অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଥ ଓ ବାଳମୂଳିଆ

ବଥ ଓ ବାଳମୂଳିଆ

ଉପକ୍ରମ

ବଥ ଓ  ବାଳମୂଳିଆ  ଯଦିଓ  ଏକ  ସାଧାରଣ  କଷ୍ଟ, ତଥାପି  ଖରାଦିନେ  ଏହାର  ପ୍ରାବଲ୍ୟ  ବେଶି  । ଜଣଜଣଙ୍କଠାରେ  ମୁଥମୁଥ  ହୋଇ  ଛୋଟ  ଛୋଟ  ବାଳମୂଳିଆ  ବାହାରି   ବହୁତ  ଯନ୍ତ୍ରଣା   ଦିଏ  । ଦିହ  ମୁଣ୍ଡ  ଦରଜ  ଯେ  ଛୁଇଁ  ହେବନାହିଁ  । ସେଥିରୁ  କେତେକ  ନ ପାଚି  କଇଥା  ପଡିଯାଏ   । ଏଥିରେ  ଆର୍ଣ୍ଣିକା  ଏକ ପ୍ରକାର   ଆମୋଘ  ଔଷଧ   ।

ଉପଚାର

ଦିନକୁ  ୨-୩ ପାନ  କରି  ୨-୪ ଦିନ  ଦିଅନ୍ତୁ  ଓ  ବାଳମୂଳିଆ  ଗୁଡିକ  ଶୁଖିଗଲେ  ସଲଫର  ଏକ  ପାନ  ଦେଇ  ଦେବେ   । କେତେକ  ସ୍ଥଳରେ  ଦେଖିବେ, ବଥଟି  ଲାଲ ଟକଟକ  କରି  ଖାଲି  ଧକଧକ  କରି  ବ୍ୟଥା  କରିବ, ହାତ  ହାତ  ମାରିଲେ  ଜାଗାଟି  ଖୁବ  ଗରମ, ତେବେ  ବେଲାଡୋନା  ଦିନକୁ  ୩-୪ ଥର  କରିଦିଅନ୍ତୁ   । ଦେଖନ୍ତୁ  ଏହିପରି  ଲାଲ୍  ଦରଜ  ଯେ  କହିଲେ  ନ ସରେ,  ମାତ୍ର  ରୋଗୀ  ବଠଟିକୁ  କେବଳ  ସାଉଁଳୁଥିବ, ସତେ  ଯେପରି  ସେଥିରେ  ସେ  ଆରାମ  ପାଉଛି   । କାରଣ, ବଥ  ଭିତରଟା  ବା  ସେ  ଜାଗାଟା  ଶରଶର  କରୁଥିବ  ଓ  ରାତିହେଲେ  ବିନ୍ଧାଛିଟିକା  ବଢୁଥିବ, ତାହାଲେ  ମର୍କସଲ  ହିଁ  ବ୍ୟବହାର  କରିବେ   । ଯେତେବେଳେ  ଦେଖିବେ  ବଥ  ଜାଗାଟି  ଖୁବ୍  ସ୍ପର୍ଶ  କାତର, ଏତେ  ଦରଜ  ଯେ  ଛୁଇଂବା  ମଧ୍ୟ  କଷ୍ଟ, ସାମାନ୍ୟ  ଉଷୁମ  ଶେକ  ଦେଲେ   ଉପଶମ, ତାହାହେଲେ  ହିପାରସଲଫ  ହିଁ  ଦେବାକୁ  ହେବ   । ମାତ୍ର  ଦେଖିବେ, ଯଦି  ପୂଜ  ହେଇଗଲାଣି, ଜାଗାଟି  ବା  ବଥଟି  ଏତେ  ସ୍ପର୍ଶକାତର  ନୁହେଁ, ଗରମ  ଶେକ  ଦେବାକୁ  ଭଲ  ଲାଗୁଛି, ତାହା  ହେଲେ  ସାଇଲିସିଆ  ପ୍ରୟୋଗରେ   ବଥ  ଫାଟି  ପୂଜ  ବାହାରି  ଶୁଖିଯିବ  । ବେଳେବେଳେ  ଦେଖିବେ   ଗୋଟାକ ପରେ  ଗୋଟାଏ  ବଥ  ବାହାରିବାରେ  ଲାଗିଛି, ଯେପରି  ତାହାର  ଶେଷ  ନାହିଁ, ତାହାହେଲେ  ସଲଫର  ଉଚ୍ଚଶକ୍ତିର  ଗୋଟିଏ  ଦୁଇଟି  ପାନ  ଦେବେ   । ମାତ୍ର,  ରୋଗୀ  ଯଦି  ଖୁବ୍  ଶର୍ଦ୍ଦିପ୍ରବଣ   ହୋଇଥାଏ  ତାହାହେଲେ  ଟ୍ୟୁବରକୁଲିନମ  ଦେବାଟା  ନିତାନ୍ତ  ଜରୁରୀ   । କେତେବେଳେ  ଅବା  ଦେଖିବେ, ବଥ  ବା  ବାଳମୂଳିଆଟି  କଇଥିଆ  ପଡିଯାଇଛି   । ଯେତେ  ଯାହାଦେଲେ  ମଧ୍ୟ  ପାଚୁନାହିଁକି  ବସୁ  ନାହିଁ  ଆର୍ଣ୍ଣିକା  ମଧ୍ୟ  ଫେଲ୍, ଯନ୍ତ୍ରଣା  ବଢି  ବଢି  ଚାଲିଛି, ସେତେବେଳେ  ମାଇରିଷ୍ଟିକା   ଦିନକୁ  ୩-୪ ଥର  ଦେବାକୁ  ହେବ, ଆଉ  ଦେଖିବେ  ୩-୪ ଦିନ  ମଧ୍ୟରେ  ସୁଫଳ  ମିଳିବହିଁ  ମିଳିବ   । ବଥ  ପାଚି  ଆସୁଛି, ବା  ପାଚିବା  ଡେରି  ହେଉଛି, ଅଥବା  ଭଲଭାବରେ   ପୂଜ  ବାହାରୁ  ନାହିଁ,  ତାହାହେଲେ  କାଲେଣ୍ଡୁରା Q  ୨୦-୩୦  ଟୋପା  ଏକକପ୍  ଉଷୁମ  ପାଣିରେ   ପକାଇ, ତୁଳା  ଭିଜାଇ  ବଥ  ଉପରେ  ପକାଇ  ରଖିଲେ   ପୂଜସବୁ  ଟାଣିହୋଇ  ଗୋଟିଏ ଜାଗାରେ  ରହି  ମୁଁ  କରିଦେବ  ଓ ବଥଟି  ଫାଟିଯିବ  ବା  ପୂଜସବୁ  ଟାଣି  ହୋଇ  ବାହାରି  ଯିବ  ।

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate