ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ମହିଳାମାନେ ପିଇବା ନିହାତି ଜରୁରୀ
ସେଆର କରନ୍ତୁ

ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ମହିଳାମାନେ ପିଇବା ନିହାତି ଜରୁରୀ

ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ମହିଳାମାନେ ପିଇବା ନିହାତି ଜରୁରୀ

ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍

ସାଧାରଣତଃ ମହିଳା ଦୈନିକ ଦିନଚର୍ଯ୍ୟା ଭିତରେ ଅନେକ ପ୍ରକାର କାମ କରି ଥାଆ’ନ୍ତି । ଘର ଠାରୁ ନେଇ ଅଫିସ ଯାଏ ସବୁ କାମକୁ କରିବା ଭିତରେ ଅନେକ ସମୟରେ କ୍ଲାନ୍ତ ହୋଇପଡନ୍ତି । ବେଳେବେଳେ ଏହି ସବୁ ସମସ୍ୟାରୁ ଉପଶମ ପାଇଁ ଔଷଧର ସାହାର ନିଅନ୍ତି । କିନ୍ତୁ ସେମାନେ ଚାହିଁଲେ ଘରୋଇ ଭାବେ ବିନା କୈାଣସି ଔଷଧରେ ଏହି ସବୁ ସମସ୍ୟାକୁ ଦୂର କରିପାରିବେ । ଯଦି ନିଜର ପ୍ରତିଦିନର ଡାଏଟିଂରେ ଅମୃତଭଣ୍ଡା ଜୁସକୁ ଆପଣେଇବେ ତ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇପାରିବ ।

ଏମିତି ଭାବେ କଂଚା ଓ ପାଚିଲା ଦୁଇ ପ୍ରକାରରର ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଆପଣ ଅମୃତଭଣ୍ଡାକୁ କଂଚା ଓ କାଟି ସିଝାଇ ଦୁଇ ଖାଇ ପାରିବେ । ଯଦି ଖାଇବା ପସନ୍ଦ କରୁନାହାଁନ୍ତି ତ ପାଚିଲା ଅମୃତଭଣ୍ଡାକୁ ଏକ ଭଲ ବିକଳ୍ପ ହେବ । ପାଚିଲା ଅମୃତଭଣ୍ଡା କାଟି ଏହା ଉପରେ ଗୋଲମରିଚ ପାଉଡର ପକାଇ ଖାଆନ୍ତୁ । ଆଉ ମଧ୍ୟ ଅମୃତଭଣ୍ଡା ଜୁସ୍ ରେ ଲେମ୍ବୁ ରସ ମିଶାଇ ପିଇଲେ ଏହା ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ । କ୍ଲାନ୍ତ ଦୂର କରିବା ସହ ଇମ୍ୟୁନି ଶକ୍ତି ବି ବଢାଇବାର କାର୍ଯ୍ୟ କରିଥାଏ ।

ଉପକାରିତା

  1. ଅମୃତଭଣ୍ଡା ଜୁସରୁ କ’ଣ ଫାଇବା ପାଇବେ ଜାଣନ୍ତୁ –
    ଲେମ୍ବୁ ରସ ମିଶ୍ରିତ ଅମୃତଭଣ୍ଡା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଠିକରେହୋଇଥାଏ ଏବଂ ହାର୍ଟଆଟାକ୍ ର ସମ୍ଭାବନା ମଧ୍ୟ କମ୍ ଥାଏ ।
  2. ଅମୃତଭଣ୍ଡା ଓ ଲେମ୍ବୁ ଜୁସ୍ ଶରୀରରୁ ଟକ୍ସିନ୍ସ ବାହାରକୁ କାଡିବାରେ ସାହାଯ୍ୟ କରିଥାଏ । ଏବଂ ଏହା ଦ୍ୱାରା ଚର୍ମ ଓ କେଶରେ ଉତ୍ତମତ୍ତା ଦେଖାଦେଇଥାଏ ।
  3. ଅମୃତଭଣ୍ଡାରେ ଥିବା ପପିନରୁ ଗ୍ୟାସ୍ ଓ କାଷ୍ଠିନ୍ୟତାର ସମସ୍ୟା ଦୂର ହୋଇଥାଏ ।
  4. ଅମୃତଭଣ୍ଡାରେ ଭିଟାମିନ୍-ସି ଭରପୂର ମାତ୍ରାରେ ଥାଏ । ଯାହାଦ୍ୱାରା ପୂରା ଦିନ ଫୂର୍ତ୍ତି ଲାଗିଥାଏ ଏବଂ ଦୁର୍ବଳତା କେବେ ଲାଗିନଥାଏ ।
  5. ଅମୃତଭଣ୍ଡାରେ ଲେମ୍ବୁର ରସ୍ ମିଶାଇ ପିଇବା ଦ୍ୱାରା ଗଣ୍ଠିର ଯନ୍ତ୍ରଣା ଦୂରହୋଇପାରେ ।
  6. ଅମୃତଭଣ୍ଡାରେ ଥିବା ପପାଇନ୍ ମହିଳାଙ୍କର ପିରିୟଡକୁ ରେଗୁଲାର କରିଥାଏ ଏବଂ ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ଉପଶମ ଦେଇଥାଏ ।
  7. ଅମୃତଭଣ୍ଡାର ଜୁସ୍ ଇମ୍ୟୁନିଟି ପାୱାରକୁ ବଢାଇବା ସହ ଶରୀରକୁ କୈାଣସି ଇନଫେକ୍ସନରୁ ରକ୍ଷା କରିପାରିବ।
    ଆଧାର: କନକ ନ୍ୟୁଜେ
3.04166666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top