ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ
ସେଆର କରନ୍ତୁ

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ରୋଗରେ ପଡିପାରନ୍ତି

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ

ରୋଗରେ ପଡିପାରନ୍ତି

ରାତିରେ ୭-୮ ଘଣ୍ଟାର ଶୟନ ବିଶ୍ରାମ ପରେ ସକାଳେ ଖାଲି ପେଟରେ କ’ଣ ଖାଇବା ଉଚିତ ଓ କଣ ନଖାଇବା ଉଚିତ୍ , ଏହି ବିଷୟରେ ଜାଣିବା ନିହାତି ଜରୁରୀ । ଏହା ଏଥିପାଇଁ କହୁଛୁ ଯେ ଖାଦ୍ୟରେ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଖାଲି ପେଟରେ , ଆମର ଶରୀରର କ୍ଷତି ହୋଇଥାଏ । ଆମେ ସିନା ଏହାକୁ ନିଜର ଭଲ ପାଇଁ ଖାଇଥାଉ , ହେଲେ ଏହା ଆମର ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ

ଟିପ୍ସ

  • ଖାଲି ପେଟରେ ଚା’ ଖାଆନ୍ତୁ ନାହିଁ
  • ସକାଳେ ଚା’ ପିଇବା ସମସ୍ତଙ୍କର ଅଭ୍ୟାସ । ଶଯ୍ୟାତ୍ୟାଗ କରିବାକ୍ଷଣି ଚା’ ପିଇଥାନ୍ତି । ଚା’ ରେ ଥିବା କାଫିନ ଦ୍ୱାରା ଏସିଡ ବଢିଥାଏ । ଏହା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ।

  • ଖାଲି ପେଟରେ ଥାଇ ସକାଳୁ କଦଳୀ ଖାଆନ୍ତୁ ନାହିଁ
  • ଖାଲି ପେଟରେ ଥାଇ କଦଳୀ ଖାଇବା ଦ୍ୱାରା ଶରୀରରେ ମ୍ୟାଗ୍ନେସିୟମର ମାତ୍ରା ବଢିଥାଏ । ଯାହା ଦ୍ୱାରା ଶରୀରରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମର ମାତ୍ରାରେ ସନ୍ତୁଳନତା ରହିନଥାଏ ।

  • ଲଙ୍କା ମରିଚ ଖାଆନ୍ତୁ ନାହିଁ
  • କେବେ ବି ଖାଲି ପେଟରେ ଥିଲେ ଲଙ୍କା ମରିଚ ବା ଗୋଲମରିଚ ଖାଆନ୍ତୁ ନାହିଁ । ଏହା ଦ୍ୱାରା ଗ୍ୟାସର ସମସ୍ୟା ହୋଇଥାଏ । ଏହା ଛାତିରେ ଜ୍ୱଳନ ସୃଷ୍ଟି କରିଥାଏ । ମରିଚ ପାଚନ ତନ୍ତ୍ରକୁ ସମସ୍ୟାରେ ପକାଏ ।

  • ଖାଲି ପେଟରେ ଟମାଟର ଖାଇଲେ ପଥୁରୀ ହୁଏ
  • ଟମାଟର ବା ବିଲାତିରେ ଏସିଡ ଅଦିକ ପରିମାଣରେ ଥାଏ । ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉଚିତ ନୁହେଁ ପେଟରେ ପଥୁରୀ ହୋଇଥାଏ ।

  • ଖାଲି ପେଟରେ ଔଷଧ ଖାଆନ୍ତୁ ନାହିଁ
  • ଖାଲି ପେଟରେ ଔଷଧ ଖାଇବା ଦ୍ୱାରା ଏସିଡ୍ ସୃଷ୍ଟି କରେ । ଶରୀରରେ ଅସନ୍ତୁଳନ ହୁଏ ।

  • ମସଲା ଯୁକ୍ତ ଖାଦ୍ୟ
  • କେବେ ବି ଖାଲି ପେଟରେ ଥିଲେ ପ୍ରଥମେ ମସଲାଯୁକ୍ତ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ । କାରଣ ଏଥିରେ ନାଚ୍ୟୁରାଲ୍ ଏସିଡ୍ ଥାଏ , ଯାହା ପେଟରେ ହଜମ ଶକ୍ତିକୁ ନଷ୍ଟ କରିଦିଏ ।

  • ଖଟା ଫଳ ଖାଇବାରେ ଏସିଡିଟି ହୁଏ
  • ଖଟା ବା ପିତା ଫଳ ଦ୍ୱାରା ଶରୀରରେ ଏସିଡ୍ ହୁଏ । ଏହି କାରଣରୁ ଖାଲି ପେଟରେ ଏହାକୁ ଖାଇବା ମନା ହୋଇଥାଏ । ଖାଲି ପେଟରେ ଖଟା ଫଳ ଖାଇବା ଦ୍ୱାରା ପେଟରେ ଏସିଡିଟି ହୋଇଥାଏ । ଏବଂ ଗ୍ୟାଷ୍ଟିକ୍ ,ଅଲସର ହେବାର ସମ୍ଭାବନା ବି ରହିଛି । ଖଙ୍କା ଫଳରେ ଫାଇବର ଓ ଫ୍ରେକ୍ଟୋଜ ହେବା କାରଣ ଯୋଗୁଁ ପାଚନ କ୍ରିୟା ଧିମା ପଡିଯାଏ ।

    ଆଧାର: କନକ ନ୍ୟୁଜ

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top