ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଔଷଧର ଯୁକ୍ତିଯୁକ୍ତ ବ୍ୟବହାର
ସେଆର କରନ୍ତୁ

ଔଷଧର ଯୁକ୍ତିଯୁକ୍ତ ବ୍ୟବହାର

ରୋଗକୁ ଠିକ୍ ଭାବରେ ଚିହ୍ନି, ସେହି ରୋଗ ପାଇଁ ସବୁଠାରୁ ଭଲ ଔଷଧ ଚୟନ କରିବା ଏବଂ ଉକ୍ତ ଔଷଧକୁ ଠିକ୍ ପରିମାଣରେ ନିଦ୍ଦିଷ୍ଟ ସମୟ ପଯ୍ୟନ୍ତ ବ୍ୟବହାର କରିବା ଉଚିତ୍

ରୋଗକୁ ଠିକ୍ ଭାବରେ ଚିହ୍ନି

ରୋଗକୁ ଠିକ୍ ଭାବରେ ଚିହ୍ନି, ସେହି ରୋଗ ପାଇଁ ସବୁଠାରୁ ଭଲ ଔଷଧ ଚୟନ କରିବା ଏବଂ ଉକ୍ତ ଔଷଧକୁ ଠିକ୍ ପରିମାଣରେ ନିଦ୍ଦିଷ୍ଟ ସମୟ ପଯ୍ୟନ୍ତ ବ୍ୟବହାର କରିବା ଉଚିତ୍ ଏହାସହିତ ଡାକ୍ତର ଏପରି ଔଷଧ ଲେଖିବା ଉଚିତ୍ ଯାହା ସେହି ରୋଗୀଙ୍କ ପାଇଁ ଏବଂ ସମାଜ ପାଇଁ ଅଳ୍ପ ମୂଲ୍ୟରେ ମିଳିପାରିବା ଏହାକୁ ଔଷଧର ଯୁକ୍ତିଯୁକ୍ତ ବ୍ୟବହାର (Rational use Of medicine) କୁହାଯାଏ | ଏହି ସ୍ଲୋଗାନଟି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୧୯୮୫ ମସିହାରେ ଦେଇଅଛି।

ଠିକ୍ ଔଷଧ ଚୟନ କର

କିଛି ଡାକ୍ତର ଠିକ୍ ଭାବରେ ରୋଗ ଚିହ୍ନି ପାରିଲେ ମଧ୍ୟ ଯଦି ସେହି ରୋଗ ପାଇଁ ଠିକ୍ ଔଷଧ ଚୟନ କରି ପାରନ୍ତି ନାହିଁ ବା ସେହି ଔଷଧର ଉପଯୁକ୍ତ ମାତ୍ରା ଓ ସଠିକ୍ ସମୟ ପାଇଁ ଲେଖି ପାରନ୍ତିନି | ଫଳରେ ରୋଗ ଭଲ ହେବାତ ଦୂରର କଥା, ଔଷଧ ଜନିତ ଅନେକ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହେବାର  ଅନେକ ଆଶଙ୍କା ରହିଥାଏ । ଡାକ୍ତରଙ୍କ ଦ୍ଵାରା ଲେଖାଯାଇଥିବା  ପ୍ରେସକ୍ରିପସନ୍ ଗୋଟିଏ ମୂଲ୍ୟବାନ ନଥି (Document) ହୋଇଥାଏ । ଏହା ରୋଗୀକୁ ସହାୟକ ହେବା ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଇଁ ମଧ୍ୟ ରକ୍ଷାକବଚ ସ୍ଵରୂପ ହୋଇଥାଏ । ଯଦି ରୋଗୀର କିଛି ଅଧିକ ଚିକିତ୍ସା ଅନ୍ୟ ସ୍ଥାନରେ ଭଲ ହସପିଟାଲରେ କରିବାକୁ ପଡ଼େ ସେ କ୍ଷେତ୍ରରେ ପ୍ରଥମ ଡାକ୍ତରଙ୍କ ସବିଶେଷ ତଥ୍ୟ ସମ୍ବଳିତ ସମ୍ପୂର୍ଣ୍ଣ ପ୍ରେସକ୍ରିପସନ୍ ବହୁତ କାମରେ ଆସେ । ଅଧିକାଂଶ ଲୋକଙ୍କର ଧାରଣା ଯେ ଆଧୁନିକ ଔଷଧ ଗୁଡ଼ିକ ବିଷାକ୍ତ ଓ ଅଧିକ ପାର୍ଶ୍ଵ ପ୍ରତିକ୍ରିୟା କରଥାଏ ଯାହାକ ସମ୍ପୂର୍ଣ୍ଣ ଭାବରେ ଠିକ୍ ନୁହେଁ। ନିଜର ରୋଗ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଓ ଲକ୍ଷଣ ସବୁ ସଠିକ୍ ଭାବେ ଡାକ୍ତରଙ୍କୁ ଜଣାଇବା ରୋଗୀର ଦାୟିତ୍ଵ ଅଟେ । ଅତୀତରେ କୌଣସି ଶାରୀରିକ ସମସ୍ୟା ଓ କୌଣସି ଔଷଧ ସେବନ କରୁଥିଲେ ତାହାର ସବିଶେଷ ବିବରଣୀ ଡାକ୍ତରଙ୍କୁ ପ୍ରଦାନ କରିବା । କୌଣସି ଔଷଧକୁ ବା କୌଣସି ପଦାର୍ଥକୁ ଆଲର୍ଜି ଥିଲେ, କୌଣସି ଔଷଧକୁ ପାର୍ଶ୍ଵ ପ୍ରତି କ୍ରିୟ । (reaction) ହୋଇଥିଲେ, କୌଣସି ନିଶାଦରବ୍ୟ ସେବନ କରୁଥିଲେ ଏହିସବୁ ତଥ୍ୟ ଡାକ୍ତରଙ୍କୁ ଅବଗତ କରାଇବା । ଡାକ୍ତର ଲେଖିଥିବା  ପ୍ରେସକ୍ରିପସନ୍ ବା ଔଷଧ ଚିଠାଟିକୁ ଡାକ୍ତରଙ୍କ ସାମ୍ନାରେ ଭଲ ଭାବରେ ପଢ଼ି ସବୁ ବିଷୟ ସଠିକ୍ ଭାବେ ବୁଝିନେବା ବିଧେଯ........ ଯେମିତି କେଉଁ କେଉଁ ଔଷଧ କେତେମାତ୍ରାରେ ଦିନକୁ କେତେଥର ଓ କେତେଦନ ପ୍ରଯ୍ୟନ୍ତ । ଖାଇବା ଖାଦ୍ୟ ଖାଇବା ପୂର୍ବରୁ ବା ପରେ ଖାଇବା ଇତ୍ୟାଦି । ଡାକ୍ତରଙ୍କ ଠାରୁ ନିଜ ରୋଗ ସମ୍ବନ୍ଧରେ (ଯଥା ଏହାର କାରଣ, ସଠିକ୍ ଚିକିତ୍ସା, ରୋଗର ଗତି, ଏହାର ପ୍ରତିଷେଧକ ବିଷୟରେ) ସବୁ ପଚାରି ବୁଝିନେବା ଉଚିତ । ଡାକ୍ତରଙ୍କ ଫୋନ୍ ନମ୍ବର ସର୍ବଦା ଲେଖି ରଖିବା ନିହାତି ଜରୁରୀ ଓ କୌଣସି ଆଶୁ ଚିକିତ୍ସା ଦରକାର ହେଲେ ତାହାକୁ ବ୍ୟବହାର କରିବା ଉଚିତ । ରୋଗୀର ପୂର୍ବରୁ କୌଣସି ଔଷଧକୁ (ବିଶେଷଭାବେ ସଲ୍‌ଫା, ପେନିସିଲିନ୍ ଇତ୍ୟାଦି) ଆଲର୍ଜି ବା ପାର୍ଶ୍ଵ ପ୍ରତିକ୍ରିୟା ହୋଇଥିଲା କି, ଏହା ଡାକ୍ତର ଜାଣିବା ନିହାତି ଆବଶ୍ୟକ ଏହାଛଡ଼ା ରୋଗୀର ଅନ୍ୟାନ୍ୟ ଆନୃଷଙ୍ଗିକ ରୋଗ ଯଥା- ମଧୁମେହ, ଉଚ୍ଚ ରକ୍ତଚାପ, ଯକୃତ, ବୃକକ, ଦୃତପିଣ୍ଡ ବା ରକ୍ତରୋଗ ଅଛି କି ନାହିଁ, ସ୍ତ୍ରୀ ରୋଗୀ ହୋଇଥିଲେ। ସେ ଗର୍ଭସ୍ଥ ଅଛି ବା ଛୁଆକୁ କ୍ଷୀର ଖୁଆଉଛି ଅଥବା ସେ କୌଣସି ଗର୍ଭନିରୋଧକ ବ୍ୟବହାର କରୁଛି କି ନାହିଁ। ରୋଗୀ ନିଶା ସେବନ କିମ୍ବା ଧୂମପାନ କରନ୍ତି କି ନାହିଁ ତାହା ଜାଣିବାକୁ ହେବ ।

ସଂଗୃହିତ: ଡାକ୍ତର ତୃପ୍ତିରେଖା ସ୍ଵାଇଁ ସହଯୋଗୀ ଅଧ୍ୟାପିକା ଫାର୍ମାକୋଲୋଜି ବିଭାଗ, ଏସ୍.ସି.ବି. ମେଡ଼ିକାଲ କଲେଜ ଓ ହସ୍ପିଟାଲ

2.91666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top