ଶରୀରର କୌଣସି ଅଙ୍ଗ ଅସ୍ତ୍ର ଦ୍ଵାରା କଟିଗଲେ ବା ଛେଚି ହୋଇଗଲେ କିମ୍ବା ଦୁର୍ଘଟଣାଦ୍ଵାରା କ୍ଷତ ହେଲେ ତହିଁରୁ ରକ୍ତ ସ୍ରାବ ହୋଇଥାଏ । ଏହି ଅବସ୍ଥାରେ ପ୍ରଥମେ ଗେଣ୍ଡୁପତ୍ର ପୁଳାଏ ଆଣି ତହିଁରୁ ଅଧେ ଛେଚି ରସ ବାହାର କରି ସେହି ରସକୁ ତୁଳାରେ ବୁଡାଇ କ୍ଷତସ୍ଥାନକୁ ପରିଷ୍କାର କରି ପୋଛିବ । ଆଉ ଅଧେ ଗେଣ୍ଡୁପତ୍ର ଛେଚି ସେହି ପତ୍ରକୁ କ୍ଷତ ଉପରେ ସ୍ଥାପନ କରି ତୁଳା ଓ କପଡା ଦ୍ଵାରା ପଟି ବାନ୍ଧି ରଖିବା । ରକ୍ତସ୍ରାବ ଅଧିକ ହେଉଥିଲେ ପଇଡ ପାଣି ପିଇବାକୁ ଦେବା ଉଚିତ୍ କିମ୍ବା ବିଶଲ୍ୟକରଣୀ ପତ୍ର ରସ ପଚିଶିଗ୍ରାମ ସହିତ ସମାନଭାଗ ଚିନି ମିଶାଇ ଖାଇବାକୁ ଦେଲେ ରକ୍ତସ୍ରାବ ବନ୍ଦ ହୋଇଥାଏ । ଏହାଦ୍ଵାରା ଯନ୍ତ୍ରଣା ଉପଶମ ହୋଇ ଦୁଇଦିନରେ ଘା ଶୁଖିଯାଏ । ସିଲାଇ କରିବା ଦରକାର ହୁଏ ନାହିଁ । ରୋଗୀକୁ ଦୁଗ୍ଧ ପାନ କରାଇବା ଉଚିତ୍ । କ୍ଷତ ଅଧିକ ଥିଲେ ଦୁଇଦିନ ପରେ ଆଉଥରେ ଗେଣ୍ଡୁପତ୍ର ରସରେ ପଟି ବାନ୍ଧିବା ଉଚିତ୍ ।
ଶରୀରର କୌଣସି ସ୍ଥାନରେ ଆଘାତ ହେଲେ ଅସ୍ଥିଭଗ୍ନର ଆଶଙ୍କା କମ୍ ଥାଏ । କିନ୍ତୁ ଗଣ୍ଠି ଓ ଅସ୍ଥିମୟ ସ୍ଥାନରେ ଯନ୍ତ୍ରଣା ଅଧିକ ହେଲେ ଅସ୍ଥିଭଗ୍ନ ଆଶଙ୍କା ଅଧିକ ଥାଏ । ଏହିଭଳି ପରିସ୍ଥିତିରେ ଏକ୍ସରେ କରାଇ ପଟି ବାନ୍ଧିଲେ ଭଲ । ଯଦିକେବଳ ଫୁଲା ଓ ଦରଜ ଉପସ୍ଥିତ ହୋଇଥାଏ ତେବେ ନିମ୍ନଲିଖିତ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍
ହାଡ ଭାଙ୍ଗି ଯାଇଥିଲେ ଏକ୍ସରେ କରାଇ ପ୍ରଥମେ ହାଡକୁ ଠିକ୍ ଯାଗାରେ ସେଟ୍ କରି ପଟିବାନ୍ଧିବା ପରେ ନିମ୍ନଲିଖିତ ଔଷଧ ସେବନ କରିବା ଉଚିତ୍ ।
ହାଡଶିଖୁଲା ପତ୍ର, ଅର୍ଜୁନଛେଲି, ଲାକ୍ଷା, ଗହମ, ଘିଅ, ମହୁ ପ୍ରତ୍ୟେକ ଶହେଗ୍ରାମ ମାତ୍ରାରେ ନେଇ ଏକତ୍ର ମର୍ଦ୍ଦନ କରି ରଖିବ । ମାତ୍ରା ଦଶଗ୍ରାମ । ଦିନକୁ ଦୁଇପାନ ସେବନ କଲେ ଭଙ୍ଗାହାଡ ଯୋଡିହୁଏ ଏବଂ ଇଟାକୁ ଗୁଣ୍ଡ କରି ଦୁଧରେ ଗୋଳାଇ ପ୍ରଲେପ ଦେଲେ ଅସ୍ଥିଭଗ୍ନ ଦୂର ହୁଏ ।
ଶରୀରର କୌଣସି ସ୍ଥାନ ଅଗ୍ନିରେ ପୋଡ଼ିଗଲେ ବା ଗରମପେଜ ବା ଗରମ ତେଲ ପଡି କ୍ଷତ ସୃଷ୍ଟି ହେଲେ ଜ୍ଵାଳା ଓ ଯନ୍ତ୍ରଣା ଉପସ୍ଥିତ ହୋଇଥାଏ । ଏହାର ପ୍ରତିକାର ପାଇଁ ସଙ୍ଗେ ସଙ୍ଗେ ଖଣିଜତୈଳ ଯଥା- କିରୋସିନ, ଡିଜେଲ ବା ପେଟ୍ରୋଲକୁ କ୍ଷତସ୍ଥାନରେ ଢାଳିବେ କିମ୍ବା ତୁଳାରେ ବୁଡାଇ ଭିଜାଇରଖିବେ । ଏହାପରେ କଞ୍ଚାଆଳୁକୁ ବାଟି ପ୍ରଲେପ ଦେଲେ ଯନ୍ତ୍ରଣା ଶାନ୍ତ ହୁଏ ଓ ଫୋଟକା ହୁଏ ନାହିଁ ।
କ୍ଷତ ସୃଷ୍ଟି ହେଲେ – ଅଶ୍ଵତଥ ବୃକ୍ଷର ଛେଲିକୁ ସୂକ୍ଷ୍ମ ଚୂର୍ଣ୍ଣ କରି କ୍ଷତଉପରେ ପ୍ରଲେପ ଦେଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ ।
କଲରାପତ୍ର ରସ ଦଶଗ୍ରାମ ସକାଳୁ ଖାଲିପେଟରେ ପାନ କରିବ ଏବଂ ଏହି କଲରା ପତ୍ର ରସକୁ କ୍ଷତସ୍ଥାନରେ ଲଗାଇବ କିମ୍ବା ସାତଗୋଟି ଅରଖ ଫୁଲ ଅରୁଆ ଚାଉଳ ଦଶଗ୍ରାମ ସହିତ ଚୋବାଇ ଖାଇବ । ଏହା ପ୍ରଥମ ଦିନର ବ୍ୟବସ୍ଥା । ଦ୍ଵିତୀୟ ଦିନ ଛଅଟି ଫୁଲ, ତୃତୀୟ ଦିନ ପାଞ୍ଚଟି ଫୁଲ ଏହିପରି ଗୋଟିଏ ଲେଖା କମାଇ ସାତଦିନ ପର୍ଯ୍ୟନ୍ତ ଖାଇବ ଏବଂ କ୍ଷତସ୍ଥାନରେ ଅର୍କକ୍ଷୀର ଲଗାଇବ ।
ଆଧାର
ଓଡିଶା ଆୟୁର୍ବେଦ ସେବା ସଦନ
Last Modified : 12/30/2019