ସେଆର କରନ୍ତୁ

ଉପକାରୀ ମାଛ

ମାଛ ର ଉପକାରିତା

ମାଛ

ମାଛର ସଂସ୍କୃତ ନାମ- ମତ୍ସ୍ୟ, ଏହାକୁ ବଙ୍ଗଳାରେ ମାଛ, ହିନ୍ଦୀରେ ମଛଲି ଏବଂ ତେଲୁଗୁରେ ଶାଁପୁଲ୍ଲ କହନ୍ତି । ମାଛକୁ ନାନା ଶ୍ରେଣୀରେ ବିଭକ୍ତ କରାଯାଇଛି । ସାଧାରଣତଃ ସମସ୍ତ ପ୍ରକାରର ମାଛ– ମଧୁର, ସ୍ନିଗ୍ଧ, ଉଷ୍ମବୀର୍ଯ୍ୟ, ଗୁରୁପାକ, ପୁଷ୍ଟିକାରକ,

ବଳବୀର୍ଯ୍ୟବଦ୍ଧିକ, ବାତନାଶକ, ରକ୍ତପିତ୍ତକାରକ ଓ କଫପିତ୍ତଜନକ ଅଟେ । ପଥଶାନ୍ତ, ବ୍ୟାୟାମକର୍ଷିତ, ରତିକ୍ଳାନ୍ତ ଓ ଦୀପ୍ତାଗ୍ନି ଅଟେ । ପୁରୁଷ ମାନଙ୍କ ପକ୍ଷରେ ମାଛ ଭକ୍ଷଣ ଉପକାରୀ ।

ମାଛ ର ଉପକାରିତା

ଛୋଟ ମାଛ: ଲଘୁପାକ, ମଳରୋଧକ ଏବଂ ଗ୍ରହଣୀରୋଗରେ ଉପକାରୀ ଅଟେ |

ବଡ଼ ମାଛ: ଗୁରୁପାକ, ମଳଭେଦକ ଓ ବୀର୍ଯ୍ୟବର୍ଷକ । କାତି ନ ଥିବା ମାଛ ଅପେକ୍ଷା କାତିଥିବା ମାଛଗୁଣରେ ଅଧିକ।

କୃଷ୍ଣବର୍ଣ୍ଣ ମାଛ: ଲଘୁପାକ, ସ୍ନିଗ୍ଧ, ଅଗ୍ନିବନ୍ଧକ ଓ ବାତନାଶକ ।

ଶୁକ୍ଳବର୍ଣ୍ଣ ମାଛ: ଗୁରୁପାକ, ସ୍ନିଗ୍ଧ ଓ ମଳଭେଦକ |

ସମୁଦ୍ର ମାଛ: ଗୁରୁପାକ, ଉଷ୍ମବୀର୍ଯ୍ୟ, ସ୍ନିଗ୍ଧ, ଶୁକ୍ରବର୍ଦ୍ଧକ ଓ ବାତନାଶକ ।

ନଦୀ ମାଛ: ମଧୁର, ସ୍ନିଗ୍ଧ, ମଳଭେଦକ, ପୁଷ୍ଟିକାରକ, ବୀର୍ଯ୍ୟବଦ୍ଧିକ ବାତନାଶକ ଓ ରକ୍ତପିତ୍ତବର୍ଦ୍ଧକ, ନଦୀର ମାଛ ଅଧିକ ଗରିଷ୍ଠ ।

ପୋଖରୀ ମାଛ: ମଧୁର, କଷାୟ, ସ୍ନିଗ୍ଧ, ବଳକାରକ, ବାତନାଶକ। ଏହି ମାଛର ମୁଣ୍ଡ, ଲଘୁପାକ ଅଟେ |

କୂପର ମାଛ: ବୀର୍ଯ୍ୟବର୍ଦ୍ଧକ, କଫକାରକ, ମୂତ୍ରବିରେଚକ ଓ କୃଷ୍ଣ (ଚର୍ମ) ରୋଗ କାରକ ।

ପୋଚର ମାଛ: ଅତ୍ୟନ୍ତ ଉପକାରୀ I

ପୋଡ଼ା ମାଛ: ତେଲ ଓ ଲୁଣ ସହିତ ପୋଡ଼ା ଯାଇଥିବା ମାଛ ଗୁରୁପାକ, ପୁଷ୍ଟିକର, ବୀର୍ଯ୍ୟବର୍ଦ୍ଧକ, ବଳକାରକ । ଏହା ନିତ୍ୟ ସ୍ତ୍ରୀମାନେ ସେବନ କରିପାରିବେ । କ୍ଷୀଣ ଶୁକ୍ର, ତେଜହୀନ, ଭଗ୍ନଦେହ ଓ ଜର୍ଜରିତ ବ୍ୟକ୍ତିମାନଙ୍କ ପକ୍ଷରେ ହିତକର ।

ମାଛର ମଞ୍ଜି (ଡିମ୍ବ)- ମଧୁର, କଟୁ, ରୁଚିକର, ଗୁରୁପାକ, ସ୍ନିଗ୍ଧ, ପୁଷ୍ଟିକାରକ, ବଳକାରକ, ଶୁକ୍ରଜନକ ଓ ବାତକଫ ଜନକ ।

ମାଗୁର ମାଛ: ମଧୁର, ସ୍ନିଗ୍ଧ, ରୁଚିକର, ବଳବୀର୍ଯ୍ୟବର୍ଦ୍ଧକ, ସଂଗ୍ରାହକ ଓ ବାତନାଶକ।

ଚେଙ୍ଗ ମାଛ: ଏହା ବାତ ରୋଗୀଙ୍କ ପାଇଁ ହିତକର ।

ଗଡ଼ିଶା ମାଛ: ମଧୁର, ଉଷ୍ମ, ବଳବୀର୍ଯ୍ୟ ବୃଦ୍ଧିକାରକ ଓ ରୁଚିକର ।

ଶେଉଳ ମାଛ: ବଳବୀର୍ଯ୍ୟବର୍ଦ୍ଧକ, ବାତନାଶକ ଓ ରୁକ୍ଷ

ଚିଙ୍ଗୁଡ଼ି ମାଛ:ସ୍ଵାଦିଷ୍ଟ ବଳବୀର୍ଯ୍ୟବର୍ଦ୍ଧକ, ମେଧା (ସ୍ମୃତି) ଶକ୍ତିବଦ୍ଧିକ ଓ ରକ୍ତପିତ୍ତ

ନାଶକ ।

ବାଳିଆ ମାଛ: ନିଦ୍ରାଜନକ, କଫ, କୃଷ୍ଣକାରକ ଓ ରକ୍ତପିତ୍ତବର୍ଦ୍ଦକ ।

ଭାକୁଡ଼ା ମାଛ: ମଧୁର, ବୀର୍ଯ୍ୟବଦ୍ଧିକ, କାମୋତ୍ତନିକ, କଫକାରକ ଓ ଗରିଷ୍ଟ ।

ମହୁରାଳୀ ମାଛ: ତୃଷ୍ଠା, ଜ୍ଵରହାରକ, ରୁଚିକାରକ ଓ ଧାତୁବର୍ଦ୍ଧକ ।

ତୋଡ଼ି ମାଛ: ପୁଷ୍ଟିକାରକ, ଧାରକ, କାଶରେଗ ନାଶକ ଓ ବଳବର୍ଦ୍ଧକ ।

କେରାଣ୍ଡି ମାଛ: ମୃଦୁବିରେଚକ, ବହୁମୂତ୍ର ନାଶକ ଓ ପୁଷ୍ଟିକାରକ ।

କଣ୍ଟିଆ ମାଛ: ଏହା କଫ, ଶୋଥ, ପାଣ୍ଡୁ, ଅତିସାର ଓ ପିତ୍ତରୋଗରେ ହିତକାରକ, ଧାତୁବର୍ଦ୍ଧକ ଓ ହୃଦୟ ଉପକାରକ ।

ଦଣ୍ଡିକିରି ମାଛ: ଏହା ତିକ୍ତ, ଲଘୁ, କଫ, ବାତ ଓ ପିତ୍ତନାଶକ ।

ପ୍ରତ୍ୟେକ ଦିନ ମାଛଧୁଆ ପାଣି ପିଇଲେ ପାଗଳ କୁକୁର, ପାଗଳ ବିଲୁଆ ଓ ସର୍ପବିଷ ଦେହରେ ସଞ୍ଚରିତ ହୁଏନାହିଁ।

  • ପୋଟଳ ପତ୍ର ଦ୍ଵାରା ସିଝାଇ ମାଛକୁ ତରକାରି କରି ଖାଇଲେ ଜ୍ଵର, ମେହ ଓ କଫ ରୋଗରୁ ବିଶେଷ ଉପକାର ମିଳେ ।
  • ବାଇଗଣ ଓ ମାଛ ତରକାରି କରି ଖାଇଲେ ଶୋଥ ରୋଗରୁ ଉପକାର   ମିଳେ ।
  • ମାଛ ତରକାରିରେ କୋଇଲିଖିଆପତ୍ର ପକାଇ ରାନ୍ଧି ଖାଇଲେ ଶୋଥ, ଅଗ୍ନିମାଯ୍ୟ ଓ ଜ୍ଵର ପ୍ରଶମିତ ହୋଇଥାଏ ।
  • ଆମ୍ବୁଲ ମିଶାଇ ମାଛ ତରକାରି କରି ଖାଇଲେ ଅରୁଚି, ଅଗ୍ନିମାଯ୍ୟ ଓ ଉଦରମୟ ରୋଗରୁ ଉପକାର ମିଳିଥାଏ ।
  • ତେନ୍ତୁଳି ମିଶାଇ ମାଛ ତରକାରି କରି ଖାଇଲେ ଅଗ୍ନିବର୍ଦ୍ଧକ ଏବଂ କଫନାଶକରୁ ଉପକାର ମିଳିଥାଏ ।

ଶୁଖୁଆ: ଶୁଖୁଲା ମାଛକୁ ଶୁଖୁଆ କୁହାଯାଏ । ଏହା ମଳରୋଧକ, ଗୁରୁ ଏବଂ ଦୈର୍ବାଲ୍ୟଜନକ ।

ପିତାଶୁଖୁଆ: ଏହା ଖାଇଲେ ବିରେଚନ ହୋଇଥାଏ । ଶୋଥ ଓ ପାଣ୍ଡୁ ରୋଗରୁ ଉପକାର ମିଳେ ।

ରାଇବେଲି ଶୁଖୁଆ: ଏହାକୁ ଖାଇଲେ ସ୍ତ୍ରୀମାନଙ୍କର ଯୌବନ ଉନ୍ମାଦ ପ୍ରଶମିତ ହେବାସହ ଚତୁରକ୍ତ ବହିର୍ଗତ ଜୋହାଇଥାଏ ।

ସଂଗୃହିତ: -ଡା. ରଙ୍ଗନାଥ ଦାଶ ପୁରୀଘାଟ ଥାନା ପାଖ, କଟକ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top