অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବାୟୁ ପ୍ରଦୂଷଣ ଜନିତ ରୋଗ

ବାୟୁ ପ୍ରଦୂଷଣ ର କାରଣ

ବାୟୁ ପ୍ରଦୂଷଣ ମୁଖ୍ୟତଃ କଳକାରଖାନାର ଚିମିନୀ ନିର୍ଗତ ଧୂଆଁ , ଜନବାହନରୁ ନିର୍ଗତ ଦୂଷିତ ବାଷ୍ପ  ଓ ଅନ୍ୟାନ୍ୟ  ନିଷ୍କାସତ  ଦୂଷିତପଦାର୍ଥ  ଦ୍ଵାରା  ହୋଇଥାଏ  ।  ବାଯୁମଣ୍ଡଳ  ଯେଉଁସବୁ  ପଦାର୍ଥ  ଯୋଗୁ  ଦୂଷିତ ହେଉଛି ସେଗୁଡିକ ହେଲା-  (୨.୫ ଓ ୧୦ ), କାର୍ବନମନୋକ୍ସାଇଡ  ,ଲେଡ,ସିଲିକା ଇତ୍ୟାଦି । ବର୍ତମାନ  ମୋଟରଗାଡି  ଯାନାବାହାନ ସଂଖ୍ୟା  ଦିନକୁଦିନ  ବଢିଚାଲିଛି  ଓ ସେହି ଅନୁପାତରେ  ପେଟ୍ରୋଲିୟମ  ଇନ୍ଧନର  ବ୍ୟବାହାର  ମଧ୍ୟ  ବୃଦ୍ଧି  ପାଉଛି  । ଜଣେ  ମନୁଷ୍ୟର ବର୍ଷକୁ  ଯେତେ ପରିମାଣରେ  ଅମ୍ଳଜାନ ଆବଶ୍ୟକ  ଗୋଟିଏ  ମୋଟର ଗାଡି  ୯୬୦  କିମି  ଚାଲିଲେ  ସେତିକି  ଅମ୍ଳଜାନ ଦରକାର ହୋଇଥାଏ  । ଲଣ୍ଡନ  ରାଜା  ରାସ୍ତାରେ  ଗୋଟିଏ  ଟ୍ରଫିକି  ପୁଲିସ  ଚାରି ଘଣ୍ଟା ଡ୍ୟୁଟି   କାଲେ  ତାହାର  ଫୁସଫୁସରେ ଏତେ ପରିମାଣରେ  ବିସ ଭର୍ତି  ହୋଇଯାଏ  ଯାହାକି  ୧୦୫ ଟି  ସିଗାରେଟ  ଟାଣିବା ସହ ସମାନ । ପ୍ରଦୂଷିତ  ବାୟୁ  ମସ୍ତିସ୍କ  ସଙ୍ଘାତର  କାରଣ  ହୋଇପାରେ  ବୋଲି  ଷ୍ଟ୍ରୋକ ନାମକ  ଏକ  ଗବେଷଣାତ୍ମକ  ପାତ୍ରୀକରେ  ପ୍ରକାଶ  ପାଇଛି  । ଏକ  ସରବକ୍ଷଣରୁ  ଏହା  ଜନାଜାଏଜେ  ପ୍ରଦୂଷିତ  ବାୟୁ  ଯୋଗୁ  ସହରାଅଞ୍ଚଳରେ   ୩୫ ପ୍ରତିଶତ  ସ୍କୁଲୁ  ଛାତ୍ରଛାତ୍ରୀ  ଫୁସଫୁସ  ଜନିତ  ନିଃଶ୍ଵାସ ପ୍ରଶ୍ଵାସ  ରୋଗରେ ପଡ଼ୁଛନ୍ତି ।

ବିଶ୍ଵ  ସ୍ୱାସ୍ଥ୍ୟ  ସଙ୍ଘଠନ ପକ୍ଷରୁ ୨୦୧୫ରେ ପ୍ରକାଶିତ ତଥ୍ୟରେ  ଉଲ୍ଲେଖ  କରାଯାଇଛି ଯେ  ବାୟୁ  ପ୍ରଦୂଷଣ  ଯୋଗୁ  ବିଶ୍ଵରେ ବାର୍ଷିକ  ଆଠ  ନିୟୁତ  ଲୋକ  ମୃତ୍ୟୁମୁଖରେ  ପଡ଼ୁଛନ୍ତି । ବିଶେଷ କରି ଚାଇନା, ଭାରତ ଏଥିଯୋଗୁ ଅଧିକ  କ୍ଷତିଗ୍ରସ୍ତ  ହେଉଛନ୍ତି ।  ୨୦୧୪ରେ ବିଶ୍ଵ  ସ୍ୱାସ୍ଥ୍ୟ  ସଂଗଠନ  ଦର୍ଶାଇଥିଲେ  ଯେ, ପୃଥିବୀର ସବୁଠାରୁ ପ୍ରଦୂଷିତା୨୦ଟି  ସହର ମଧ୍ୟରେ  ଭାରତର  ୧୩ଟି ସହର ରହିଛି  । ସାଧାରଣତଃ  ବୟସ୍କ ଓ ବୃଦ୍ଧମାନେ  ବାୟୁ ପ୍ରଦୁସଣଜନିତ ରୋଗର  ଶିକାର  ହୋଇ ମୃତ୍ୟୁ  ମୁଖରେ ପଡ଼ୁଛନ୍ତି  । ମାତ୍ରାଧିକ ପ୍ରଦୂଷଣ  ମନୁଷ୍ୟ  ଜୀବନର ଅଯୁକୁ ହାରାହାରି ୩.୨ବର୍ଷ  ହ୍ରାସ କରୁଛି । ପ୍ରଦୂଷିତ ପରିବେଶରେ  ବାସକରୁଥିବା ଯୋଗୁ ଲୋକେ ନାନା ପ୍ରକାର ମାରାତ୍ମକ ରୋଗର  ଶିକାର ହେଉଛନ୍ତି  ।

ହୃଦଘାତର ଶିକାର

ବାୟୁ  ପ୍ରଦୂଷଣ  ଯୋଗୁ ସ୍ୱାସ୍ଥ୍ୟଗତ ସମସ୍ଯା  ବ୍ୟାପକ ହେବାରେ  ଲାଗିଛି  । ପରିସଙ୍ଖ୍ୟନରୁ  ଦେଖାଯାଉଛି ଯେ, ସହରାଅଞ୍ଚଳର  ଅଧିକାଂଶ  ହୃଦଘାତର  ଶିକାର ହେଉଛନ୍ତି । ଗବେଷଣାରୁ ଏହା  ଜନାଜାଏଜେ  ବାୟୁ  ପ୍ରଦୂଷଣର  ପ୍ରଭାବ ଥମୁଖ୍ୟତ  ହୃତ୍ପିଣ୍ଡ  ଉପରେ ପଡିଥାଏ । ଏହା ମଧ୍ୟ ଆମର  ଭ୍ରୁଣ ଓ ଜନ୍ମ ହେବାକୁ ଥିବା  ଶିଶୁକୁ  ଆକ୍ରାନ୍ତ କରୁଛି । ଅଧିକାଂଶ ଶିଶୁ ଶାରୀରିକ ଓ ମାନସିକ  ସ୍ତରରେ ବିକଳାଙ୍ଗ ହୋଇ  ଜନ୍ମଗ୍ରହଣ  କରୁଛନ୍ତି ।  ପ୍ରଦୂଷଣରେ  ଆକ୍ରାନ୍ତ ମଣିଷ ନାନା ରୋଗରେ ପିଡିତ ହେଉଛି । କିନ୍ତୁ  କୌଣସି ରୋଗୀ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହେଉଥିବା କଥା ଡାକ୍ତର ମାନେ କହି ନଥାନ୍ତି । ତେଣୁ ରୋଗୀ ପ୍ରଦୂଷଣର ପ୍ରଭାବ ସମ୍ପର୍କରେ  ହୃଦ୍ବୋଧ କରିପାରେ ନାହିଁ

ନିମ୍ନ ସରଣୀରେ କେତେକ ପ୍ରଦୂଷଣର ଉତପତି ସ୍ଥଳ ଓ ଏଗୁଡିକ ଦ୍ୟାରା  ହେଉଥିବା  ରୋଗ  ସମ୍ପର୍କରେ ସୁଚିତ  କରାଗଲା ।

ଆଗାମୀ ଦିନରେ  ବାୟୁ ପ୍ରଦୂଷଣ ଗୁରୁତର ହୋଇ  ଆମ ଜୀବନକୁ  ପ୍ରଭାବିତ  କରିବାର  ଅଶଙ୍କକୁ  ଏଡାଇ ଡିଜାଇନପାରେ  ଏପରିକି ପୃଥିବୀ  ପୃଷ୍ଠରେ  ଜୀବନ ସତା   ଲୋପ ପାଇଜୀବାର  ଆଶଙ୍କା  ମଧ୍ୟ ରହିଛି । ସାହାରାଅଞ୍ଚଳ , ଯୋଜୋନା, ପରିବହନ, ପ୍ରକୃତିକ ସମ୍ପଦ  ଓ ପରିବେଶଜନିତ ବିଷୟରେ  ସାମଗ୍ରିକ ପଦକ୍ଷପା ନେବା  ଆବଶ୍ୟକ ।ସ୍ମାର୍ଟ  ସହର ପରିକଳ୍ପନରେ ପରିବେଶକୁ ଗୁରୁତ୍ଵ  ଦିଆଯିବା  ଆବଶ୍ୟକ ।

ଆଧାର:-ରସାୟନ ବିଜ୍ଞାନ ବିଭାଗ  ମୁଖ୍ୟ,ଟ୍ରାଇଡେଣ୍ଟ ଏକାଡେମି ଅଫ୍ ଟେକ୍ନୋଲୋଜି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate