অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କିଶୋରୀଙ୍କ ଶାରୀରିକ ବିକାଶ

ଓଜନ ଓ ଇଚ୍ଚତାରେ ବୃଦ୍ଧି

କୌଶୋରାବସ୍ଥାରେ ଓଜନ ଓ ଉଚ୍ଚତା ବୃଦ୍ଧି ପାଇବା ସ୍ଵାଭାବିକ । ଯୌବନ କୌଶୋରୀ ଶରୀର ଓଜନ ଶତକଡା ୬୦ ଭାଗ ବୃଦ୍ଧି ପାଏ । ସେମାନଙ୍କ ଶରୀର ପ୍ରାୟତଃ ୫.୫ – ୧୦.୫ କିଲୋଗ୍ରାମ ବୃଦ୍ଧି ପାଏ ।

ମୁହଁ ତେଲିଆ ହୋଇଥାଏ ଓ ବ୍ରଣ ହୋଇଥାଏ

ମୁହଁରେ ବ୍ରଣ ହୋଇପାରେ । ପ୍ରତ୍ୟେକ ଦିନ ସାବୁନରେ ମୁହଁ ଢୋଇବା କୌଶୋରୀଙ୍କୁ ଲାଭ ଦାୟକ । ବ୍ରଣ ପାଇଁ ବାହାରେ ମିଳୁଥିବା ପ୍ରସାଧନ ସାମଗ୍ରୀ ବ୍ୟବହାର କାରଣ ଏହା ଦ୍ଵାରା ପରିସ୍ଥିତି ଆହୁରି ଜଟିଳ ହୋଇପାରେ ଏବଂ ମୁହଁରେ ଦାଗ ପଡେ ।

ସ୍ତନର ଆକାର ବୃଦ୍ଧିପାଏ ।

  • କିଶୋରୀର ଦୁଇଟି ସ୍ତନର ଆକାର ପ୍ରାରମ୍ଭରେ ଭିନ୍ନ ହୋଇପାରେ କିନ୍ତୁ ଏଥିରେ ସମାନତା ଆସିଯାଏ ।
  • କିଶୋରୀ ମାନଙ୍କ ମଧ୍ୟରେ ସ୍ତନର ଆକାର ଭିନ୍ନ ହେବା ସ୍ଵାଭାବିକ ଅଟେ ।
  • ମାସିକ ଋତୁସ୍ରାବ ପୂର୍ବରୁ ବା ପରେ ସ୍ତନରେ ପୀଡା ହୋଇପାରେ ।

କାଖ ସନ୍ଧିରେ ଓ ଯୌନାଙ୍ଗରେ ଲୋମଉଠେ । ଶରୀରର ଗୋଲାଇରେ ଅର୍ଥାତ ପିଚା, ଛାତି ଓ ବାହୁର ବୃଦ୍ଧି ପଟେ ।

  • ଭିନ୍ନ କିଶୋରୀ ମାନଙ୍କ ମଧ୍ୟରେ ଲୋମ ଉଠିବାର ମାତ୍ରାରେ ଭିନ୍ନତା ହୋଇଥାଏ ।
  • ଶରୀରର ପ୍ରାୟ ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗରେ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନ ଘଟିବା ସ୍ଵାଭାବିକ ଅଟେ ।
  • କିଶୋରୀ ମାନଙ୍କର ଶାରୀରିକ ଗଠନ କିଶୋର ମାନଙ୍କଠୁ ଭିନ୍ନ ହୋଇଥାଏ ।

ଯୌନାଙ୍ଗର ବାହ୍ୟ ଅଂଶ ବୃଦ୍ଧିପାଏ ଓ ମାସିକ ଋତୁସ୍ରାବ ଆରମ୍ଭ ହୁଏ । କିଶୋରୀର ପ୍ରଜନନ କ୍ଷମତା ସୃଷ୍ଟି ହୁଏ ।

ଶରୀର ମଧ୍ୟରେ ଥିବା ଜରାୟୁ ଓ ଗର୍ଭାଶୟର ବୃଦ୍ଧି ଘଟେ ଓ ଶରୀରରେ ବିକାଶ ହୁଏ ଯାହା କିଶୋରୀଶରୀରକୁ ଶିଶୁଟିଏ ଗରଭାରେ ଧାରଣ କରିବା ପାଇଁ ରଖେ ।

ଆଧାର - UNICEF

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate