ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କେତେ ପିଇବେ ପାଣି
ସେଆର କରନ୍ତୁ

କେତେ ପିଇବେ ପାଣି

କେତେ ପିଇବେ ପାଣି ର ସୂଚନା

ଶରୀରରେ ଜଳୀୟ ଅଂଶ ଅଭାବ

ଖରାଦିନେ ଶରୀରରେ ପାଣି ଅଭାବ ଯୋଗୁ ଡିହାଇଡ୍ରେସନ ହୋଇଥାଏ  । ଏହି କାରଣରୁ ଶରୀରରେ ବିଷାକ୍ତ ତତ୍ତ୍ଵ ବୃଦ୍ଧି ପାଏ  । ଏଥିରୁ ମୁକ୍ତି ପାଇବା ଲାଗି ଦିନକୁ ଅତି କମ୍ ରେ 8 ଗ୍ଲାସ ପାଣି ପିଇବା ଜରୁରୀ   ।

ଖରାଦିନେ ଶରୀରରେ ଜଳୀୟ ଅଂଶ ଅଭାବ ହେବା ଏକ ସାଧାରଣ ସମସ୍ୟା  । ତେବେ ଶରୀର ପାଇଁ ପାଣି ଖୁବ୍ ଗୁରୁତ୍ୱପୂର୍ଣ୍ଣ  । ଶରୀରର ୭୦ପ୍ରତିଶତପାଣି ରହିଥିବାରୁ ଏହା ଅଭାବ ହେଲେ ବିଷାକ୍ତ ତତ୍ତ୍ଵ ସହଜରେ ବାହାରି ପାରେନାହିଁ  । ଏହା ବ୍ୟତୀତ ଆବଶ୍ୟକ ହେଉଥିବା ଅମ୍ଳଜାନ ସମ୍ପୂର୍ଣ୍ଣ ରୂପେ ବାୟୁରୁ ମିଳିପାରି ନଥାଏ  । ତେଣୁ କେତେକ ଅଙ୍ଗକୁ ଅମ୍ଳଜାନ ଯୋଗାଇବାରେ ମଧ୍ୟ ପାଣିରୁ ଭୂମିକା ରହିଛି  । ପ୍ରତି ଋତୁରେ ଶରୀର ପାଇଁ ପର୍ଯ୍ୟାପ୍ତ ପାଣି ଆବଶ୍ୟକ ହେଉଥିଲେ ବି ଖରାଦିନେ ଟିକେ ଅଧିକ ଦରକାର ହୋଇଥାଏ  । କାରଣ, ଖରାଦିନେ ଶରୀରର ତାପମାତ୍ରା ନିୟନ୍ତ୍ରିତ କରିବା ଲାଗି ମାତ୍ରାଧିକ ପାଣି ଝାଳ ଆକାରରେ ଶରୀରରୁ ବାହାରିଯାଏ  । ପାଣି ଅଭାବ ହେଲେ କିଡନୀ ରୋଗ ସୃଷ୍ଟି ହେବାର ଆଶଙ୍କା ତ ରହିଛି, ତେବେ ସବୁଠାରୁ ସାଧାରଣ କିନ୍ତୁ ସାଂଘାତିକ ସମସ୍ୟା ହେଉଛି ଡିହାଇଡ୍ରେସନ୍  । ଏହା ବାଦ୍  ପାଣି ଅଭାବ ହେଲେ ଶରୀରରେ ଚର୍ବି ଓ ବିଷାକ୍ତ ତତ୍ତ୍ଵ ବଢେ, ହଜମ କ୍ରିୟା ଦୁର୍ବଳ ହୁଏ  ଅଙ୍ଗଗୁଡିକ ଠିକ୍ ଭାବେ କାମ କରିପାରେନାହିଁ  । ଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ହୁଏ  । ଏପରିକି ନିୟମିତ ବ୍ୟାୟାମ କରୁଥିବା ଲୋକଙ୍କ ଠାରେ ପାଣି ଅଭାବ ହେବା ଅଧିକ କ୍ଷତିକାରକ ହୋଇପାରେ  । ଜ୍ଵର, ବାନ୍ତି, ବ୍ଲାଡର ସଂକ୍ରମଣ, ଷ୍ଟୋନ୍ ଆଦି ହେଲେ ଶରୀରରେ ପାଣି ଅଭାବ ଦେଖାଯାଏ  ।

ଶୋଷ ଲାଗୁ କି ନଲାଗୁ

ଶୋଷ ଲାଗୁ କି ନଲାଗୁ - ଅନେକ ସମୟରେ ଲୋକେ ଶୋଷ ଲାଗିଲେ ହିଁ ପାଣି ପିଇଥାନ୍ତି  । କିନ୍ତୁ ଶୋଷ ହେଉ କି ନହେଉ ଦିନକୁ ଆଠ ଗ୍ଲାସ ପାଣି ଯେମିତି ହେଲେ ପିଇବା ଉଚିତ  । ଏହା ଡିହାଇଡ୍ରେସନ୍ ରୁ ସୁରକ୍ଷା ଦେବ  । ଅନେକ ପାଣି ବଦଳରେ ମୃଦୁପାନୀୟ କଫି, ସୋଡା ଆଦି ପିଇଥାନ୍ତି । ହେଲେ, ଏହା ତରଳ ପଦାର୍ଥ ହୋଇଥିଲେ ସୁଦ୍ଧା ସ୍ୱାସ୍ଥ୍ୟ  ଦୃଷ୍ଟିରୁ କ୍ଷତିକାରକ ଏବଂ ଏହାକୁ ପିଇଲେ ମଧ୍ୟ ଡିହାଇଡ୍ରେସନ୍ ହୋଇଥାଏ  ।

ଖାଇବାର ଅଧଘଣ୍ଟା ପୂର୍ବରୁ ନଚେତ ଘଣ୍ଟାକ ପରେ ପାଣି ପିଇବା ଜରୁରୀ  । ଖରାରେ ବାହାରୁ ଆସିଲେ ସଙ୍ଗେସଙ୍ଗେ ପାଣି ନପିଇ କିଛି ସମୟ ପରେ ସାଧାରଣ ପାଣି ପିଅନ୍ତୁ  । ଛାତି ଜଳାପୋଡା କିମ୍ବା କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ପାଣିରେ ଚାମଚେ ଲେମ୍ବୁରସ ମିଶାଇ ପିଇପାରିବେ  । ଖାଇବା ଅଧାରେ ପାଣି ପିଇଲେ ହଜମ କ୍ରିୟାରେ ସମସ୍ୟା ହୋଇଥାଏ  । ସକାଳୁ ଉଠି ପାଣି ପିଇବା ଖୁବ୍ ଲାଭଦାୟକ  । ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇଲେ ଅନ୍ତନଳୀ କର୍କଟ, ବ୍ଲାଡର କର୍କଟ, ସ୍ତନ କର୍କଟ ଆଦି ଜଟିଳ ରୋଗରୁ ସୁରକ୍ଷିତ ରହିବା ସମ୍ଭବ  ।

ଡିହାଇଡ୍ରେସନ୍ ହେଲେ

ଡିହାଇଡ୍ରେସନ୍ ହେଲେ - ଏପରି କ୍ଷେତ୍ରରେ ବାନ୍ତି ଲାଗିବା ସହ ହୋଇଯାଏ, ଜିଭ ଶୁଖିଯାଏ, ଠିକ୍ ଭାବେ ଶ୍ଵାସକ୍ରିୟା ହୋଇପାରେନି, ଚିଡିଚିଡା ଲାଗେ  । ଏପରି ଅନୁଭବ ହେଲେ ତୁରନ୍ତ ପାଣିରେ ଅଳ୍ପ ଲୁଣ ଏବଂ ଚିନି ମିଶାଇ ପିଇଦିଅନ୍ତୁ  । ଘୋଳଦହିରେ ଲୁଣ ମିଶାଇ ପିଇବା ମଧ୍ୟ ଆରାମ ଦିଏ  । ପଇଡ ପାଣି ଆଉ ଏକ ଭଲ ବିକଳ୍ପ

ଖାଇଲେ ମିଳିବ ପାଣି

ଖାଇଲେ ମିଳିବ ପାଣି – ଶରୀରକୁ ୨୦ପ୍ରତିଶତ ପାଣି ଖାଦ୍ୟରୁ ମିଳିଥାଏ  । ଏପରି କେତେକ ଫଳ ଏବଂ ପରିବା ରହିଛି ଯାହାକୁ ଖାଇଲେ ଶରୀରରେ ପାଣି ଅଭାବ ରହେନାହିଁ ଏବଂ ଅନ୍ୟ ଆବଶ୍ୟକ ଭିଟାମିନ୍ ମଧ୍ୟ ମିଳେ  । ହାତପାଆନ୍ତାରେ ଥିବା ଏପରି ୫ଟି ଖାଦ୍ୟ ସମ୍ପର୍କରେ ଜାଣନ୍ତୁ – କାକୁଡି ଏବେ ପ୍ରତି ଋତୁରେ ମିଳୁଛି  । ଏଥିରେ ପ୍ରାୟ ୯୬.୭% ପାଣି ଅଂଶ ରହୁଥିବାରୁ ଏହାକୁ ଖାଇଲେ ଡିହାଇଡ୍ରେସନ୍ ହୁଏନାହିଁ  । ପୁଣି ଆବଶ୍ୟକ ଭିଟାମିନ୍ ଏବଂ ମିନେରାଲସ ଶରୀରକୁ ପୁଷ୍ଟି ପ୍ରଦାନ କରେ  ।

ଖଟାମିଠା ସ୍ଵାଦ ଥିବା କରମଙ୍ଗାରେ ସ୍ଵାଦ ଥିବା କରମଙ୍ଗାରେ ମଧ୍ୟ ୯୧.୬% ପାଣି ରହିଛି  । ଏଥିରୁ ଅନ୍ୟ ପୋଷକ ତତ୍ତ୍ଵ ସହିତ ଭିଟାମିନ୍ ସି’ ପର୍ଯ୍ୟନ୍ତ ମିଳିଥାଏ  ।

ଟମାଟୋରେ ମଧ୍ୟ ୯୪.୩% ଜଳୀୟ ଅଂଶ ଅଛି  । ଭିଟାମିନ ସି’ ଏବଂ ଆଇରନ୍ ଏଥିରେ ଥିବାରୁ ଏହାକୁ ଖାଇଲେ ରୋଗପ୍ରତିରୋଧକ କ୍ଷମତା ବଢେ  । ଏହା ବ୍ୟତୀତ ଏକାଧିକ  ଆଣ୍ଟିଅକ୍ସିଡାଣ୍ଟସ  ଟମାଟୋରେ ଅଛି ଯାହା କ୍ୟାନ୍ ସର ପରି ଗୁରୁତର ସମସ୍ୟାରୁ ସୁରକ୍ଷା ଦିଏ  ।

ତରଭୁଜ ଖରାଦିନେ ଉପଲବ୍ଧ ହେଉଥିବା ବେଳେ ଏଥିରେ ୯୨% ପାଣି ରହିଛି  । ପୁଣି ଏହି ସ୍ଵାଦିଷ୍ଟ ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗପ୍ରତିରୋଧକ ବ୍ୟବସ୍ଥା ସୁସ୍ଥ ରଖେ  ।

ଅଙ୍ଗୁରରେ ମଧ୍ୟ ୯୧.୬% ପାଣି ରହିଛି  । ଏହାକୁ ଖାଇଲେ ଶୋଷ ମେଣ୍ଟିବା ସହିତ ଶରୀର ଆବଶ୍ୟକ ପୁଷ୍ଟିକର ତତ୍ତ୍ଵ ପାଇଥାଏ  । ଅଙ୍ଗୁରରେ ଗ୍ଲୁକୋଜ ମ୍ୟାଗ୍ନେସିୟମ ଏବଂ ସାଇଟ୍ରିକ ଏସିଡ ମିଳେ  । ପ୍ରଚୁର କ୍ୟାଲୋରୀ ଓ ତନ୍ତୁ ରହିଥିବାରୁ ଏହା ଡାଇବେଟିସ ରୋଗୀମାନଙ୍କ ପାଇଁ ଉପକାରୀ  ।

ଆଧାର – ସ୍ୱାସ୍ଥ୍ୟ ବ୍ୟୁରୋ

2.91304347826
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top