ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କେତେ ପାଣି ପିଇବା
ସେଆର କରନ୍ତୁ

କେତେ ପାଣି ପିଇବା

ଦିନକୁ ପାଖାପାଖି ତିନି ଲିଟର ପାଣି ପିଇଲେ ଜେନ ବ୍ୟକ୍ତି ବୟସ ପ୍ରକୃତ ବୟସ ଠାରୁ ୧୦ ବର୍ଷ କମ୍ ଥିଲା ପରି ଲାଗେ ।

ଉପକ୍ରମ

ସତେଜ ଦେଖାଯିବା ପାଇଁ ଯଥେଷ୍ଟ ପାଣି ପିଇବା ଆବଶ୍ୟକ । ଦିନକୁ ପାଖାପାଖି ତିନି ଲିଟର ପାଣି ପିଇଲେ ଜେନ ବ୍ୟକ୍ତି ବୟସ ପ୍ରକୃତ ବୟସ ଠାରୁ ୧୦ ବର୍ଷ କମ୍ ଥିଲା ପରି ଲାଗେ ।

ପୁରୁଣା ଧାରଣା ଅନୁସାରେ, ଦିନକୁ ୮-୧୦ ଗ୍ଳାସ ପାଣି ପିଇବା ଉଚିତ୍ । ପ୍ରକୃତରେ ଆମ ଶାରୀର ପାଇଁକେତେ ପାଣି ଆବଶ୍ୟକଏ ବିଷୟରେ ଗବେଷଣା ଲବଧ ତଥ୍ୟ କିଛି ନାହିଁ । ଶରୀରର ଜଳ ଆବଶ୍ୟକତା ବ୍ୟକ୍ତିର ବୟସ, ଗଠନ ଓ ସେଠାକାର ଜଳବାୟୁ ଉପରେ ନିର୍ଭର କରେ । ଜଣେ ମହିଲ କଳାକାର ଦିନକୁ ତିନି ଲିଟର ପାଣି ପିଇ ଯଦି ତାଙ୍କର ବୟସ କମ୍ କରିପାରନ୍ତି, ତା’ର ଅର୍ଥ ନୁହେଁ ଯେ, ତାହା ସବୁ ଶ୍ରେଣୀର ଓ ବଯସର ଲୋକଙ୍କ ପାଇଁ ପ୍ରଯୁଜ୍ୟ ।

ବୃକକ୍ ବିଶେଷଜ୍ଞଙ୍କ ମତରେ ଜଣେ ବ୍ୟକ୍ତି ପାଇଁ ନିର୍ଦ୍ଧିଷ୍ଟ ପରିମାଣର ପାଣି ପିଇବା ପାଇଁ ନିୟମ ନାହିଁ । ସେ କେତେ ପାଣି ପିଇବ, ତାହା ତା’ର ବୟସ କାର୍ଯ୍ୟ, ଜଳବାଯୁ ଓ ଶରୀରର ଗଠନ ଉପରେ ନିର୍ଭୟ କରେ । ସାଧାରଣ ପ୍ରତିଷ୍ଠିତ ପଦ୍ଧତି ହେଲା, ୧-୨ ଘଣ୍ଟାରେ ୧୨୫-୫୦୦ ଏମେଲ ପାଣି ପିଇବା ଉଚିତ୍ । ଯେପରି ମୂତ୍ରର ରଙ୍ଗ ହଳଦିଆ ଦେଖା ନଯାଏ । ଏକ ସଙ୍ଗେ ବହୁତ ପରିମାଣର ପାଣି ପିଇବାକୁ ବିଶେଷଜ୍ଞ ବାରଣ କରନ୍ତି । କେବଳ ପାଣି ପିଇଲେ ଉଦ୍ୟଶ୍ୟ ସାଧିତ ହୋଇ ନଥାଏ, ତାହା ଶରୀରରେ ଠିକ୍ ଭାବେ ଅବଶ୍ୟଷିତ ହେବାର ମଧ୍ୟ ଆବଶ୍ୟକକଟା ରହିଛି । ଶରୀରର ଅଧିକାଂଶ କୋଷିକା ଜଳ ଗ୍ରହଣ କରିବା ସମୟରେ ଫୁଲିଯାନ୍ତି କିନ୍ତୁ ମସ୍କିଷ୍କ କୋଷିକାରେ ସେପରି ଘଟି ନଥାଏ । ବେସୀ ପରିମାଣର ଜଳ ସେଗୁଡିକର କାର୍ଯ୍ୟ କ୍ଷମତାକୁ କାମ କରିଦିଏ । ଫଳରେ ନିଶଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭୂତ ହୋଇ ଲୋକ କୋମା ଅବସ୍ଥା ପ୍ରାପ୍ତ ହୁଏ । ଶେଷରେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ ।

ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଜଳର ଆବଶ୍ୟକତା ଓ ଶୋଷ ମଧ୍ୟରେ ଭାରସାମ୍ୟ ରହେ ନାହିଁ । ଜଣେ ବୟସ୍କ ବ୍ୟକ୍ତି ଯେତେ କମ୍ ପାଣି ପିଆନ୍ତି ତାଙ୍କୁ ଶୋଷ ସେତେ କମ୍ ଅନୁଭୂତ ହୋଇଥାଏ । ଫଳରେ ଶରୀରରେ ଜଳ ଶୁଷ୍କତାର ଆଶଙ୍କା ରହେ ଓ ବିଭିନ୍ନ ଜଟିଳତା ଦେଖାଯାଏ । ସାଧାରଣତଃ ବରିଷ୍ଠ ନାଗରିକମାନେ କୋଷ୍ଠକାଠିନ୍ୟରୁ ରକ୍ଷା ପାଇବା ପାଇଁ ତନ୍ତୁଯୁକ୍ତ ଖାଦ୍ୟ ଖାଇଥାନ୍ତି । ଏହା ମଧ୍ୟ ଜଳର ଆବଶ୍ୟକତା ବୃଦ୍ଧି କରିଥାଏ । ମୂତ୍ର ବର୍ଦ୍ଧକ ଔଷଧ ସେବନ କରୁଥିଲେ, ଶରୀରରେ ଜଳ ଅଧିକ ଆବଶ୍ୟକ ପଡିଥାଏ ।

ନାତିଶୀତୋଷ୍ପ ଜଳବାୟୁ ଅଞ୍ଚଳରେ ଯେଉଁମାନେ ଘରେ ଥାନ୍ତି, ସେମାନେ ୧.୫ ଲିଟର ଜଳ ପିଇବା ଉଚିତ୍ । ଶରୀରର ଦୁଇ ତୃତୀୟାଂଶ ଜଳ କୋଷିକାରେ ରହିଥିବାବେଳେ ଅବଶିଷ୍ଟ ଜଳ କୋଷିକ- କୋଷିକ ମଧ୍ୟରେ ଥିବା ସ୍ଥାନରେ ଓ ରକ୍ତରେ ରହିଥାଏ । ଯେଉଁ ବ୍ୟକ୍ତି ଶରୀରର ବେସୀ ପେଶୀ ଥାଏ, ତାଙ୍କ ଠାରେ ଅଧିକ ଜଳ ରହିଥାଏ । ପୁନଶ୍ଚ ଯେଉଁ ଶରୀରରେ ଯେତେ ସ୍ନେହସାର ଥାଏ, ସେଥିରେ ସେତେ କମ୍ ଜଳ ଥାଏ । ଦେହର ବିଭିନ୍ନ ଅଙ୍ଗ ଜଳ ପାଇସାରିବା ପରେ ତାହା ଶେଷରେ ଚର୍ମକୁ ଆସିଥାଏ । ଯେଉଁ ବ୍ୟକ୍ତିଙ୍କର ଚର୍ମ ଶୁଖିଲା ଥାଏ, ସେମାନେ ଦିନକୁ ୮-୧୦ ଗ୍ଳାସ ପାଣି ପିଇବା ଆବଶ୍ୟକ । ଅଧିକ ପାଣି ପିଇଲେ ଚର୍ମ ଉଜ୍ଜ୍ଵଳ ଦେଖାଯାଏ; ସତ କିନ୍ତୁ ଏହି ପରିବର୍ତ୍ତନ ରାତାରାତି ହୋଇ ନଥାଏ ।

ଶରୀରକୁ ଜଳଯୋଜିତ କରିବା ପାଇଁ କେତେକ ପରାମର୍ଶ

  1. କାମ କରିବା ସମୟରେ ମଝିରେ ପାଣି ପିଇବା ଉଚିତ୍ ।
  2. ଶୀଘ୍ର ପରିସ୍ରା ଲାଗୁଥିଲେ ଶରୀରରେ ଜଳପରିମାଣ ବେଶି ଥାଇପାରେ ।
  3. ଦିନକୁ କେତେ ପାଣି ପିଉଛନ୍ତି, ତାହାର ହିସାବ ରଖିବା ଆବଶ୍ୟକ ।
  4. ବାରମ୍ବାର ପରିସ୍ରା ଲାଗୁଥିଲେ, ତାହା ମଧୁମେହର କାରଣ ହୋଇପାରେ ।
  5. ଶାରୀରିକ ଶ୍ରମ ବା ବ୍ୟାୟାମ କରୁଥିବା ସମୟରେ ଅଧିକ ଜଳର ଆବଶ୍ୟକତା ଥାଏ ।
  6. ୨୦- ୩୫ ବର୍ଷ ବୟସର ବ୍ୟକ୍ତିଙ୍କ ପାଇଁ ଦିନକୁ ତିନିଲିଟର ଜଳ ପିଇବାକୁ ଆଦର୍ଶ ଭାବେ ଗ୍ରହଣ କରାଯାଏ ।
  7. ବରିଷ୍ଠ ନାଗାରିକମାନେ ଦିନରେ ୨-୨.୫ ଲିଟର ପାଣି ପିଇବା ଉଚିତ୍ ।
  8. ବୃକକ ପଥର ରୋଗୀ ଦିନକୁ ତିନି ଲିଟରରୁ ଅଧିକ ଜଳ କରିବା ଆବଶ୍ୟକ ।

ଆଧାର

ସମାଜ

2.88461538462
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top