ହୋମ / ସ୍ଵାସ୍ଥ୍ୟ / ଆୟୁଷ / ମା’ କ୍ଷୀର ଅଭାବର ଆୟୁର୍ବେଦୀୟ ଉପଚାର
ସେଆର କରନ୍ତୁ

ମା’ କ୍ଷୀର ଅଭାବର ଆୟୁର୍ବେଦୀୟ ଉପଚାର

ମା’ର କ୍ଷୀର ଶିଶୁ ପାଇଁ ଏକମାତ୍ର ଜୀବନ ଜିଇଁବାର ଆହାର ।

ମା’ର କ୍ଷୀର

ମା’ର କ୍ଷୀର ଶିଶୁ ପାଇଁ ଏକମାତ୍ର ଜୀବନ ଜିଇଁବାର ଆହାର । ଆୟୁର୍ବେଦରେ ବର୍ଣ୍ଣନା ଅଛି ‘ସ୍ତନ୍ୟ” ତୁ ଜୀବନଂ ମରଣ ତଦାଭାବେ ଚ’ । ଅର୍ଥାତ୍ ଶିଶୁ ପାଇଁ ମା’ କ୍ଷୀରଠାରୁ ବଳି ଅମୃତ ସଂସାରରେ ଆଉ କିଛି ନାହିଁ । ତେବେ ମା’ କ୍ଷୀର ଶିଶୁ ପାଇଁ କାହିଁକି ଓ କିପରି ମୂଲ୍ୟବାନ୍ ତାହା ଆଜିକାଲି ଅନେକ ମା' ଭୁଲିଯାଉଛନ୍ତି । କେତେକ ନିଜର ଯୌବନକୁ ଦୀର୍ଘକାଳୀନ କରିବା ଲାଗି ସ୍ତନ୍ୟପାନ କରାଇବାକୁ ଅବହେଳା କରିଥାନ୍ତି । ଯଦିଓ ପ୍ରକୃତି ମା’ ସ୍ତନରେ ତା’ ଶିଶୁ ପାଇଁ ଯଥେଷ୍ଟ ସ୍ତନ୍ୟ ଯୋଗାଇଦେଇଥାଏ। ହେଲେ ବେଳେବେଳେ ମା’ ନିଜ ଶିଶୁକୁ ଯଥେଷ୍ଟ ପରିମାଣରେ ସ୍ତନ୍ୟପାନ କରାଇ ପାରି ନ ଥାଏ । ହୁଏତ ଏଥିପାଇଁ ମା’ ଶରୀର ଭିତରେ ହରମୋନ୍‌ର ପ୍ରଭାବ, ମା’ କୁ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ, ଗର୍ଭ ନିରୋଧ ବଟିକା ସେବନ ତଥା ମାନସିକ ଚିନ୍ତା, କାର୍ଯ୍ୟର ଚାପ, ଶାରୀରିକ ରୋଗ ଭଳି ବିଭିନ୍ନ କାରଣ ଦାୟୀ ।

ଆୟୁର୍ବେଦ ଉପଚାର

ଆୟୁର୍ବେଦରେ ଏପରି ଶିଶୁ ପାଇଁ ପ୍ରଚୁର ଦୁଗ୍ଧ ମା’ ସ୍ତନରେ ସୃଷ୍ଟି କରିବା ଲାଗି ଅନେକ ବିଧି ଓ ଔଷଧର ବ୍ୟବସ୍ଥା ରହିଛି। ମହର୍ଷି ଚରକ ତାଙ୍କ ପୁସ୍ତକର ସୂତ୍ର ସ୍ଥାନରେ କେତୋଟି ଔଷଧୀୟ ଦ୍ରବ୍ୟର ଉଲ୍ଲେଖ କରି କରିଛନ୍ତି ଯାହା ମା’ ସ୍ତନରେ  ପ୍ରଚୁର ପରିମାଣରେ କ୍ଷୀର ଉତ୍ପନ୍ନ କରିଥାଏ । ଯଥାଶାଳୀଚାଉଳ, ଷଷ୍ଠିକଚାଉଳ, ଗୁଡ଼ୁଚୀ ଏବଂ କେତେକ ଜାତିର ତୃଣ ଭେଦ ଯଥା-ଆଖୁ, କାଶତଣ୍ଡୀ, କୁଶ, ରୋହିସତୃଣ ଇତ୍ୟାଦି ଯାହା ଉପରେ ଅନେକ ଗବେଷଣା କରାଯାଇ ପ୍ରତ୍ୟକ୍ଷ ମଧ ହୋଇସାରିଛି। ଏହାବ୍ୟତୀତ ମହର୍ଷି ସୁଶ୍ରୁତ ସ୍ତନ୍ୟକ୍ଷୟରେ ଶ୍ଲେଷ୍ମବର୍ଦ୍ଧକ(କଫ ବର୍ଦ୍ଧକ) ଦ୍ରବ୍ୟର ପ୍ରୟୋଗ କରିବା ପାଇଁ ସୁତ୍ର ସ୍ଥାନରେ କହିଛନ୍ତି ଯେପରି- ମାଷପୁର୍ଣ୍ଣୀ ମୁଦ୍ ଗପୁର୍ଣ୍ଣୀ କକଡାଶୃଙ୍ଗୀ,

ଯଷ୍ଠିମଧୁ, ଦ୍ରାକ୍ଷା(କିସ୍ ମିସ୍), ଗୁଡ଼ୁଚୀ, ପଦ୍ମକ କିମ୍ବା କଇଁ ନାଡ ଆଦି ଅନେକ ପ୍ରକାର ଚୂର୍ଣ୍ଣ, କ୍ଵାଥ(ସିଝେଇ) ରୂପରେ ନେବାକୁ ଉପଦେଶ ଦେଇଛନ୍ତି । ତେବେ ଏ ସମ୍ପର୍କରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ମା’ ସ୍ତନରେ ସୃଷ୍ଟି ଲାଗି ଅନ୍ୟ କେତେକ ମସଲା ଓ ପରିବା ଜାତୀୟ ଦ୍ରବ୍ୟ ରହିଛି, ସେଗୁଡିକୁ ମଧ୍ୟ ପ୍ରୟୋଗ କରାଯାଇପାରେ । ଯେପରି- ମେଥି ଏକ ପ୍ରଭାବଶାଳୀ କ୍ଷୀର ଉତ୍ପାଦକ ଦ୍ରବ୍ୟ । ଏହାକୁ ଅଳ୍ପମାତ୍ରାରେ ପାଣିରେ ବତୁରାଇ ଖାଲି ବା କ୍ଷୀର ସହ ଦୈନନ୍ଦିନ ସେବନକଲେ ଉତ୍ତମ ଫଳ ମିଳେ । ମେଥି ମୋଦକ ମଧ୍ୟ ନେଲେ ଭଲ । ସଜନା ଛୁଇଁ ମଧ୍ୟ ଏକ ଉତ୍କୃଷ୍ଟ ଦ୍ରବ୍ୟ ଯାହାକୁ ଦୈନନ୍ଦିନ ଖାଦ୍ୟରେ  ସାମିଲ କରାଯାଇପାରେ | ସେହିପରି ଶତାବରୀ ବା ଛତୁଆରୀର କୋମଳ ଶୃଙ୍ଗ ବା ମୂଳକୁ ଭଲ ଭାବେ ଧୋଇ କ୍ଷୀର ତଥା ମିଶ୍ରି ସହିତ ପ୍ରତିଦିନ ଖାଇଲେ ମା’ର କ୍ଷୀର ବୃଦ୍ଧି ହୋଇଥାଏ ।

ସେହିପରି ପାନମଧୁରୀର ଚୂର୍ଣ୍ଣ ବା ଭିଜା ପାଣି ଦୈନନ୍ଦିନ ନେଲେ କ୍ଷୀର ବୃଦ୍ଧି ହୁଏ । ନିର୍ଗୁଣ୍ଡୀ ପତ୍ର(ବେଗୁନିଆ ପତ୍ର) ରସ, ଏରଣ୍ଡ ପତ୍ର (ଜଡ଼ାଗଛ ପତ୍ର) ରସ ମଧ୍ୟ ମା’ର କ୍ଷୀର ବୃଦ୍ଧି ରେ ସାହାଯ୍ୟ କରେ । ସ୍ତନ୍ୟଦାତ୍ରୀର କ୍ଷୀର ଅଭାବ ବା କ୍ଷୟରେ ଏହାକୁ ବୃଦ୍ଧି କେଉଁ କାଳରୁ ଆୟୁର୍ବେଦୀୟ ବର୍ଣ୍ଣିତ ଦ୍ରବ୍ୟର ପ୍ରୟୋଗ ହୋଇଆସୁଛି। ହେଲେ ଯୁଗ ବଦଳିବା ସହିତ ମନୁଷ୍ୟର ଜୀବନଶୈଳୀ ବଦଳିବା ଯୋଗୁଁ ମନୁଷ୍ୟ  ଏହି ଚିରାଚରିତ ପ୍ରଥାକୁ ଭୁଲିଯାଇ କେମିକାଲ ଯୁକ୍ତ

ଦ୍ରବ୍ୟ ପ୍ରୟୋଗକରି ଅନେକ ରୋଗର ଶିକାର ହେଉଛି। ଏହିପରି ସମସ୍ତ ବର୍ଣ୍ଣିତ ଦ୍ରବ୍ୟ ମଧ୍ୟରୁ କେତେକାଂଶରେ ଗର୍ଭାବସ୍ଥାରେ ମନା କରାଯାଇଥିବା  ବେଳେ ପ୍ରସବ ପରେ କ୍ଷୀର ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି । ତେବେ ଏହାର ପ୍ରୟୋଗ ଅତ୍ୟନ୍ତ ସତର୍କ ଓ ଯତ୍ନ ସହିତ କରାଯିବା ଆବଶ୍ୟକ । କାରଣ ସମୟ ଓ ପ୍ରକୃତି ଅନୁସାରେ ଶରୀରରେ ଏହାର ପ୍ରଭାବ ବେଳେ ବେଳେ  ବେଳେ ନକାରାତ୍ମକ ପ୍ରଭାବ ପକାଇପାରେ । -

ସଂଗୃହିତ : ଡା. ଗୋପାଳ ଚନ୍ଦ୍ର ନନ୍ଦ, ରାଜବୈଦ୍ୟ, ବିଭାଗୀୟ ମୁଖ୍ୟ ବୈଜ୍ଞାନିକ, ଆୟୁର୍ବେଦ ଗବେଷଣା ସଂସ୍ଥାନ, ମାଡ୍ରାସ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top