অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନେ କାନର ଯତ୍ନ

ଉପକ୍ରମ

ଦିନକୁ ଦିନ ଖରାର ପ୍ରକୋପ ବଢି ଚାଲିଛି । ଅସହ୍ୟ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଏହି ସମୟରେ ଶରୀରର ଯତ୍ନ ନିହାତି ଦରକାର ପଡିଥିବାବେଳେ ବିଶେଷକରି କାନ ପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି ।

କାନ ଏକ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ

ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । ତେବେ ଆମଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଖରାଦିନେ ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଥଣ୍ଡପାଣି ପିଇବା, ଶୀତତାପ ନିୟନ୍ତ୍ରିତ ଘରେ ରହିବା ଏବଂ କିଛି ନ ହେଲେ ଖୋଲା ପାଣିରେ ମନଭରୀ ଗାଧୋଇବା ପାଇଁ ଆଗ୍ରହ ରହିଥାଏ । କିନ୍ତୁ ଏହାର ପରବର୍ତ୍ତୀ ସ୍ଥିତିକୁ ହୁଏତ କଳନା       କରିନଥାଉ । ଶରୀରର ସୂକ୍ଷ୍ମ ଶରୀରତତ୍ତ୍ଵ ଉପାଦାନକୁ ନେଇ କାନ ତିଆରି ହୋଇଥାଏ । ଏହି ଉପାଦାନକୁ ପ୍ରାୟ ଦୁଇଶହ ଜିନ୍  ସନ୍ତୁଳିତ କରିଥାନ୍ତି । ଉପରୋକ୍ତ ଥଣ୍ଡା ପାନୀୟ ଏବଂ ଥଣ୍ଡା ପବନ ଆଦିର ପ୍ରଭାବ ଶରୀର ଉପରେ ପଡିବା ଦ୍ଵାରା ଆଲର୍ଜି ହୋଇ କାନ ସମସ୍ୟାସୃଷ୍ଟି ହୋଇଥାଏ । ଏହା ସାଧାରଣତଃ ମଧ୍ୟକର୍ଣ୍ଣକୁ ଅଧିକ ଭାବରେ ପ୍ରଭାବିତ କରିଥିବାବେଳେ ଅନ୍ତଃକର୍ଣ୍ଣ ମଧ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥାଏ । ବର୍ଷାଦିନେ ଏବଂ ଶୀତ ଦିନେ ଆଲର୍ଜିର ମାତ୍ରା ଅଧିକ ଥିବାରୁ କାନ ସମ୍ଭନ୍ଧୀୟ ଅସୁବିଦା ଭୋଗିବାକୁ ପଡିଥାଏ । ମାତ୍ରା ଖରାଦିନିଆ କାନ ସମସ୍ୟା ମଧ୍ୟ ସାଧାରଣ ଘଟଣା; ଯାହା ଲୋକଲୋଚନକୁ ଖୁବ୍ କମ୍ ଆସିଥାଏ । ଖରାଦିନେ ସାଧାରଣତଃ ବାୟୁମଣ୍ଡଲରେଧୂଳିକଣା ଏବଂ ଜଳୀୟବାଷ୍ପର ପ୍ରଭାବ ରହିଥାଏ । ଧୂଳିକଣା ସହିତ  ଜଳୀୟବାଷ୍ପର ଆର୍ଦ୍ରତାର ମିଶ୍ରଣ ହେଲେ ଏହା ସଂସ୍ପର୍ଶରେ ଆସିଥିବାକାନ ସ୍ଵାଭାବିକ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । କାନ ପ୍ରଥମେ ଏହି ଆର୍ଦ୍ର ଧୂଳିକଣା ଓ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ନାକର ପ୍ରଦାନ ସୃଷ୍ଟି ହୋଇଥାଏ । କେତେକ କ୍ଷେତ୍ରରେ ନାକ ଭିତରର ଝିଲ୍ଲୀ ମଧ୍ୟ କ୍ଷତ୍ରିଗ୍ରସ୍ତ ହୋଇଥାଏ । ପ୍ରାରମ୍ଭିକ ସମୟରୁ ଏହା ହାଲକା ବା ସ୍ଵାଭାବିକ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଏହା ଯନ୍ତ୍ରଣାର କାରଣ ପାଲଟିଥାଏ ।

ପ୍ରଦାହ

ନାକର ଏହି ପ୍ରଦାହ ଦ୍ଵାରା ନାକରୁ ମଧ୍ୟକର୍ଣ୍ଣକୁ ଯାଇଥିବା ନଳୀଟି ମଧ୍ୟରେ ପ୍ରଦାହ ସୃଷ୍ଟି ହୋଇଥାଏ । ଫଳରେ ମଧ୍ୟକର୍ଣ୍ଣର ପ୍ରଦାହ ହୋଇ କାନ ବିନ୍ଧିବା, କାନ କୁଣ୍ଡେଇ ହେବା, କାନରେ ଶବ୍ଦ ହେବା, କାନକୁ କମ୍ ଶୁଭିବା ଏବଂ ପରିଶେଷରେ କେତେକ କ୍ଷେତ୍ରରେ କାନରୁ ପାଣି ବାହାରିଥାଏ । ବେଳେ ବେଳେ ପୂଜରେ ରକ୍ତ ବି ଆସିଥାଏ । ଏହି କାରଣରୁ କାନର ପରଦାରେ ବହୁତ ସମୟରେ କଣା ହୋଇଥାଏ । ଏହାଦ୍ୱାରା ଅନ୍ତଃକର୍ଣ୍ଣରେ ଥିବା ସ୍ନାୟୁକୋଷ ଗୁଡିକ ପ୍ରଭାବିତ ହୋଇ ସ୍ରବନହାନି ହେବାର ସମ୍ଭାବନା   ରହିଥାଏ । ଆଉ କେତେକ କ୍ଷେତ୍ରରେ ଯେଉନମାନଙ୍କ ପୂର୍ବରୁ ମୁଣ୍ଡରେ ପାଣି କମି ଥାଏ, ଖରାଦିନରେ ସେମାନେ କାନବିନ୍ଧାରସମ୍ମୁଖୀନ ହୋଇଥାନ୍ତି । ତେବେ ଏ କ୍ଷେତ୍ରରେ ଅବିଳମ୍ବେ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶନିହାତି ନାବା ଜରୁରୀ । ଖରାଦିନେ କେତେକ କ୍ଷେତ୍ରରେ ଏସି ବା କୁଳରର ଥଣ୍ଡା କମ୍ପ୍ରେସନ୍ କୁ ସାମ୍ନା କରି କେତେକ ଲୋକ କାନ ଆଉ ମୁହଁକୁ ତାପରୁ ମୁକ୍ତି ପାଇବା ପାଇଁ କିଛି ସମୟ ରଖିଥାନ୍ତି । କିନ୍ତୁ ଏହି ଦୁଇଟି ଅଙ୍ଗପାଇଁ ଏହା ବହୁତ ବିପଜ୍ଜନକ । କାରଣ ଥଣ୍ଡାବାୟୁ କାନର ଅଭ୍ୟନ୍ତରୀଣ କୋଷକୁ ସିଧାସଳଖ ପ୍ରଭାବିତ କରିଥାଏ । ଖରାଦିନେ ନଦୀ ବା ପାଖରୀରେ ସ୍ନାନ କଲାବେଳେ କାନ ବା ନାକ ଯେପରି ବୁଡା ପାଣି ସଂସ୍ପର୍ଶରେ ନ ଆସିବ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ସେହିପରି ଅତ୍ୟଧିକ  କୌଣସି ଥଣ୍ଡାପାନୀୟ ବା ଖାଲି ପାଣି ତତ୍ କାଳ ପିଅନ୍ତୁ ନାହିଁ କାରଣ ଏହା ଗଳା ପ୍ରଦାହ କରିବା ସହ ନାକ ଓ କାନର ଯନ୍ତ୍ରଣାର କାରଣ ସହ ନାକ ଓ କାନର ଯନ୍ତ୍ରଣାର କାରଣ ପାଲଟିଥାଏ । ଧୂଳିକଣା ଥିବା ବାର୍ଯ୍ୟବସ୍ତୁ ବା ଯେ କୌଣସି ଧୂଆଁ ଠାରୁ ଆପଣଙ୍କ କାନ ଓ ନାକକୁ ଦୂରେଇ ରଖିବା ବହୁତ ଭଲ । ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶୋଉଥିଲେ ରାତିରେ ବିଶୋଧିତ ତୁଳାର ଏକ ଗୋଳା ଦୁଇ କାନରେ ଦିଅନ୍ତୁ । କୁଳର ବ୍ୟବହାର କରୁଥିଲେ ଝରକା କବାଟ ଖୋଲା ରଖନ୍ତୁ । କାନ କୁଣ୍ଡେଇ ହେଲେ ବିଶୋଧିତ ତୁଳାର ଷ୍ଟିକ ବ୍ୟବହାର କରନ୍ତୁ ନାକ ଭିତରେ କାଠି ପୁରାଇ ଛିଙ୍କିବା ବଦଭ୍ୟାସକୁ ଦୂରେଇ ଦିଅନ୍ତୁ । ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା, ଯେଉଁମାନେ ଶ୍ରବଣଯନ୍ତ୍ର ବ୍ୟବହାର କରୁଛନ୍ତି ଖରା ସଂସ୍ପର୍ଶ ଯେଉଁ ଝାଳ ନିର୍ଗତ ହୋଇଥାଏ ସେମାନେ କିଛି ଘଣ୍ଟାର ବ୍ୟବଧାନ ଭିତରେ ଯନ୍ତ୍ରକୁ ଭଲ ଭାବରେ ପୋଛି ବ୍ୟବହାର କରନ୍ତୁ । ବେଳେ ବେଳେ ଯନ୍ତ୍ରର ବ୍ୟାଟେରୀ କମ୍ପାଟମେଣ୍ଟରେ ଝାଳ ପଶି ମେସିନ୍ କୁ ଅଚଳ କରିଥାଏ ।

ନାରାୟଣଚନ୍ଦ୍ର ବିଶ୍ଵାଳ

କ୍ୟାପିଟାଲ ହୋସପିଟାଲ୍, ଭୁବନେଶ୍ଵର

ଆଧାର :ସମାଜ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate