ସେଆର କରନ୍ତୁ

ଉପକାରୀ ମହୁ

ମହୁରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ଵ ପ୍ରଚୁର ପରିମାଣରେ ଭାରି ରହିଛି ।

ଉପକ୍ରମ

ମହୁରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ଵ ପ୍ରଚୁର ପରିମାଣରେ ଭାରି ରହିଛି । ବିଶେଷ କରି ମହିଳାଙ୍କର ଲାଗି ପ୍ରତିଦିନ ମହୁ ସେବନ ବେଶ୍ ଉପକାରୀ

ଉପକାରୀତା

  1. ବର୍ତ୍ତମାନ ଗୃହୀନା ହୁଅନ୍ତୁ ଅବା କର୍ମଜାବୀ ଅଧିକାଂଶ ନିହର ମେଦବହୁଳତା ଏବଂ ଏଥିଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏ କ୍ଷେତ୍ରରେ ପ୍ରତିଦିନ ଅଳ୍ପ ପରିମାନରୁ ମହୁ ସେବନ କରିବା ଭଲ । ଏହା ଦ୍ଵାରା ଶରୀରରେ ଥିବା ଅନାବଶ୍ୟକ ଚର୍ବି ଅଂଶ ଦୂର ହୋଇଥାଏ ।
  2. ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ବିଶେଷ କରି ଏହା ସଂକ୍ରମଣ ଆଶଙ୍କାକୁ କମାଇଥାଏ ।
  3. କଫ, କାସ ଭଳି ଥଣ୍ଡାବ ରୋଗ ଏବଂ ଶ୍ଵସନାଲି ସଂକ୍ରମଣ ବା ଥ୍ରୋଟ୍ ଇନଫେକ୍ସନ୍ ଦୂର କରିବାରେ ମହୁ ବେଶ୍ ଉପକାରୀ
  4. ପ୍ରତିଦିବ୍ନ ମହୁ ଖାଇବା ଦ୍ଵାରା ଶରୀରରେ କୋଲେଷ୍ଟରଲ୍ ସ୍ତର ନିୟନ୍ତିତ ରଖିବାରେ ସାହାଯ୍ୟ କରେ ।
  5. ଯେଉଁ ମହିଳାଙ୍କଠାରେ ହିମୋଗ୍ଲୋବିନ୍ ସ୍ତର କମିବା ରକ୍ତହୀନତା ଭଳି ସମସ୍ୟା ରହିଛି ସେମାନଙ୍କ ଲାଗି ପ୍ରତିଦିନ ମହୁ ଖାଇବା ଲାଭଦାୟକ
  6. ଗର୍ଭବତୀଙ୍କଠାରେ ନିଦ୍ରାହୀନତା ଏବଂ ମର୍ନିଂ ସିକନେସ୍ ଭଳି ସମସ୍ୟା ଦେଖାଦେଇଥାଏ, ଯାହାକୁ ଦୁତ କରିବା ଲାଗି ମହୁ ଏକ ଭଲ ବିକଳ୍ପ ।
  7. ମହୁ ସେବନ ଦ୍ଵାରା ଏଥିରେ ଥିବା କାର୍ବୋହାଇଡ୍ରେଟ୍  ଗ୍ଳୁକୋଜ୍ ଏବଂ ଫ୍ଲୁକ୍ଟୋଜ୍ ଆକାରରେ ଶରୀରକୁ ଯାଇଥାଏ । ଯାହାକି ଦୁର୍ବଳ ଲାଗିବା ଥକ୍ଲାପଣ ଆଦି  ଦୂର କରିବା ସହ କାର୍ଯ୍ୟକ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ ।
  8. ବେବଳ ଏତିକି ନୁହେଁ ମହୁରେ ଅନେକ ସୌନ୍ଦର୍ଯ୍ୟ ବୃଦ୍ଧି କାରୀ ଉପାଦାନ ମଧ୍ୟ ରହିଛି । ଏହା ମୋଟାପଣ ଦୂର କରି ଶରୀରର ଗଠନ ଠିକ୍ ରଖିବା ସହ ତ୍ଵଚାର ଚମକ ବୃଦ୍ଧି କରିଥାଏ । ଏହା ଏକ ଭଲ ମଶ୍ଚରାଇଜର ମଧ୍ୟ ଏହାକୁ ଲଗାଇବା ଦ୍ଵାରା ତ୍ଵଚା, ଓଠ ଏବଂ କେସ କୋମଲ ହୋଇଥାଏ ।

ଆଧାର

ଧରିତ୍ରୀ

3.07692307692
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top