ସେଆର କରନ୍ତୁ

ଉପକାରୀ ମହୁଲ

ମହୁଲରେ ଭରପୁର ଔଷଧୀୟ ଗୁଣ ରହିଛି ।

ଉପକ୍ରମ

ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଭାତହାଣ୍ଡି ହେଉଛି ମହୁଲ । ସକାଳୁ ସକାଳୁ ମହୁଲ ଫୁଲର ଭୁରୁଭୁରୁ ସୁଗନ୍ଧ ମନକୁ ଆହ୍ଲାଦିତ କରେ । ପାହାନ୍ତା ପ୍ରହରରୁ ଗାଁ ସ୍ତ୍ରୀ ଲୋକ ପାଛିଆରେ ମହୁଲ ଗୋଟାଇ ଥାନ୍ତି  । ଆଗରୁ ତ ଲୋକେ ମହୁଲ ବଦଳ କରି ଲୁଣ ଆଣୁଥିଲେ।

କିନ୍ତୁ ଗୁଡା ଲୁଣର ଆଦର କମିବା ସାଙ୍ଗକୁ ଏହି ଅଦଳବଦଳ ପ୍ରକ୍ରିୟା ପ୍ରାୟତଃ ବନ୍ଦ ହୋଇଯାଇଛି କହିଲେ ଚଳେ । ମହୁଲ ଗଛର ଫଳକୁ ଟୋଲ କୁହାଯାଏ ।

ଟୋଲ ତେଲକୁ ଲୋକେ ରୋଷେଇରେ ବ୍ୟବହାର କରନ୍ତି ଓ ଏହାର ଭଜା ମଧ୍ୟ ବେଶ୍ ସୁଆଦିଆ । ମହୁଲ କାଠକୁ ଜାଳେଣି ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ । ଏସବୁ ଉପଯୋଗିତା ବ୍ୟତିରେକ ମହୁଲରେ ଭରପୁର ଔଷଧୀୟ ଗୁଣ ରହିଛି ।

ମହୁଲରେ ଭରପୁର ଔଷଧୀୟ ଗୁଣ

  • କିଣ୍ୱନ ପ୍ରକ୍ରିୟାରେ ଆୟୁର୍ବେଦିକ ଆଲକୋହୋଲିକ ମେଡିସିନ୍ ପ୍ରସ୍ତୁତ ହୋଇଥାଏ । ଏହି ପ୍ରକ୍ରିୟା ସମ୍ପାଦିତ ହେବା ପାଇଁ ମହୁଲ ଫୁଲକୁ ବ୍ୟବହାର କରାଯାଇଥାଏ ।
  • ଗଛର ବଳ୍ କଳରେ ପ୍ରସ୍ତୁତ ଔଷଧ ବାତ, ବ୍ରୋଙ୍କାଇଟିସ୍, ମଧୁମେହ, ପାଇରିଆ ଆଦି ରୋଗ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।
  • ଫ୍ୟାରିଙ୍କ୍ସ୍ ପ୍ରଦାହ, ଟନସିଲ୍ ଆଦି ରୋଗ ପାଇଁ ଟୋଲ ବେଶ୍ ଉପକାରୀ ।
  • ମୂତ୍ର ସଂକ୍ରମଣ, ପୀଡା ଉପଶମ ପାଇଁ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ ।
  • ମହୁଲ ଛାଲିକୁ ପାଣିରେ ଶିଝାଇ ପିଇଲେ ବାତ ରୋଗରୁ ଉପଶମ ମିଳିଥାଏ ।
  • ବଳ୍କଳ ଶିଝା ପାଣି ମଧୁମେହ ପାଇଁ ମଧ୍ୟ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ।
  • କୁଣ୍ଡିଆ ରୋଗ ନିରାକରଣରେ ମହୁଲ ପତ୍ରକୁ ବ୍ୟବହାର କରାଯାଇଥାଏ ।
  • ମହୁଲ ଗଛର ବଳ୍କଳ ଶିଝା ପାଣିକୁ ୩୦୦ ମି.ଲି. ସାଧା ପାଣିରେ ମିଶାଇ ଗର୍ଗଲ କଲେ ଗଳା ଓ ଗ୍ରସନୀ ପ୍ରଦାହ ଭଲ ହୋଇଥାଏ ।
  • ସ୍ତନହାରୀ ମାଙ୍କ କ୍ଷୀର ଧାରଣ କ୍ଷମତା ବୃଦ୍ଧି କରିବାରେ ମଧ୍ୟ ମହୁଲ ଫୁଲ ଅତ୍ୟନ୍ତ ଉପଯୋଗୀ।
  • ଦିନକୁ ଦୁଇ ଥର ମହୁଲ ଛାଲି ଶିଝା ପାଣି ପିଇଲେ ଡାଇରିଆ ରୋଗରୁ ମୁକ୍ତି ମିଳେ ।
  • ଗଛ ଛାଲିର ଗୁଣ୍ଡକୁ ଆପଣ ଦେହରେ ବୋଳିଲେ ସ୍କାବିଜ ଭଳି ଚର୍ମ ରୋଗରୁ ରକ୍ଷା ପାଇପାରିବେ । ମହୁଲ ଫୁଲ ଜୁସ୍ କୁ ସଂକ୍ରମିତ ଚର୍ମରେ ପ୍ରଲେପ ଦେଲେ ରୋଗରୁ ଉପଶମ ମିଳିବ ।
  • ୫ ଗ୍ରାମର ମହୁଲ ଗଛ ଛାଲି ଗୁଣ୍ଡ ଏବଂ ଡିମରି ମିଶ୍ରଣକୁ ଗରମ ପାଣିରେ ଗୋଳାଇ ଦିନକୁ ଦୁଇ ଥର ସେବନ କଲେ ଶ୍ୱାସ ରୋଗ ପାଖ ମାଡିବ ନାହିଁ ।

ଆଧାର -"ସଂକଳ୍ପଓଡିଶା"

3.06896551724
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top