ହୋମ / ସ୍ଵାସ୍ଥ୍ୟ / ଖରାଦିନିଆ ରୋଗ / ମହିଳା ଓ ଅଂଶୁଘାତ
ସେଆର କରନ୍ତୁ

ମହିଳା ଓ ଅଂଶୁଘାତ

ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି ।

ଉପକ୍ରମ

ଦୀନାକୁ ଦିନ ଜନସଂଖ୍ୟା ବୃଦ୍ଧି ଜଙ୍ଗଲ କ୍ଷୟ କଳକାରଖାନା ଏବଂ ଯାନବାହାନରୁ ନିର୍ଗତ ଧୂଆଁ ଇତ୍ୟାଦି ପୃଥିବୀକୁ ଅଧିକ ଉତ୍ତପ୍ତ କରିଦେଉଛି । ତେବେ ଗ୍ରୀଷ୍ମ ଋତୁର ପ୍ରକୋପ, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଜଳର ଅଭାବ ଓ ଶରୀରର ତାପମାତ୍ରା ବଢିବା ହେତୁ କେତେକେ ଅଂଶୁଘାତରେ ମୃତ୍ୟୁବରଣ କରୁଛନ୍ତି । ବିଶେଷ ଭାବରେ ବୃଦ୍ଧାବୃଦ୍ଧ, ଶିଶୁ ମଧୁମେହ ରୋଗୀ ଇଚ୍ଚ ରକ୍ତଚାପ ରୋଗୀ ଏବଂ ଗର୍ଭବତୀ ମହିଳା ମେଦବହୁଳ ବ୍ୟାନତି ଓ ଅପସ୍କାର ରୋଗୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ସେମାନଙ୍କଠାରେ ଅଂଶୁଘାତ ଆଶଙ୍କା ବେଶି ।

ଗର୍ଭବତୀଙ୍କ ପାଇଁ ବିପଦ

ଅତ୍ୟଧିକ ଗରମ ଯୋଗୁ ଦେହରୁ ଜଳାୟ ଅଂସ କମିଯାଇ ଡିହାଇଡ୍ରେଶନ୍ ବା ଶରୀର ଶୁଷ୍କ ହୋଇଯାଏ । ଅତ୍ୟଧିକ ଖରାରେ ବୁଲିଲେ ଓ ବେଶି ପାଣି ନ ପିଇଲେ ସୂର୍ଯ୍ୟକିରଣରୁ ଥିବା ଅଲଟ୍ରାଭାଓଲେଟ୍ ରଶ୍ମି ଶରୀରର ଉତ୍ତାପକୁ ବଢାଇ ଦେଇଥାଏ । ଗର୍ଭବତୀ ମହିଳାମାନେ ଖରାରେ ବାହାରକୁ କାମ କରିବାକୁ ଗଲେ ବାନ୍ତିବା ଝାଡା ଦ୍ଵାରା ଶରୀରର ଜଳୀୟ ଅଂସ କମିଗଲେ କିଡନୀ ଉପରେ ଚାପ ପଡିଥାଏ ର୍ବୋଙ୍ଗ ଏମାନେ କିଡନୀ ଫେଲ୍ୟୁଅର ଆଡକୁ ଯାଇଥାନ୍ତି ।

ଲକ୍ଷଣ

ଖରାରେ ବାହାରକୁ ବାହାରିଲେ ଚର୍ମ ଗରମ ହୋଇଯାଇନାଲି ପଡିଯାଏ ଓ ଶୁଖିଲା ହୋଇଯାଏ । ବାନ୍ତି ମୁଣ୍ଡବିନ୍ଧା ଝାଡା ନିମ୍ନ ରକ୍ତଚାପ ଆଦି ଦେଖାଦିଏ ଏବଂ ରୋଗୀ ଅଚେତ୍ ହୋଇ ପଡିଯାଏ । ମାନସିକ ଅସନ୍ତୁଳନ ସହ ମୁଣ୍ଡ ବୁଲାଇ ଦେଇଥାଏ । ଅଂଶୁଘାତ ଯୋଗୁଁ ଗର୍ଭବତା ମହିଳାମାନେ ଅଚେତ ହୋଇ ପଡିଗଲେ ଗର୍ଭସ୍ଥ ଶିଶୁର କ୍ଷତି ହେବା ସହ ତା’ର ମୃତ୍ୟୁ ବି ଘଟିଥାଏ । ଏହାଛଡା ପ୍ରଥମ ୩ ମାସ ମଧ୍ୟରେ ଗର୍ଭନଷ୍ଟ ଏବଂ ଅପରିଣତ ପ୍ରସବ ହୋଇଥାଏ । ଅତିରିକ୍ତ ତାପ ବୃଦ୍ଧି ଯୋଗୁ ଗର୍ଭବତୀଙ୍କ ଖାଦ୍ଯ ସହଜରେ ହଜମ ହୋଇ ନ ଥାଏ । ଅମ୍ଳ ହୋଇଯାଏ ଏବଂ ଗରିଷ୍ଠ ଖାଦ୍ୟ ବେଶି ସମୟ ବାହାରେ ରହିଲେ ଜୀବାଣୁ ସଂକ୍ରମଣ ହୋଇ ଫୁଡ୍ ପଏଜନିଂ ହୋଇ ଝାଡା ବାନ୍ତି ହୁଏ ଓ ଦେହରୁ ଜଳୀୟ ଅଂଶ କମିଯାଏ ।ପ୍ରସବ ସମୟରେ ମଧ୍ୟ ପ୍ରସୂତିଙ୍କର ବେଶି ପାଣି ଦରକାର ହୋଇଥାଏ । ପ୍ରସବ ପରବର୍ତ୍ତୀ ଅବସ୍ଥାରେ ସଦ୍ୟ ପ୍ରସୂତିର ଦେହ ଅସୁସ୍ଥ ଯୋଗୁ ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି କମ୍ ଥିବାରୁ ଇଭୟ ମା’ ଓ ଶିଶୁ ଅସୁସ୍ଥ ହୋଇପଡିନ୍ତି ଏବଂ ତାପ ବୃଦ୍ଧି ହେଲେ ଅଂଶୁଘାତର ଶିକାର ହୋଇଥାନ୍ତି । ନବଜାତ ଶିଶୁଙ୍କ ମସ୍ତିଷ୍କର ତାପ ନିୟନ୍ତ୍ରଣ କେନ୍ଦ୍ର ଠିକ୍ ଭାବରେ ସନ୍ତୁଳନ ନ ହୋଇଥିବାରୁ ବାହ୍ୟ ତାପମାତ୍ରା ବୃଦ୍ଧି ସହ ସେମାନଙ୍କୁ ମଧ୍ୟ ଖୁବ୍ ଜ୍ଵର ହୋଇଥାଏ ଏବଂ ଜ୍ଵର ପରେ ପରେ ଶିଶୁର ମୃତ୍ୟୁ ଘଟିଥାଏ । ତେଣୁ ନବଜାତ ଶିଶୁଙ୍କୁ ଶୀତତାପ ନିୟନ୍ତ୍ରଣ କୋଠରି ବା ଥଣ୍ଡା ପରିବେଶରେ ରଖିବା ସହ ତା’ର ଜଳୀୟ ଅଂଶ ନିୟନ୍ତ୍ରଣରେ ରଖିବାକୁ ହେଲେ ମା’ କ୍ଷୀର ଦରକାର ପଡିଲେ ସାଲାଇନ୍ ଦେବା ଜରୁରୀ ।

ଅତ୍ୟଧିକ ତାପ ବୃଦ୍ଧି ଯୋଗୁ ଅଳ୍ପ ବୟସର କିଶୋରୀଙ୍କର ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବା ସହ ଶରୀର ଶୁଷ୍କ ହୋଇଯାଏ । ଖରା ପାଇଁ ଶରୀର କଳା ପଡିଯାଏ.। ସନଟ୍ୟାନ୍ ଏବଂ ସ୍କିନ୍ ଆଲର୍ଜି ଦେଖାଦିଏ । ଏହାଛଡା ସବୁବୟସରେ ଅଂଶୁଘାତ ଯେପରି ଜଟିଳତା ସୃଷ୍ଟି କରିଥାଏ, ଏମାନଙ୍କୁ ମଧ୍ୟ ଅଂଶୁଘାତ ହୋଇ ସେହିଭଳି ସମସ୍ଯା ସୃଷ୍ଟି କରିଥାଏ । ଗ୍ରୀଷ୍ମ ଋତୁରେ ପରିସ୍ରାପୋଡା ସହ ପରିସ୍ରା ସଂକ୍ରମଣ ବେଶି ହୋଇଥାଏ ଓ କାମଳ ବା ଜଣ୍ଡିସ୍ ରୋଗ ହୋଇଥାଏ ।

ପ୍ରତିଷେଧକ ବ୍ୟବସ୍ଥା

ଯେଉଁ ଗର୍ଭବତୀ ମହିଳାଙ୍କ ଶିଶୁ ଜନ୍ମର ସମ୍ଭାବ୍ୟ ତାରିଖ (ଏକ୍ସପେକ୍ଟେଡ୍ ଡେଟ୍ ଅଫ ଡେଲିଭରି) ଗ୍ରୀଷ୍ମ ଋତୁରେ ପଡିଛି ସେମାନେ ନିଜର ବିଶେଷ ଯତ୍ନ ନେବା ଜରୁରୀ । ଏ ଋତୁରେ ଶରୀରରୁ ସ୍ନେହସାର ଓ ଜଳୀୟ ଅଂଶ ନଷ୍ଟ ହୋଇ ଶରୀରର ଜଳ ଶୁଷ୍କତା ଦେଖା ଦେଉଥିବାରୁ ଗର୍ଭବତୀ ମହିଳାମାନେ ଅଧିକ ପରିଶ୍ରମ ନ କରି, କ୍ଳାନ୍ତ ନ ହୋଇ ଖରାଠାରୁ ଦୂରେଇ ରହିବା ଭଲ । ଦିନ ୧୧ ଟାରୁ ୩ ଟା ଭିତରେ କ୍ଷରର ତାତି ଅଧିକ ଥିବାରୁ ଟାଣ ଖରାରେ ପଦାକୁ ନ ବାହାରିବା ବିଧେୟ । ବାହାରକୁ ଯିବା ନିହାତି ଜରୁରୀ ହେଲେ ମୁଣ୍ଡକୁ ଓଦା ଗମୁଚାରେ ଗୁଡାଇ, ଚଟା ଜୋଟା ଓ କଳା ଚଷମା ବ୍ୟବହାର କରି ସାଥିରେ ଥଣ୍ଡା ପାଣି ଧରି ଯାଅନ୍ତୁ’ । ବାହାରକୁ ଯିବା ଆଗରୁ ଓ ପହଞ୍ଚିବା ପରେ ସୁରେଇ ମାଠିଆ ପଣି ଲେମ୍ବୁସରବତ ଘୋଳ ଦହି ଲୁଣ ମିଶା ତୋରାଣି ପିଆନ୍ତୁ । ସିନ୍ଥେତଟିକ୍ ଲୁଗା ବ୍ୟବହାର ନ କରି ଶରୀରରେ ବାୟୁ ଚଳାଚଳ ପାଇଁ ସୂତାଲୁଗା ବ୍ୟବହାର କରନ୍ତୁ । ଛାଇ ଜାଗା ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ ନିଅନ୍ତୁ । ଦେହରୁ ସ୍ଧିକ ଝଡ ବୋହିଲେ ପାଟି ଅଠା ଅଠା ଲାଗିଲେ ପ୍ରଚୁର ପାଣି ORS ପାଣି ପିଅନ୍ତୁ ଏବଂ ସ୍ଥଳ ବିଶେଷରେ ଦରକାର ପଡିଲେ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ତୁରନ୍ତ ଡାକ୍ତରଖାନାରେ ଆଡ୍ ମିଶନ୍ କରାନ୍ତୁ ଅତ୍ୟଧିକ ତାପମାତ୍ରା ଯୋଗୁ ଆଛ ମାଂସ ତେଲ ମସଲା ଆଦି ଗରିଷ୍ଠ ଖାଦ୍ୟ ନ ଖାଇ ଲଘୁପାକ ଏବଂ ସହଜରେ ହଜମ ହେଉଥିବା ଖାଦ୍ୟ ଓ ଘୋଳ ଦହି, ଲେମ୍ବୁ ସରବତ ପଇଡ ପାଣି ପିଇବା ସହ କାକୁଡି ତରଭୁଜ ଆଦି ଖାଇବା ଆବଶ୍ୟକ । ଗ୍ରୀଷ୍ମ ଋତୁରେ ତାପମାତ୍ରାର ପାରଦ ବଢିବା ସହ ଶିଶୁ ଗର୍ଭବତୀ ନାରୀ ବୟସ ବ୍ୟକ୍ତି ତଥା ସଦ୍ୟ ପ୍ରସୂତିମାନେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହ ଅଂଶୁଘାତରୁ ରକ୍ଷା ଲାଗି ଚେଷ୍ଟା କରିବା ପ୍ରୟୋଜନ ।

ଆଧାର ଧରିତ୍ରୀ

3.25925925926
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top