ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କିପରି ଝଡ଼ିବନାହିଁ ଚୁଟି
ସେଆର କରନ୍ତୁ

କିପରି ଝଡ଼ିବନାହିଁ ଚୁଟି

କିପରି ଝଡ଼ିବନାହିଁ ଚୁଟି ର ସୂଚନା

ଚନ୍ଦା ବ୍ୟକ୍ତିଙ୍କୁ ସମାଜରେ ଧନଶାଳୀ ଏବଂ ବିଳାସ

ଶ୍ରେଣୀର ବ୍ୟକ୍ତି ବୋଲି ବିବେଚନା କରାଯାଉଥିଲା । । ହେଲେ ଏହା ଠକ୍ ନୁହେଁ ଏବେ ଚନ୍ଦାପଣକୁ ଏକରୋଗ ବୋଲି କୁହାଯାଉଛି । ଜଣେ ବ୍ୟକ୍ତିର ମୁଣ୍ଡରେ ରହିଥାଏ ହାରାହାର ଲକ୍ଷେରୁ ଅଧକ କେଶ । ପ୍ରତଦନ ଗାଧେଇବା ବେଳେ, ମୁଣ୍ଡ ସଫା କରିବା ବେଳେ, ମୁଣ୍ଡ କୁଣ୍ଡାଇବା । ବେଳେ ୪୦ ରୁ ୬୦ ଟି କେଶ ଝଡିଥାଏ, ଯାହାକି ଏକ ସ୍ଵାଭାବିକ ପକ୍ରିୟା । କାରଣ କିଛି ଦିନ ମଧ୍ୟରେ ସମାନ । ପରିମାଣର କେଶ ପୁଣି ଥରେ ଉଠିଥାଏ । ତେବେ ଯଦି ଆପଣଙ୍କ କେଶ ଅଧିକ ଝଡ଼ୁଛି ଏବଂ ନୂତନ କେଶ ଠିକ୍ ସମୟରେ ଉଠୁନାହିଁ ତା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଠିକ୍ ସମୟରେ ଏହାର ଚିକିତ୍ସା କରା ନଗଲେ ଭବିଷ୍ୟତରେ ଏହା ଚନ୍ଦାପଣର କାରଣ ହେବ ।

କେଶ ଅଧିକ ଝଡିବା ବା ଚନ୍ଦାପଣର ପ୍ରକୃତ କାରଣ ଜଣାପଡି ନଥିଲେ ମଧ୍ୟ ଡାକ୍ତରଙ୍କ ମତରେ କେତେକ କାରଣ ଯୋଗୁଁ ଏଭଳି ହୋଇଥାଏ । ସେହି କାରଣ ଗୁଡ଼ିକ ମଧ୍ୟରେ

୧. ଖାଦ୍ୟପେୟରେ ଅନିୟମିତତା

୨. ଅଧିକ ମାନସିକ ଚାପ

୩. ହରମୋନରେ ଅସନ୍ତୁଳନ

୪. ରୁପି

୫. ପ୍ରଦୂଷଣ

୬. ଅନିଦ୍ରା

୭, ଆଲର୍ଜି ଆଦି କାରଣରୁ କେଶ ଅଧିକ ଝଡିଥାଏ । ଏହା ଛଡା ଅନ୍ୟ କେତେକ ରୋଗ ଯେଭଳି ମଧୁମେହ, ଥାଇରଏଡ, ଉଚ୍ଚ ରକ୍ତଚାପ କିମ୍ବା ନିମ୍ନ ରକ୍ତଚାପ ଆଦି ଭଳି ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ କେଶ ଅଧିକ ଝଡିଥାଏ । ଏହା ଛଡା ଗର୍ଭାବସ୍ଥାରେ ଏବଂ ପ୍ରସବ ପରେ ଶରୀରରେ ହରମୋନର ଅସନ୍ତୁଳନ କାରଣରୁ କିମ୍ବା ଅନିୟମିତ ମାସିକ ଋତୁସ୍ରାବ କାରଣରୁ ମଧ୍ୟ ମହିଳାଙ୍କ ଅଧିକ ପରିମାଣରେ କେଶ ଝଡିଥାଏ ।

ସମୟ ସହିତ ଉନ୍ନତି ହୋଇଛି ଚିକିତ୍ସା ପଦ୍ଧତି । ଆଧୁନିକ ଚିକିତ୍ସା ବିଜ୍ଞାନର ଅଗ୍ରଗତି ଯୋଗୁଁ କେଶ ପ୍ରତିରୋପଣରେ ବହୁମାତ୍ରରେ ସଫଳତା ଆଣି ଦେଇଛି । ଅତ୍ୟାଧୁନିକ "ଡେନର ଡୋମିନାନସ” ଚିକିତ୍ସା ପଦ୍ଧତି ସାହାଯ୍ୟରେ ଚନ୍ଦାପଣ ଠାରୁ ସମ୍ପୁର୍ଣ୍ଣ ଉପଶମ ମିଳିପାରୁଛି । "ଡୋନର ଡୋମିନାନସ" ପଦ୍ଧତିରେ ଶରୀରର ଗୋଟିଏ ସ୍ଥାନରୁ କେଶ ନେଇ ଚନ୍ଦା ହୋଇଥିବା ସ୍ଥାନରେ ପ୍ରତିରୋପଣ କରାଯାଇଥାଏ । ଏହି ପଦ୍ଧତିରେ ନିଜ ଶରୀର କେଶ ପ୍ରତିରୋପଣ କରାଯାଉଥିବାରୁ ଏହି କେଶ ଆଦୌ ଝଡେ ନାହିଁ । ଏହାଛଡା ପ୍ରତିରୋପଣ ପରେ ମୁଣ୍ଡ ଖାପଛଡା ଲାଗେ ନାହିଁ, ଏହି କେଶ ସାଧାରଣ କେଶ ଭଳି ବଢିଥାଏ, ଏହାକୁ ମଧ୍ୟ ଛୋଟ ଛୋଟ ଭାବେ କଟାଯାଇପାରିବ, ଷ୍ଟାଇଲ କରାଯାଇ ପାରିବ ଏବଂ ସବୁଠାରୁ ଗରୁତ୍ଵପୂର୍ଣ୍ଣ କଥା ହେଉଛି କିଛି ଦିନ ପରେ କେଉଁଟା ପୂର୍ବ କେଶ ଏବଂ କେଉଁଟା ପ୍ରତିରୋପଣ ପରର କେଶ ତାହା ଜଣାପଡିନଥାଏ । କେଶ ପ୍ରତିରୋପଣ ସମ୍ପୂର୍ଣ୍ଣ ଦୀର୍ଘସ୍ଥାୟୀ ଏବଂ ଏହାର କୌଣସି ପ୍ରାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ନାହିଁ ।

ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ସାହାଯ୍ୟରେ କେଶ ଝଡିଥିବା ବ୍ୟକ୍ତିଙ୍କୁ କମ ସମୟ ବ୍ୟବଧାନରେ ଅନେକ ସଫଳତା ଦିଆଯାଇପାରୁଛି । (ଫଲିକୁଲାଲ ୟୁନିଟ ପ୍ରତିରୋପଣ) ବା (ଫଲିକୁଲାର ୟୁନିଟ ଏକ୍ସଟ୍ରାକ୍ସନ) ପ୍ରଣାଳୀକୁ କେଶ ପ୍ରତିରୋପଣ କରାଯାଉଛି । ଏହା ଅତ୍ୟନ୍ତ ସହଜ, କମ ସମୟ ସାପେକ୍ଷ ଏବଂ ଏହାର ସଫଳତା ହାର ଅନ୍ୟ ସମସ୍ତ ପ୍ରତିରୋପଣ ପ୍ରଣାଳୀ ଠାରୁ ବହୁତ ଅଧିକ । ଏ ଭଳି ପ୍ରତି ଚୋରପଣ ଟେକ୍ନୋଲୋଜି ମାଧ୍ୟମରେ ବହୁତ କମ ସମୟ ମଧ୍ୟରେ କେଶ ପ୍ରତିରୋପଣ ସମ୍ଭବ ହୋଇପାରୁଛି । ଯାହା ଫଳରେ ଚନ୍ଦାପଣ ଚିକିତ୍ସା ଖୁବ କମ ସମୟ ବ୍ୟବଧାନରେ ହୋଇ ପାରୁଛି ଓ ରୋଗୀ ମାନେ ମଧ୍ୟ ଅନେକ ସୁଫଳ ପାଇପାରୁଛନ୍ତି ।

'ଣ ନେବେ ସତର୍କତା

କେଶ ପ୍ରତିରୋପଣ କରିବା ପରେ ଏଥିପାଇଁ କୌଣସି ଅଧିକ ଯତ୍ନ ନେବାକୁ ପଡି ନଥାଏ । ଆପଣ ବ୍ୟବହାର କରୁଥିବା ସାଧାରଣ ତେଲ କିମ୍ବା ସାମ୍ପୁ ବ୍ୟବହାର କରିପାରିବେ ।

୧. ଏହି କେଶ ଦୀର୍ଘଦିନ ପର୍ଯ୍ୟନ୍ତ ଝଡ଼ି ନଥାଏ ।

୨. କେଶ ପ୍ରତିରୋପଣ କରିବାର ପ୍ରଥମ ୭ ଦିନ କେବଳ କେଶ ପ୍ରତିରୋପଣ କରିବାର ପ୍ରଥମ କିଛି ଦିନ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

୩. ଏହି ସମୟରେ ମାନସିକ ଚାପ ଠାରୁ ଦୂରେଇ ରହିବା ଉଚିତ ।

୪. ମୁଣ୍ଡର ଚମଡ଼ା ସାଧାରଣ ସ୍ତରକୁ ଆସିବା ପର୍ଯ୍ୟନ୍ତ ନିଜକୁ ଜଗି ରଖି ଚଳିବା ଆବଶ୍ୟକ ।

୫. ଏହି ସମୟରେ ଖରାକୁ ଯିବା ବେଳେ ଟିକିଏ ସତର୍କ ରୁହନ୍ତୁ

୬. ଡାକ୍ତରଙ୍କ ବିନା ପରାମର୍ଶରେ ମୁଣ୍ଡରେ କୌଣସି ତେଲ ସାମ୍ପୁ ବ୍ୟବହାର କରନ୍ତୁ ନାହିଁ।

୭. ମୁଣ୍ଡା ଧୋଇବା ବେଳେ କେଶ ମୁଳକୁ ଅଧିକ ଜୋରରେ ରଗଡି ଧୁଅନ୍ତୁ ନାହିଁ ।

୮. କେଶ ପ୍ରତିରୋପଣ ହେବାର ସପ୍ତାହ ମଧ୍ୟରେ ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ରୁହନ୍ତୁ ।

କେଶ ପ୍ରତିରୋପଣ କରିବା ପୂର୍ବରୁ ଡାକ୍ତରୀ ଜ୍ଞାନ କୌଶଳ, କେଶର ଆବଶ୍ୟକତା, ରୋଗୀର ବୟସ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଏହା ବି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଯେ, କୌଣସି ଡାକ୍ତରଙ୍କ ପାଖରେ କେଶ ପ୍ରତିରୋପଣ କରିବା ପୂର୍ବରୁ ଉକ୍ତ କେନ୍ଦ୍ର ସମ୍ପର୍କରେ ସବିଶେଷ ତଥ୍ୟ ନେବା ନିତାନ୍ତ ଜରୁରୀ । ପୂର୍ବରୁ କେତେଜଣ ବ୍ୟକ୍ତି ସେହି କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି, ସେମାନଙ୍କ ସହ କଥା ହୁଅନ୍ତୁ । ଯେଉ ଡାକ୍ତର ଆପଣଙ୍କ କେଶ ପ୍ରତିରୋପଣ କରିବେ ତାଙ୍କର ଅଭିଜ୍ଞତା ଏବଂ ଦକ୍ଷତା ସମ୍ପର୍କରେ ମଧ୍ୟ ଭଲ ଭାବରେ ପରୀକ୍ଷା କରନ୍ତୁ ।

ସାମ୍ପ୍ରତିକ ପରିସ୍ଥିତିରେ କେଶ

ପ୍ରତିରୋପଣ ପାଇଁ ବହୁସଂଖ୍ୟାରେ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି । କାରଣ  ଚନ୍ଦାପଣ ଲୋକଙ୍କୁ ଆଉ ଭଲ ଲାଗୁ ନଥିବାରୁ ସେମାନେ ଏଥିପ୍ରତି ବିମୁଖ I ହୋଇ କେଶ ପ୍ରତିରୋପଣ ପାଇଁ ଆଗ୍ରହ ଜନ୍ମାଉଛନ୍ତି ।

ସଂଗୃହିତ :ଡାକ୍ତର ଅକ୍ଷୟ ରାଉତ, କସମେଟିକ୍ ସର୍ଜନ ଓଡିଶା କସମେଟିକ ସର୍ଜରୀ

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top