অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଦହଜମୀ

ଉପକ୍ରମ

ଉପୁରି  ମିଳିଲେ   ପେଟପୂଜା  କରିବାକୁ  କାହାର   ବା  ଇଚ୍ଛା  ନହେବ ? କିଏ  ହୁଏତ  ଗରମ  ମସଲାଦିଆ  ଉଚ୍ଚାଙ୍ଗ   ଖାଦ୍ୟ  ତଣ୍ଟି  ଯାଏ  ଖାଇଲାଣିତ  ଆଉକିଏ  ସରପୁଳି   ଛଣାଛଣି  ଉଦରଭର୍ତ୍ତି  ଯାଏ  ଚପେଇଲେଣି   । ପାଣି   ପିଇବାକୁ  ମଧ୍ୟ  ଜାଗା  ନାହିଁ  । ଅଜୀର୍ଣ୍ଣ  ହେବ  ନାହିଁତ  ଆଉ  କ’ଣ  ।  ପ୍ରଥମ  ବର୍ଗର   ଲୋକଙ୍କୁ   ନକ୍ସଭୋମିକା   ଦେଇ  ଦ୍ଵିତୀୟ   ବର୍ଗଙ୍କୁ   ପଲସେଟିଲା  ଦିଅନ୍ତୁ, ଦେଖିବେ,  ପୁଣିଥରେ   ସେ  ସୁଯୋଗ   ମିଳିଲେ  ତାହାର  ସଦୁପଯୋଗ   କରିବାକୁ  ସେମାନେ   ଭୁଲିବେ  ନାହିଁ   । ଏହା  ସିନା  କଦପା  କିପରି   ଅକାଳ   ସକାଳର  କଥା, ହେଲେ  ଅନେକ  ଲୋକ  ଅଛନ୍ତି  ତାଙ୍କୁ  ଯେପରି   ବଦହଜମି  ରୋଗ  ଗୋଡେଇଛି, ସାଙ୍ଗ  ଛାଡୁନି  । ଇଚ୍ଛା ଥିଲେ  ମଧ୍ୟ  ଖାଇହେଉନି । ଖାଇଲେ  ପେଟରେ  ବାୟୁ  ବଢି  ଯାଉଛି   । ଖାଲି  ଢେକୁରି  ଉପରେ  ଢେକୁରି, ନହେଲେ  ପେଟ  ଢୋଲ   ।

ବଦହଜମୀ ପାଇଁ ଉପଚାର

ଦୟା  କରି  ଏପରି  କ୍ଷେତ୍ରରେ  କାର୍ବୋଭେଜ – ୩୦ ରୁ  କେତେପାନ  ଖାଇ  ଅପାତ  କଷ୍ଟକୁ  ଦୂର  କରନ୍ତୁ  ଓ  ତା’ପରେ  ଦିନକୁ  ପାନେ  ବା  ଦୁଇପାନ  କରି  କିଛି  ଦିନ  ଖାଆନ୍ତୁ  । ଉପଶମ  ଅବଶ୍ୟ  ପାଇବେ    । ଆଉ  କେତେକ  ଅଛନ୍ତି  ତାଙ୍କର  ଖାଲି  ପାଟି  ଖଟା  ହୋଇଯାଉଛି,  ଦାନ୍ତ  ବି  ବାଦ  ପଡୁନି  ସେଥିରୁ   । ଉକୁଚେଇ  ହେଇ  ଖଟାଖଟା  ପାଣି  ବାହାରି  ପଡୁଛି    । ଡରରେ  ଖାଇବା  ଛାଡି  ଦେଲେଣି  । ସେମାନେ  ରୋବିନିଆ – ୩୦ ଦିନକୁ  ୩ – ୪ ଥର   କିଛିଦିନ  ଖାଇ   ଉପଶମ  ହେଲାପରେ  ବନ୍ଦ  କରି  ଦିଅନ୍ତୁ   । ନାହିଁ  ଯଦି  ଦେଖିଲେ  ଓପରବେଳା  ହେଲେ  ରାତି  ୮-୯ ପର୍ଯ୍ୟନ୍ତ   ଖାଲି  ଆମ୍ବିଳିଢକାର, ପେଟ  କଳକଳ, ବାୟୁ  ଟିକେ  ଗଲେ  ଆରାମ, ତାହାହେଲେ  ଲାଇକୋପୋଡିୟମ- ୩୦ ରୁ  ପ୍ରତିଦିନ  ସକାଳେ  ୪-୫ ଦିନ  ଖାଇବେ   । ଆରାମ  ଲାଗିଲେ  ବନ୍ଦ   କରିଦେବେ  । ଯଦି  ଦେଖନ୍ତି  ରାତି  ସାରା   ପେଟ  ଫମ୍ପେଇ  ରହିଛି,  ଦୁଇ  ଚାରିଥର   ତରଳ  ଦୁର୍ଗନ୍ଧ  ଝାଡା, ଯାହା  ଖାଇଛନ୍ତି  ସବୁ  ଖଣ୍ଡ  ଖଣ୍ଡ   ଝାଡାରେ  ବାହାରି   ଯାଉଛି,  ହେଲେ  ଦିନବେଳା  ସେତେ  ବେଶି  କଷ୍ଟ  ନାହିଁ   । ପେଟରେ   ବେଳେ  ବେଳେ  ବେଶ୍  ଯନ୍ତ୍ରଣା,  ଯେତେ  ଜୋରରେ  ଚାପିବେ  ସେତେ  ଆରାମ, ତାହାହେଲେ  ଚାଇନା – ୩୦ ନିଶ୍ଚିତ   ଉପକାର  ଦେବ  । ଖାଲି  ସବୁବେଳେ  ଛାତି  ପୋଡୁଥିବ, କେବଳ  ଛାତିକ’ଣ, ଉକୁଚେଇ  ହୋଇ  ପେଟରୁ   ଯାହା   ଉଠିଆସୁଥିବ   ତାହା  ମଧ୍ୟ  ପାଟିଭିତରେ  ହାଉ  ହାଉକରି  ପୋଡୁଥିବ,  ଢକାର,  ବାୟୁ  ଯାହାବି  ଗଲେ  ଗରମ, ଝାଡାମଧ୍ୟ  ଗରମ  ଓ  ମଳଦ୍ଵାର  ଜ୍ଵାଳା    । ଏଭଳି   ଅବସ୍ଥାରେ   ଆଇରିସଭର୍ସ – ୬ ବା  ୩୦  ତତକ୍ଷଣାତ   ଉପଶମ  ଦେବ   । କ୍ଷେତ୍ର   ବିଶେଷରେ   ଦେଖିବେ, ଭୋକ  ନାହିଁ  ଶୋଷ  ନାହିଁ  । ମନେହେବ   ପେଟରେ  ସବୁ  ଜମି  ରହିଛି, ଖାଲି ଅଇ   ଉଠୁଛି   । ଶୋଷ  ନାହିଁ, ପାଟିରେ   ଛେପ   କଳକଳ, ତାହାହେଲେ  ଇପିକାକ – ୨୦୦  ଦେବାକୁ   ଭୁଲିବେ  ନାହିଁ   । ଖାଲି  ପାଟିଭିତରେ  ହାତପୁରାଇ  ରୋଗୀ  ବାନ୍ତି  କରିବାକୁ  ଚାହାନ୍ତି, କାରଣ  ବାନ୍ତି  କଲେ ହିଁ  ଯେପରି  ଆରାମ  ପାଇବେ,  ଝାଡା   ମାଡୁଥିଲେ  ମଧ୍ୟ   ପାଇଖାନା  ଗଲେ   ଝାଡା  ହେଉନି,  ନିଷ୍ଫଳ  ମଳ  ତ୍ୟାଗର   ଇଚ୍ଛା   । ତାହାହେଲେ  ନକ୍ସଭୋମିକା – ୨୦୦ ହିଁ  ଫଳପ୍ରଦ   । ଏହିଭଳି  ଅବସ୍ଥା, ପାଟିଶୁଖି  ଅଠା, କିନ୍ତୁ  ପାଣି   ପିଇବା   ପ୍ରତି  ଆଗ୍ରହ  ନାହିଁ, ଅଜୀର୍ଣ୍ଣିଆ  ଝାଡା, ସେ  ପୁଣି  ରାତିରେ   ଅଧିକ, ଝାଡା  କେତେବେଳେ  କିପରି  ହେଉଛି  ବର୍ଣ୍ଣନା  କରିବା  ସମ୍ଭବ  ନୁହେଁ, ତାହା  ହେଲେ  ପଲସେଟିଲା  ହିଁ  ପ୍ରଥମେ  ଚିନ୍ତା  କରିବାକୁ  ହେବ  । ଦୁଧ, ଦହି ,  ଆଚାର, ଖଟା  ଖାଇ  ଅଜୀର୍ଣ୍ଣ  ଜିଭଟିରେ  ମୋଟା  ଧଳା  ସରଭଳି  ଛତିଆ, ଶୋଷ  ନାହିଁ  କି  ଭୋକ  ନାହିଁ,  ତରଳ  ଝାଡା  ହେଲେ  ମଧ୍ୟ  ସେଥିରେ  ମୁଣ୍ଡାମୁଣ୍ଡା  ମଳ  ପଡୁଛି   । ଏଣ୍ଟିମକ୍ରୁଡ – ୩୦ ଦେଇ   ସଙ୍ଗେ  ସଙ୍ଗେ   ଆରାମ   କରିବାକୁ  ହେବ   । ରହଣିଆ  ବାସୀ  ଖାଦ୍ୟ,  ପଚରା   ମାଂସ  ଖାଇ  ଅଜୀର୍ଣ୍ଣ   । ଦୁର୍ଗନ୍ଧ  ମଳ ଓ  ବାୟୁ ; ଅପରିଷ୍କାର  ପାଣି  ପିଇ  ପେଟ  ଖରାପ, ଆର୍ଶେନିକ   ଏଲବମ – ୬ ବ  ୩୦   । ବହୁତ   ଔଷଧ   ବା  ନିଶାପାଣି  ଖାଇ   ଜୀର୍ଣ୍ଣଶକ୍ତି   କମିଯାଇଛି – ନକ୍ସଭୋମିକା ; ଗୁଡାଏ  ମାଛ  ଖାଇ   ଅଜୀର୍ଣ୍ଣ  ହେଲେ  ଚିନିନାମ୍ ଆର୍ଶ ; ଫଳଖାଇବା  ପରେ   ହେଲେ  ଇପିକାକ୍ , ଆଳୁଖାଇ  ହେଲେ, ଏଲୁମିନା ; ଘୁସୁରୀମାଂସ   ଖାଇଲା  ପରେ   ହୋଇଥିଲେ  ପଲସେଟିଲା ଆଦି  ଔଷଧ  ଆପଣଙ୍କୁ   ବହୁ  ସାଘାଂତିକ   ଅବେଳିଆ  ଛାନିଆରୁ  ରକ୍ଷା  କରିବ  । ଏ  ସବୁକୁ  ବ୍ୟବହାର  କରିବାର  ସୁଯୋଗ   ହରାଇ  ଉଚିତ  ନୁହେଁ   । ଅଧିକ  ଶକ୍ତିଶାଳୀ  ଔଷଧ  ଖାଇ  ପେଟକୁ  ଅଧିକ  ଖରାପ  କରିବା  ଅପେକ୍ଷା  ଏହି  ଛୋଟ  ଦାନାର  ଔଷଧ  ଖାଇ  ତତକ୍ଷଣାତ  ଓ  ସ୍ଥାୟୀ  ଆରାମ  ନ ପାଇବେ  କାହିଁକି  ?

ସଂଗୃହୀତ – ଡାକ୍ତର କମଳାକାନ୍ତ କର

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate