অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗର୍ଭବତୀ ସତର୍କ ରହିବା ଆବଶ୍ୟକ

ଗର୍ଭବତୀ ସତର୍କ ରହିବା ଆବଶ୍ୟକ

ଉପକ୍ରମ

ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ । ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ । ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ   ଭଲ ।

ଡିହାଇଡ୍ରେଶନ୍

ଶରୀରକୁ ଥଣ୍ଡା ରଖିବା ଲାଗି ସୂତା କପଡାର ଡ୍ରେସ କିମ୍ବା ଶାଢି ପିନ୍ଧିବା ଆବଶ୍ୟକ । ଯଦି ଗର୍ଭାବତୀକର୍ମଜୀବୀ ହୋଇଥାନ୍ତି ତେବେ ସକାଳ ୧୧ ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ବାହାରକୁ ଯିବାଠୁ ଦୂରେଇ ରୁହନ୍ତୁ । କାରଣ ଏ ଦିନେ ଶରୀରରୁ ଅଧିକ ଝାଳ ବାହାରିବା ଯୋଗୁ ଜଳୀୟଅଂଶ କମିଯାଏ । ଫଳରେ ପାଟି ଶୁଖିଯାଏ, ହାଲିଆଲାଗେ, କୌଣସି କାମ କରିବା ଲ୍ଲାଗୀ ଇଚ୍ଛା ହୁଏନି, ପରିସ୍ରା ହଳଦିଆହେବାଭଳି କେତେକ ସମସ୍ୟା ଦେଖାଯାଏ । ଯଦି ଏଭଳି ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଡିହାଇଡ୍ରେଶନ୍ ହୋଇଛି ବୋଲି ଧରି ନିଆଯିବ ।  ଡିହାଇଡ୍ରେଶନ୍ ଦୂର ଲାଗି ପ୍ରଚୁର ପାଣି ଘୋଳଦହି, ଲେମ୍ବୁ ଚିନିଲୁଣ ପାଣି ପିଇବା ଆବଶ୍ୟକ । ଅ ତଟକା ଫଳ, କାକୁଡି ଓ ତରଭୁଜ ଆଦି ଖାଇବା ଦରକାର । ଏଦିନେ ଝାଳ ବାହାରିବା ଯୋଗୁ ଘିମିରି ହେବା, ଶରୀରରେ ପୋଡାଜଳା ଆଦିର ଆଶଙ୍କା ରହିଛି । ଏଥିପାଇଁ ଫଙ୍ଗାଲ ଇନଫେକଶନ୍ ହୋଇପାରେ । ଏହି ଫଙ୍ଗାଲ ଇନଫେକଶନ୍ ଦୂର କରିବାକୁ ହେଲେ ବଜାରରେ ଆଣ୍ଟି ଫଙ୍ଗାଲ ପାଉଡର ମିଳୁଛି ଯାହାକୁ ଲଗାଇବା ଦ୍ଵାରା ସୁଫଳ ମିଳିଥାଏ । ଏହି ଦିନରେ ଗର୍ଭବତା ଯଦି ଦୁଇଥର ଗାଧାନ୍ତି କିଛି ଅସୁବିଧା ନାହିଁ । ଡ୍ରେସ ପିନ୍ଧିବା ସମୟରେ ଟାଇଟ୍ ଏବଂ ସିନ୍ଥିଟିକ୍ ଲୁଗାଠାରୁ ଦୂରେଇ ରହିବା ଆବଶ୍ୟକ ।

ବ୍ୟାୟାମ

ଯଦି ବ୍ୟାୟାମ କରୁଥାନ୍ତି ଷ୍ଟ୍ରେସ ନେଲା ଭଳି ବ୍ୟାୟାମ କରନ୍ତୁ ନାହିଁ । ଅବଶ୍ୟ ଉପୟୁକ୍ତ ବିଶ୍ରାମ ନେବା ଆବଶ୍ୟକ । ଦ୍ଵିପ୍ରହର ସମୟରେ ମଧ୍ୟାହ୍ନଭୋଜନ ପରେ ୧ ରୁ ୨ ଘଣ୍ଟା ଏବଂ ରାତିରେ ଛଅରୁ ଆଠ ଘଣ୍ଟାଶୋଇବା ଦରକାର । ଯେତେ ସମ୍ଭବ ଚିନ୍ତାଗସ୍ତତାଠାରୁ ଦୂରେଇ ରହିବା ଆବଶ୍ୟକ । କାରଣ ଏ ସମୟରେ ଚାପଗ୍ରସ୍ତ ରହିବା ଯୋଗୁ ଇଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଛି । ଆଉ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ । ତେଲମସଲା ଖାଦ୍ୟଠାରୁ ଦୂରେଇ ରହି ପନିପରିବାରେ ପ୍ରସ୍ତୁତ ସନ୍ତୁଳା, ଭର୍ତ୍ତା ଡାଲି ଆଦି ଖାଇବା ଭଲ ।

ଆଧାର

ଧରିତ୍ରୀ

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate