অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପୌରୁଷହାନି

ଉପକ୍ରମ

ସାଧାରଣତଃ ପୁରୁଷମାନଙ୍କ କ୍ଷେତ୍ରରେ ଏଭଳି କିଛି ଯୋଗ ଅଛି ଯାହା ସଂକ୍ରମିତ ହେଲେ ରୋଗୀର ମାନସିକ ଅଶାନ୍ତି ବଢିଯାଇଥାଏ । ସେଥିମଧ୍ୟରୁ ଶୁକ୍ର ତାରଲ୍ୟ ତଥା ଧ୍ଵଜଭଙ୍ଗ ଭଳି ଯୌନରୋଗ ଦେଖାଦେଇ ସଂପୂର୍ଣ୍ଣ ରୂପେ ପୁରୁଷତ୍ତ୍ଵହାନି ଘଟାଇଥାଏ ।

କାରଣ

ଏହି ରୋଗ ପାଇଁ ରୋଗୀ ନିଜେ ଦାୟୀ ହୋଇଥିଲେ ହେଁ ନିଜର ସଚେତନତା ଗୁଣର ଅଭାବ ଓ କେତେକ ଉତ୍ତେଜକ ପଦାର୍ଥ ସେବନ ହେତୁ ଏହି ରୋଗରେ ଆକ୍ରାନ୍ତ ହୋଇଥାଏ । ଭାରତରେ ଏହି ରୋଗ ସଂପର୍କରେ ହୋଇଥିବା ଏକ ପରି ସଂଖ୍ୟାନରୁ ଜଣାଯାଇଛି ଯେ ପ୍ରାୟ ନବେ ପ୍ରତିଶତ ପୁରୁଷ ଏହି ଉୟାନକ ଯୌନରୋଗରେ ଆକ୍ରାନ୍ତ ହେଉଛନ୍ତି । ଏହି ରୋଗରେ ପୁରୁଷ ତା’ର ସ୍ତ୍ରୀ ସହିତ ସହବାସ ବେଳେ ବ୍ୟତିକ୍ରମ ଅନୁଭବ କରେ ଓ ନିଜେ ଲଜ୍ଜିତ ହୋଇ ଭୟରେ ଏହାକୁ କାହା ଆଗରେ ପ୍ରକାଶ କରିପାରେ ନାହିଁ ।

ଲକ୍ଷଣ

ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା – ପୁରୁଷର ବୋଲି ପ୍ରମାଣିତ ହୁଏ । ଇଂରାଜୀରେ ଏହାକୁ Impotency କୁହାଯାଏ । ଏହି ରୋଗରେ ମୁଖ୍ୟ କାରଣଗୁଡିକ ହେଲା – ଅପ୍ରାପ୍ତ ବୟସରୁ ହସ୍ତମୈଥୁନ ଆଚରଣ କିମ୍ବା କୃତ୍ରିମ ଯୌନ ସମ୍ଭୋଗ କିମ୍ବା ବୈବାହିକ ଜୀବନରେ ମାତ୍ରାଧିକ ମୈଥୁନ ଦ୍ଵାରା ଏହି ଯୌନ ରୋଗର ସୃଷ୍ଟି ହୋଇଥାଏ ।

ନିରାକରଣ

ଏପରିକି ଶାରୀରିକ ଗଠନ ସହିତ ଆଚାର ବ୍ୟବହାରରେ ମଧ୍ୟ ଯଥେଷ୍ଟ ପରିବର୍ତ୍ତନ ଘଟିଥାଏ । କୈଶୋର ଅବସ୍ଥାରେ ଏହି ବିକାଶ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବୀର୍ଯ୍ୟଧାତୁର ବୃଦ୍ଧି ହେବା ସହିତ ଅଗ୍ନିର ବଳ ବୃଦ୍ଧି ହୋଇଥାଏ । ଫଳରେ ଯେଉଁ ପ୍ରକାର ଖାଦ୍ୟଖାଇଲେ ମଧ୍ୟ ତାହା ସହଜରେ ହଜମ ହୋଇ ସେଥିରୁ ପର୍ଯ୍ୟାଯକ୍ରମେ ରସ - ରକ୍ତ ମାଂସ – ମେଦ - ଅସ୍ଥି - ମଜ୍ଜା ଓ ଶୁକ୍ର ଉତ୍ପନ୍ନ ହୋଇଥାଏ । ଆମେ ନିୟମିତ ଖାଉଥିବା ଆହାର ଏକମାସ ପରେ ଶୁକ୍ରରେ ପରିଣତ ହୋଇଥାଏ । ଏହିପରି କିଶୋରଗଣ ଯୌବନପ୍ରାପ୍ତ ହୋଇଥାନ୍ତି । ଏହି ସମୟରେ ଶରୀରର ଉଗ୍ରତା, ମାଂସପେଶୀ ବୃଦ୍ଧି ହୋଇ ସର୍ବାଙ୍ଗରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ । ପୁରୁଷର ଷୋଳବର୍ଷଠାରୁ ନାରୀ ସମ୍ଭାନ୍ଧୀୟ ବିଭିନ୍ନ ପରିକଳ୍ପନା ମନରେ ଜାଗ୍ରତ ହୋଇଥାଏ । ଏହି ସମୟରେ ପୁରୁଷ ନିଜକୁ ସଂଞ୍ଜମ ଆଚରଣ କରିବା ସର୍ବାଦୌ କର୍ତ୍ତବ୍ୟ । ଗଭୀର ଅଧ୍ୟୟନରେ ହେଉ କିମ୍ବା ଯେକୌଣସି କର୍ମକ୍ଷେତ୍ରରେ ହେଉ ନିଜକୁ ସଂପୂର୍ଣ୍ଣ ନିୟୋଜନ କରିବା ଉଚିତ୍ । ଏହି କିଶୋର ଅବସ୍ଥାରୁ ଯଦି କେହି ଦାୟିତ୍ଵମୁକ୍ତ ବା ଚିନ୍ତାମୁକ୍ତ ହୋଇ ମନରେ ସର୍ବଦା ନାରୀପ୍ରେମର ପରିକଳ୍ପନା କରି ଟିଭି, ଅଶ୍ଳୀଳ ଚଳଚ୍ଚିତ୍ର, ଉପନ୍ୟାସ ଓ ପ୍ରତିକାର ନଗ୍ନଚିତ୍ରର ଦର୍ଶନ, ପଠନ ଓ ଶ୍ରବଣ କାର୍ଯ୍ୟରେ ଲାଗିରହେ ତେବେ ତା'ର ଯୌବନର ଅପଚୟ ହୋଇ ସ୍ମୃତିଭ୍ରଂଶ ଓ ବୁଦ୍ଧିନାଶ ହୋଇଥାଏ । ଯଥା – ନିଦ୍ରାବସ୍ଥାରେ ସ୍ଵପ୍ନଦୋଷ ହୋଇଥାଏ ଏବଂ ହସ୍ତମୈଥୁନ ପ୍ରତି ଇଚ୍ଛା ପ୍ରକଟ କରେ । ଏହିସବୁ କୁଅଭ୍ୟାସ ଦ୍ଵାରା ଶରୀର ବୃଦ୍ଧିପ୍ରାପ୍ତ ହେବା ପରିବର୍ତ୍ତେ କ୍ଷୟପ୍ରାପ୍ତ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ଶରୀର ଦୁର୍ବଳ, ନିସ୍ତେଜ ଓ କ୍ଷୀଣ ଦେଖାଯାଏ । ଖାଦ୍ୟ ପରିପାକରେ ବାଧା ସୃଷ୍ଟିହୋଇ, ନିଦ୍ରାହୀନତା, କୋଷ୍ଠବଦ୍ଧତା, ମସ୍ତିଷ୍କ ବୁର୍ବଳତା ଦେଖାଦେଇ ଚକ୍ଷୁ କୋଟାରାଗତ ହୋଇ ଅକାଳ ବାର୍ଦ୍ଧକ୍ୟ ଗ୍ରାସ କରିଥାଏ । ଏହାଦ୍ଵାରା ପୁରୁଷର ବୈବାହିକ ଜୀବନ ହା ହତାସମୟ ହୋଇଉଠେ । ଶୁକ୍ର ତାରଲ୍ୟ ହୋଇ ଧ୍ଵଜଭଙ୍ଗ ରୋଗର ଶିକାର ହୁଏ । ଏହାଦ୍ଵାରା ରୋଗୀଠାରେ ଆହୁରି ଅନେକ ଲକ୍ଷଣ ପ୍ରକାଶ ପାଏ ।

  1. ଏହିପରି ଯୌନରୋଗରେ ପୀଡିତ ହୋଇଥିବା ବ୍ୟକ୍ତିର ଲିଙ୍ଗମୂଳ ପତଳା ହୋଇଥାଏ । ଏଥିପାଇଁ ସମ୍ଭୋଗ ସମୟରେ ପୂର୍ଣ୍ଣ ଉତ୍ତେଜନା ଆସେନାହିଁ ଓ ଶୀଥିଲତା ପ୍ରକାଶ ପାଏ ।
  2. ଲିଙ୍ଗ ଉପରେ ଥିବା ନାଡିଗୁଡିକ ସ୍ପଷ୍ଟ ରୂପେ ଦୃଶ୍ୟ ହୁଅନ୍ତି ଓ ସେଗୁଡିକ ନୀଳବର୍ଣ୍ଣ ଧାରଣ କରିଥାଏ ଏବଂ ଲିଙ୍ଗା କ୍ରମଶଃ ଦୁର୍ବଳ ହୋଇ ବାମ କିମ୍ବା ଦକ୍ଷିଣକୁ ବକ୍ର ହୋଇଯାଏ । ଲିଙ୍ଗେଦ୍ରିୟକୁ ରକ୍ତ ପ୍ରବାଦ କମ୍ ମାତ୍ରାରେ ହୁଏ । ଫଳରେ ଲିଙ୍ଗର ପୂର୍ଣ୍ଣ ଉତ୍ଥାନ ଣ ହୋଇ ଶୀଘ୍ରପତନ ଘଟିଥାଏ ।
  3. ସୁକରା କୋଷରେ ଶୁକ୍ରଧାତୁର ଅଭାବ ହୋଇ ଶୀଘ୍ରପତନ ଘଟେ, ଫଳରେ ବେଶୀ ସହବାସ କରିବାକୁ ଇଚ୍ଛା ହୁଏ । ସ୍ତ୍ରୀ ଦର୍ଶନ ଓ ସ୍ପର୍ଶ ମାତ୍ରକେ ଶୁକ୍ରପତନ ହୁଏ ଓ ପରିସ୍ରାଦ୍ଵାରା ଧାତୁ କ୍ଷୟ ହୋଇ ପ୍ରମେହ ରୋଗ ଆକ୍ରମଣ କରେ । ଏହାଦ୍ଵାରା ଲିଙ୍ଗ ଆକୃତି କ୍ରମଶଃ କ୍ଷୁଦ୍ର ହୋଇ ମୋଟା କମିଆସେ ଓ ଲିଙ୍ଗା ଦୁର୍ବଳ ହୋଇଯାଏ ।
  4. ପୁଷଶ୍ଚ ଲିଙ୍ଗରେ ଓ ବାହ୍ୟ ନଳୀର ଶିହରଣ ବଢିଯାଏ । ଏହାଦ୍ଵାରା ପ୍ରଥମେ ସ୍ଵପ୍ନଦୋଷ ଆରମ୍ଭ ହୁଏ ଓ ପରେ ଧାତୁ କ୍ଷୀଣ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ । ଏହାପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗ ଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ହୋଇ ପରିସ୍ରା ଓ ଝାଡାରେ ଧାତୁ କ୍ଷୟ ହୁଏ । ଏହିପରି ଶୁକ୍ର ତାରଲ୍ୟରୁ ଧ୍ଵଜଭଙ୍ଗଭଳି ଭୟାନକ ଯୌନରୋଗ ସୃଷ୍ଟି ହୋଇଥାଏ ଏବଂ ଜୀର୍ଣ୍ଣଶକ୍ତି କ୍ଷୀଣ ହୋଇ ପେଟରେ ଗ୍ୟାସ ସୃଷ୍ଟି ହୁଏ, ଅଣ୍ଡକୋଷ ଓହଳିପଡେ । ଏହାଦ୍ଵାରା ବାର୍ଯ୍ୟ ଉତ୍ପାଦନ ବନ୍ଦ ହୋଇଥାଏ, ଫଳରେ ଧୀରେ ଧୀରେ ପୁରୁଷ ନପୁଂସକ ପାଲଟିଯାଏ । ଏହାକୁ ହିଁ ପୁରୁଷତ୍ଵହାନି ରୋଗ କୁହାଯାଏ ।

ଚିକିତ୍ସକଙ୍କ ସହ ପରାମର୍ଶ

ଏହିପରି ରୋଗୀ ଏହିସବୁ ଲକ୍ଷଣ ଜାଣିପାରିଲେ ତୁରନ୍ତ ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ଔଷଧ ସେବନ କରିବା ଆବଶ୍ୟକ । ଏତଦ୍ ବ୍ୟତୀତ, ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି କେତୋଟି ନୀତି – ଉପଦେଶ ମାନି ଚାଲିବା ଉଚିତ୍ । ଯଥା - ସହବାସ ବା ମୈଥୁନ ଚିନ୍ତାରୁ ସର୍ବଦା ଦୂରେଇ ରହିବା ଉଚିତ୍ । ବିବାହିତା ହୋଇଥିଲେ ସପ୍ତାହରେ ଥରେ ସହବାସ କରିବା ଉଚିତ୍ । ସହବାସ ଶକ୍ତି ଫେରାଇ ଆଣିବା ପାଇଁ ସଂଞ୍ଜମ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବା ଏକାନ୍ତ ଆବଶ୍ୟକ । ପଞ୍ଚାଜ୍ଞାନନ୍ଦ୍ରିୟ, ପଞ୍ଚକର୍ମେନ୍ଦ୍ରିୟ ଓ ମନକୁ ସର୍ବଦା ଭଗବତ୍ ପଦାରବିନ୍ଦ୍ରରେ ସମର୍ପଣ କରି ଈଶ୍ଵରଙ୍କୁ ପ୍ରାର୍ଥନା କରିବା ଉଚିତ୍ । ଭୋଜନ ପରେ ଓ ଋତୁକାଳରେ ସମ୍ଭୋଗ କରିବା ବେଶ୍ୟା ତଥା ବହୁପୁରୁଷ ଭାଗ୍ୟ ନାରୀ ମାଙ୍କଠାରୁ ସର୍ବଦା ଦୂରେଇ ରହିବା ଆବଶ୍ୟକ । ଏହାଦ୍ଵାରା ଟନ- ମନ -ଧାନ ତିନୋଟି ବିଷୟ କ୍ଷୟ ହୋଇଥାଏ । ସର୍ବଦା କୁସଙ୍ଗ ବର୍ଜନ କରି ମନକୁ ପ୍ରଫୁଲ୍ଲ ଓ ସାନ୍ତ ରଖିବା ଉଚିତ୍ । ଇନ୍ଦ୍ରିୟକୁ ଧୋଇ ପରିଷ୍କାର କରି ଶୟନ କକ୍ଷକୁ ଯିବା ଉଚିତ୍ । ମଳମୂତ୍ରର ବେଗ ରୋଧ କରିବା ଉଚିତ୍ ନୁହେଁ । ଅଶ୍ଳୀଳତା ଓ ଅଷ୍ଟାଙ୍ଗ ମୈଥନ ଠାରୁ ସର୍ବଦା ଦୂରେଇ ରହିବା ଉଚିତ୍ ।

ଶୁକ୍ର ତରଲ୍ୟୁର ସୃଷ୍ଟି ହେଉଥିବା ଧ୍ଵଜଭଙ୍ଗ ଏକ ମାରାତ୍ମକ ପୁରୁଷତ୍ଵହାନି ଯୌନରୋଗ । ଏହା ପ୍ରତି ପ୍ରତ୍ୟେକ ପୁରୁଷ ସତର୍କ ରହିବା ସହିତ ଆୟୁର୍ବେଦ ଚିକିତ୍ସାରେ ବର୍ଣ୍ଣିତ ନିୟମ ଆଚରଣ ମାନି ଚାଲିଲେ ଶୁକ୍ର ଅପବ୍ୟୟାରୁ ମୁକ୍ତ ହୋଇ ଶୁକ୍ର ସଞ୍ଚୟ ହୁଏ ଓ ଶୁକ୍ର ଗାଢ ହୋଇ ଶୁକ୍ରକୀଟ ବଳବାନ ହୁଏ । ଫଳରେ କ୍ଷୁଧା ବୃଦ୍ଧିହୋଇ ଖାଦ୍ୟା ଯଥାରୀତି ହଜମ ହୁଏ ଏବଂ ସପ୍ତଧାତୁର ପରିପୁଷ୍ଟି ହୋଇ ଶରୀରରେ ବଳବୀର୍ଯ୍ୟ ତେଜକାନ୍ତି ପ୍ରସ୍ଫୁଟିତ ହୋଇଥାଏ ।

ଆଧାର - ଓଡିଶା ଆୟୁର୍ବେଦ ସେବା ସଦନ

Last Modified : 6/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate