অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଧିକ ବସି ରହିବା ବେଶ ମାରାତ୍ମକ, ହୋଇପାରେ ‘ସ୍ପଣ୍ଡିଲାଇଟିସ୍‌

ଅଧିକ ବସି ରହିବା ବେଶ ମାରାତ୍ମକ, ହୋଇପାରେ ‘ସ୍ପଣ୍ଡିଲାଇଟିସ୍‌

‘ସ୍ପଣ୍ଡିଲାଇଟିସ୍‌

ଆଜିକାଲୀର ଯୁବପିଢ଼ୀ ଦୀର୍ଘ ସମୟ ଧରି ବସି ରହି କାମ କରୁଥିବା ଦେଖାଯାଉଛି । ତେବେ ଏପରି କରିବା ଦ୍ୱାରା ଅନେକ ପ୍ରକାରର ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିପାରେ । ଯାହାକି ବୟସ ବଢ଼ିବା ସହ ଚିନ୍ତାର କାରଣ ପାଲଟିପାରେ । ତେଣୁ ଏଥିପାଇଁ ସତର୍କ ରୁହନ୍ତୁ ।

ଆଜି ଆମେ ବସି ରହିବା ଦ୍ୱାରା ହେଉଥିବା ବଡ଼ ସମସ୍ୟା ବିଷୟରେ କଥା ହେବା । ସମସ୍ୟାଟି ହେଉଛି ‘ସ୍ପଣ୍ଡିଲାଇଟିସ୍‌’ । ସାଧାରଣତଃ ଏହା ୧୦ ରୁ ୭ଜଣ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଏଥିରୁ ବଂଚିବା ପାଇଁ ଅତି କମରେ ୧ ଘଣ୍ଟାରେ ଥରେ ଚଲାବୁଲା କରନ୍ତୁ ।

ସ୍ପଣ୍ଡିଲାଇଟିସ୍‌ କ’ଣ

  • ଏହା ସ୍ମାଇନାଲ କଡ଼୍‌ ସମ୍ବନ୍ଧୀୟ ଏକ ରୋଗ ଅଟେ । ଏଥିରେ ସ୍ମାଇନାଲ କଡ଼ରେ କୁଂଚନ ଆସିଯାଇଥାଏ । ଏହା ବେଶ କ୍ଷତିକାରକ କହିଲେ ମଧ୍ୟ ଭୁଲ ହେବ ନାହିଁ । ଜାଣନ୍ତୁ ଏହାର ଲକ୍ଷଣ
  • ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ, ବସି ରହିଲେ, ରାତିରେ ଶୋଇବା ସମୟରେ, ଛିଙ୍କିବା ସମୟରେ, କାଶିବା ସମୟରେ ଅଥବା ହସିବା ସମୟରେ ହଠାତ ବହୁତ ଅଣ୍ଟାବ୍ୟଥା ହେବା ଏହାର ଲକ୍ଷଣ ।
  • ରାତିରେ ଶୋଇ ସକାଳେ ଉଠିବା ସମୟରେ ପ୍ରାୟତଃ ବେକରେ ଯନ୍ତ୍ରଣା ଅନୁଭବ କରିବା । ପରେ ବେକକୁ ବୁଲାଇବା ଅଥବା ନୁଆଁଇବାରେ ଅସୁବିଧା ପରିଲକ୍ଷିତ ହେବା ଏହାର ଲକ୍ଷଣ ।
  • ବେକର ପଛଭାଗ ଦରଜ ଲାଗିବା ଅଥବା ମୁଣ୍ଡର ପଛ ଭାଗରେ ଯନ୍ତ୍ରଣା ।
  • ଦୀର୍ଘ ସମୟ ପର୍ୟ୍ୟନ୍ତ ମାଂସପେଶୀ ଘୋଳାବିନ୍ଧା ହେବା ।
  • ଏପରିକି ସ୍ମାଇନାଲ କଡ଼୍‌ରେ ଦରଜ ରହିବା ଏବଂ ଯନ୍ତ୍ରଣା ଅନୁଭବ କରିବା ।
  • ଚାଲିବା ଅଥବା ଦୌଡ଼ିବାରେ ଅସୁବିଧା ପରିଲକ୍ଷିତ ହେବା ।
  • ଲଗାତାର ଭାବେ ହାତ-ଗୋଡ଼ ଏବଂ ହାଡ଼ ଆଦି ସ୍ଥାନ ଝିମଝିମ ହୋଇଯିବା ଏହାର ଲକ୍ଷଣ ।
  • ଗୋଟିଏ ଅଥବା ଦୁଇଟି ହାତ ଗୋଦରା ହୋଇଯିବା ଅଥବା ଏହା ବେଶ କମଜୋର ହୋଇଯିବା ଏହାର ଲକ୍ଷଣ ।

ଆଧାର : ଖବର ଓଡିଶା

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate