অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ରଣ ଦୂର କରିବା ପାଇଁ ଘରୋଇ ଉପଚାର

ବ୍ରଣ ଦୂର କରିବା ପାଇଁ ଘରୋଇ ଉପଚାର

ବ୍ରଣ

ମୁହଁରେ ବ୍ରଣ ମୁହଁର ଚର୍ମ ଅପରିଷ୍କାର ହେଵା, ତେଲିଆ ହେଵା କିମ୍ବା ବୟସ ଦୋଷରୁ ଆସିଥାଏ |ଏହାମୁହଁରେ ଦାଗ କରିଥାଏ ଏବଂ ଅସୁନ୍ଦର ବି କରିଥାଏ|ତେଣୁ ବ୍ରଣ ପାଇଁ ସଜାଗ ରହିବ ଦରକାର|

ଆଜିକାଲି ତ୍ୱଚାର ସବୁଠୁ ବଡ଼ ସମସ୍ୟା ହେଲା ବ୍ରଣ। ପୁଅ ହୁଅନ୍ତୁ କି ଝିଅ ସମସ୍ତେ ବ୍ରଣ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି। ସେଥିପାଇଁ ଅନେକ ଉପାୟ ଆପଣେଇଥାନ୍ତି। ବହୁ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ତେବେ କୌଣସି ଲାଭ ମିଳେ ନାହିଁ ଓ ସେମାନେ ନିରାଶ ହୁଅନ୍ତି। କିନ୍ତୁ ଏବେ ଆଉ ଆପଣଙ୍କୁ ନିରାଶ ହେବାକୁ ପଡ଼ିବନି। କାରଣ ଆମ ପାଖରେ ଏପରି କିଛି ପ୍ରାକୃତିକ ଉପାୟ ଅଛି ଯାହା ଦ୍ୱାରା ମାତ୍ର ଗୋଟିଏ ରାତିରେ ଆପଣଙ୍କ ବ୍ରଣ ସମସ୍ୟା ଦୂର ହୋଇଯିବ।

ଘରୋଇ ଉପଚାର

  • କିଛି ପରିମାଣର ଲେମ୍ବୁ ରସ ଏବଂ ସମାନ ପରିମାଣର ତୁଳସୀ ପତ୍ର ରସକୁ ମିଶାଇ ଦିଅନ୍ତୁ | ଏହାକୁ ମୁହଁରେ ଲଗାଅ|୧୦-୧୫ ମିନଟ ପରେ ମୁହଁ କୁ ଧୋଇ ଦିଅନ୍ତୁ
  • ୨ ଚାମଚ ଟମାଟୋ ରସ, ୧ ଚାମଚ କାକୁଡି ରସ, ଅଧା ଚାମଚ ଲେମ୍ବୁ ରସ ,୧ ଚାମଚ ହଳଦୀ ଗୁଣ୍ଡ ଏବଂ ୧ ଚାମଚ ବେସନକୁ ମିଶାଇ ମଲମ ତିଆରି କରନ୍ତୁ |ଏହି ମଲମ କୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ |
  • ଶୁଖିଲା ନିମ ଗଛର ପତ୍ରର ଗୁଣ୍ଡ , ମୁଲତାନି ମାଟି ଏବଂ ଗୋଲାପ ଜଳକୁ ମିଶାଇ ମଲମ ତିଆରି କରନ୍ତୁ |ପ୍ରତିଦିନ ଏହାକୁ ମୁହଁରେ ମାରିଲେ ବ୍ରଣ ଦୂର ହୁଏ |
  • ଗଙ୍ଗଶିଉଳିର ମଞ୍ଜିକୁ ଗୁଣ୍ଡ କରନ୍ତୁ |ଶୋଇବା ପୂର୍ବରୁ ଏହାକୁ କ୍ଷୀରରେ ମିଶାଇ ମୁହଁରେ ଲଗାନ୍ତୁ| ସକାଳେ ଉଠିଲା ପରେ ମୁହଁ ଧୋଇ ଦିଅନ୍ତୁ |ଏହା ବ୍ରଣ ସହ ବ୍ରଣ ଦାଗ ବି ଦୂର କରିବ |
  • କିଛି ପୁଦିନା ପତ୍ରକୁ ବାଟି ସେଥିରେ କିଛି ଦହି ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାଇଲେ ବ୍ରଣ ଦୂର ହୁଏ|
  • କମଳା କିମ୍ବା ଲେମ୍ବୁ ରସକୁ କ୍ଷୀର ସହ ମିଶାଇ ମୁହଁରେ ଲଗାଇଲେ ଵ୍ରଣଦୁର ହୁଏ |ଏହା ବ୍ରଣ ପାଇଁ ଭଲ କାମ ଦିଏ |
  • ଗୋଟିଏ କଦଳୀକୁ ବାଟି ମୁହଁରେ ଲଗାନ୍ତୁ |୩୦ ମିନଟ ପରେ ମୁହଁକୁ କ୍ଷୀରରେ ଧୋଇ ଦିଅନ୍ତୁ|
  • ଗୋଟିଏ କଦଳୀ କୁ ବାଟି ଏହାକୁ ତରଭୁଜ ରସ ସହ ମିଶାଇ ମୁହଁରେ ଲଗାନ୍ତୁ |ଏହା ବ୍ରଣ ପାଇଁ ବହୁତ ଭଲ ଉପଚାର |
  • କିଛି ଗେଣ୍ଡୁ ଫୁଲର ପାଖୁଡାକୁ ଗରମ ପାଣିରେ କିଛି ସମୟ ଡୁବାଇ ରଖନ୍ତୁ |ତାକୁ ଛାଣି ମୁହଁରେ ମାଲିସ କରନ୍ତୁ | ୧୫ ମିନଟ ପରେ ମୁହଁକୁ ଟିକେ ଉଷୁମ ପାଣିରେ ଧୋଇ ଦିଅନ୍ତୁ |ଏହା ମଧ୍ୟ ବ୍ରଣ ପାଇଁ ଭଲ ଉପଚାର |
  • କିଛି ତରଭୁଜ ମଞ୍ଜି କୁ ଗୁଂଡ କରନ୍ତୁ | ଏହାକୁ ପାଣିରେ ମିଶାଇ ମଲମ ତିଆରି କରନ୍ତୁ| ଏହି ମଲମକୁ ମୁହଁରେ ଲଗାନ୍ତୁ ଏବଂ ୧୫ ମିନଟ ପରେ ମୁହଁକୁ ଧୋଇ ଦିଅନ୍ତୁ |
  • ସମାନ ପରିମାଣରେ ୟିସକୀ (ବିଦେଶୀ ମଦ ),ଲେମ୍ବୁ ରସ ଓ ମହୁ ମିଶାନ୍ତୁ |ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ| ୨୦-୨୫ ମିନଟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ|ଏହା ମୁହଁରୁ ବ୍ରଣ ଏବଂ ତେଲିଆ ଅଂଶ ଦୂର କରିବ
  • .ଲବଙ୍ଗକୁ ଚନ୍ଦନ ପେଡ଼ିରେ ଘୋରି ଲଗାଇଲେ ବ୍ରଣ ଦୂର ହୁଏ।

ଆଇସ୍ ଥେରାପି

ଆଜିକାଲି ତ ସମସ୍ତଙ୍କ ଘରେ ଫ୍ରିଜ୍ ଅଛି। ତେଣୁ ବରଫ ମିଳିବାରେ କିଛି ଅସୁବିଧା ନାହିଁ। ଏହି ବରଫ ବ୍ରଣ ଉପଚାରରେ ଭଲ କାମ କରେ। ବ୍ରଣଗୁଡ଼ିକ ଲାଲ ଲାଲ ଦେଖାଯାଆନ୍ତି। ବରଫ ଲଗାଇଲେ ବ୍ରଣର ରଙ୍ଗ ବଦଳିଯାଏ। ବ୍ରଣ ସ୍ଥାନ କୁଣ୍ଡାଇ ହୁଏ ନାହିଁ। ବେଳେ ବେଳେ ବ୍ରଣ ଗୁଡ଼ିକ ପୋଡ଼େ ବା ଜଳେ। ବରଫ ଲଗାଇଲେ ସେହି ଯନ୍ତ୍ରଣାରୁ ମୁକ୍ତି ମିଳେ। ବାସ୍ତବରେ ବରଫ ଲଗାଇଲେ ରକ୍ତସଞ୍ଚାର ବଢ଼େ ଓ ଏହା ଲୋମଛିଦ୍ରକୁ ମଧ୍ୟ ପ୍ରଭାବିତ କରିଥାଏ। ବରଫର ପ୍ରୟୋଗ ଦ୍ୱାରା ବ୍ରଣ ଚାରିପାଖରେ ରହୁଥିବା ମଳି ଓ ତୈଳ ଅଂଶ ପୂରାପୂରି ବାହାରି ଯାଏ। ତେଣୁ ଆପଣ ଏକ ପରିଷ୍କାର କପଡ଼ାରେ ବରଫକୁ ରଖି ବ୍ରଣ ଉପରେ ଧୀରେ ଧୀରେ ବୁଲାନ୍ତୁ। ଏହି ପ୍ରକ୍ରିୟାକୁ କିଛି ମିନିଟ୍ ଜାରି ରଖନ୍ତୁ।

ଧଳା ଟୁଥ୍ପେଷ୍ଟ

ଧଳା ଟୁଥପେଷ୍ଟ ମଧ୍ୟ ବରଫ ପରି କାମ କରିଥାଏ। ଏହାକୁ ପାଖାପାଖି ୧ ଘଣ୍ଚା ପର୍ଯ୍ୟନ୍ତ ବ୍ରଣରେ ଲଗାଇ ଛାଡ଼ି ଦିଅନ୍ତୁ। ଏକ ଘଣ୍ଟା ପରେ ମୁହଁ ଧୋଇ ଦିଅନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ପେଷ୍ଚ ଯେପରି ଜେଲ ଯ଼ୁକ୍ତ ନହୋଇଥାଏ।

ଷ୍ଟିମ୍ ଉପଚାର

ଚେହେରାର ଉଜ୍ଜ୍ୱଳତା ପାଇଁ ଷ୍ଟିମ୍ ଉପଚାର ନିହାତି ଆବଶ୍ୟକ। ଏହା କେବଳ ବ୍ରଣ ଦୂର କରେନି, ତ୍ୱଚାକୁ କୋମଳ ମଧ୍ୟ କରିଥାଏ। ଷ୍ଟିମ୍ ଉପଚାର ଦ୍ୱାରା ଲୋମଛିଦ୍ର ଖୋଲିଯାଏ। ଏହା ଦ୍ୱାରା ତ୍ୱଚାକୁ ନିଶ୍ୱାସ ନେବାରେ ସହଜ ହୋଇଥାଏ। ଷ୍ଟିମ୍ ନେବା ଦ୍ୱାରା ଚେହେରାରେ ଜୀବାଣୁ ଜମେ ନାହିଁ। ତେଣୁ ବ୍ରଣ ହେବାର ଆଶଙ୍କା ମଧ୍ୟ ଦୂର ହୋଇଥାଏ।

କଦଳୀ ଚୋପା

କଦଳୀ ଦେହ ପାଇଁ ଯେତେ ସ୍ୱାସ୍ଥ୍ୟକର, ତାର ଚୋପା ମଧ୍ୟ ସେତିକି ଭଲ। ଆପଣଙ୍କ ମୁହଁରେ ବ୍ରଣ ହେଉଥିଲେ କଦଳୀ ଚୋପାକୁ ଆଦୌ ଫିଙ୍ଗନ୍ତୁ ନାହିଁ। କଦଳୀ ଚୋପାକୁ ମୁହଁ ଧୀରେ ଧୀରେ ଘଷନ୍ତୁ। ଯେତେବେଳେ ଲାଗିବ ଯେ କଦଳୀ ଚୋପାର ଥିବା ରସରେ ଆପଣଙ୍କ ମୁହଁ ପୂରା ଭର୍ତ୍ତି ହୋଇଗଲାଣି ସେତେବେଳେ ଘଷିବା ବନ୍ଦ କରି ଦିଅନ୍ତୁ ଓ ସେମିତି ଅବସ୍ଥାରେ ୩୦ ମିନିଟ୍ ବସନ୍ତୁ। ବ୍ରଣ ଯୋଗୁଁ ହେଉଥିବା ଜଳାପୋଡ଼ାକୁ କଦଳୀ ଚୋପା କମାଇ ଦିଏ। ଅଧାଘଣ୍ଟା ପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଦେଖିବେ ମୁହଁରେ ଅଲଗା ଚମକ ଦେଖାଯିବ। ଏହି ପ୍ରକ୍ରିୟାକୁ ନିୟମିତ କିଛି ଦିନ କରନ୍ତୁ।

ରସୁଣ

ବ୍ରଣ ଦୂର କରିବାରେ ରସୁଣ ବହୁତ କାମରେ ଆସେ। ରସୁଣରେ ଆଣ୍ଚିଭାଇରାଲ, ଆଣ୍ଟିଫଙ୍ଗଲ,ଆଣ୍ଟିସେପ୍ଟିକ୍ ଓ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ଏହା ଖୁବ୍ ଜଲଦି କ୍ଷତକୁ ଶୁଖାଇ ଦିଏ। କେବଳ ସେତିକି ନୁହେଁ ଏହା ବ୍ରଣକୁ ମଧ୍ୟ ସହଜରେ ଭଲ କରି ଦିଏ। ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ କାମ କରିବାକୁ ହେବ। ପ୍ରଥମେ ରସୁଣରୁ ଚୋପାକୁ ଛଡ଼ାଇ ଦିଅନ୍ତୁ। ତା'ପରେ ସେହି ରସୁଣକୁ ବ୍ରଣ ଉପରେ ଲଗାନ୍ତୁ। ଏମିତି ୫ ରୁ ୭ ମିନିଟ୍ ରସୁଣ ଲଗାଇବା ପରେ ମୁହଁକୁ ହାଲକା ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଆପଣ ଏହି ପ୍ରକ୍ରିୟାକୁ ଏକ ଘଣ୍ଟା ପରେ ପୁଣି ଦୋହରାଇ ପାରିବେ।

ଆଧାର: ଆୟୁର୍ବେଦ ସେବା ସଦନ

Last Modified : 5/7/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate