অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନିରାମୟ ଜୀବନ

ଜୀବନର ଚାରିଗୋଟି ବିଶେଷତ୍ଵ

ଜୀବନର ଚାରିଗୋଟି ବିଶେଷତ୍ଵ ଅଛି : ଏହା ଅବସ୍ଥିତି ଜାହିର କରେ, ବିବର୍ତ୍ତିତ ହୋଇଥାଏ, ପ୍ରକାଶିତ ହୁଏ ଏବଂ ନିଶିହ୍ନ ହୋଇଯାଏ  । ଏଥିନିମନ୍ତେ ପଞ୍ଚଭୂତ (ପୃଥିବୀ, ଜଳ, ବାୟୁ, ଆକାଶ ଓ ଅଗ୍ନି) ଉପରେ ନିର୍ଭର କରିଥାଏ  । ଜୀବନ ସମ୍ପର୍କରେ ଅଧ୍ୟୟନ ହେଉଛି  ଆୟୁର୍ବେଦ  । ବେଦ ଅର୍ଥ ଜ୍ଞାନ, ଜ୍ଞାତବ୍ୟ ଏବଂ ଆୟୁର୍ଜୀବନ ଅଟେ  । ଆୟୁର୍ବେଦର ସାମଗ୍ରିକ ଆବେଦନ ମଧ୍ୟରେ ଶାରୀରିକ ବ୍ୟାୟାମ, ସନ୍ତୁଳିତ ଆହାର, ଶ୍ଵାସକ୍ରିୟା ଏବଂ ଧ୍ୟାନ ଅନ୍ତର୍ଭୁକ୍ତ  ।

ଉତ୍ତମ ସ୍ୱାସ୍ଥ୍ୟର ଅଧିକାରୀ କିପରି ହୋଇପାରିବ ?

ପ୍ରଥମତଃ, ବ୍ରହ୍ମାଣ୍ଡ ତତ୍ତ୍ଵଗୁଡିକୁ ଅନୁଭବ କରିବା ଯାହା ପିଣ୍ଡର ଉପାଦାନ ଅଟେ  । ଯଦି ମନ ବିଭିନ୍ନ ବ୍ୟତିକ୍ରମ ଏବଂ ଭାବନା ମଧ୍ୟରେ ଅବରୁଦ୍ଧ, ତେବେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିନିଷ୍ଟ କରି ଶରୀରକୁ ରୋଗାକ୍ରାନ୍ତ କରିଥାଏ  । ମନ ଯଦି ସ୍ଵଚ୍ଛ, ସ୍ଥିର, ଧ୍ୟାନକେନ୍ଦ୍ରିତ ଶକ୍ତି ବୃଦ୍ଧି ପାଏ  । ଏହାପରେ ଆସେ ବାୟୁ ତତ୍ତ୍ଵ  । ଏ କ୍ଷେତ୍ରରେ ସଙ୍ଗଠିତ ପରିବର୍ତ୍ତନ  ନିମନ୍ତେ ଶ୍ଵାସକ୍ରିୟା, ସୁଗନ୍ଧ ଆଘ୍ରାଣ ପୂର୍ବକ ଚିକିତ୍ସା ଇତ୍ୟାଦିକୁ ଆପଣେଇ ନିଆଯାଇପାରେ  । ପରବର୍ତ୍ତୀ  ପର୍ଯ୍ୟାୟ ହେଉଛି ଜଳତତ୍ତ୍ଵ  । ଜଳ ସହିତ ପ୍ରଣାଳୀକୁ ଉପବାସ ଏବଂ ପବିତ୍ରକରଣ ଦ୍ଵାରା ପ୍ରଣାଳୀରେ ଅନେକ ସନ୍ତୁଳନ ଆସିପାରିବ  । ଅବଶ୍ୟ ଶେଷ ଉପାୟ ହେଉଛି ବିଭିନ୍ନ ଚେରମୂଳୀ, ଔଷଧ ଏବଂ ଶଲ୍ୟ ଚିକିତ୍ସା ଯାହା ପୃଥିବୀର ଉପାଦାନ ଅଟେ  ।

ଆମକୁ ଅନୁପ୍ରେରିତ କଲାପରି ଆମ ଶ୍ଵାସକ୍ରିୟାରେ ଅନେକ ରହସ୍ୟ ଭାରି ରହିଛି କାରଣ ମନର ପ୍ରତ୍ୟକ ଭାବନା ନିମନ୍ତେ ଶ୍ଵାସରେ ସମାନ ତାଳ ଆସିଥାଏ  । ପ୍ରତ୍ୟକ ତାଳ ଶାରୀରିକ ଭାବେ ଶରୀରର ନିର୍ଦ୍ଧିଷ୍ଟ ଅଂଶକୁ ପ୍ରଭାବିତ କରିଥାଏ  । କେବଳ ଏହାକୁ ଅନୁଧ୍ୟାନ କରିବାର ଅଛି  ଏବଂ ଏହା ମଧ୍ୟ ଅନୁଭବ କରିପାରିବେ  । ଚେତନାଶକ୍ତି ଏବଂ ମନୋଭାବ ମଧ୍ୟରେ ଥିବା ଏହି ସମ୍ପର୍କକୁ ଜାଣିବା ହେଉଛି ଧ୍ୟାନ, ଏହାକୁ ଆପଣେଇବା ବି ଧ୍ୟାନ  ।

ତା’ପରେ ଆସେ ଉପଯୁକ୍ତ ଖାଦ୍ୟାଭ୍ୟାସ  । ଉପଯୁକ୍ତ ଖାଦ୍ୟର ଅର୍ଥ ହେଉଛି ଯେ, ଯେତିକି ଆବଶ୍ୟକ ସେତିକି ମାତ୍ର ଖାଇବେ  । ଏହା ଉତ୍ତମ ଭାବେ ହଜମ ହେବା ଜରୁରୀ  । ଏପରିକି ଯେତେବେଳେ ବିଛଣାକୁ ଯାଆନ୍ତି  କିମ୍ବା ସକାଳେ ଉଠନ୍ତି ଅବା ଧ୍ୟାନ ପ୍ରସ୍ତୁତି କରନ୍ତି ସେତେବେଳେ ଯେମିତି ଅତ୍ୟଧିକ ଖାଇବାର ଅନୁଭବ ନ କରନ୍ତି  । ଖାଦ୍ୟର ଉପଯୁକ୍ତ ପରିମାଣ ମଧୁର, ତଟକା ଏବଂ କମ୍ ମସଲାଯୁକ୍ତ ହେବା ଆବଶ୍ୟକ  ।

ତେବେ ଅନ୍ତତଃ ବର୍ଷରେ ଗୋଟିଏ ସପ୍ତାହ ବାହାର କରି ପ୍ରକଟୁତି କୋଳରେ ନିଜକୁ ସମର୍ପି ଦେବା  । ଏହି ସମୟରେ ବାସ୍ତବିକ ଦୈନନ୍ଦିନ ଧାଧଉଡଠାରୁ ଦୂରରେ ମାନସିକସ୍ତରରେ ଲାଘବ ଅନୁଭବ ନିମନ୍ତେ ସୂର୍ଯ୍ୟଉଦୟ ସମୟରେ ସମୟରେ ଉଠିବା ସହ ସ୍ୱାସ୍ଥ୍ୟ ପାଇଁ ହିତକର ଖାଦ୍ୟ ଗ୍ରହଣ କରିବା  । ଏଥିସହିତ ଯୋଗ, ବ୍ୟାୟାମ ଏବଂ ଅନୁଲୋମ ବିଲୋମ ଭଳି ଦୀର୍ଘଶ୍ଵାସ  ପ୍ରକ୍ରିୟାଗତ ପ୍ରାଣାୟମ, କିଛି ମୂହୁର୍ତ୍ତ ପାଇଁ ସଙ୍ଗୀତ ଗାନ, ମୌନବ୍ରତ ରକ୍ଷା ସହ ସୃଷ୍ଟିର ବିଚିତ୍ରଲୀଳା ଓ ଚମତ୍କାରିତାକୁ ପ୍ରାଣଭରି ଉପଲବ୍ଧି କରିବା  । ପ୍ରକୃତି ସହ ନିଜକୁ ଖାପ ଖୁଆଇବା ଦ୍ଵାରା ସମଗ୍ର ସତ୍ତା ଏବଂ ଶରୀରରେ ଏକ ନୂତନ ସ୍ଫୁରଣ ଆସିଥାଏ  । ଏହାଦ୍ଵାରା ଏକ ଅଫୁରନ୍ତ ଉନ୍ମାଦନା, ଆନନ୍ଦ ତଥା ନୂତନ ଇଚ୍ଛାଶକ୍ତି ଅନ୍ତରରେ ଜାଗ୍ରତ ହୋଇଥାଏ  ।

ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା

ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ୭୦ତମ ବାର୍ଷିକୀରେ ପ୍ରଥମ କରି ଆଜିର ଦିବସରେ ସ୍ମାରକୀ ଡାକଟିକଟ ଜାରି କରାଯାଉଛି  । ୟୁନାଇଟେଡ ନେଶନ୍ସ ପୋଷ୍ଟାଲ ଆଡମିନିଷ୍ଟ୍ରେଶନ (ୟୁଏନ୍ ପିଏ) ଦ୍ଵାରା ଜାରି କରାଯାଉଥିବା ଏହି ଷ୍ଟାମ୍ପ ଶାନ୍ତିର ବାର୍ତ୍ତା ବହନ କରୁଛି  । ସମଗ୍ର ବିଶ୍ଵରେ ମାନବିକ ଅଧିକାର, ପରିବେଶ, ବିଲୁପ୍ତପ୍ରାୟ ପ୍ରଜାତିର ସୁରକ୍ଷା ସମେତ ଶାନ୍ତି ବଜାୟ ରଖିବା ବର୍ତ୍ତମାନ ସମୟର ଏକ ସାର୍ବଜନୀନ ପ୍ରସଙ୍ଗ ।

ଉତ୍ତମ ସ୍ୱାସ୍ଥ୍ୟ ଦେଶବାସୀଙ୍କର ମୌଳିକ ଅଧିକାର  । ଏହାର ସଫଳତା ମାନବ ସମାଜ ପାଇଁ ସ୍ମରଣୀୟ ହୋଇ ରହିବ  । କୌଣସି ଗରିବ ଲୋକ ରୋଗାକ୍ରାନ୍ତ ନ ହେଉ କିମ୍ବା ଅର୍ଥ ଅଭାବରୁ ତା’ର ମୃତ୍ୟୁ ନ ହେଉ  । ଅର୍ଦ୍ଧାଧିକ ବିଶ୍ଵବାସୀ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇପାରୁ ନାହାନ୍ତି  । ଏକଶହ ନିୟୁତ ଲୋକ ଅତି ଗରିବ ଅବସ୍ଥାରେ ଅଛନ୍ତି  । ଦିନକୁ ଶହେ ଟଙ୍କା ଆୟରେ ଜୀବନଯାପନ କରୁଛନ୍ତି ସେମାନଙ୍କର ଚିକିତ୍ସା ବ୍ୟୟ ସେମାନେ ନିଜେ ବହନ କରୁଛନ୍ତି  । ତେଣୁ ସମସ୍ତଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ପ୍ରଶାସନର ମୌଳିକ କର୍ତ୍ତବ୍ୟ ।

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ୨୦୧୮ ବିଶ୍ଵସ୍ୱାସ୍ଥ୍ୟ ଦିବସର ପ୍ରତୀକ  । ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଏହାର ଲାଗି ଶଯ୍ୟା, ଔଷଧ ଓ ଟିକାର ବ୍ୟବସ୍ଥା, ଗରିବ ଏବଂ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଲୋକମାନଙ୍କ ପାଖରେ ପହଞ୍ଚିବା ଆବଶ୍ୟକ  । ଦେଶର କୌଣସି ନାଗରିକ ଅର୍ଥାଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହୋଇପାରିବେ  ନାହିଁ  ।

ଆଧାର –

  • ନିଶା ମଣିକାନ୍ତନ୍, ସ୍ୱାସ୍ଥ୍ୟ ବିଶାରଦ
  • ଡା. ଦ୍ଵିଜେଶ କୁମାର ପଣ୍ଡା, ଫାଇଲେରିଆ ଓ ନିଦାନ ବିଶେଷଜ୍ଞ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate