ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କ୍ୟାନ୍ସରଠାରୁ ଦୂରେଇ ରହିବା ପାଇଁ କ’ଣ ଖାଇବା ଉଚିତ୍‌ ଏବଂ ଅନୁଚିତ୍‌
ସେଆର କରନ୍ତୁ

କ୍ୟାନ୍ସରଠାରୁ ଦୂରେଇ ରହିବା ପାଇଁ କ’ଣ ଖାଇବା ଉଚିତ୍‌ ଏବଂ ଅନୁଚିତ୍‌

କ୍ୟାନ୍ସରଠାରୁ ଦୂରେଇ ରହିବା ପାଇଁ କ’ଣ ଖାଇବା ଉଚିତ୍‌ ଏବଂ ଅନୁଚିତ୍‌ ର ସୂଚନା

କ୍ୟାନ୍ସରଠାରୁ ଦୂରେଇ ରହିବା ର ଉପାୟ

ବିଶ୍ୱରେ କ୍ୟାନ୍ସର ପିଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି । ତେବେ ଗବେଷଣା ଅନୁଯାୟୀ ଆମର ଅନେକ ଜୀବନଯାପନ ପ୍ରଶାଳୀ ସାଙ୍ଗକୁ ଖାଦ୍ୟପେୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଯେମିତିକି ଧୁମ୍ରପାନ, ଶୋଇବାରେ ଅନିୟମିତତା ଆଦି କିଛି ଏହାର ପ୍ରମୁଖ କାରଣ ରୂପେ ଉଭା ହୋଇଛି ।

ତେବେ ବିଭିନ୍ନ ଧରଣର କ୍ୟାନ୍ସର ଗୁଡ଼ିକ ମଧ୍ୟରୁ ପୁରୁଷ ମାନଙ୍କ ମଧ୍ୟରେ ଫୁସ୍‌ ଫୁସ୍‌, ଖାଦ୍ୟନଳୀ, ଯକୃତ, ପୁରୁସ୍ଥଗ୍ରନ୍ଥି ଆଦି ଏବଂ ମହିଳା ମାନଭ୍କ ମଧ୍ୟରେ ବ୍ରେଷ୍ଟ,ଫୁସଫୁସ୍‌, ପାକସ୍ତଳୀ, ବେକ ଜନିତ କ୍ୟାନ୍ସର ପ୍ରଭୃତି ବିଶେଷ ଭାବେ ଦେଖାଦେଇଥାଏ । ତେବେ ଗବେଷକଙ୍କ ମୁତାବକ ଖାଦ୍ୟପେୟରେ ସନ୍ତୁଳନ ରଖିବା ଦ୍ୱାରା ଏହି ରୋଗଠାରୁ 50% ଦୁରେଇ ରହି ପାରିବା ।

କ’ଣ ଖାଇବେ?

  1. ବ୍ରୋକୋଲି: ଏହା ଖାଦ୍ୟପେୟ ହିସାବରେ କ୍ୟାନ୍ସରଠାରୁ ଲଢ଼ୁଥିବା ସବୁଠାରୁ ଉପାଦେୟ ପରିବା ଅଟେ । ଏହାକୁ ନିୟମିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ ।
  2. ପେଶୁ: ଏହା ଶରୀର ପାଇଁ ବହୁ ଉପାଦେୟ । ଏହା ବ୍ରେଷ୍ଟ କ୍ୟାନ୍ସର ଠାରୁ ରକ୍ଷା କରିଥାଏ । ଏହା ସହ କୋଲେଷ୍ଟ୍ରୋଲର ମାତ୍ରା ସନ୍ତୁଳନ କରିବା, ପାଚନ କ୍ରୀୟା ତ୍ବରାନ୍ୱିତ କରିବା, ତରଳ ଝାଡ଼ା, ଗ୍ୟାଷ୍ଟିକ୍‌ ଏବଂ ଅନେକ ସମସ୍ୟାଠାରୁ ରକ୍ଷା କରିଥାଏ ।
  3. ଗ୍ରୀନ ଟି: ଗବେଷଣା ଅନୁଯାୟୀ ଗ୍ରୀନ ଟିରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସଡ଼େଣ୍ଟ ରହିଥାଏ । ଯାହା ସ୍ୱାସ୍ଥ୍ୟ ପ୍ରତି ଅତି ଗୁରୁତ୍ୱପୁର୍ଣ୍ଣ । ଶରୀର ଭିତରେ ସୃଷ୍ଟି ହେଉଥିବା କ୍ୟାନ୍ସର କୋଷ ଗୁଡ଼ିକୁ ଏହା ଶେଷ କରିଥାଏ ।
  4. ଡ଼ାଳିମ୍ବ ରସ: ଯେଉଁମାନଙ୍କ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର ପରି ସମସ୍ୟା ରହିଥାଏ, ସେମାନଙ୍କ ପାଇଁ ଡ଼ାଳିମ୍ବ ରସ ବେଶ ଉପାଦେୟ । ତେବେ ଏହା ଅନ୍ୟ କ୍ୟାନ୍ସର ଗୁଡ଼ିକୁ ରୋକିବା ପାଇଁ ସହାୟକ ହୋଇଥାଏ ।
  5. ବୁଟ: ଏହା ପ୍ରତିଦିନ ସକାଳୁ ଉଠି ଖାଆନ୍ତୁ । ଏହାକୁ ଭିଜାଇ ଅଥବା ସିଝାଇ ଆପଣ ଖାଇ ପାରିବେ।

’ଣ ନଖାଇବେ?

  1. ପୋଡ଼ା ଖାଦ୍ୟ ବର୍ଜନ: ପୋଡ଼ା ଯାଇଥିବା ଖାଦ୍ୟ ଯେପରିକି ମାଂସ ଏବଂ ପନିପରିବା ପୋଡ଼ା ଆଦିଠାରୁ ନିଜକୁ ଯଥାସମ୍ଭବ ଦୁରେଇ ରଖନ୍ତୁ ।
  2. ଥଣ୍ଡାପାନୀୟ ନପିଇବା

ଆଧାର :ଖବର ଓଡିଶା

2.97222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top