অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପତ୍ର ନୁହେଁ ଅଲୋଡା

ଉପକ୍ରମ

ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଜାଣିବା କେତେକକ ଫଳ ଓ ପରିବାର ପତ୍ର ମଧ୍ୟରେ ସ୍ଵାସ୍ଥ୍ୟୋପଯୋଗୀ ଅନେକ ଗୁଣ ଅଛି ।

ପିଜୁଳି ପତ୍ର

ପିଜୁଳି ଭଳି ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଦାନ୍ତ ଦୁର୍ବଳ ଥିଲେ, ମାଢି ଫୁଲୁଥିଲେ, ଦାନ୍ତବିନ୍ଧୁଥିଲେ, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପିଜୁଳି ପତ୍ର ସିଝାଇ ସେଇ ପାଣିରେ କୁଲି କଲେ ଉପକାର ମିଳିଥାଏ । ଡାଇରିଆ ହୋଇଥିଲେ କଅଁଳିଆ ପିଜୁଳି ପତ୍ରକୁ ବାଟି ଦିନକୁ ତିନି ଚାର ଥର ଖାଇଲେ ଉପଶମ ମିଳିଥାଏ । ପିଜୁଳି ପତ୍ର ଶୁଖାଇ ଗୁଣ୍ଡ କରି ଏହାର ଟାଇଟ୍ ଡବାରେ ରଖନ୍ତୁ । ଏହି ଗୁଣ୍ଡରୁ ୧ ଚାମଚ ନେଇ କପେ ଗରମ ପାଣିରେ ପକାଇ ପାଞ୍ଚ ମିନିଟ ଫୁଟାନ୍ତୁ । ଏହି ପାଣିକୁ ଛାଣି ପିଇବା ଦ୍ଵାରା ରକ୍ତରେ ଶର୍କରାର ମାତ୍ର ନିୟନ୍ତ୍ରଣରେ ରହେ ।

ଆମ୍ବ ପତ୍ର

ଫଳ ଭିତରେ ରାଜା ହେଉଛି ଆମ୍ବ । ଏହା କେବଳ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କିନ୍ତୁ ଆମ୍ବ ଭଳି ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ମଧୁମେହ ରୋଗୀଙ୍କ ପାଇଁ ଆମ୍ବାପତ୍ର ଉପକାରୀ । କଅଁଳିଆ ଆମ୍ବାପତ୍ରରେ ଅନ୍ଥୋସିଆନିଡିନ୍ସ ନାମକ ଏକ ଉପାଦାନ ଥାଏ, ଯାହା ପ୍ରାଥମିକ ପର୍ଯ୍ୟାୟର ଡାଇବେଟିସ୍ ମୁକାବିଲା କରିବାରେ ସହାୟକ ହୋଇଥାଏ । ଆମ୍ବ ପତ୍ର ଶୁଖାଇ ଗୁଣ୍ଡ କରି ପିଇହେବା । ନଚେତ୍ କଞ୍ଚା ଆମ୍ବ ପତ୍ର ଶିଖାଇ ଏହାର ପାଣି ମଧ୍ୟ ପିଇ ହେବ । ଆମ୍ଭ ପତ୍ରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାର କ୍ଷମତା ମଧ୍ୟ ରହିଛି । ଏହା ବ୍ୟତୀତ ଆମ୍ବ ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି ।

ଡାଳିମ୍ବ ପତ୍ର

ହଜମଜନିତ ବିଭିନ୍ନ ସମସ୍ୟା, ବାନ୍ତି ଲିଭର୍ ସମସ୍ୟା, ଜଣ୍ଡିସ୍, ଅର୍ଷ ଆଦି ଥିଲେ ଡାଳିମ୍ବ ପତ୍ର ଅନେକାଂଶରେ ସହାୟକ ହୋଇଥାଏ । ଡାଳିମ୍ବପତ୍ରକୁ ଛାଇଲେ ଶୁଖାଇ ଗୁଣ୍ଡ ରଖନ୍ତୁ । ଦିନକୁ ତିନିଥର ଏହି ଗୁଣ୍ଡରୁ ଏକ ଚାମଚ ଲେଖାଏଁ ଖାଆନ୍ତୁ । ଉପକାର ପାଇବେ । ଏକ୍ ଜିମା ଥିଲେ ସେହି ଜାଗାରେ ଡାଳିମ୍ବ ପତ୍ରର ରସ ଲଗାନ୍ତୁ । ପାଟିରେ ଘା ହୋଇଥିଲେ କିମ୍ବା ତଣ୍ଡି ଦରଜ ହୋଇଥିଲେ ଦୁଇ ମୁଠା ଡାଳିମ୍ବ ପତ୍ର ପାଣିରେ ଶିଖାଇ ସେଇ ପାଣିକୁ ଥଣ୍ଡା କରି କୁଳୁକୁଚା କଲେ ଉପକାର ମିଳିଥାଏ ।

ଜାମୁକୋଳି ପତ୍ର

ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ଉପାକାରୀ ତାହା ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଜାମୁ ଭଳି ଏହାର ପତ୍ର ମଧ୍ୟ ଉପକାରୀ । ଜାମୁକୋଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଦାନ୍ତ, ମାଢି ମଜଭୁତ ରଖିବାରେ ସାହାଜ୍ଯ କରିଥାଏ । ଏହା ପ୍ରାକୃତିକ ରକ୍ତ ବିଶୋଧକ ଭାବେ ମଧ୍ୟ କାମ ହୋଇଥାଏ । ଅତି କମ ସମୟ ବ୍ୟବଧାନରେ  ପରିଶ୍ରା ଲାଗୁଥିଲେ ଜାମୁକୋଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିନକୁ ଦୁଇଥର ଏହି ଗୁଣ୍ଡରୁ ଏକଛୋଟ ଚାମଚ ଲେଖାଏଁ ଖାଇବାକୁ ଚେଷ୍ଟା କରନ୍ତୁ । କିଛିଦିନ ପରେ ଉପାକାର ଜାଣିପାରିବେ । ମଦୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହି ପତ୍ର ଉପକାରୀ ।

ଅମୃତଭଣ୍ଡା ପତ୍ର

ଅମୃତଭଣ୍ଡାରେ ଭିଟାମିନ୍ ଇ ପର୍ଯ୍ୟାପ୍ତ ମାତ୍ରାରେ ଭାରି ରହିଛି । ଏହା ଉଭାୟା କଞ୍ଚା ଓ ପାଚିଲା ଅବସ୍ଥାରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ କିନ୍ତୁ ଏହାର ପତ୍ରର ଉପକାରିତା ବିଷୟରେ ବିଶେଷ କେହି ଜାଣନ୍ତିନି । ଏହି ପତ୍ରର ରସରେ ଡେଙ୍ଗୁ ଦୂର କରିବାର କ୍ଷମତା ରହିଛି ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି । ଏହା ବ୍ୟତୀତ ଏହାର ରସରେ କର୍କଟ ପ୍ରତିରୋଧ କରିବାର କ୍ଷମତା ଅଛି ଋତୁସ୍ରାବଜନିତ ଯନ୍ତ୍ରଣା ଭୋଗୁଥିଲେ ଏହି ପତ୍ରରେ ରସ ପିଇଲେ ଉପକାର ମିଳିବ । ଏହା ବ୍ୟତୀତ ଅମୃତଭଣ୍ଡା ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି ।

ଆଧାର

ପ୍ରମେୟ

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate