ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଉଚ୍ଚତା ବଢ଼ିବା ପାଇଁ ଆପଣଙ୍କ ପିଲାଙ୍କୁ କ’ଣ ଖାଇବା ପାଇଁ ଦେବେ
ସେଆର କରନ୍ତୁ

ଉଚ୍ଚତା ବଢ଼ିବା ପାଇଁ ଆପଣଙ୍କ ପିଲାଙ୍କୁ କ’ଣ ଖାଇବା ପାଇଁ ଦେବେ

ଉଚ୍ଚତା ବଢ଼ିବା ପାଇଁ ପିଲାଙ୍କୁ କ’ଣ ଖାଇବା ଦରକାର

ଉଚ୍ଚତା ବଢ଼ିବା

ପ୍ରାୟତଃ ଦେଖାଯାଏ ମା’ବାପା ପିଲାଙ୍କ ଉଚ୍ଚତା ନେଇ ଚିନ୍ତିତ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ କରନ୍ତି । ତେବେ ଉଚ୍ଚତା ଶିଶୁର ଜିନ୍ ଉପରେ ନିର୍ଭର କରେ । କିନ୍ତୁ ଏ ମାମଲାରେ ବେଳେବେଳ ଦେଖାଯାଏ ଖାଦ୍ୟପେୟରେ ଅନିୟମିତତା ଯୋଗୁଁ ମଧ୍ୟ ଶିଶୁଙ୍କ ଉଚ୍ଚତା ବଢ଼ିନଥାଏ । ଯଦି ଆପଣଙ୍କ ଶିଶୁ ମଧ୍ୟ ଏପରି ସମସ୍ୟା ଭୋଗୁଛନ୍ତି ତେବେ ଆଜି ଠାରୁ ନିମ୍ନରେ ଦିଆଯାଇଥିବା ଖାଦ୍ୟ ଖୁଆଇବା ଆରମ୍ଭ କରିଦିଅନ୍ତୁ ।

ଖାଦ୍ୟ

ଅଣ୍ଡା ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରାଟିନ ଥାଏ । ଅଣ୍ଡା ଶରୀରର ବିକାଶ ପାଇଁ ବହୁତ ଲାଭଦାୟକ । ନିଜ ଶିଶୁକୁ ପ୍ରତିଦିନ ଗୋଟିଏ ଅଣ୍ଡା ନିଶ୍ଚିତ ରୂପେ ଖାଇବା ପାଇଁ ଦିଅନ୍ତୁ ।

ସୋୟାବିନ୍ ସୋୟାବିନ ଖାଇବା ଦ୍ୱାରା ହାଡ଼ ଓ ମାଂସପେଶୀ ମଜଭୁତ୍ ହୁଏ । ଏଥିରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ୍ ମିଳେ, ଯାହା ଶରୀରର ବିକାଶ କରିବାରେ ସାହାଯ୍ୟ କରେ । ସୋୟବିନକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଉଚିତ୍ ।

ଚିକେନ୍ ଆପଣଙ୍କ ଶିଶୁ ପ୍ରତିଦିନ ଚିକେନ୍ ଖାଇବା ଏତେ ଜରୁରୀ ନୁହେଁ । ତଥାପି ଯଦି ସେ ଚିକେନ୍ ଖାଉଛି ତେବ ତା’ର ଆହରରେ ଏହାକୁ ନିଶ୍ଚିତ ସାମିଲ କରନ୍ତୁ । କାରଣ ଚିକେନ୍ , ପ୍ରୋଟିନର ଏକ ଭଲ ସ୍ରୋତ ।

କ୍ଷୀର କ୍ଷୀରରେ କ୍ୟାଲସିୟମର ମାତ୍ରା ଭରପୁର ଥାଏ । ଏହା ଆପଣଙ୍କ ଶିଶୁ ପାଇଁ ମହତ୍ୱପୂର୍ଣ୍ଣ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଆଇବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ ।

ପାଳଙ୍ଗ ପାଳଙ୍ଗ ଶାଗରେ ଆଇରନର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହାକୁ ନିୟମିତ ସେବନ କରିବା ଦ୍ୱାରା ଶିଶୁର ଉଚ୍ଚତା ନିଶ୍ଚିତ ବଢ଼ିବ । ପାଳଙ୍ଗ ଶାଗ ଶରୀରକୁ ଭରପୁର ଶକ୍ତି ମଧ୍ୟ ଯୋଗାଇଥାଏ ।

ଓଟମିଲ୍ ଓଟମିଲରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ ଏବଂ ଫ୍ୟାଟ ବିଲକୁଲ ନଥାଏ । ଏଥିପାଇଁ ଶିଶୁଙ୍କୁ ଟମିଲ ନିଶ୍ଚୟ ଖାଇବା ପାଇଁ ଦିଅନ୍ତୁ ।

ଆଧାର : କନକ ନ୍ୟୁଜ

2.95833333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top