ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କେତେ ସମୟ ଅନ୍ତରରେ ଗର୍ଭ ଧାରଣ
ସେଆର କରନ୍ତୁ

କେତେ ସମୟ ଅନ୍ତରରେ ଗର୍ଭ ଧାରଣ

ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି ।

ମୁଖବନ୍ଧ

ଭାରତରେ ପ୍ରତି ବର୍ଷ ହଜାର ଶିଶୁ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏମିତି ସବୁ କାରଣରୁ ମୃତ୍ୟୁବରଣ କରନ୍ତି ଯେଉଁଥିରୁ କି ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା । ଏଥି ମଧ୍ୟରୁ ଅଧିକାଂଶ ମୃତ୍ୟୁ କେବଳ ୫ଟି କାରଣରୁ ହିଁ ହୋଇଥାଏ, ଯଥା: -  ନିମୋନିଆ, ତରଳ ଝାଡା, ମିଳିମିଳା, ମ୍ୟାଲେରିଆ ଓ ପୁଷ୍ଟିହୀନତା ।

ଏହି ବ୍ୟତୀତ ଜୀବନ ଥିବା ଲକ୍ଷ ଲକ୍ଷ ଶିଶୁ ଦୁର୍ବଳତାର ସହ ବଞ୍ଚନ୍ତି ଓ କେବେ ବି ନିଜ କ୍ଷମତାର ସମ୍ପୂର୍ଣ୍ଣ ବିକାଶ କରିପାରନ୍ତି ନାହିଁ । ଶୈଶବରେ ଏହି ୫ଟି କାରଣ ଜନିତ ମୃତ୍ୟୁରୁ ଶିଶୁଙ୍କ ବଞ୍ଚାଇବା ଏବଂ ଏହାର ଚିକିତ୍ସା କରିବାର ଜ୍ଞାନ ଓ ସାଧନ ଦୁଇଟା ଯାକ ହିଁ ଗଚ୍ଛିତ ଅଛି । ଶିଶୁଙ୍କ ମୃତ୍ୟୁ ଓ ରୋଗର ବଞ୍ଚାଇବା ତଥା ମହିଳାମାନଙ୍କ ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି । ସିଧା ଏବଂ ସରଲ ଭାଷାରେ ଦିଆଯାଇଥିବା ଏହି ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇ ପାରିବେ ।

କେତେ ସମୟ ଅନ୍ତରରେ ଗର୍ଭ ଧାରଣ

କ’ଣ ଆପଣ ଜାଣନ୍ତି କି ?

ଅଧିକ ଥର, କମ୍ ବ୍ୟବଧାନରେ ବାରମ୍ବାର ଗର୍ଭ ଧାରଣ କିମ୍ବା କିଶୋରାବସ୍ଥାରେ ବା ୩୫ ବର୍ଷରୁ ଅଧିକ ବୟସରେ ମା’ ହେବା ମହିଳାମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ । ପ୍ରାୟ ଏକ ତୃତୀୟାଂଶ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି ।

ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ସବୁଠାରୁ ସୁବିଧାଜନକ ଉପାୟ ମଧ୍ୟରେ ପରିବାର ନିୟୋଜନ ଅନ୍ୟତମ ପରିବାର ନିୟୋଜନରୁ ବହୁତ ମା’ ଓ ଶିଶୁଙ୍କ ମୃତ୍ୟୁ ଓ ଅକ୍ଷମ ହେବାରୁ ରକ୍ଷା କରାଯାଇପାରୁଛି ।

ମୁଖ୍ୟ ସୂଚନା

  • ୧୮ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ । ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି ।
  • ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ ।
  • ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ ।
  • କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର । ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି ।
  • ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ ।

ଆଧାର - ୟୁନିସେଫ

3.07692307692
ସୁନୀଲ ଗୁରୁଡ଼ିଆ Nov 21, 2018 07:53 AM

ଉତ୍ତମ.... ସୂଚନା... ଧନ୍ୟବାଦ

ନିରୁପମା ମହାପାତ୍ର Sep 04, 2016 01:17 PM

ଧନ୍ୟବାଦ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top