ଉପକ୍ରମ
ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ । ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ ଉପରେ
ଔଷଧୀୟ ଗୁଣ
- ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ । ଯାହା ଆଖିକୁ ସୁସ୍ଥ ରଖିବା ସହଶରୀରର ଇମ୍ୟୁନିଟି ଶକ୍ତ ରଖିଥାଏ ।
- ଏହାକୁ ନିୟମିତ ଖାଇଲେ ତ୍ୱଚାରେ ଚମକ ଆସିଥାଏ ।
- ଯଦି ଆପଣ ଖୁବ୍ ବ୍ୟସ୍ତ ବହୁଳ ଏବଂ ଠିକ୍ ଭାବରେ ଖାଇବାକୁ ସମୟ ପାଉନାହାଁନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ । ନିୟମିତ କିଛି ସେପେଟା ଖାଆନ୍ତୁ । କାରଣ ଏହା ଶରୀରରେ ଶକ୍ତି ବଢାଇଥାଏ ।
- ନିୟମିତ ସେପେଟା ଖାଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ । ଏଥିରେ ଥିବା ଫାଇବର୍ ପାଚନ ପ୍ରକ୍ରିୟାକୁ ମଜଭୂତ କରିଥାଏ ।
- ସେପେଟାରେ ପ୍ରଚୁର ପରିମାଣର ଆଂଟି ଅକ୍ସିଡେଂଟ୍ ଥାଏ । ଏହା ମୁଖ କର୍କଟରୁ ରକ୍ଷା କରିଥାଏ ।
- ଏହା ଏଥିରେ ପ୍ରଚୁର ପରିମାଣର କ୍ୟାଲସିୟମ୍ , ଫସଫରସ୍ ଏବଂ ଆଇରନ୍ ଅଛି । ଯାହା ଆମର ହାଡକୁ ଶକ୍ତ ରଖିଥାଏ ।
- ଏହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।
- ଯଦି ଆପଣ ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଓଜନ କମାଇବାକୁ ଚାହୁଁଛନ୍ତି । ତେବେ ସେପେଟା ଖାଆନ୍ତୁ । ଏହା ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ସହ ଓଜନ କମାଇବାରେ ସାହଯ୍ୟ କରେ ।
ଆଧାର: କନକ ନ୍ୟୁଜ
Last Modified : 1/26/2020
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.