অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ

ଖରା ଦିନରେ ସ୍ୱାସ୍ଥ୍ୟ ସମସ୍ୟା ! ଜାଣନ୍ତୁ କେମିତି ହେବା ସଚେତନ

ଖରା ଦିନ

ଖରାଦିନ ଆସୁଆସୁ ଏକାଧିକ ସୃଷ୍ଟି ହୋଇଥାଏ । ଜ୍ୱର ତ ସାଧାରଣ କଥା । ତେବେ ଗରମ ହେଉଥିବା ବେଳେ ଅସୁସ୍ଥତା ଅବସ୍ଥା ଖରାପ କରିଦିଏ । ଜାଣନ୍ତୁ କେମିତି ହେବା ସଚେତନ ।

ସ୍ୱାସ୍ଥ୍ୟ ସମସ୍ୟା

ହିଟ୍ ଷ୍ଟ୍ରୋକ୍ :

ଅତ୍ୟଧିକ ଗରମ ଯୋଗୁଁ ଲୁ ଲାଗିବା କିମ୍ବା ହିଟ୍ ଷ୍ଟ୍ରୋକ୍ ହୋଇପାରେ । ଏଥିରେ ମୁଣ୍ଡ ବୁଲାଇବା ସହ ବାନ୍ତିହେବା ,ଜ୍ୱର ଆସିବା ଆଦି ଲକ୍ଷଣ ପ୍ରକାଶ ପାଇଥାଏ । ଖରାରେ ମୁଣ୍ଡକୁ ଘୋଡାଇ ବାହାରନ୍ତୁ । ଅଧିକ ପାଣି ପିଇବା ସହ ଘରୁ ବାହାରିବା ବେଳେ ନିଜ ସହ ଲେମ୍ବୁପାଣି ,ଲସି କିମ୍ବା ଘୋଳଦହି ନେବା ଉଚିତ୍ ।

ଡିହାଇଡ୍ରେସନ :

ଶରୀରରେ ଜଳୀୟ ଅଂଶ ଅଭାବ ହୋଇ ଡିହାଇଡ୍ରେସନ ହୋଇପାରେ । ଏପରି ହେଲେ ମୁଣ୍ଡ ବୁଲାଇଲା, କ୍ଲାନ୍ତପଣ, ମୁଣ୍ଡବ୍ୟଥା ପରି ସମସ୍ୟା ହୋଇଥାଏ । ଦିନକୁ ଅତି କମରେ ୮ରୁ ୧୦ଗ୍ଲାସ୍ ପାଣି ନିଅନ୍ତୁ । ଫଳରସ ,ଲସି ,ଘୋଳଦହି ପିଇପାରିବେ ।

ଫୁଡ୍ ପଏଜନିଂ :

ଖରାଦିନେ ଖାଦ୍ୟ ଶୀଘ୍ର ବାସି ହୋଇଯାଏ । ତେଣୁ ବାସି ଖାଦ୍ୟ ଖାଇବା ତଥା ଖରାପ ପାଣି ପିଇବା ଯୋଗୁଁ ଫୁଡ୍ ଡଏଜନ୍ ହୋଇପାରେ । ଏଭଳି ହେଲେ ଶରୀରରେ ଯନ୍ତ୍ରଣା, ଦୁର୍ବଳତା, ଜ୍ୱର, ବାନ୍ତି , ଡାଇରିଆ, ମୁଣ୍ଡବ୍ୟଥା ଆଦି ହୋଇପାରେ । ବାହାରର ଛଣାଛଣି ଖାଦ୍ୟ ନଖାଇ ଘରେ ସଦ୍ୟ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ଏବଂ ଶୁଦ୍ଧ ପାଣି ପିଅନ୍ତୁ ।

ଜଣ୍ଡିସ୍

ଖରାଦିନେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅପରିଷ୍କାର ପାଣି ପିଇବା ତଥା ଭାଇରାଲ ଇନଫେକସନ କାରଣରୁ ଜଣ୍ଡିସ୍ ହୋଇପାରେ । ଏଭଳି ହେଲେ ନଖ,ମୂତ୍ର,ଚର୍ମ ଏବଂ ଆଖି ହଳଦିଆ ପଡିଯାଏ । ବାହାର ଖାଦ୍ୟ ଖାଆନ୍ତୁନାହିଁ ,ପରିଷ୍କାର ପାଣି ପିଇବା ସହ ସ୍ୱଚ୍ଛ ରହିବା ଉଚିତ୍ ।

ଟାଇଫଏଡ୍:

ଖରାଦିନେ ଭାଇରାଲ୍ ଇନଫେକସନ କିମ୍ବା ଅସ୍ୱଚ୍ଛ ପାଣି କାରଣରୁ ଟାଇଫଏଡ୍ ହୋଇପାରେ । ବାହାର ପାଣି ଓ ଖାଦ୍ୟ ଠାରୁ ଦୂରେଇ ରହିବା ସହିତ ଭଲଭାବେ ହାତ ସଫା କରି ଖାଦ୍ୟ ଗ୍ରହଣ କରନ୍ତୁ ।

ଆଧାର: ଓଡିଶା ରିପୋଟର

Last Modified : 12/12/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate