অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭିଟାମିନ୍ ସିରେ ଭରପୁର ଅଁଳା ରସ

ଭିଟାମିନ୍ ସିରେ ଭରପୁର ଅଁଳା ରସ

ଅଁଳା ରସ

ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେ ବ୍ୟକ୍ତିଙ୍କୁ ୫୦ ମିଲିଗ୍ରାମ୍ ଭିଟାମିନ୍ ସି ଆବଶ୍ୟକ ହୋଇଥାଏ । ଆଉ ଭିଟାମିନରେ ଭରପୁର ଅଁଳା । ଯଦି ଆପଣ ପ୍ରତିଦିନ ଅଁଳା ରସ ସେବନ କରନ୍ତି ତେବେ ଶରୀରରେ ଥିବା ଭିଟାମିନ୍ ସି ର ଅଭାବ ଦୂର ହୋଇଥାଏ । ଏବେ ନଜର ପକାନ୍ତୁ ଅଁଳା ଔଷଧୀୟ ଗୁଣ ଉପରେ ।

ଅଁଳା ଔଷଧୀୟ ଗୁଣ

  • ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ । ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ ।
  • ନଡିଆ ପାଣି ସହ ଅଁଳା ରସ ମିଶାଇ ପିଇଲେ ଆମ୍ବିଳା ହାକୁଟି ବନ୍ଦ ହୋଇଯାଏ ।
  • ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ ।
  • ସେହିପରି ପିଲାଙ୍କ ଦାନ୍ତ ଉଠିବା ସମୟରେ ପ୍ରତିଦିନ ମହୁ ସହ ଅଁଳା ରସ ମିଶାଇ ଦେଲେ ଲାଭ ମିଳିଥାଏ ।
  • ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା । ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । ଏହା ସହ ଦାନ୍ତ ପୋକ ଲାଗିଥିଲେ ଭଲ ହୋଇଯାଏ ।
  • ଯଦି ମାସିକଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଲେ ଦିନକୁ ତିନି ଥିର କଦଳୀ ସହ ଅଁଳା ରସ ଖାଆନ୍ତୁ ।
  • ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ ।

କେଶକୁ ସୁନ୍ଦର ,ମୁଲାୟମ, ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରନ୍ତୁ । ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ । ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ । ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । ଏହା ବ୍ୟତୀତ କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ । କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ ।

ଆଧାର: କନକ ନ୍ୟୁଜ

 

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate