ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କ୍ଷୀର ସହ ଏହାକୁ ଖାଇବା ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ
ସେଆର କରନ୍ତୁ

କ୍ଷୀର ସହ ଏହାକୁ ଖାଇବା ଆପଣଙ୍କ ଶରୀର ପାଇଁ ହୋଇପାରେ କ୍ଷତିକାରକ

କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଜିନିଷ । କିନ୍ତୁ ଏହାକୁ କିଛି ଖାଦ୍ୟ ସହ ଖାଇବା ଦ୍ୱାରା ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

କ୍ଷୀର

ସାଧାରଣତଃ କ୍ଷୀର ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଜିନିଷ । କିନ୍ତୁ ଏହାକୁ କିଛି ଖାଦ୍ୟ ସହ ଖାଇବା ଦ୍ୱାରା ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏ । ବିଶେଷଜ୍ଞଙ୍କ କହିବାନୁସାରେ, କ୍ଷୀରକୁ କିଛି ଖାଦ୍ୟ ସହିତ ଖାଇବା ଦ୍ୱାରା ଏହା ଶରୀରରେ ପାଚକ ସମ୍ବନ୍ଧୀୟ ସମସ୍ୟା ଓ ମୋଟାପଣ ଆଦି ସୃଷ୍ଟି କରିଥାଏ ।

ଆପଣ ଜାଣିଥିବେ ଡାଲି ଜାତୀୟ ଖାଦ୍ୟ ଓ କ୍ଷୀର ଶରୀରରେ ପାଚନ ଶକ୍ତି କରାଇବାରେ ସହାୟକ ହୋଇଥାଏ । ତେଣୁ ଏହାକୁ ଏକ ସମୟରେ ଆଉ ଏକାସାଥୀରେ ଖାଇବାଦ୍ୱାରା ପେଟରେ ଗ୍ୟାସ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଏହାଛଡା ଅନେକ ଖାଦ୍ୟ ଜିନିଷ ରହିଛି ଯାହାକୁ କ୍ଷୀର ସହ ଖାଇବା ଆଦୌ ଉଚିତ ନୁହେଁ । କାରଣ ଏହା ଆପଣଙ୍କ ଦେହ ପାଇଁ ଅନେକାଂଶରେ କ୍ଷତିକାରକ ହୋଇଥାଏ ।

ଅନେକ ଖାଦ୍ୟ ରହିଛି ଯାହାକୁ କ୍ଷୀର ସହ ଖାଇବା ଆଦୌ ଉଚିତ ନୁହେଁ

ଚିପ୍ସ କିମ୍ବା ଲୁଣିଆ ଜାତୀୟ ଖାଦ୍ୟ

କ୍ଷୀର ସହ ଚିପ୍ସ କିମ୍ବା ଲୁଣିଆ ଜାତୀୟ ଖାଦ୍ୟରୁ ସର୍ବଦା ଦୂରରେ ରୁହନ୍ତୁ କାରଣ ଲୁଣ ଯୋଗୁଁ କ୍ଷୀରରେ ଥିବା ପ୍ରୋଟିନର ସଂପୂର୍ଣ୍ଣ ଫାଇଦା ମିଳିପାରି ନଥାଏ । ଏହାସହ ଏଭଳି ଖାଦ୍ୟ ଖାଇବାଦ୍ୱାରା ଆପଣଙ୍କ ଶରୀରରେ ମଧ୍ୟ ଚର୍ମ ଜନିତ ସମସ୍ୟା ବହୁ ପରିମାଣରେ ଦେଖାଦେଇଥାଏ ।

ପିଆଜ

ସାଧାରଣତଃ ଅଧିକାଂଶ ଲୋକ ସେମାନଙ୍କ ଖାଦ୍ୟରେ ପିଆଜ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ କେବେ ହେଲେ କ୍ଷୀର ସହ ଖାଆନ୍ତୁ ନାହିଁ । ଆପଣ କ୍ଷୀର ପିଇବାର ପାଖାପାଖି ଏକ ଘଂଟା ପୂର୍ବରୁ ଓ ପରେ ଖାଇପାରିବେ । କାରଣ ଏଭଳି କମ୍ବିନେସନ ଶରୀରରେ ଜଳା, ପୋଡା, କୁଣ୍ଡାଇ ହେବା, ଆଲର୍ଜି ଓ ପାଣି କନ୍ଦା ଆଦି ଚର୍ମ ରୋଗ ହୋଇଥାଏ ।

ଲଙ୍କା

ରାଗ ମସଲା ଯୁକ୍ତ ଖାଦ୍ୟ ଖାଉଥିଲେ ଏହାସହ କ୍ଷୀର କିମ୍ବା କ୍ଷୀର ଜାତୀୟ କିଛି ବି ଖାଦ୍ୟ ଜିନିଷ ଖାଇବା ଆଦୌ ଉଚିତ ନୁହେଁ ।କାରଣ ଏହାକୁ ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା, ଏସିଡିଟି ,ଗ୍ୟାସ୍ ଓ ବାନ୍ତି ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ମାଛ

ଏହା ଅତ୍ୟନ୍ତ ଗହମ ଜାତୀୟ ଖାଦ୍ୟ ଅଟେ । ଯେବେକି କ୍ଷୀର ଦେହପାଇଁ ଥଣ୍ଡା ହୋଇଥାଏ । ତେଣୁ ଏହାକୁ ଏକାସାଥୀରେ ଖାଇବାଦ୍ୱାରା ଶରୀରରେ ବିଭିନ୍ନ ସମସ୍ୟା ତଥା ଗ୍ୟାସଷ୍ଟ୍ରିକ ଏବଂ ଆଲର୍ଜି ସହ ଅନ୍ୟାନ୍ୟ ଚର୍ମ ଜନିତ ରୋଗ ଆଦି ସମସ୍ୟା ସୃଷ୍ଟି କରିଥାଏ ।

ଦହି

କ୍ଷୀର ଓ ଦହିରେ ତିଆରି ଖାଦ୍ୟକୁ କେବେହେଲେ ଏକାସାଙ୍ଗରେ ଖାଆନ୍ତୁ ନାହିଁ । କାରଣ ଏହାକୁ ଖାଇବା ଦ୍ୱାରା ଗ୍ୟାସ୍, ଆଲର୍ଜି, ବାନ୍ତି ଓ ଏସିଡିଟି ଭଳି ସମସ୍ୟା ଦେଖାଦେଇଥାଏ ।

ଲେମ୍ବୁ

ଯଦି ଆପଣ ଲେମ୍ବୁ କିମ୍ବା ଖଟା ଜାତୀୟ ଖାଦ୍ୟ ଖାଉଛନ୍ତି ତେବେ ଏହାକୁ ଖାଇବାର ପାଖାପାଖି ଏକ ଘଂଟା ଯାଏଁ କ୍ଷୀର ପିଅନ୍ତୁ ନାହିଁ ।ଏହାଦ୍ୱାରା ଏସିଡିଟି ଓ ଗ୍ୟାସ୍ ଭଳି ସମସ୍ୟା ଦେଖାଦେଇଥାଏ ।

ଆଧାର କନକ ନ୍ୟୁଜ୍

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top