ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାର ରୋଗ ମାନବ ଶରୀର ଉପରେ କବ୍ଜା କରି ସାରିଲାଣି । ନିତ୍ୟପ୍ରତିଦିନ ଔଷଧ ଖାଇବା ଲୋକମାନଙ୍କ ଅଭ୍ୟାସ ହୋଇଗଲାଣି । ମାତ୍ର ବେଳେ ବେଳେ ଔଷଧ ଠାରୁ ଘରୋଇ ଚିକିତ୍ସା ବେଶିମାତ୍ରାରେ ଫଳପ୍ରଦ ହୋଇଥାଏ । ଆଜିବି କିଛି କିଛି କ୍ଷେତ୍ରରେ ଡାକ୍ତର ଔଷଧ ଅପେକ୍ଷା ଘରୋଇ ଚିକିତ୍ସା ନେବାକୁ ପରାମର୍ଶ ଦିଅନ୍ତି ।
ସେହିପରି ନାନା ରୋଗ ପାଇଁ ଏକ ଘରୋଇ ଔଷଧ ହେଲା ରସୁଣ । ଆଜ୍ଞା ହଁ ରସୁଣରେ ଅମୃତ ସମାନ ଔଷଧୀୟ ଗୁଣ ରହିଛି । ଏକ କୁଲା ରସୁଣ ବହୁ ଭୟଙ୍କର ରୋଗକଷ୍ଟରୁ ଆପଣଙ୍କୁ ରକ୍ଷା କରିପାରିବ । ବର୍ଷସାରା ସବୁଦିନ ରସୁଣ ଖାଇଲେ ଆପଣ ସୁସ୍ଥ ଓ ନିରୋଗ ରହିବେ ।
ବହୁଲୋକ ରସୁଣ ଖାଇଲେ ପାଟିରୁ ର୍ଦୂଗନ୍ଧ ବାହାରେ ବୋଲି ଏହାକୁ ଖାଆନ୍ତି ନାହିଁ । ମାତ୍ର ରସୁଣକୁ ଛଡେଇ ଭଲଭାବରେ ଚକଟି ଦେଲେ କିମ୍ବା ଦହିରେ ମିଶାଇ ଖାଇଲେ ପାଟିରୁ ଗନ୍ଧ ଆସେନି । ରସୁଣ ଖାଇ ସାରିବା ପରେ ଶୁଖିଲା ଧନିଆ କିଛି ପାଟିରେ ପକାଇ ଦିଅନ୍ତୁ, ଏହା ଗନ୍ଧ ଦୂର କରିବାରେ ସହାୟକ ହେବ ।
କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍ ସୂଚନା ।
ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁ ଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ତିନିଥର ପିଅନ୍ତୁ । ନିହାତି ଭାବରେ ଆମକୁ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ ।
ରକ୍ତରେ କୋଲେଷ୍ଟ୍ରଲ୍ର ମାତ୍ରା ବଢ଼ିଲେ ହୃଦ୍ ଜନିତ ସମସ୍ୟା ଆରମ୍ଭ ହୁଏ । ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍ କରିବା ପାଇଁ ରସୁଣ ଆମର ବହୁତ ଉପକାରରେ ଲାଗିଥାଏ ।
ଶରୀରରେ ଟକ୍ସିନ୍ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍ ପରି ସମସ୍ୟା ଦେଖାଯାଏ ।ରସୁଣ ବ୍ୟବହାର କରିବା ଦ୍ୱାରା ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ ।
ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣ ତୁରନ୍ତ କାମ କରେ।
ଅନିଦ୍ରା ପରି ସମସ୍ୟା ଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ କ୍ଷୀର ସହିତ ରସୁଣକୁ ମିଶାଇ ପିଅନ୍ତୁ । ଅଳ୍ପ କିଛିଦିନ ଏହି ଅଭ୍ୟାସ କରିବା ଦ୍ୱାରା ଆମେ ସୁନିଦ୍ରା ପାଇପାରିବା ।
ଯଦି କଫ ଜମି ଖାସ ହେଉଛି ତେବେ କ୍ଷୀରରେ ରସୁଣ,ଟିକେ ହଳଦୀ ପକାଇ ଫୁଟାଇ ପିଇବା ଦ୍ୱାରା କଫ କାସରୁ ଆରାମ ମିଳିବା ସହିତ ଏହା କଫ୍ ସିରଫ ଠାରୁ ମଧ୍ୟ ଶୀଘ୍ର ଆରାମ ଦେବ ।
ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ ଉଷୁମ କ୍ଷୀରରେ ରସୁଣକୁ ପକାଇ ପିଇବାକୁ ଭୁଲନ୍ତୁ ନାହିଁ । ଏହା ହଜମ ଶକ୍ତି ବଢାଇବା ସହ ଶରୀର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ।
ଆଧାର : ଖବର ଓଡିଶା
Last Modified : 1/26/2020