ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଅଣ୍ଡାକୁ ଫ୍ରିଜରେ ରଖି ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍
ସେଆର କରନ୍ତୁ

ଅଣ୍ଡାକୁ ଫ୍ରିଜରେ ରଖି ବ୍ୟବହାର କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ୍

ସାଧାରଣତଃ ଅଧିକାଂଶ ଲୋକେ ଫ୍ରିଜରେ ଅଣ୍ଡା ରଖି ତାକୁ ବ୍ୟବହାର କରିଥାନ୍ତି । ମାତ୍ର ଏଭଳି କରିବା ସଂପୂର୍ଣ୍ଣ ଭୁଲ ଅଟେ ।

ଅଣ୍ଡାକୁ ଫ୍ରିଜରେ ରଖି ବ୍ୟବହାର କରୁଛନ୍ତି କି

ସାଧାରଣତଃ ଅଧିକାଂଶ ଲୋକେ ଫ୍ରିଜରେ ଅଣ୍ଡା ରଖି ତାକୁ ବ୍ୟବହାର କରିଥାନ୍ତି । ମାତ୍ର ଏଭଳି କରିବା ସଂପୂର୍ଣ୍ଣ ଭୁଲ ଅଟେ । ଏପରି କରିବା ଦ୍ୱାରା ଆପଣ ବିଭିନ୍ନ ରୋଗର ଶିକାର ହୋଇପାରନ୍ତି । ଏକଥା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ।

ବିଭିନ୍ନ ରୋଗର ଶିକାର ହୋଇପାରନ୍ତି

  • ରିପୋର୍ଟ ମୁତାବକ, ଅଣ୍ଡାରେ ସାଧାରଣତଃ ଭରପୂର ମାତ୍ରାରେ ପ୍ରୋଟିନ୍ ଏବଂ ଅନେକ ସ୍ୱାସ୍ଥ୍ୟ ହିତକର ଉପାଦାନ ମିଶିକରି ରହିଥାଏ । ଅଣ୍ଡାକୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଏହି ସବୁ ଲାଭଦାୟକ ଗୁଣ ସବୁ ନଷ୍ଟ ହୋଇଯାଇଥାଏ ।
  • ଫ୍ରିଜରେ ଅଣ୍ଡା ରଖି ଖାଇବା ଦ୍ୱାରା ଖାଦ୍ୟ ବିଷକ୍ରିୟା ଜନିଷ ସମସ୍ୟା ସହ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ ।
  • ଫ୍ରିଜର କମ ତାପମାତ୍ରା ଅଣ୍ଡାରେ ଥିବା ଆକ୍ଟିଭ ଏନଜାଇମ୍ସକୁ ଏକ ପ୍ରକାର ନଷ୍ଟ କରି ଦେଇଥାଏ । ତେବେ ଯେତେବେଳେ ଏହାକୁ କମ୍ ତାପମାନରେ ଷ୍ଟୋର କରି ରଖାଯାଇଥାଏ । ଏହା ବ୍ୟାକ୍ଟେରିୟାଠାରୁ ତୀବ୍ର ଭାବରେ ବଢିବା କାରଣରୁ ଅଧିକ ଦୁଷିତ ହୋଇ ଯାଇଥାଏ । ଯାହା କି ଟାଇଫଏଡ, ପେଟ ଜନିତ ସମସ୍ୟା ଏବଂ ଖାଦ୍ୟ ବିଷକ୍ରିୟା ଭଳି ସମସ୍ୟା ଦେଖାଦେଇଥାଏ ।
  • ଫ୍ରିଜରେ ରଖାଯାଉଥିବା ଅଣ୍ଡା ସଂପୂର୍ଣ୍ଣ ଭାବେ ବେକାର ହୋଇଯାଇଥାଏ । ଏବଂ ଏହାର ବ୍ୟବହାର କେକ୍ ତିଆରିରେ ମଧ୍ୟ ସଠିକ୍ ହୋଇ ନଥାଏ । କେକ୍ ତିଆରି ପାଇଁ ଯେତେବେଳେ ଏହି ଅଣ୍ଡାକୁ ମିଶ୍ରଣ କରାଯାଏ ତେବେ ଏହା ସେଥିରେ ସଂପୂର୍ଣ୍ଣ ରୂପେ ମିଶି ପାରି ନଥାଏ ।

ଆଧାର: କନକ ନ୍ୟୁଜ୍

3.15384615385
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top