অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାଡ଼ିରେ ଥିବା ଗଛଲତାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ବାଡ଼ିରେ ଥିବା ଗଛଲତାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଗଛଲତାର ଔଷଧୀୟ ଗୁଣ

ଆମ ବାଡ଼ିରେ ଏମିତି ଅନେକ ଅଜଣା ଗଛଲତା ଥାଏ ଯାହା ବିଷୟରେ ଆମେ ବେଶୀ କିଛି ଜାଣିନଥାଉ । କିନ୍ତୁ ବାଡ଼ିରେ ଥିବା ଗଛଲତାରେ ଥାଏ ଅନେକ ଔଷଧୀୟ ଗୁଣ । ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । ସେ ସମ୍ପର୍କରେ ଜାଣି ତାକୁ ଆମେ ନିତିଦନିଆ ଜୀବନରେ ବ୍ୟବହାର କରିପାରିଲେ ବହୁ ଉପକାର ମିଳିଥାଏ ।

ଗଛ

କଦଳୀ – ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ । ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ । ଖାଦ୍ୟ ନଳୀରେ ଘା କିମ୍ବା ଗ୍ୟାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ । ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ ।

ମଞ୍ଜୁଆତି – ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ । ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ । ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ । ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ ।

ଅରଖ – ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ । ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ । ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ । ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ ।

କାଗେଜି ଲେମ୍ବୁ – କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ । ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ । ଲେମ୍ବୁ ରସ ନକାରାତ୍ମକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ । ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ । ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ ।

ତେନ୍ତୁଳି – ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ । ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ । ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ ।

ମେଥି – ମେଥି ଶାଗ ଯକୃତ ପାଇଁ ମହୌଷଧି । ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।

ଆଧାର: କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate