ସେଆର କରନ୍ତୁ

ଆଘାତ ଓ ନିବାରଣ

ଆଘାତ ଓ ନିବାରଣ ର ସୂଚନା

ମୁଖ୍ୟ ସନ୍ଦେଶ

ବିଭିନ୍ନ  ଆଘାତ  କାରଣରୁ  ପ୍ରତି  ବର୍ଷ  ୭୫୦,୦୦୦  ପିଲାଙ୍କର  ମୃତ୍ୟୁ  ଘଟେ    । ଆଉ  ୪୦ କୋଟି  ପିଲା  ଗୁରୁତର  ଅବସ୍ଥାରେ  ପଡନ୍ତି   । ଅନେକ  ଆଘାତ  ସ୍ଥାୟୀ  ଅକ୍ଷମତା  ଓ  ମସ୍ତିସ୍କ  କ୍ଷତର  କାରଣ  ହୁଏ   । ଛୋଟ  ପିଲାଙ୍କର  ମୃତ୍ୟୁ  ଓ  ଅକ୍ଷମତା  ପାଇଁ  ଆଘାତ  ହିଁ  ଏକ  ମୁଖ୍ୟ  କାରଣ  ହୋଇଥାଏ   ।

ପଡିଯିବା , ପୋଡିଯିବା , ବୁଡିଯିବା ଏବଂ  ସଡକ  ଦୁର୍ଘଟଣା  ଆଘାତ  ଆଣିବାର  ମୁଖ୍ୟ  କିଛି  କାରଣ   । ଏହି  ଧରଣର ଆଘାତ  ଆନୁଥିବା  ଘଟନା  ସବୁ  ଘରେ  ବା  ଘର  ପାଖରେ  ଘଟିଥାଏ  । ଏଥିରୁ  ପ୍ରାୟ  ସବୁ  ରୋକାଯାଇ  ପାରିବ   । କ’ଣ  କରିବାକୁ  ହେବ ବାପାମା’ଙ୍କୁ  ତାହା  ଜଣାଥିଲେ  ଅନେକ  ଆଘାତର  ତୀବ୍ରତା  କମାଇହେବ  ।

ଯାହା  ଜାଣିବା  ହେଉଛି  ପ୍ରତ୍ୟକ  ପରିବାର  ଓ  ଗୋଷ୍ଠୀର  ଅଧିକାର

୧. ବାପାମା’  ଓ  ଯତ୍ନକାରୀମାନେ  ଛୋଟ  ପିଲାଙ୍କ  ପ୍ରତି  ଯଥେଷ୍ଟ  ଧ୍ୟାନ  ଦେଲେ  ଏବଂ  ପିଲାଙ୍କ  ପରିବେଶକୁ   ନିରାପଦ  ରଖିଲେ  ଅନେକ  ଗୁରୁତର  ଆଘାତ  ଏଡାଯାଇ  ପାରିବ   ।

୨. ନିଆଁ , ଚୂଲି , ବତୀ , ଦିଆସିଲି ଏବଂ  ବିଦ୍ୟୁତ  ସରଞ୍ଜାମ  ଆଦୀରୁ  ପିଲାଙ୍କୁ  ଦୂରେଇ  ରଖିବା  ଉଚିତ   ।

୩. ପିଲାମାନେ  ଚଢିବାକୁ  ଭଲପା’ନ୍ତି   । ତେଣୁ  ଶିଡି , ଛାତ , ଝରକା  ଏବଂ  ଖେଳ  ପରିସର  ଆଦିରେ  ପିଲାମାନେ  ପଡିନଯିବା  ଭଳି  ସୁରକ୍ଷା  ବ୍ୟବସ୍ଥା  କରିବା  ଦରକାର   ।

୪. ଛୁରୀ , କଇଁଚି , ଧାରୁଆ ବା  ମୁନିଆ  ଜିନିଷ , ଭଙ୍ଗା କାଚ  ଆଦିରୁ  ଗୁରୁତର   ଆଘାତ  ଆସିପାରେ   । ଏହି  ସବୁ  ଜିନିଷ  ପିଲାଙ୍କ  ହାଟପା’ନ୍ତାରୁ  ଦୂରରେ  ରଖିବା  ଦରକାର   ।

୫. ଛୋଟ  ପିଲା  ବିଭିନ୍ନ  ଜିନିଷ  ପାଟିରେ  ପୂରାଇବାକୁ  ଭଲପାଏ ଛୋଟ  ଜିନିଷ  ସବୁ ତା’  ପାଖରେ  ଣ  ରଖିବା  ଉଚିତ   । ନହେଲେ  ପାଟିରେ   ପୂରାଇଲେ  ଏହା  ତଣ୍ଟିରେ  ଲାଗି  ଯାଇପାରେ   ।

୬. ବିଷ , ଔଷଧ , ଅମ୍ଳ ଓ  କିରାସିନି  ଭଳି  ହାନିକାରୀ ତରଳ  ପାଣି  ବୋତଲରେ  ରଖିବା  ଅନୁଚିତ   । ଏସବୁ  ଜିନିଷ  ରହିଥିବା  ପାତ୍ରରେ  ସେସବୁର  ନାଁ  ସ୍ପଷ୍ଟ  କରି  ଲେଖିବା  ଜରୁରୀ   । ଏଗୁଡ଼ିକୁ  ବି  ପିଲାମାନେ   ଦେଖିପାରୁ  ନଥିବା  ଏବଂ  ତାଙ୍କ  ହାତ  ପାଉନଥିବା  ଜାଗାରେ  ରଖିବା  ଭଲ  ।

୭. ଦୁଇ  ମିନିଟରୁ  କମ୍   ସମୟରେ  ପିଲାମାନେ  ବୁଡିଯାଇ  ପାରନ୍ତି   । ଏଥିପାଇଁ  ବେଶୀ  ପାଣି  ମଧ୍ୟ  ଦରକାର  ହୁଏ  ନାହିଁ   ।  ତେଣୁ  ପାଣିରେ  ବା ପାଣି  ପାଖରେ  ପିଲାମାନଙ୍କୁ   ଏକେଲା  ଛାଡିବା  ଆଦୌ  ଉଚିତ  ନୁହେଁ   ।

୮. ପାଞ୍ଚ  ବର୍ଷରୁ  କମ୍  ବୟସର  ପିଲାଙ୍କ   ପାଇଁ  ରାସ୍ତାରେ  ଚାଲିବା  ବିଶେଷ  ଭାବରେ  ବିପଦର   କଥା  ହୁଏ   । ସେମାନଙ୍କ  ସାଙ୍ଗରେ  ସବୁବେଳେ   କେହି  ଜଣେ  ରହିବା  ଦରକାର   । ଚାଲି  ଶିଖିବା  ବେଳରୁ  ହିଁ  ସେମାନଙ୍କୁ  ରାସ୍ତାରେ   ଚାଲିବାର  ନିୟମ  ବିଷୟରେ   କହିବା   ଉଚିତ   ।

ଛୋଟ  ପିଲାଙ୍କ  ପ୍ରତି  ଯଥେଷ୍ଟ  ଧ୍ୟାନ

ବାପାମା’  ଓ  ଯତ୍ନକାରୀମାନେ  ଛୋଟ  ପିଲାଙ୍କ  ପ୍ରତି  ଯଥେଷ୍ଟ  ଧ୍ୟାନ  ଦେଲେ  ଏବଂ  ପିଲାଙ୍କ  ପରିବେଶକୁ   ନିରାପଦ  ରଖିଲେ  ଅନେକ  ଗୁରୁତର  ଆଘାତ  ଏଡାଯାଇ  ପାରିବ   ।

ଦେଢ   ବର୍ଷରୁ  ଚାରି  ବର୍ଷ  ବୟସର  ପିଲାମାନଙ୍କ  କ୍ଷେତ୍ରରେ  ଗୁରୁତର  ଆଘାତ  ପାଇବା  ବା  ଜୀବନ  ହରାଇବାର  ଆଶଙ୍କା  ଅଧିକ  । ଏଭଳି  ଅଧିକାଂଶ  ଆଘାତ  ସେମାନେ   ଘରେ   ହିଁ  ପାଇଥା’ନ୍ତି   । ପ୍ରାୟ  ସବୁ  ଆଘାତ  ରୋକାଯାଇ  ପାରିବ   ।

ଘରେ  ଆସୁଥିବା  ଆଘାତ  ସବୁର  ମୁଖ୍ୟ  କାରଣ

  • ନିଆଁ , ଚୂଲି , ରନ୍ଧନ  ପାତ୍ର , ଗରମ  ଖାଦ୍ୟ , ଫୁଟନ୍ତା  ପାଣି , ବାମ୍ଫ , ଗରମ ତେଲ , କିରାସିନି  ବତୀ , ଇସ୍ତ୍ରୀ  ଏବଂ ବିଦ୍ୟୁତ  ସରଞ୍ଜାମ   ଛୁଇଁବା  ଯୋଗୁଁ  ପୋଡି  ହେବା   ।
  • ଭଙ୍ଗା  କାଚ, ଛୁରୀ , କଇଁଚି , କୁରାଢି  ଆଦିରେ  କାଟି  ହୋଇଯିବା
  • ଖଟ , ଝରକା , ଟେବୁଲ , ବା  ଶିଡିରୁ  ଖସି  ପଡିବା
  • ମୁଦ୍ରା , ବୋତାମ ବା  ମଞ୍ଜି ଭଳି  ଛୋଟ  ଜିନିଷ  ତଣ୍ଟିରେ  ଲାଗିବା
  • କିରାସିନି , କୀଟନାଶକ  ବା  ପରିଷ୍କାରକ  ଆଦି  ଖାଇବାର  ବିଷାକ୍ତ   ପ୍ରଭାବ
  • ଭଙ୍ଗା  ବିଦ୍ୟୁତ  ଉପକରଣ  ବା  ତାର  ଛୁଇଁବାରୁ  କିମ୍ବା  ପ୍ଲଗ  ଦେହରେ  କାଠି  ବା  କଣ୍ଟା  ଆଦି  କେଞ୍ଚିବାରୁ  ସକ୍  ଲାଗିବା

ଚଳଚଞ୍ଚଳ  ଛୋଟ  ପିଲାଙ୍କ  ପାଇଁ  ବିପଦ  ଆଣୁଥିବା ଜିନିଷ  ସବୁକୁ  ତାଙ୍କଠାରୁ  ଦୂରରେ  ଓ  ଅପହଞ୍ଚ  ଜାଗାରେ  ରଖିବା  ଉଚିତ   ।

ପିଲାଙ୍କୁ  ଲମ୍ବା ସମୟ  ପାଇଁ  ଖଟାଇବା ଏବଂ  ବିପଦ  ଥିବା  ବା  ପାଠପଢାରେ  ବାଧା  ଦେଉଥିବା  କାମରେ  ଲଗାଇବା  ପୂରା  ଅନୁଚିତ  । କଷ୍ଟ  କାମ , ବିପଦଜନକ  ହତିଆର  ଏବଂ ବିଷାକ୍ତ  ରାସାୟନିକ  ଆଦିରୁ  ପିଲାଙ୍କୁ  ସୁରକ୍ଷା  ଦେବା  ଜରୁରୀ  ।

ନିଆଁ , ଚୂଲି , ବତୀ , ଦିଆସିଲି ଏବଂ  ବିଦ୍ୟୁତ  ସରଞ୍ଜାମ  ଆଦୀରୁ  ପିଲାଙ୍କୁ  ଦୂରେଇ  ରଖିବା  ଉଚିତ   ।

ଛୋଟ  ପିଲାଙ୍କର  ଗୁରୁତର  ଆଘାତର  ସବୁଠାରୁ  ସାଧାରଣ  କାରଣ  ହେଉଛି ନିଆଁ , ଗରମ  ଜିନିଷ ବା  ବାମ୍ଫରେ  ପୋଡିଯିବା  । ପିଲାମାନେ   ଜଳନ୍ତା  ଚୂଲି , ଗରମ  ଖାଦ୍ୟ , ଫୁଟନ୍ତା  ପାଣି , ଗରମ  ଇସ୍ତ୍ରୀ  ଆଦିକୁ  ଛୁଇଁ   ନପାରିବା  ବ୍ୟବସ୍ଥା  କରିବା  ଦରକାର   । ପୋଡିହେବାର   କ୍ଷତ  ଅନେକ  ସମୟରେ  ଗୁରୁତର  ହୋଇଥାଏ  ଏବଂ  ଦେହରେ  ସବୁଦିନ  ପାଇଁ  ଦାଗ  ଛାଡିଦିଏ  । କେତେକ  କ୍ଷେତ୍ରରେ  ଏହା  ମୃତ୍ୟୁର  କାରଣ  ମଧ୍ୟ  ହୁଏ   । ଅଧିକାଂଶ  ସମୟରେ  ଏହିଭଳି  ଆଘାତଗୁଡିକୁ  ଏଡାଇ  ଦିଆଯାଇ  ପାରିବ   ।

ପୋଡିହେବାରୁ  ବଞ୍ଚାଇବାର  କିଛି  ବାଟ :

  • ଛୋଟ  ପିଲାଙ୍କୁ  ନିଆଁ , ଦିଆସିଲି  ଓ  ଜଳନ୍ତା ସିଗାରେଟ  ଆଦିଠାରୁ  ଦୂରେଇ  ରଖିବା   ।
  • ଚୂଳିକୁ   ପିଲାଙ୍କ  ହାତ  ନପାଇଲା  ଭଳି  ଉଚ୍ଚା  ଜାଗାରେ   ରଖିବା   । ଖୋଲା  ଚୂଲି  ସିଧା  ମାଟି  ଉପରେ  ଉଚ୍ଚ  ମାଟି  କୁଦ  ଉପରେ  କରିବା   ।
  • ରନ୍ଧା  ବାସନର   ହାଣ୍ଡଲ  ସବୁ  ପିଲାଙ୍କ  ହାତ  ନପାଇଲା  ଭଳି  ବୁଲାଇ   ରଖିବା   ।
  • ପେଟ୍ରୋଲ , କିରାସିନି , ବତୀ , ଦିଆସିଲି , ମହମବତୀ, ଗରମ  ଇସ୍ତ୍ରୀ , ବିଦ୍ୟୁତ  ତାର  ଆଦିକୁ   ପିଲାଙ୍କ  ଅପହଞ୍ଚ  ଜାଗାରେ  ରଖିବା   ।

ବିଦ୍ୟୁତ  ପ୍ଲଗ  ଭିତରେ  ଆଙ୍ଗୁଠି  ବା  ଅନ୍ୟ  ଜିନିଷ  ପୂରାଇବା  ଫଳରେ  ପିଲାମାନେ  ଶକ୍ତ  ଆଘାତ  ପାଇ  ପାରନ୍ତି   । କାମରେ  ଲାଗୁନଥିବା  ପ୍ଲଗ ଗୁଡିକରେ  ଖୋଳ  ଲଗାଇ  ବନ୍ଦକରି  ରଖିବା  ଉଚିତ   ।

ପିଲାଙ୍କ   ହାତପା’ନ୍ତାରେ  ବିଦ୍ୟୁତ  ତାର  ରଖିବା  ଉଚିତ  ନୁହେଁ   । ଖୋଲା  ତାର  ବିଶେଷ  ଭାବରେ  ବିପଦର  କାରଣ  ହୁଏ   ।

ପିଲାମାନେ  ପଡିନଯିବା  ଭଳି  ସୁରକ୍ଷା  ବ୍ୟବସ୍ଥା  କରିବା  ଦରକାର

ପିଲାମାନେ  ଚଢିବାକୁ  ଭଲପା’ନ୍ତି   । ତେଣୁ  ଶିଡି , ଛାତ , ଝରକା  ଏବଂ  ଖେଳ  ପରିସର  ଆଦିରେ  ପିଲାମାନେ  ପଡିନଯିବା  ଭଳି  ସୁରକ୍ଷା  ବ୍ୟବସ୍ଥା  କରିବା  ଦରକାର   ।

ଛେଚିହେବା , ହାଡ  ଭାଙ୍ଗିବା ବା  ମୁଣ୍ଡରେ  ଗୁରୁତର  ଆଘାତ  ଲାଗିବାର  ସାଧାରଣ  କାରଣ  ହେଉଛି  ପଡିଯିବା   । ବିପଦଜନକ  ଭାବରେ  ପଡିବାରୁ   ରକ୍ଷା  କରିବାର  କିଛି  ବାଟ  ହେଉଛି :

  • ବିପଦଜନକ  ଜାଗାରେ  ଚଢିବାରୁ  ପିଲାଙ୍କୁ  ନିରୁତ୍ସାହିତ  କରିବା   ।
  • ଶିଡି , ଝରକା  ଓ  ଛାତ  ଆଦିରେ  ବାଡ  ଲଗାଇବା   ।
  • ଘରକୁ  ପରିଷ୍କାର  ଓ  ଆଲୋକିତ  ରଖିବା   ।

ଛୁରୀ , କଇଁଚି , ଧାରୁଆ ବା  ମୁନିଆ  ଜିନିଷ , ଭଙ୍ଗା କାଚ  ଆଦିରୁ  ଗୁରୁତର   ଆଘାତ  ଆସିପାରେ   ।

ଏହି  ସବୁ  ଜିନିଷ  ପିଲାଙ୍କ  ହାଟପା’ନ୍ତାରୁ  ଦୂରରେ  ରଖିବା  ଦରକାର   ।

ଭଙ୍ଗା କାଚ  ଗଭୀର  କଟା  କ୍ଷତ କରିପାରେ  ଏବଂ  ରକ୍ତ ହାନି  ଓ  ସଂକ୍ରମିତ  ଘା  ସୃଷ୍ଟି  କରିପାରେ  । କାଚ  ଜିନିଷ  ପିଲାଙ୍କ  ହାତ  ନପାଉଥିବା  ଜାଗାରେ  ରଖିବା  ଉଚିତ   । ଘର ଓ  ଆଖପାଖରେ  ଖେଳିବା  ଜାଗାରେ  ଯେପରି  ଭଙ୍ଗା କାଚ  ନରହେ  ସେଥିପ୍ରତି  ଦୃଷ୍ଟିଦେବା  ଦରକାର  । ଏସବୁକୁ  ନଛୁଇଁବା  ପାଇଁ  ଛୋଟ  ପିଲାଙ୍କୁ  ସାବଧାନ  କରିଦେବା  ଉଚିତ   । ଏଗୁଡ଼ିକୁ  ନେଇ  ନିରାପଦ  ଜାଗାରେ  ରଖିବା  କଥା  ବଡ  ପିଲାଙ୍କୁ   ଶିଖାଇବା  ଦରକାର   ।

ଛୁରୀ , କଇଁଚି   ଆଦି  ଛୋଟ  ପିଲାଙ୍କ  ହାଟପା’ନ୍ତାରେ  ରଖିବା  ଉଚିତ  ନୁହେଁ   । ଏସବୁକୁ  ନିରାପଦ  ଭାବରେ  ବ୍ୟବହାର  କରିବାର   ବାଟ  ବଡ  ପିଲାଙ୍କୁ    ଶିଖାଇବା  ଦରକାର   ।

ମୁନିଆ  ଧାତବ  ଜିନିଷ , ଯନ୍ତ୍ରପାତି  ଓ  କଳଙ୍କି  ଲଗା  ଟିଣ  ଡବା  ଆଦିରୁ   କଟା କ୍ଷତ  ଓ  ଗୁରୁତର   ଭାବରେ  ସଂକ୍ରମିତ  ଘା  ଆସିବାର  ଡର  ଥାଏ   । ପିଲାଙ୍କ  ଖେଳିବା  ଜାଗାରୁ  ଏସବୁ  ସଫା  କରିଦେବା  ଉଚିତ  । ଘରୁ  ବାହାରୁଥିବା  ଅଦରକାରୀ  ଓ  ଭଙ୍ଗା  କାଚ ଓ  ଟିଣ  ଡବା  ଆଦିକୁ  ବିପଦ  ନଆଣିବା  ଭଳି  ଖଲାସ  କରିବା  ଦରକାର   ।

ଟେକା ବା  ଅନ୍ୟ  ଧାରୁଆ  ଜିନିଷ  ଫୋପାଡିବା  ଏବଂ  ଛୁରୀ  କଇଁଚି  ଆଦିରେ  ଖେଳିବାର  ବିପଦ  ବିଷୟରେ  ପିଲାଙ୍କୁ  ସଚେତନ  କରିଦେଲେ  ଘରେ  ଆସୁଥିବା  ଅନେକ  ଆଘାତ  ଏଡାଇ  ହୋଇପାରିବ   ।

ଛୋଟ  ଜିନିଷ  ସବୁ ପିଲା ପାଖରେ  ନ  ରଖିବା  ଉଚିତ

ଛୋଟ  ପିଲା  ବିଭିନ୍ନ  ଜିନିଷ  ପାଟିରେ  ପୂରାଇବାକୁ  ଭଲପାଏ ଛୋଟ  ଜିନିଷ  ସବୁ ତା’  ପାଖରେ  ନ  ରଖିବା  ଉଚିତନହେଲେ  ପାଟିରେ   ପୂରାଇଲେ  ଏହା  ତଣ୍ଟିରେ  ଲାଗି  ଯାଇପାରେ   ।

ପିଲାଙ୍କ  ଖେଳିବା  ଓ  ଶୋଇବା  ଅଞ୍ଚଳରୁ   ବୋତାମ , ମାଳି , ମୁଦ୍ରା , ମଞ୍ଜି  ଭଳି  ଛୋଟ  ଜିନିଷ  ସବୁ  ବାହାର କରିଦେବା  ଉଚିତ   ।      ଅତି  ଛୋଟ  ପିଲାଙ୍କୁ   ଚୋପା  ଥିବା  ଚିନାବାଦାମ , ଟାଣ ମିଠେଇ କିମ୍ବା  ଛୋଟ  ହାଡ ବା  ମଞ୍ଜି  ଥିବା  ଖାଦ୍ୟ  ଦେବା  ଉଚିତ  ନୁହେଁ   ।

ଖାଇବା  ସମୟରେ  ଛୋଟ  ପିଲାଙ୍କ  ଉପରେ  ଧ୍ୟାନ  ରଖିବା  ଜରୁରୀ   । ଖାଦ୍ୟକୁ  ଛୋଟ ଛୋଟ  ଖଣ୍ଡରେ  ଭାଙ୍ଗି  ଛୋଟ  ପିଲାଙ୍କୁ  ଦେବା  ଉଚିତ   ।

କାଶିବା , ଗଂ ଗଂ  ଶବ୍ଦ  କରିବା , ନିଶ୍ଵାସ  ନେଲାବେଳେ  ଜୋର  ବା  ହୁଇସିଲ  ଭଳି  ଶବ୍ଦ  ବାହାରିବା  କିମ୍ବା  ପାଟିରୁ  କିଛି  ସ୍ଵର  ନବାହାରିବା  ହେଉଛି  ନିଶ୍ଵାସ  ନେବାରେ  ଅସୁବିଧା  ବା  ତଣ୍ଟିରେ  କିଛି  ଲାଖିଥିବାର   ସୂଚନା   । ତଣ୍ଟିରେ  ଲାଖିବା  ଏକ  ଜରୁରୀକାଳୀନ  ପରିସ୍ଥିତି   । ଛୋଟ  ପିଲାଟିଏ  ହଠାତ  ଯଦି  ନିଶ୍ଵାସ  ନେବାରେ  କଷ୍ଟ  ହେଉଥିବାର  ସୂଚନା  ଦେଖାଏ , ତେବେ  ତଣ୍ଟିରେ  କିଛି  ଲାଗିଥିବା  କଥା  ସନ୍ଦେହ  କରିବାକୁ  ହେବ   । ସେ  ପାଟିରେ  କିଛି  ପୂରାଇବା  କଥା  କେହି  ଦେଖି  ନଥିଲେ  ବି  ତାହା  ଘଟିଥିବା  କଥା  ସନ୍ଦେହ  କରିବାକୁ  ହେବ   ।

ବିଷ , ଔଷଧ , ଅମ୍ଳ ଓ  କିରାସିନି  ଭଳି  ହାନିକାରୀ ତରଳ  ପାଣି  ବୋତଲରେ  ରଖିବା  ଅନୁଚିତ   ।

ଏସବୁ  ଜିନିଷ  ରହିଥିବା  ପାତ୍ରରେ  ସେସବୁର  ନାଁ  ସ୍ପଷ୍ଟ  କରି  ଲେଖିବା  ଜରୁରୀ   । ଏଗୁଡ଼ିକୁ  ବି  ପିଲାମାନେ   ଦେଖିପାରୁ  ନଥିବା  ଏବଂ  ତାଙ୍କ  ହାତ  ପାଉନଥିବା  ଜାଗାରେ  ରଖିବା  ଭଲ  ।

ବିସର  ପ୍ରଭାବ  ଛୋଟ  ପିଲାଙ୍କ  ପାଇଁ  ଅତି  ଗୁରୁତର  ହୁଏ   । ପରିଷ୍କାରକ , ମୂଷାବିଷ , କୀଟନାଶକ  ଓ  କିରାସିନି  ଆଦି  ପିଲାଙ୍କର  ମୃତ୍ୟୁର  ବା  ଚିରସ୍ଥାୟୀ  ଆଘାତର  କାରଣ  ହୋଇପାରେ   ।

କେବଳ  ଯେ  ବିଷ  କ୍ଷତି  କରେ  ତାହା  ନୁହେଁ  । ଅନ୍ୟ  ବାଟରେ  ମଧ୍ୟ  ବିଷ  ଯୋଗୁ  ମୃତ୍ୟୁ , ମସ୍ତିସ୍କ  କ୍ଷତ , ଦୃଷ୍ଟିହୀନତା  ବା  ଅନ୍ୟ  ସ୍ଥାୟୀ  ଆଘାତ  ଆସିପାରେ   । ଏହା  ଘଟିପାରେ  ଯଦି  କିଛି  ବିଷ  -

  • ନିଶ୍ଵାସରେ  ଦେହ  ଭିତରକୁ  ଯାଏ
  • ପିଲାର  ଆଖିରେ  ପଶେ  ବା  ଚମରେ  ବୋଳିହୁଏ
  • ପିଲାର  ଲୁଗାପଟାରେ  ଲାଗେ

ସାଧାରଣ  ଭାବରେ  ଯେଉଁ  ବୋତଲ ବା  ପାତ୍ରରେ  ପିଇବା  ଜିନିଷ  ରହେ  ସେଥିରେ  ବିଷାକ୍ତ  ଜିନିଷ  ରଖିବା  କଥା  ନୁହେଁ   । କାରଣ   ପିଲାମାନେ   ତାହା  ଭୁଲରେ  ପିଇଦେଇ   ପାରନ୍ତି   । ସବୁ  ପ୍ରକାରର  ଔଷଧ , ରାସାୟନିକ  ଓ  ବିଷ  ସେସବୁର  ମୂଳ  ବୋତଲରେ  ଭଲ  ଭାବରେ  ବନ୍ଦକରି   ରଖିବା  ଉଚିତ   ।

ପିଲା  ପହଞ୍ଚି  ପାରୁଥିବା  ଜାଗାରେ  ପରିଷ୍କାରକ , ବିରଞ୍ଜକ ,ରାସାୟନିକ  ଓ  ଔଷଧ  ଆଦି  ରଖିବା  ଉଚିତ  ନୁହେଁ  । ସେସବୁ  ଭଲ  ଭାବରେ   ବନ୍ଦ  କରାଯିବା  ଓ  ବୋତଲ  ଉପରେ  ସେସବୁର ନାଁ ଲେଖାଯିବା  ଦରକାର   । ଏଗୁଡିକୁ  ଟ୍ରଙ୍କ ବା  ଆଲମାରୀରେ  ତାଲା  ପକାଇ  ପିଲା  ଦେଖିପାରୁନଥିବା  ଓ  ପହଞ୍ଚିପାରୁନଥିବା  ଜାଗାରେ  ରଖିବା  ଆହୁରି   ଭଲ   ।

ବଡଙ୍କ  ଔଷଧ  ପିଲାଙ୍କୁ  ମାରିଦେଇ  ପାରେ  । ପିଲା  ପାଇଁ  ସ୍ଵତନ୍ତ୍ର  ଭାବରେ  ଲେଖା  ଯାଇଥିବା  ଔଷଧ  ହିଁ  ତାକୁ  ଦେବା  ଉଚିତ   । ବଡଙ୍କ  ପାଇଁ  ବା  ଅନ୍ୟ  ପିଲା  ପାଇଁ  ଦିଆଯାଇଥିବା  ଔଷଧ  ଖୁଆଇବା  ଉଚିତ  ନୁହେଁ    ।

ଆଣ୍ଟିବାୟୋଟିକ୍ ର  ଅତ୍ୟଧିକ  ବ୍ୟବହାର  ବା  ଅପବ୍ୟବହାର  ଛୋଟ  ପିଲାକୁ  କାଲ  କରିଦେଇ  ପାରେ  ସ୍ୱାସ୍ଥ୍ୟକର୍ମୀ  ଦେଇଥିବା  ଔଷଧ  କେବଳ  ପିଲାକୁ  ଖୁଆଇବା  ଉଚିତ   ।

ଦୁଇ  ମିନିଟରୁ  କମ୍ ସମୟରେ  ପିଲାମାନେ  ବୁଡିଯାଇ  ପାରନ୍ତି   ।

ଏଥିପାଇଁ  ବେଶୀ  ପାଣି  ମଧ୍ୟ  ଦରକାର  ହୁଏ  ନାହିଁ   ।  ତେଣୁ  ପାଣିରେ  ବା ପାଣି  ପାଖରେ  ପିଲାମାନଙ୍କୁ   ଏକେଲା  ଛାଡିବା  ଆଦୌ  ଉଚିତ  ନୁହେଁ   ।

କୂଅ , ପାଣିଭରା କୁଣ୍ଡ  ବା  ବାଲ୍ ଟି  ଆଡିକୁ  ଘୋଡାଇ  ରଖିବା  ଉଚିତ    ।

ସାନ  ବେଲାରୁ  ପିଲାଙ୍କୁ  ପହଁରା  ଶିଖାଇବା  ଭଲ  । ତାହେଲେ  ସେମାନେ  ବୁଡିଯିବାର ଡର ରହିବ  ନାହିଁ   ।

ଖର  ସୁଅରେ  ବା  ଏକେଲା  ପହଁରିବାରୁ  ପିଲାଙ୍କୁ   ଅଟକାଇବା   ଉଚିତ   ।

ରାସ୍ତା  ପାରିହେବା  ବେଳେ  କିଛି କଥା  ପିଲାଙ୍କୁ  ଶିଖାଇବା  ଉଚିତ

ପାଞ୍ଚ  ବର୍ଷରୁ  କମ୍  ବୟସର  ପିଲାଙ୍କ   ପାଇଁ  ରାସ୍ତାରେ  ଚାଲିବା  ବିଶେଷ  ଭାବରେ  ବିପଦର   କଥା  ହୁଏ   । ସେମାନଙ୍କ  ସାଙ୍ଗରେ  ସବୁବେଳେ   କେହି  ଜଣେ  ରହିବା  ଦରକାର   । ଚାଲି  ଶିଖିବା  ବେଳରୁ  ହିଁ  ସେମାନଙ୍କୁ  ରାସ୍ତାରେ   ଚାଲିବାର  ନିୟମ  ବିଷୟରେ   କହିବା   ଉଚିତ   ।

ରାସ୍ତାକୁ  ଦୌଡିଯିବା   ଆଗରୁ  ଛୋଟ  ପିଲାମାନେ   କିଛି  ଭାବନ୍ତି  ନାହିଁ   । ତେଣୁ  ବଡମାନେ  ପିଲାଙ୍କ  ପ୍ରତି  ଧ୍ୟାନଦେବା   ଦରକାର  ।

ପିଲାମାନେ  ରାସ୍ତା  ପାଖରେ  ଖେଳିବା  ଉଚିତ  ନୁହେଁ   । ସେଠାରେ  ବଲ୍ ଖେଳିବା  ବିଶେଷ  ବିପଦର  କଥା   ।

ଚଳନ୍ତା  ଗାଡିମଟରକୁ  ସାମନା   କରି  ରାସ୍ତାର  କଡରେ  ଚାଲିବା  ପାଇଁ  ପିଲାଙ୍କୁ   ଶିଖାଇବା  ଦରକାର  ।

ରାସ୍ତା  ପାରିହେବା  ବେଳେ   ତଳର  କଥାଗୁଡ଼ିକ  କରିବା  ପାଇଁ  ପିଲାଙ୍କୁ  ଶିଖାଇବା  ଉଚିତ  :

  • ରାସ୍ତାର  ଧାରରେ  ଅଟକିବା
  • ଦୁଇ  କଡକୁ  ଚାହିଁବା ,
  • ଗାଡିମଟର  ଆସୁଥିବାର  ଶବ୍ଦ  ପ୍ରତି  କାନ  ଡେରିବା ,
  • ବଡମାନଙ୍କର  ହାତ  ଧରିବା ,
  • ଚାଲିକରି  ପାରିହେବା , ଦୌଡିବା  ନାହିଁ   ।

ନିଜେ  ରାସ୍ତାଚଲାର  ନିୟମ  ମାନି  ସାନ  ପିଲାଙ୍କୁ  ସାହାଯ୍ୟ   କରିବା  ଦିଗରେ  ବଡ  ପିଲାଙ୍କୁ  ଉତ୍ସାହିତ  କରିବା  ଉଚିତ   ।

ବଡ  ପିଲାଙ୍କ  ପାଇଁ  ସାଇକେଲ  ଦୁର୍ଘଟଣା  ଅନେକ  ସମୟରେ  ଆଘାତ  ବା  ମୃତ୍ୟୁର  କାରଣ  ହୁଏ   । ସାଇକେଲ  ଚଲାଉଥିବା  ପିଲାଙ୍କୁ  ରାସ୍ତାରେ   ନିରାପଦ  ଭାବରେ  ଗାଡି  ଚଳାଇବାର  ନିୟମ  ଶିଖାଇଲେ  ଏଭଳି  ଦୁର୍ଘଟଣା  ଏଡାଯାଇ  ପାରିବ   । ଅଧିକ  ବିପଦ  ଥିବା  ଜାଗାରେ  ସାଇକେଲ  ଚଳାଇଲା  ବେଳେ  ମୁଣ୍ଡରେ  ସୁରକ୍ଷା  ଟୋପି  ପିନ୍ଧିବା  ଭଲ   ।

କାରରେ  ଆଗ  ସିଟ୍ ରେ  ବା  ଟ୍ରକର  ଡାଲାରେ  ଏକେଲା  ବସିଥିବା  ପିଲା  ପ୍ରତି  ଗୁରୁତର  ଆଘାତର  ବିପଦ ବେଶୀ ହୁଏ  ।

ଆଧାର :UNICEF

2.88461538462
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top