অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘିମିରି ଓ ଯାଦୁ

ଉପକ୍ରମ

ଖରାଦିନେ ବିଶେଷ କରି ଦେହରେ ଘିମିରି ଦେଖାଯାଏ । ଏହା ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ । ତାପମାତ୍ରା ବୃଦ୍ଧି ହେଲେ ଦେହରୁ ଝାଳ ବାହାରେ ।

ଘିମିରି

ଏହି ଝାଳ ଶୁଖି ନ ପାରି ଚର୍ମରେ କିଛି ସମୟ ଲାଗି ରହିବା ଦ୍ଵାରା ଦେହରେ ଘିମିରି ହୋଇଯାଏ । ଘିମିରିରକ୍ଷା ପାଇବା ଯେତେ ସମ୍ଭବ ପତଳା ସୂତା ଲୁଗା ଓ ସୂତା ଢିଲା ପୋଷାକ ପିନ୍ଧନ୍ତୁ । ଝାଳ ବୋହିଲେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ । ସକାଳ ଓ ରାତିରେ ଦୁଇଥର ଗାଧାନ୍ତୁ । ରାତିରେ ବେଶୀ ନ ହେଲେ ଦୁଇ ମଗ ପାଣିରେ ଗାଧୋଇବା ଦରକାର । ଏହାଦ୍ୱାରା ଶରୀର ଥଣ୍ଡା ରହିବ । ଝାଳ ବାହାରିବ ନାହିଁ । ଖରାରୁ ଆସିବା ପରେ ଦେହରୁ ପୋଛି ଗାଧାନ୍ତୁ । ନଚେତ ଦୁଇ ମଗ ପାଣିରେ ପୋଛି ହୋଇ ଫ୍ୟାନ ତଳେ ବସନ୍ତୁ । ଏହାଦ୍ଵାରା ଦେହରେ ଝାଳ ରହିବ ନାହିଁ କି ଘିମିରି ହେବ ନାହିଁ  । ଯଦି ଘିମିରି ହୋଇଯାଇଥାଏ, ତାହାଲେ ଘିମିରି ଉପରେ ବରଫ ଘଷନ୍ତୁ । ଏହାପରେ କାଲାମିନ୍ ଲୋସନ୍ ଲଗାନ୍ତୁ । ଏହାଦ୍ୱାରା ଘିମିରି କମିଯିବ ।

ଯାଦୁ

ଏହିଦିନରେ ଝାଳ ଲାଗି ଯାଦୁ ହୁଏ । ମୁଖ୍ୟତଃ ଜଂଘ କାଖ ଓ ମହିଳାଙ୍କ ଛାତିରେ ହୋଇଥାଏ । ଏହାବହୁତ କଷ୍ଟ ଦାୟକ । ଏଥିରୁ ରକ୍ଷା ପାଇବା ପାଇଁ ଢିଲା ପୋଷାକ ପିନ୍ଧନ୍ତୁ । ଦିନକୁ ଦୁଇଥର ଗାଧାନ୍ତୁ । ପୋଷାକ ମଧ୍ୟ ଦୁଇଥର ଧୂଅନ୍ତୁ । ଦିନରେ ପିନ୍ଧିଥିବା ପୋଷାକ ରାତିରେ ଧୂଅନ୍ତୁ । ରାତିରେ ପିନ୍ଧିଥିବା ପୋଷାକ ସକାଳେ ଧୂଅନ୍ତୁ । ଏହାଦ୍ଵାରା ପୋଷାକରେ ଜୀବାଣୁ    ନାହିଁ । ଥଣ୍ଡା ପାଣିରେ ଯାଦୁ ଧୂଅନ୍ତୁ ।ବ ମେଡିକେଟେଡ୍ ସାବୁନ୍ ଲଗାଇ ଯାଦୁ ଧୂଅନ୍ତୁ । ଡାକ୍ତର ପରାମର୍ଶରେ ସାବୁନ ବ୍ୟବହାର କରନ୍ତୁ ଓଁ ଚିକିତ୍ସା ହୁଅନ୍ତୁ ।

ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର

ତାପମାତ୍ରା ୪୦ ଡିଗ୍ରୀ ଟପିଲେ ସନ୍ ବୁର୍ଣ୍ଣ ଆଶଙ୍କା ବଢିଯାଏ । ଦିନ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଯଦି ବାହାରୁଛନ୍ତି, ତେବେ ଭଲ ଭାବରେ ଶରୀରକୁ ଢାଙ୍କି ପଦାକୁ ବାହାରନ୍ତୁ । ଏହା ପୂର୍ବରୁ ସନ୍ ବୁର୍ଣ୍ଣ ଲୋସନ ଲଗାନ୍ତୁ । ଏହାପରେ ଯଦି ସନ୍ ବୁର୍ଣ୍ଣ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବିଶେଷକରି ଖରାଦିନେ ଦେହରୁ ଝାଳ ବାହାରେ । ଝାଳ ବାହାରିବା ସଙ୍ଗେ ସଙ୍ଗେ ପୋଛି ଦେବା ଦରକାର । ନଚେତ୍ ଏହା ଦେହରେ ଲାଗି ରହି ଘିମିରି ଓ ଯାଦୁ ପରି ରୋଗ କରେ । ଏଣୁ ଦେହରେ ଝାଳ ଲାଗି ନରହିବା ପାଇଁ ଦିନକୁ ଦୁଇଥର ଗାଧାନ୍ତୁ । ପୋଷାକ ପାଟରା ପରିଷ୍କାର ପିନ୍ଧନ୍ତୁ । ବିଶେଷ କରି ଝାଳ ବୋହିବା ମାତ୍ରେ ପୋଛି ଦେଇ ଫ୍ୟାନ୍ ପବନରେ ବସନ୍ତୁ । ଏହାଦ୍ଵାରା ଚର୍ମରୋଗ ଦେଖାଦେବାର ଆଶଙ୍କା ହ୍ରାସ ପାଇବ ।

ଡାକ୍ତର କିଶୋନ ଅଗ୍ରୱାଲ

ଚର୍ମ ରୋଗ ବିଶେଷଜ୍ଞ, ଅଗ୍ରୱାଲ ସ୍କିନ, ହେୟାର ଆଣ୍ଟ ଲେଜର କ୍ଲିନିକ୍, ସହିଦନଗର, ଭୁବନେଶ୍ଵର

ପ୍ରମେୟ  ୨୨ ଏପ୍ରିଲ ୨୦୧୬

Last Modified : 3/2/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate