ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗରମ ଦିନରେ କେତେ ସ୍ୱାସ୍ଥ୍ୟକର ଛତୁଆ
ସେଆର କରନ୍ତୁ

ଗରମ ଦିନରେ କେତେ ସ୍ୱାସ୍ଥ୍ୟକର ଛତୁଆ

ଛତୁଆ

ଗରମ ଦିନରେ ଖାଇବା ପିଇବାର ବିଶେଷ ଧ୍ୟାନ ରଖିବା ଉଚିତ କାରଣ ଏହା ଯେ କେବଳ ଆପଣଙ୍କଶରୀର ପାଇଁ ଭଲ ତା’ନୁହଁ ଆପଣଙ୍କୁ ଡାକ୍ତରଙ୍କ ପାଖକୁ ଯିବାରୁ ମଧ୍ୟ ରକ୍ଷା କରିଥାଏ । ସମସ୍ତେ ଜାଣନ୍ତି ଗରମ ଦିନରେ ବହୁତ ଶୋଷ ଲାଗେ ଏବଂ ଏଥିପାଇଁ ଆମେ ପାଣି ଠାରୁ ଆରମ୍ଭ କରି ଜୁସ, ସରବତ ଆଦିର ବ୍ୟବହାର ଅଧିକ ପାରିମାଣରେ କରିଥାଉ ।

ଏମିତିରେ ଛତୁଆ ଆପଙ୍କ ପାଇଁ ଉତ୍ତମ ବିକଳ୍ପ ହୋଇପାରେ । କଳା ବୁଟରେ ତିଆରି ହୋଇଥିବା ଛତୁଆ ସବୁଠାରୁ ଅଧିକ ସରବତ ରୂପେ ବ୍ୟବହାର ହୋଇଥାଏ । ପ୍ରଧାନତଃ ବିହାର, ବଙ୍ଗଳା ଓ ଉତ୍ତରପ୍ରଦେଶରେ ରହୁଥିବା ପରିବାର ଏହାର ବହୁଳ ବ୍ୟବହାର କରନ୍ତି ।

ଲାଭ

ଶ୍ରମିକଙ୍କ ପ୍ରଥମ ପସନ୍ଦ ଛତୁଆ-

ଦିନସାରା କାମ କରୁଥିବା ଶ୍ରମିକଙ୍କ ପାଇଁ ଛତୁଆ ଠାରୁ ଭଲ ଆଉ କ’ଣ ହୋଇପାରେ । ଯେଉଁଠି ଗୋଟିଏ ପଟେ ଛତୁଆ ଖାଇବାରେ ସ୍ୱାଦ ଆଣେ ଅନ୍ୟପଟେ ଛତୁଆରେ ଢେର ସାରା ପ୍ରୋଟିନ ମଧ୍ୟ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଛତୁଆ ଶସ୍ତା ହେବା ସହ ସବୁଠାରେ ଏହା ସହଜରେ ମିଳଯାଏ ।

ପିଲାଙ୍କ ପାଇଁ କିପରି ଲାଭଦାୟକ-

ଛତୁଆ ବଢୁଥିବା ଶିଶୁମାନଙ୍କ ପାଇଁ ବେଶ ଲାଭଦାୟକ । ଯଦି ଛତୁଆରେ ତିଆରି ଅଟାର ସ୍ୱାଦ ୨ ଗୁଣା କରିବା ପାଇଁ ଚାହୁଛନ୍ତି ତେବେ ଆପଣ ଗୁଡର ବ୍ୟବହାର କରିପାରିବେ । ଛତୁଆରେ ଥିବା ପ୍ରୋଟିନ, ଭିଟାମିନ ଏ, କାର୍ବୋହାଇଡ୍ରେଟ ଓ ମିନେରାଲସ ଶିଶୁମାନଙ୍କ ପାଇଁ ବେଶ ଭଲ ।

ଛତୁଆରେ ତିଆରି ହେୁଥିବା ବ୍ୟଞ୍ଜନ-

କେବଳ ଯେ ଛତୁଆରେ ସରବତ ତିଆରି ହୁଏ ତା’ନୁହଁ ଛତୁଆରେ ଅନେକ ପ୍ରକାରର ବ୍ୟଞ୍ଜନ ମଧ୍ୟ ତିଆରି ହୋଇପାରିବ । ବିହାରର ପୂର୍ବାଞ୍ଚଳରେ ଛତୁଆ ଭରା ହୋଇଥିବା ପରାଠା ବେଶ ସ୍ୱାଦିଷ୍ଟ ହୋଇଥାଏ ।

ଆଧାର:ଓଡିଶା ରିପୋଟର

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top