ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଅନେକ ଉପାଦେୟ ଗୁଣରେ ଭରପୂର “ମନ୍ଦାର ଚାହା”
ସେଆର କରନ୍ତୁ

ଅନେକ ଉପାଦେୟ ଗୁଣରେ ଭରପୂର “ମନ୍ଦାର ଚାହା”

ନିତ୍ୟ ବ୍ୟବହୃତ ମନ୍ଦାର ଫୁଲରେ ରହିଛି ସ୍ୱାସ୍ଥ୍ୟପଯୋଗୀ ଅନେକ ତତ୍ୱ ।

ମନ୍ଦାର ଚାହା

ନିତ୍ୟ ବ୍ୟବହୃତ ମନ୍ଦାର ଫୁଲରେ ରହିଛି ସ୍ୱାସ୍ଥ୍ୟପଯୋଗୀ ଅନେକ ତତ୍ୱ । ଏହା ଲାଲ, ଧଳା, ଗୋଲାପି, ହଳଦିଆ ଏବଂ ବାଇଗଣୀ ଆଦି ଅନେକ ରଙ୍ଗରେ ବଗିଚାରେ ସହଜରେ ଉପଲବ୍ଦ ହୋଇଥାଏ । ତେବେ ଏହାର ବ୍ୟବହାର ଖାଇବା-ପିଇବା ଅଥବା ରୋଗୀମାନଙ୍କର ଚିକିତ୍ସାରେ କରାଯାଇଥାଏ । ଏଥିରେ ଭିଟାମିନ ସି, କ୍ୟାଲସିୟମ, ଫାଇବର, ଆଇରନ ଆଦି ଭରପୂରମାତ୍ରାରେ ରହିଥାଏ ।

ମନ୍ଦାର ଫୁଲକୁ ପେଶି ମୁଣ୍ଡରେ ଲଗାଇବା ଦ୍ୱାରା ଚୁଟିର ରଙ୍ଗ ଅତ୍ୟନ୍ତ ସୁନ୍ଦର ହୋଇଥାଏ । ତେବେ କ’ଣ ଆପଣ ଜାଣନ୍ତି ମନ୍ଦାର ଫୁଲର ଚାହା ମଧ୍ୟ ହୋଇଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ । ଏହା ଏକ ହର୍ବଲ ଟି ହୋଇଥିବାରୁ ଏଥିରେ ବହୁତ ପ୍ରକାରର ଔଷଧୀୟ ଗୁଣ ରହିଥାଏ । ଚାଲନ୍ତୁ ଏପରି କିଛି ଉପକାର ବିଷୟରେ ଜାଣିବା ।

ଉପକାରିତା

  • ମନ୍ଦାର ଫୁଲର ଚାହାକୁ ଥଣ୍ଡା-କାଶ, ଜ୍ୱର ଆଦି ଠିକ କରିବାର ଏକ ଭଲ ଔଷଧ ବୋଲି ମନାଯାଏ ।
  • ମନ୍ଦାର ଫୁଲର ଚାହାକୁ ପତଳା ହେବାକୁ ଚାହୁଁଥିବା ବ୍ୟକ୍ତି ବରଫ ପକାଇ ବିନା ଚିନିରେ ପିଇଥାନ୍ତି ।
  • ମନ୍ଦାର ଫୁଲକୁ ଗରମ ପାଣିରେ ପକାଇ ଫୁଟାଇ ପିଇବା ଦ୍ୱାରା ଏହା ହାଇ ବ୍ଲଡ଼ ପ୍ରେସର କମ୍ କରିଥାଏ ।
  • ଏହି ଚାହା କୋଲେଷ୍ଟ୍ରଲ କମ୍ କରିବାରେ ସହାୟକ ହୋଇଥାଏ । କାରଣ ଏଥିରେ ଆଂଟି ଅକ୍ସିଡ଼େନ୍ଟ ରହିଥାଏ ।
  • ଏଥିରେ ଭିଟାମିନ ସି, ଖଣିଜଲବଣ ଏବଂ ଆଂଟି ଅକ୍ସିଡ଼େଂଟ ଥିବା ଯୋଗୁଁ ଏହା ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏପରିକି ଏହା ତଂଟିରେ ଯନ୍ତ୍ରଣା ଏବଂ କଫ ପରି ସମସ୍ୟାକୁ ଠିକ କରି   ଦେଇଥାଏ ।
  • ଏହା କେଶ ପାଇଁ ବେଶ ଲାଭକାରୀ ବୋଲି କୁହାଯାଏ । ଏହାକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ବନ୍ଦ ହୋଇଥାଏ । ଏହାକୁ ପାଣିରେ ଫୁଟାଯିବା ପରେ ଉକ୍ତ ପାଣିକୁ ଲଗାଯାଇଥାଏ । ଏହାଫଳରେ କେଶ ଝଡ଼ିବା କମି ଯାଇଥାଏ । ଏହା ଏକ ଆର୍ୟୁବେଦ ଉପଚାର ଅଟେ । ଏହାର ବ୍ୟବହାର କରି କେଶତେଲ ମଧ୍ୟ କରାଯାଏ ।
  • କ୍ୟାନ୍ସର ପରି ଭୟଙ୍କର ବ୍ୟାଧିରୁ ଏହା ବଂଚାଇଥାଏ । ଏହା କ୍ୟାନ୍ସର ବ୍ୟାପିବାରେ ସହାୟକ ହେଉଥିବା କୋଷ ଗୁଡ଼ିକର ଗତିକୁ କମ କରି ଦେଇଥାଏ ।
  • ମନ୍ଦାର ଫୁଲର ଚାହା ସେବନ କରିବା ଦ୍ୱାରା ଆପଣଙ୍କୁ ଯକୃତ ସମ୍ବନ୍ଧୀୟ ସମସ୍ୟା ହୋଇନଥାଏ ।
  • ଏହା ଚିନ୍ତାମୁକ୍ତ କରିବାରେ ବେଶ ସହାୟକ ହୋଇଥାଏ । ଯାହାଫଳରେ ମସ୍ତିଷ୍କ ଶାନ୍ତ ରହିଥାଏ ଏବଂ ଚିନ୍ତା ଦୂର ହୋଇଥାଏ ।

କିପରି ପ୍ରସ୍ତୁତ କରିବେ

ପ୍ରଥମେ ମନ୍ଦାର ଫୁଲକୁ ପରିଷ୍କାର ପାଣିରେ ଧୋଇନିଅନ୍ତୁ । ପରେ ଏହାକୁ ଫୁଟୁଥିବା ପାଣିରେ ପକାନ୍ତୁ । ଏଥିରେ ଡ଼ାଲଚିନିର ଏକ ଛୋଟଖଣ୍ଡ ପକାନ୍ତୁ । ଏହି ମିଶ୍ରଣକୁ ଏବେ କିଛି ସମୟ ଧରି ଫୁଟିବା ପାଇଁ ଛାଡ଼ିଦିଅନ୍ତୁ । ପରେ ଏହାକୁ ଓହ୍ଲାଇ ଛାଣି ଦିଅନ୍ତୁ । ମନେରଖନ୍ତୁ ଏହାକୁ ୨୦ ମିନିଟରୁ ଅଧିକ ସମୟ ଧରି ଫୁଟାନ୍ତୁ ନାହିଁ । ତେବେ ମିଶ୍ରଣରେ କିଛି ମହୁ ଏବଂ କିଛି ବୁନ୍ଦା ଲେମ୍ବୁ ରସ ପକାଇ ପ୍ରସ୍ତୁତ ସ୍ୱାଦଯୁକ୍ତ ଏବଂ ଲାଭକାରୀ ମନ୍ଦାର ଚାହାର ଆନନ୍ଦ ନିଅନ୍ତୁ ।

ଆଧାର: ଖବର ଓଡିଶା

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top