କାଶ ହେବାର ବିଭିନ୍ନ କାରଣ ରହିଛି । ସାମାନ୍ୟ ଥଣ୍ଡା ବା । ସର୍ଦ୍ଦି ହେଲେ କାଶ ସମସ୍ୟା ଦେଖାଦିଏ । ବେଳେ | ବେଳେ ଆଲର୍ଜି ଯୋଗୁ ମଧ୍ୟ କାସ ହୋଇଥାଏ । ଶୀତ ଋତୁରେ ଲୋକେ ବେଶୀ ଏହି ରୋଗରେ ପୀଡ଼ିତ । ହେଉଥିବା ଦେଖାଯାଏ । କିନ୍ତୁ ବହୁ ସମୟ ଧରି ଲାଗି ! ରହୁଥିବା ଶୁଖିଲା। କାଶ ଏକ ବଂଶାନୁକ୍ରମିକ ରୋଗ; ଯାହାକୁ ଉପଯୁକ୍ତ ସମୟରେ ହିଁ ଉପଶମ କରାଯିବା ।
ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ସମ୍ପ୍ରତି ବହୁ ଲୋକ ମଧ୍ୟ ଏହି ରୋଗରେ ପୀଡ଼ିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ରୋଗରେ ପୀଡ଼ିତ ଅବା ଲୋକେ ଚିକିତ୍ସାରେ ଡେରି କରିବା ଉଚିତ ନୁହେଁ । ଆବଶ୍ୟକ ସ୍ଥଳେ ଘରେ ମଧ୍ୟ ଉପଚାର କରାଯାଇପାରେ । ଏଥିପାଇଁ ରୋଗୀ ପ୍ରଚୁର ପରିମାଣରେ ଡାଳିମ୍ବା ଖାଆନ୍ତୁ । ଡାଳିମ୍ବା ଖାଇଲେ ଯେ ଖାଲି ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ତାହା ନୁହେଁ ଏହା ଅନ୍ୟ ବିଭିନ୍ନ ରୋଗ ଉପଶମ କରିପାରେ । ତନ୍ମଧ୍ୟରୁ ଶୁଖୁଲା। କାଶ ଅନ୍ୟତମ । ଡାଳିମ୍ବ ଚୋପା ଶୁଖୁଲା କାଶର ମହୋଷଧି। ଶୁଖିଲା। ଡାଲିସ୍ ଚୋପାର ଚୂର୍ଣ୍ଣକୁ ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ଵାରା ଖୁବ୍ ଆରାମ ମିଳିଥାଏ । ଚା’ କିମ୍ବା ଉଷୁମ ପାଣିରେ ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ । ୧୫ ଦିନ ପର୍ଯ୍ୟନ୍ତ ଏଭଳି କଲେ ରୋଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।
ସମ୍ପ୍ରତି ଚାଇନିଜ୍ ଖାଦ୍ୟ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ । ବଢିଛି । ଏଭଳି ଖାଦ୍ୟକୁ ବେଶୀ ସମୟ ରାନ୍ଧିବାକୁ ପଡି ନ ଥାଏ । ଗରମ ତୈଳରେ ହାଲକା ଭାଜି ଦେଲେ ଏହି | ଭଳି ଖାଦ୍ୟ ପ୍ରସ୍ତୁତ ହୋଇଯାଏ । ମାତ୍ର ଏମିତି ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିବା ସ୍ୱାସ୍ଥ୍ୟପକ୍ଷେ ହାନୀକାରକ ବୋଲି
ବୈଜ୍ଞାନିକମାନେ ମତ ଦିଅନ୍ତି ଖାଦ୍ୟକୁ ଭାଜିବା ବେଳେ ତୈଳର ଅତିକ୍ଷୁଦ୍ର କଣିକ । ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ମିଶି ରହିଥାଏ । ଏହି ବାୟୁକୁ ଆଘ୍ରାଣ କରିବା ହାନୀକାରକ ବୋଲି ଟେକ୍ସାସ୍ ଟେକ୍ ବିଶ୍ଵବିଦ୍ୟାଳୟ ଏବଂ ଉଟା ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ କହିଛନ୍ତି । ଏ ବିଷୟରେ ପରୀକ୍ଷା କରିବା ଲାଗି ବୈଜ୍ଞାନିକମାନେ ଏକ ପାତ୍ରରେ କିଛି ତୈଳ ଗରମ କରି ତନ୍ମଧ୍ୟରେ ଜଳ ସିଞ୍ଚନ କରିଥିଲେ । ଏହାଦ୍ଵାରା କିଭଳି ପ୍ରତିକ୍ରିୟା ସୃଷ୍ଟି ହେଉଥିଲା ତାହା ସେମାନେ ଅନୁଧ୍ୟାନ କରିଥିଲେ । ଜଳ ଗରମ ତୈଳରେ ପଡିବା ମାତ୍ରେ ତୈଳ ବିନ୍ଦୁ ବିସ୍ପୋରିତ ହୋଇଥଲା । ଫଳରେ ତୈଳର ଅତି କ୍ଷୁଦ୍ର କଣିକା ବାୟୁମଣ୍ଡଳକୁ ଛିଟ୍କି ପତିଆଲା । ଏହାର ଆକାର ଏତେ ଛୋଟ ଅଲା ଯେ ସେଠାରେ ଉପସ୍ଥିତ ବୈଜ୍ଞାନିକମାନେ ବାୟୁ ସହିତ ଏହି ତୈଳ କଣିକାକୁ ମଧ୍ୟ ପ୍ରଶ୍ଵାସରେ ଗ୍ରହଣ କରିଥିଲେ । ବୈଜ୍ଞାନିକମାନେ କହିଛନ୍ତି, ବିଶେଷକରି କୁକୁଡା ମାଂସ ଏବଂ ପନିପରିବାରେ ଜଳ ଅଂଶ ବେଶୀ ରହିଥୁବାରୁ ଏହାକୁ ନେଇ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ରନ୍ଧନ ସ୍ଥାନର ବାୟୁରେ ତୈଳ କଣିକା ଭରି ହୋଇଯାଏ । ଏହାକୁ ପ୍ରଶ୍ଵାସରେ ଗ୍ରହଣ କରିବା ଦ୍ଵାରା ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେବାର ଆଶଙ୍କା ରହିଛି ।
କେବଳ ଆଘାତ ଲାଗିବା କିମ୍ବା ଭୁଲ୍ ଔଷଧ ସେବନ ଦ୍ଵାରା ମସ୍ତିଷ୍ଠର କ୍ଷତି ହୋଇନଥାଏ । ଦିନସାରା ଧାଦୌଡ ଭିତରେ ଆମେ ଅଜାଣତରେ ଏପରି କିଛି ଭୁଲ କରିବସୁ ଯାହା ମସ୍ତିଷ୍କାର କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ । ପର୍ଯ୍ୟାପ୍ତ ନିଦର ଅଭାବ: ଅତି କମରେ ୭ ଘଣ୍ଟା ଭଲରେ ନଶୋଇପାରିଲେ ମସ୍ତିଷ୍କକୁ ଆରାମ ମିଳେନାହିଁ । ତେଣୁ ଧୀରେ ଧୀରେ ଏହାର କାର୍ଯ୍ୟଦକ୍ଷତା କମ୍ ହୋଇଯାଏ ।
ନିଃସଙ୍ଗତା : ଅଧିକାଶ ସମଯ ଚୋର ଏକାକୀ ରହିବା ମଧ୍ୟ ମସ୍ତିଷ୍ଟ ପାଇଁ କ୍ଷତିକାରକ । ଏହା ଆଳାକାଇମର ହେବାର ଆଶଙ୍କା ବଢାଏ । |
ଜଙ୍କଫୁଡ଼୍ ଅଧିକ ଖାଇବା: ଏଥିରେ ସୋଡିୟମ ପ୍ରଚୁର ପରିମାଣରେ ଥାଏ ଯାହା ମସ୍ତିଷ୍କର ନ୍ୟୁରନ୍ ରିସେପ୍ଟେରଗୁଡିକ ଲାଗି କ୍ଷତିକାରକ । ଅତ୍ୟଧିକ ଜଙ୍କ ଫୁଡ ଖାଇଲେ ବିଭ୍ରାନ୍ତି, ମୁଣ୍ଡବ୍ୟଥା, ବାନ୍ତିହେବା ପରି ସମସ୍ୟା ଦେଖାଯାଏ ।
ଜୋର୍ ଗୀତ ଶୁଣିବା: କ୍ରମାଗତ ଭାବେ ଘଣ୍ଟାଧୁକ କାଳ ହେଡ୍ଫେନ୍ କିମ୍ବା ଇୟର ଫୋନ୍ ଲଗାଇ ଜୋର୍ ଶବ୍ଦରେ ଗୀତ ଶୁଣିବା ମଧ୍ୟ ମସ୍ତିଷ୍କର କୋଷ ପ୍ରତି କ୍ଷତିକାରକ । ଏହା ମଧ୍ୟ ଆଲଖିମର ରୋଗର କାରଣ ହୋଇପାରେ । ଅଳସୁଆମି: ନିୟମିତ ଭାବେ କୌଣସି ପ୍ରକାର ଶାରୀରିକ କାର୍ଯ୍ୟ ନକରିବା ଦ୍ଵାରା ଡାଇବେଟିସ୍, ହୃଦ୍ରୋଗ ତଥା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ବଢିଯାଏ । ଏହା ମଧ୍ୟ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।
ଧୂମପାନ: ଏହା କରିବା ଦ୍ଵାରା ଶରୀରରେ ଏକାଧିକ କ୍ଷତିକାରକ ରସାୟନ କ୍ଷରଣ ହୋଇଥାଏ ଯାହା ରକ୍ତକୁ ବହଳିଆ କରିଦିଏ । ତେଣୁ ମସ୍ତିଷ୍ଠ ପର୍ଯ୍ୟନ୍ତ ଠିକ୍ ଭାବେ ରକ୍ତ ଯୋଗାଣ ହୋଇନପାରି କ୍ଷତି କରେ ।
ଆଧାର: ସ୍ୱାସ୍ଥ୍ୟ ବ୍ୟୁରୋ