অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ

କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ

ବ୍ଲଡ ଗ୍ରୁପ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଶରୀରରେ ଏବେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି । ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି । କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ତା ଛଡା ଶୀତ ଋତୁ ହୋଇଥିବାରୁ ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । କାରଣ ଅଧିକ ଥଣ୍ଡା ତାପମାତ୍ରାରେ ହାର୍ଟ ଆଟାକ ହେବାର ସମ୍ଭାବନା ଅଧିକ ଦେଖା ଯାଇଥାଏ ।ଏହାଛଡା ଅଧିକ ସମୟ ବାହାରେ କାଟୁଥିବା ଲୋକମାନେ ଶୀତଦିନେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ଏକ ଗବେଷଣା ଅନୁଯାୟୀ, ବ୍ଲଡ ଗ୍ରୁପରୁ ମଧ୍ୟ ହାର୍ଟ ଆଟାକ ବିଷୟରେ ଜଣା ପଡିଥାଏ । ଏପରିକି କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ତାହା ଏହି ଗବେଷଣାରୁ ଜଣାପଡିଛି ।

‘O’ ବ୍ଲଡ ଗ୍ରୁପ

ବ୍ଲଡ ଗ୍ରୁପ ଭିତରେ ‘O’ ପଜିଟିଭିକୁ ସବୁଠାରୁ ମୂଲ୍ୟବାନ ଶ୍ରେଣୀର ରକ୍ତ ବୋଲି କୁହାଯାଏ । ଏହି ଗ୍ରୁପର ରକ୍ତ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । କାରଣ ପ୍ରତ୍ୟେକ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ‘O’ ପଜିଟିଭ ବ୍ଲଡ ଗ୍ରୁପର ବ୍ୟକ୍ତି ରକ୍ତ ଦେଇପାରିବେ । ଏହାଛଡା ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ବିଶେଷ୍ୱତ ହେଉଛି ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ କମ ଦେଖାଯାଇଥାଏ । ହାର୍ଟ ସମ୍ବନ୍ଧୀୟ ରୋଗ ଉପରେ ଏହି ବ୍ଲଡ ଗ୍ରୁପ ଅଧିକ ଭାରି ପଡିଥାଏ ।

ନେଦରଲାଣ୍ଡର ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ମେଡିକାଲ ସେଣ୍ଟରର ଛାତ୍ର ତିସା କୋଲେଙ୍କ କହିବା ଅନୁଯାୟୀ, ହାର୍ଟ ଆଟାକର ସମ୍ଭାବନା ସବୁଠାରୁ ଅଧିକ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ । କାରଣ ଏ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଶୀରରରେ ଅଧିକ ପରିମାଣର  କୋଲେଷ୍ଟ୍ରଲ ରହିଥାଏ । ଯାହା ଦ୍ୱାରା ଏହି ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ । ଗବେଷକଙ୍କ ଅନୁଯାୟୀ, ‘O’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ଛାଡି ଅନ୍ୟ ବ୍ଲଡ ଗ୍ରୁପରେ ଅଧିକ ପରିମାଣର ଗ୍ଲେକୋଟିନ-୩ ରହିଥାଏ । ଯାହା ଶରୀରକୁ ଫୁଲାଇବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ । କେବଳ ‘A’ ଗ୍ରୁପ ନୁହେଁ ‘B’ ଓ ‘AB’ ଶ୍ରେଣୀର ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ । ଏହି ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ସମ୍ଭାବନା ୯ ପ୍ରତିଶତ ଅଧିକ ରହିଥାଏ ।

ହୃଦଘାତର କାରଣ :

  • ଆଧୁନିକ ଖାଦ୍ୟପେୟ ଓ ଦୂଷିତ ପରିବେଶ
  • ଉଚ୍ଚ ରକ୍ତଚାପ
  • ଅଧିକ ଚିନ୍ତା
  • ଅଧିକ ସମୟ ଶୋଇ ରହିବା
  • ମୋଟାପଣ
  • ଧୂମ୍ରପାନ ଓ ଅଧିକ ମଦ ପିଇବା ଯୋଗୁଁ

ଆଧାର : କନକ ନ୍ୟୁଜ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate