ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା
ସେଆର କରନ୍ତୁ

କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା

କର୍କଟ ରୋଗ ନିରାକରଣ କ୍ଷେତ୍ରରେ ଖାଦ୍ୟର ଭୂମିକା ର ସୂଚନା

ଉପକ୍ରମ

ଶରୀର  କୋଷଗୁଡ଼ିକର  ଅନିୟନ୍ତ୍ରିତ  ଅଭିବୃଦ୍ଧିକୁ  କର୍କଟ  ରୋଗ  କୁହାଯାଏ   । ପ୍ରତ୍ୟକ  ଜୀବକୋଷ  ଏକ  ନିର୍ଦ୍ଧିଷ୍ଟ  ନିୟମରେ  ବଢେ ଓ  ମୃତ୍ୟୁବରଣ   କରେ   । କର୍କଟ  କୋଷଗୁଡିକର  କ୍ଷୟ  ନ ହୋଇ  ଅଭିବୃଦ୍ଧି  ଘଟିଥାଏ   । ସୁସ୍ଥ  କୋଷ  ମଧ୍ୟରେ  ଥିବା  ଡି. ଏନ୍. ଏ. ର  କ୍ଷତି  ହେଲେ  ଏବଂ  ସ୍ଵାଭାବିକ ଅବସ୍ଥାରେ  ନ  ରହିପାରିଲେ  କର୍କଟ  ରୋଗ  ହୁଏ   । କ୍ଷତିଗ୍ରସ୍ତ  ଡି. ଏନ୍. ଏ. ପିତାମାତାଙ୍କ  ଠାରୁ  ପିଲାଙ୍କ ଶରୀରକୁ  ଆସିଥାଏ   । ଅସ୍ଵାସ୍ଥ୍ୟକର   ଖାଦ୍ୟ  ଧୂମପାନ , ମଦ୍ୟପାନ , ଅତ୍ୟଧିକ  ମେଦବୃଦ୍ଧି , ବ୍ୟାୟାମ୍  ଅଭାବ  ଓ  ଅତ୍ୟାଧୁନିକ  ଜୀବନଯାପନ  ଶୈଳୀ  କର୍କଟ  ରୋଗୀଙ୍କ  ସଂଖ୍ୟା  ବୃଦ୍ଧିରେ  ଅନ୍ୟତମ  କାରଣ   । ପଚାଶ  ପ୍ରତିଶତରୁ  ଅଧିକ  ମହିଳା  କର୍କଟ  ରୋଗର  ଶିକାର  ହୋଇଥାନ୍ତି  । ୫୫  ବର୍ଷ  ପରେ  ୭୭ ପ୍ରତିଶତ  ବ୍ୟକ୍ତି  ଏହି  ରୋଗ  ଶିକାର  ହେଉଥିବା  ଦେଖିବାକୁ  ମିଳିଥାଏ   । ପ୍ରଖର  ସୂର୍ଯ୍ୟକିରଣ  ଚର୍ମ  କର୍କଟ  ରୋଗ  ସୃଷ୍ଟି  କରେ   । ଯେଉଁ  କ୍ଷେତ୍ରରେ  କର୍କଟ  ରୋଗ  ବଂଶଗତ  ସେ  କ୍ଷେତ୍ରରେ  ଠିକଣା  ସମୟରେ  ଚିହ୍ନଟ   କରି  ଚିକିତ୍ସା  ବିଧାନ  କରିବା  ଉଚିତ  । ସବୁଜ  ତଥା  ସତେଜ  ପନିପରିବାରେ  କର୍କଟ  ରୋଗ  ପ୍ରତିହତ  କରିବାର  ଗୁଣ  ରହିଛି  । କେଉଁ  କର୍କଟ  ରୋଗ  ପାଇଁ  କେଉଁ  ପାରିବା   ଉପକାରୀ  ସେ  ସମ୍ପର୍କରେ   ନିମ୍ନରେ  ଉଲ୍ଲେଖ  ରହିଛି   ।

ସ୍ତନ  କର୍କଟ

ଇଷ୍ଟ୍ରୋଜେନ୍ ’ ନାମକ  ଏକ  ହରମୋନ  ସହିତ  ଏହି  ରୋଗର  ସମ୍ପର୍କ  ରହିଛି   । ଆମେରିକାରେ  ପ୍ରତି  ୯ ମହିଳାଙ୍କ   ମଧ୍ୟରୁ ଜଣେ  ଏହି  ରୋଗରେ  ପୀଡିତ  ହୋଇଥାନ୍ତି   । ‘ ଇଷ୍ଟ୍ରୋଜେନ୍ ’ ର  ଗୁଣ  ନଷ୍ଟ   କରିବା  ପାଇଁ  ସ୍ତନ  କର୍କଟରେ   ‘ଟାମ୍ କ୍ସିଫେନ୍ ’  ଔଷଧ  ବ୍ୟବହାର   କରାଯାଇଥାଏ   । କେତେକ  ଖାଦ୍ୟ  ପଦାର୍ଥରେ  ଏହି  ରାସାୟନିକ  ପଦାର୍ଥ  ଥିବାରୁ  ସେସବୁ   ଖାଇଲେ  ଉପକାର  ମିଳିଥାଏ  । ଋତୁସ୍ରାବ   ବନ୍ଦ  ହେବା  ପରେ  ଇଷ୍ଟ୍ରୋଜେନ୍  ପରିମାଣ  ହ୍ରାସ   ପାଇଥାଏ   । ମେଦବୃଦ୍ଧିର  ଶିକାର  ହୋଇଥିବା  ମହିଳାମାନଙ୍କ  ଶରୀରର  ଅତ୍ୟଧିକ  ଚର୍ବି  କୋଷ  ଏହି  ହରମୋନ  କ୍ଷରଣ  ବୃଦ୍ଧି  କରାଇଥାଏ   । ଫଳରେ  ସେମାନେ  ସ୍ତନ  କର୍କଟ  ରୋଗରେ  ଶିକାର  ହୋଇଥାନ୍ତି  । ଯୌବନରେ   ଯେଉଁମାନଙ୍କ  ଶରୀରରେ   ଅତ୍ୟଧିକ  ଇଷ୍ଟ୍ରୋଜେନ୍  ତିଆରି   ହୁଏ , ସେମାନେ  ସ୍ତନ  କର୍କଟ   ରୋଗରେ  ଶିକାର  ହେବା  ଆଶଙ୍କା  ଅଧିକ   । ଆମେରିକାର  ଆଲବାମା   ବିଶ୍ଵବିଦ୍ୟାଳୟରେ  ପ୍ରଫେସର  ଷ୍ଟିଫେନ  ବାର୍ଡସଙ୍କ  ମତରେ  ସୋୟାବିନ  ନିୟମିତ  ଖାଇଲେ   ସ୍ତନ  କର୍କଟ   ରୋଗ  କୋଷର  ଅଭିବୃଦ୍ଧି  ହୁଏ  ନାହିଁ   । ଏହା  ଟାମକ୍ସିଫେନ୍ ର  ବିକଳ୍ପ  ଭାବେ  କାର୍ଯ୍ୟ  କରିଥାଏ   । ନିୟମିତ  ସୋୟା  ମିକ୍ସ  ପାନ   କଲେ  ଶରୀରର   ଇଷ୍ଟ୍ରୋଜେନ୍  ପରିମାଣ  ହ୍ରାସ   ପାଇଥାଏ  । କର୍କଟ  କୋଷର  ଉପର  ପର୍ଦ୍ଦା ଦେଇ  ଇଷ୍ଟ୍ରୋଜେନ୍  ଭିତରକୁ  ପ୍ରବେଶ   କରେ   ଏବଂ  ଏହାର  ଅଭିବୃଦ୍ଧିରେ  ସାହାଯ୍ୟ   କରିଥାଏ   । ସୋୟାବିନ  ଏଥିରେ  ପ୍ରତିବନ୍ଧକ  ସୃଷ୍ଟି  କରିଥାଏ   । ନିୟମିତ  ସୋୟାବିନ  ଖାଇଲେ  ପୁରୁଷମାନେ   ପ୍ରୋଷ୍ଟେଟ୍  କର୍କଟ  ରୋଗ  ଶିକାର  ହେବା  ଆଶଙ୍କା  ହ୍ରାସ  ପାଇଥାଏ   । ସମୁଦ୍ର  ମାଛ ଓ ଏହାର  ତେଲରେ  ପ୍ରଚୁର  ପରିମାଣରେ  ଭିଟାମିନ ‘ ଡି ’ ଓ ‘ ସି ’ ଥିବାରୁ  ଶରୀର  ପାଇଁ  ଏହା   ଉପକାରୀ   । ଦୈନିକ  ୩୮୦ ମିଳିଗ୍ରାମ୍ ରୁ  ଅଧିକ  ଭିଟାମିନ - ‘ ସି ’ ଖାଇଲେ  ସ୍ତନ  କର୍କଟ  ରୋଗ ହାର  ୩୫ ପ୍ରତିଶତ  ହ୍ରାସ  ପାଇଥାଏ   । ତେଲ , ମାଂସ , ଅଣ୍ଡା  ଅଧିକ  ଖାଇଲେ  କର୍କଟ  ରୋଗ  ଆଶଙ୍କା  ଅଧିକ  ବୃଦ୍ଧି  ପାଇଥାଏ   । ମଦ୍ୟପାନ  କର୍କଟ  ରୋଗ  ପାଇଁ  ଅନୁକୂଳ , ଏସବୁ  ବିଚାର  କରି  ପ୍ରଚୁର  ପରିମାଣରେ  ସୋୟାବିନ , ସମୁଦ୍ର  ମାଛ  ଓ  ଭିଟାମିନ୍ – ସି  ଯୁକ୍ତ  ଖାଦ୍ୟ  ଖାଇଲେ   ସ୍ତନ  କର୍କଟ  ରୋଗ  ପ୍ରତିହତ   କରିବାରେ   ସହାୟତା   ମିଳିବ   ।

ବୃହଦନ୍ତ୍ର  କର୍କଟ  ରୋଗ

ପ୍ରତିବର୍ଷ   ଆମେରିକାରେ  ଏହି  ରୋଗରେ  ଏକ  ଲକ୍ଷ ଦଶ ହଜାର  ବ୍ୟକ୍ତି  ଆକ୍ରାନ୍ତ  ହୋଇଥାଆନ୍ତି  । ସେମାନଙ୍କ ମଧ୍ୟରୁ ୫୦ ହଜାରଙ୍କର  ମୃତ୍ୟୁ  ଘଟିଥାଏ  । ଅଧିକ  ଚର୍ବିଜାତୀୟ  ଖାଦ୍ୟ , ମଦ୍ୟପାନ , ଓ  ମାଂସ  ଭକ୍ଷଣ  ଏହାର  କାରଣ  ।  ବନ୍ଧାକୋବି , ଫୁଲକୋବି , ବ୍ରୋକଲି , ଘୋଳଦହି , ସମୁଦ୍ର  ମାଛ , ତନ୍ତୁ  ଜାତୀୟ   ଖାଦ୍ୟ  ସହିତ  ପିଆଜ , ରସୁଣ , ବିଲାତି  ବାଇଗଣ  , କାଲସିଅମ ଓ  ଭିଟାମିନ – ଡି  ଏହି  ରୋଗ  ପ୍ରତିରୋଧ  କରିପାରେ   । ତନ୍ତୁରେ   ଥିବା  ପେକ୍ଟିନ , ସେଓ  , ନାସପାତି , ପିଜୁଳି , କମଳା, କଦଳୀ , ମୂଳା , ଗାଜର , ବିନ୍ ଆଦି  ପରିବାରେ   ଅଧିକ  ଥାଏ  । ଏହା  କର୍କଟ  କୋଷ  ଅଭିବୃଦ୍ଧି  ପ୍ରତିହତ  କରିଥାଏ   । ଘୋଳ  ଦହିରେ  ଥିବା  ଲାକ୍ଟୋବେସିଲସ୍ ବୃହଦନ୍ତ୍ରର  କୋଷରେ   ଥିବା  ଡି.ଏନ୍.ଏ ର  କ୍ଷତି  ଘଟିବାକୁ  ଦିଏ  ନାହିଁ   ।

ପାକସ୍ଥଳୀ  କର୍କଟ  ରୋଗ

ଖାଦ୍ୟର  କୁପ୍ରଭାବରେ  ପାକସ୍ଥଳୀ ରେ  ଘା ’ ହୋଇଥାଏ   । ଅଧିକ  ତେଲ  ମସଲାଯୁକ୍ତ  ଖାଦ୍ୟ , ମାଂସ  ଖାଇବା  ସହିତ  ମଦ୍ୟପାନ  ଏହି  ରୋଗର  କାରଣ  ହୋଇଥାଏ   । ପାକସ୍ଥଳୀରେ  ସୃଷ୍ଟି  ହୋଇଥିବା  ଘା ’ ପରବର୍ତ୍ତୀ  ସମୟରେ   କର୍କଟ  ରୋଗର  ରୂପ  ନିଏ  । ମାଂସକୁ  କୋଇଲା  ନିଆଁରେ  ପୋଡି  ଖାଇଲେ  ଏପରି ରୋଗରେ  ପୀଡିତ  ହେବା  ଆଶଙ୍କା  ଅଧିକ  । ପିଆଜ ଓ  ରସୁଣ  ଖାଇବା  ଦ୍ଵାରା  ଏ  ଧରଣର  କର୍କଟ  ରୋଗର  ଶିକାର  ହେବା  ଆଶଙ୍କା  ୪୦ ପ୍ରତିଶତ  ଦୂର  କରିଥାଏ   । ପିଆଜ ଓ ରସୁଣରେ  ଥିବା  ଆଲାଇଲ୍  ପ୍ରୋପାଇଲ୍  ଡାଇସଲ୍ ଫାଇଡ   କର୍କଟ  ରୋଗ  ନଷ୍ଟ  କରିବାରେ  ସାହାଯ୍ୟ  କରେ    । ପ୍ରତିଦିନ  ତିନି  ଆଉନ୍ସ  ପିଆଜ  ତଥା  ‘ ହେଲିକୋବାକ୍ଟର ’ ନାମକ  ଜୀବାଣୁ  ଘା ’ ସୃଷ୍ଟି  କରିଥାଏ   । ରସୁନର  ଏହି  ଜୀବାଣୁ  ନଷ୍ଟ  କରିବାର  ଶକ୍ତି  ରହିଛି   । ଆମ ସମାଜରେ  ବିଧବାମାନଙ୍କୁ   ପିଆଜ   ରସୁଣ   ଖାଇବା   ନିଷେଧ   । ସେମାନେ   ଅଦା , ଡାଲଚିନି , ଲବଙ୍ଗ  , ଗୁଜୁରାତି   ଖାଇଲେ  ଉପକାର  ପାଇପାରିବେ   । ତେବେ  ବିଧବାମାନଙ୍କ  ପାଇଁ  ଆମ  ଧର୍ମରେ  ପିଆଜ  ରସୁଣ   ଖାଇବା  ବାରଣ   କରାଯିବା  ଉପରେ  ବିତର୍କ   ହେବା  ବାଞ୍ଛନୀୟ   ।

ଆଧାର :ଡା. ଦ୍ଵିଜେଶ କୁମାର ପଣ୍ଡା , ଲାୟନ ମିନତୀ ବେହେରା କ୍ୟାନସର ଫାଉଣ୍ଡେସନ ଟ୍ରଷ୍ଟ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top