ଅଧାରାତି  ବେଳକୁ  ରୋଗର  ଚରମ  ସମୟ  । ରୋଗୀ  ହାତକୁ  ଢିରାଦେଇ  ଆଗକୁ  ଝୁଙ୍କି  ବସିଥିବ  ।

  11. ମେଡୋରିନାମ: ୨୦୦
  12. ରୋଗୀ  ସର୍ବଦା  ହାମୁଡେଇ  ମୁଣ୍ଡକୁ  ତକିଆରେ  ମାଡି  ପଡି  ରହିଥିବେ  ।

  13. କାର୍ବୋଭେଜ : ୬-୨୦୦
  14. ଶ୍ଵାସକଷ୍ଟ  ସହିତ  ଛାତିପୋଡା; ପେଟରେ   ବାୟୁ  ଭର୍ତ୍ତି  ହୋଇ  ଶ୍ଵାସ  କଷ୍ଟ  ସହିତ  ସ୍ଵର  ଭଙ୍ଗ, ସନ୍ଧ୍ୟା  ସମୟରେ  ବୃଦ୍ଧି, ଦମକିଲା  କାଶ  ସହିତ  ଦୁର୍ଗନ୍ଧଯୁକ୍ତ  କଫ, ଖାଲି  ପଙ୍ଖା  ପବନ  ଚାହିଁବ   । ଏହା  ଦୁର୍ବଳ  ଶରୀର  ବୃଦ୍ଧମାନଙ୍କ  ପାଇଁ  ଏକ  ମହୌଷଧି  ।

  15. ବ୍ଲାଟା (Q) :
  16. ମୋଟାସୋଟା  ଲୋକ  ବାରମ୍ବାର  ଏ  କଷ୍ଟ  ଭୋଗୁଥିବେ, କାଶରେ  ପୂଜ ଭଳି  କଫ  ପଡୁଥିବ, ଯେତେ  କାଶିଲେ  ଓ  କଫ  ପଡୁଥିଲେ  ମଧ୍ୟ  ଶ୍ଵାସକଷ୍ଟ  ସେତେ  ବଢୁଥିବ  ବା ଜମା  କମୁ ନ ଥିବ  । ଏହି  ଔଷଧର  ମୂଳଅର୍କ  (Q) ରୁ  ୫ ଟୋପା  ସାମାନ୍ୟ  ଫୁଟା  ପାଣିରେ  ମିଳାଇ  ୨/୩  ଘଣ୍ଟା  ଅନ୍ତରରେ  ଖାଇଲେ  ଆଶୁଫଳ  ମିଳିଥାଏ   ।

  17. ୟୁକାଲିପଟାସ (Q) :
  18. ଜ୍ଵର ସହିତ  ଶ୍ଵାସକଷ୍ଟ  ଓ  ଛାତି  ଧଡ  ଧଡ  ହେଉଥିବ, ଧଳା  ବହଳିଆ  ଦୁର୍ଗନ୍ଧ  କଫ  ବାହାରୁଥିବ   । ବିଶେଷତଃ  ବୃଦ୍ଧ  ଓ ବୟସ୍କମାନଙ୍କ  କ୍ଷେତ୍ରରେ   ଏହି  କଷ୍ଟ  ଆରମ୍ଭ  ହେବାମାତ୍ରେ, ଏହାର  ମୂଳ  ଅର୍କ  (Q) ରୁ  ୫/୧୦  ଟୋପା  ଦିନକୁ  ୩/୪ ଥର  ସାମାନ୍ୟ  ଫୁଟା  ପାଣିରେ  ମିଳାଇ  ବ୍ୟବହାର  କରିବାରେ  ଯଥାଶୀଘ୍ର  ଫଳ  ମିଳିଥାଏ  ।

  19. ଲୋବିଲିଆ
  20. ଛାତି  ଯେପରି  ଚାପି ହୋଇ  ଯାଇଛି  ବା  ଛାତି  ଉପରେ  କିଛି  ଓଜନିଆ  ଜିନିଷ  ଲଦା  ହୋଇ  ରହିଛି – ଏ  ଭାବ  ସହିତ  ମନେ  ହେଉଥିବ  ଯେପରି  ହୃତପିଣ୍ଡ   ବନ୍ଦ  ହୋଇଯାଇପାରେ   । ଏହାଛଡା, ଶ୍ଵାସକଷ୍ଟ  ସହିତ  ସାରା  ଶରୀରରେ  ଛୁଞ୍ଚି  ଫୋଡିଲା  ଭଳି  ଅନୁଭବ  ହୋଇ  ପେଟଟା  ଖାଲି  ଖାଲି  ଲାଗି  ଦୁର୍ବଳ  ଲାଗିବା ଏହି  ଔଷଧର  ପରିଚାୟକ  ଲକ୍ଷଣ   ।

  21. କୌଣସି  ଚିଡିଚିଡା   ଲୋକର  ସାମାନ୍ୟ  ପେଟ  ଗଣ୍ଡଗୋଳ  ହେଲେ  ଯଦି  ଧଇଁ  ବାହାରୁଥିବ  ଓ  ବହୁତ  ବାୟୁ  ଅପସାରଣ  ହେଉଥିବ  ତାହାହେଲେ   ନକ୍ସଭୋମିକା – ୩୦୦୦  ଦ୍ଵାରା  ବେଶ୍  ଉପକାର  ମିଳେ   ।
  22. ରୋଗୀ   ଚିତ୍ କାତ୍  ହୋଇ  ହାତ  ଦୁଇଟିକୁ  ଫରଚେଇ  ଶୋଇ  ରହିଲେ  ଯଦି  ଆରାମ  ପାଉଥିବେ  ତାହାହେଲେ   ସୋରିଣାମ  ।
  23. ଶୁଖିଲା  କାଶ, ଯେପରି  ଛାତିରୁ  ବାହାରୁଛି  ଓ  ଦମ୍  ବନ୍ଦ  ହୋଇଯାଉଛି   । ଛାତି  ଚିପିହୋଇ  ଗଲାଭଳି  ମନେ  ହେଉଥିବ   । ନାକରୁ  ସରସର  ପାଣି  ଗଳି  କାଶ  ସାଙ୍ଗରେ   ନିବୁଜ  ଛିଙ୍କ  ହେଉଥିବ; ଘର  ଭିତରେ  କଷ୍ଟ  ବେଶି  ହେଉଥିବ  ତାହାହେଲେ  ଜଷ୍ଟିସିଆ  Q  ୫ ଟୋପାକରି  ପ୍ରତି  ଅଧଘଣ୍ଟାରେ  ଦିଅନ୍ତୁ   ।
  24. ଧଇଁ  ଏକ  ଧାତୁଗତ  ରୋଗ  ହୋଇଥିବା  ଦୃଷ୍ଟିରୁ   ସାମୟିକ  ଉପଶମକାରୀ   ଔଷଧ  ବ୍ୟବହାର  ସାଙ୍ଗକୁ  ହୋମିଓପାଥି  ମତରେ  ଧାତୁଗତ  ଚିକିତ୍ସା  କଲେ  ଅନେକ  ସମୟରେ  ଦୀର୍ଘସ୍ଥାୟୀ  ସୁଫଳ  ମିଳିଥାଏ  । ଅନ୍ୟଥା ଗତି  ନାହିଁ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate