ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଖରାଦିନିଆ ଫଳ ରଖେ ସତେଜ
ସେଆର କରନ୍ତୁ

ଖରାଦିନିଆ ଫଳ ରଖେ ସତେଜ

ଖରାଦିନିଆ ଫଳ ରଖେ ସତେଜ ।

ଆମ୍ବ

ଆମ୍ବରେ ପ୍ରଚୁର ପରିମାଣରେ ଫାଇବାର, ଲୌହ, ସଲଫର, ଭିଟାମିନ୍ ଏ, ସି,ପୋଟାସିୟମ,କ୍ୟାଲସିୟମ, ଫୁସଫୁରସ୍ ଭଳି ମିନାରାଲ ରହିଛି । ଆମ୍ବରେ ରହୁଥିବା ଭିଟାମିନ୍ ଏ ଏବଂ ଫାଇବାରର ଗୁଣ ଶରୀରରେ  କୋଲେଷ୍ଟରଲର  ମାତ୍ରାକୁ କମ୍ କରିଥାଏ । ପୋଟାସିୟମ ହୃଦ୍ ସ୍ପନ୍ଦନ ଓ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।

ଲିଚୁ

ଲିଚୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍, ସାଇଟ୍ରିକ୍ ଏସିଡ, ଫସଫରସ୍ ଏବଂ ଲୌହ ରହିଛି । ଏଥିରେ ଥିବାପୋଷକ ତତ୍ତ୍ଵ ଏବଂ ଭିଟାମିନ୍ ହାଡକୁ ମଜଭୁତ କରିବା ସହ ଶରୀରକୁ କ୍ୟାନସର, ହୃଦ୍ ରୋଗ ଭଳି ବିଭିନ୍ନ ରୋଗରୁ ରକ୍ଷା କରେ । ଏହା ତ୍ଵଚାକୁ ସୁସ୍ଥା ରଖେ । ପିଲାଙ୍କ ଶରୀରକୁ ମଧ୍ୟ ବିକାଶ କରେ ।

ତାଳ

ଭିଟାମିନ୍ ଏ, ବି ଏବଂ ସି ତାଳରେ ପ୍ରଚୁର ମାତ୍ରାରେ ଭରପୂର ରହିଛି । ଏହାସହ ପୋଟାସିୟମ୍, କ୍ୟାଲିସିୟାମ୍ ଏବଂ ଫସଫୁରସ ଭଳି ଖଣିଜ ପଦାର୍ଥଏଥିରେ ରହିଛି। ଯାହା ଶରୀରକୁ ଥଣ୍ଡା ରଖିବା ସହ ପର୍ଯ୍ୟାପ୍ତ ମାତ୍ରାରେ ଜଳୀୟ ଅଂସ ଯୋଗାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ।

ପଣସ

ପଣସରେ ପ୍ରଚୁର ମାତ୍ରାରେ ଭିଟାମିନ୍ ସି ରହିଛି । ଯାହା ଶରୀରକୁ ସମସ୍ତ ପ୍ରକାରର ସଂକ୍ରାମକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏଥିରେ ଥିବା ଫାଇବର ପେଟକୁ ସଫା ରଖେ । ଏତଦ୍ ବ୍ୟତୀତ ପଣସରେ ପ୍ରଚୁର ମାତ୍ରାରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍ଏବଂ ଲୌହ ରହିଛି । ଏହା ରକ୍ତଚାପକୁ ନିୟନ୍ତ୍ରଣ କରେ ।

ଆଧାର

ପ୍ରମେୟ

3.11538461538
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top