অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କ୍ଷତରୁ ରକ୍ଷା ପାଇଁ ସାବଧାନତା

କ୍ଷତରୁ ରକ୍ଷା ପାଇଁ ସାବଧାନତା

ଉପକ୍ରମ

ପ୍ରତି ବର୍ଷ ଶହ ଶହ ଶିଶୁ କ୍ଷତାକ୍ତ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାଛଡା ହଜାର ହଜାର ଶିଶୁ ସାଂଘାତିକ ଭାବରେ କ୍ଷତାକ୍ତ ହୋଇଯାଆନ୍ତି । ବିଭିନ୍ନ ପ୍ରକାର କ୍ଷତର କାରଣରୁ ଶିଶୁ ସବୁଦିନ ପାଇଁ ଅକ୍ଷମ ହୋଇଯାଆନ୍ତି ଏବଂ ଏଥି ପାଇଁ ସେମାନଙ୍କ ମସ୍ତିଷ୍କକୁ କ୍ଷତି ପହଞ୍ଚିଥାଏ ।

କ୍ଷତାକ୍ତ ହେବା ହେଉଛି କମ୍ ବୟସର ଶିଶୁଙ୍କର ମୃତ୍ୟୁ ଓ ଅକ୍ଷମତାର ଏକ ମୁଖ୍ୟ କାରଣ । ପଡିଯିବା, ଜଳିଯିବା, ବୁଡିଯିବା କିମ୍ବା ଦୁର୍ଘଟଣାରୁ ଅଧିକାଂଶ କ୍ଷତ ହୋଇଥାଏ । ଏ ଭିତରୁ ଅଧିକାଂଶ କ୍ଷତ ଘର ଭିତରେ କିମ୍ବା ପାଖାପାଖି ସ୍ଥାନରେ ହୋଇଥାଏ । ପ୍ରାୟତଃ ଏ ସବୁଠାରୁ ଶିଶୁକୁ ସୁରକ୍ଷା ଦିଆଯାଇପାରିବ । ଯଦି ବାପା ମାଆଙ୍କୁ ଜଣାଥିବା, ଯେ କ୍ଷତ ହେଲେ କଣ କରାଯିବା ଉଚିତ୍ ତେବେ ଏଥିରୁ କ୍ଷତର ପ୍ରଭାବ କମ୍ କରାଯାଇପାରିବ ।

ମୁଖ୍ୟ ସୂଚନା

  • ଯଦି ପିତାମାତା ବା ଯତ୍ନ ନେଉଥିବା ବ୍ୟକ୍ତି ଛୋଟ ପିଲା ଉପରେ ଅତି ସାବଧାନତାର ସହ ନଜର ରଖିବେ ଏବଂ ତାଙ୍କର ଚତୁଃପାର୍ଶ୍ଵର ଅବସ୍ଥାକୁ ସୁରକ୍ଷିତ ରଖିବେ, ତେବେ ଶିଶୁକୁ ସାଂଘାତିକ କ୍ଷତରୁ ବଞ୍ଚାଯାଇପାରିବା ।
  • ଶିଶୁଙ୍କୁ ନିଆଁ, ଖାଦ୍ୟ ରନ୍ଧା ଯାଉଥିବା ଷ୍ଟୋଭ, ଲଣ୍ଠଣ, ଡିଆସିଲି କିମ୍ବା ବିଦ୍ୟୁତ ଉପକରଣ ଠାରୁ ଦୂରେଇ ରଖିବା ଉଚିତ୍ ।
  • ଛୋଟ ଶିଶୁକୁ ଉଚ୍ଚ ସ୍ଥାନ ଉପରେ ଚଢିବାକୁ ଭଲ ଲାଗେ । ତେଣୁ ସିଡି ଛାତ, ଝରକା ଏବଂ ପିଲାଙ୍କ ଖେଳିବା ସ୍ଥାନକୁ ସୁରକ୍ଷିତ ରଖିବା ଉଚିତ୍, ଯେମିତି କି ସେ ପଡି ନଯିବ
  • ଛୁରୀ, କଇଁଚି ବା ଧାର ଥିବା ଜିନିଷ କିମ୍ବା ଭଙ୍ଗା କାଚ ଗଭୀର କ୍ଷତ ପହଞ୍ଚାଇ ଥାଏ । ଏସବୁ ଜିନିଷକୁ ଶିଶୁ ଠାରୁ ଦୂରରେ ରଖିବା ଦରକାର, ଯାହାଫଳରେ କି ସେମାନେ ଏଗୁଡ଼ିକୁ ଗିଳି ପାରିବେ ନାହିଁ ।
  • ବିଷ ଔଷଧ, ଏସିଡ୍ ଏବଂ କିରୋସିନୀ ଯେମିତିକି ତରଳ ଇନ୍ଧନ, କେବେ ବି ପିଉଥିବା ପାଣି ବୋତଲରେ ରଖିବା ନାହିଁ । ଏହିସବୁ ତରଳପଦାର୍ଥକୁ ଡବାରେ ଚିହ୍ନ ଦେଇ ଶିଶୁଙ୍କ ନଜର ଠାରୁ ଦୂରରେ ରଖିବା ଦରକାର ।
  • ପିଲାମାନେ ଅଳ୍ପ ପାଣିରେ ଅଳ୍ପ ସମୟ ମଧ୍ୟରେ ବୁଡିଯାଇପାରନ୍ତି । ସେମାନଙ୍କୁ ପାଣି ଭିତରେ କିମ୍ବା ପାଣି ପାଖରେ ଏକୁଟିଆ ଛାଡିବା ଉଚିତ୍ ନୁହେଁ ।
  • ସାଧାରଣତଃ ପାଞ୍ଚ ବର୍ଷରୁ ଛୋଟ ପିଲାଙ୍କୁ ରାସ୍ତାରେ କ୍ଷତ ହେବାରେ ଅଧିକ ସମ୍ଭାବନା ଥାଏ । ତାଙ୍କ ସହିତ ସର୍ବଦା ବଡ ଲୋକ ରହିବା ଦରକାର । ସେମାନେ ଯେତେବେଳେ ଚାଲିବା ଶିଖିବା ଆରମ୍ଭ କରିବେ, ସେମାନଙ୍କୁ ରାସ୍ତାରେ ସାବଧାନରେ ଚାଲିବା ଶିଖାଇବା ଦରକାର ।

ସମସ୍ତେ ଜାଣିବା ଦରକାର

  • ଯଦି ପିଲାମାନେ ବିଷ ପିଇ ଦେଇଥାନ୍ତି ତେବେ ତାଙ୍କୁ ବାନ୍ତି କରାଇବା ନାହିଁ । ଏଥି ଯୋଗୁଁ ଶିଶୁ ଆହୁରି ଅସୁସ୍ଥା ହୋଇଥାଏ ।
  • ଶିଶୁକୁ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନା ନେଇଯିବ, ଯଦି ସମ୍ଭବ ହୁଏ ତା ହେଲେ ନିଜ ସହିତ ବିଷ ବା ଔଷଧ ନମୁନା କିମ୍ବା ତାର ଡବା ମଧ୍ୟ ନେଇଯିବ । ଶିଶୁକୁ ସ୍ଥିର ରଖିବା ଯେତେଦୂର ସମ୍ଭବ ତାକୁ ଦୋହଲାଇବେ ନାହିଁ ।

ଆଧାର - ନ୍ୟାସନାଲ ହେଲଥ ମିଶନ

Last Modified : 12/20/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate